ମାନସଙ୍କ ଅଠରଟି ଗପକୁ ନେଇ ପ୍ରସ୍ତୁତ ଏଇ ପ୍ରଥମ ସଂକଳନରେ ରହିଛି ବିବିଧତାର ବାଙ୍ମୟ ବାସ୍ନା । ପିଲାଦିନର ମହମହ ସ୍ମୃତିଠୁ ତାରୁଣ୍ୟର ତରଳ ସ୍ୱପ୍ନଯାଏ; ପୁଣି ସ୍ୱପ୍ନଭଙ୍ଗର ଉତ୍ପୀଡ଼କ ଉପପାଦ୍ୟଠୁ ବାସ୍ତବତାର ବିସ୍ତୃତ ବର୍ଣ୍ଣବିଭାଯାଏ; .. ଯାହା ନିଶ୍ଚିତ ରୂପେ ଉଚ୍ଚକିତ ଓ ଉତ୍ସାହିତ କରିବ ଚିହ୍ନରା ପାଠକମାନଙ୍କୁ । ତ' ସ୍ୱାଗତ କରନ୍ତୁ.. ଆମ 'କଥା-ପରମ୍ପରା'ର ଜଣେ ନୂଆ ନିଆରା ନାୟକଙ୍କୁ, ସମର୍ଥ ସଫଳ ସ୍ରଷ୍ଟାପୁରୁଷଙ୍କୁ.. । Read more