shabd-logo

ଆଶାର ରଙ୍ଗ

3 June 2023

0 ଦର୍ଶନ 0

         ଗୋଟିଏ ପରିବାର ରେ ପାଞ୍ଚଜଣ ସଦସ୍ୟ ରହୁଥିଲେ |ବାପା, ମା, ଦୁଇପୁଅ ଓ ଗୋଟିଏ ଝିଅ |ପୁଅ ଦୁଇଟି ବଡ ଏବଂ ଝିଅ ଟି ସାନ |ପିତାଙ୍କ ଉପରେ ପରିବାର ର ଦାଇତ୍ୱ |ବଡପୁଅ ର ନାମ ଉଚ୍ଚବିଦ୍ୟାଳୟ ରେ ଲେଖାଇବେ, ସାନ ପୁଅ ନୂଆ କରି ବିଦ୍ୟାଳୟ କୁ ଯିବ, ଝିଅଟିର ଏକା ଜିଦ ସେ ଭାଇ ସହ ପାଠ ପଢିବାକୁ ଯିବ |ଏସବୁ କଥା ମନେ ପକାଇ ପକାଇ ପିତା ଟିକେ ଚିନ୍ତା ରେ ଥାନ୍ତି |

        ଏସମୟରେ ବଡ ପୁଅ ଆସି ପିତାଙ୍କୁ କହିଲା ସେ ବହୁତ ପାଠ ପଢିବ ବଡ ଅଫିସର ହବ |ପୁଅ ମୁଁହ ରୁ ଏଇକଥା ପଦିଏ ଶୁଣି ପିତାଙ୍କର ଖୁସି କହିଲେ ନସରେ |ଦିନରାତ୍ରି ପରିଶ୍ରମ କରି ସେ ଯେଉଁ ଟଙ୍କା ରୋଜଗାର କରୁଥିଲେ ନିଜ ସନ୍ତାନଙ୍କୁ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ପୁଅ ର ଏଇ ପଦିଏ କଥା ସତେ ଅବା ତାଙ୍କ ପିତୃ ହୃଦୟକୁ ତୃପ୍ତ କରିଦେଲା |

         ପୁଅ ର ନାମଲେଖା ହେଇଗଲା |ଭଲ ପାଠ ମଧ୍ୟ ପଢିଲା |ଧୀରେ ଧୀରେ ତାଙ୍କର ତିନି ସନ୍ତାନ ପାଠ ପଢ଼ାରେ ଆଗେଇଚାଲିଲେ |ପୁଅ ଝିଅ ବଡ ସାନ ସମସ୍ତଙ୍କ ମଧ୍ୟରେ ଚାଲିଲା ପାଠପଢା ର ମହାସମର |ଦେଖୁ ଦେଖୁ ଝିଅ କୁ ବିବାହ ବୟସ ହୋଇଗଲା |ଝିଅ ସବୁ ଶିକ୍ଷ୍ୟା ରେ ନିପୁଣ ମଧ୍ୟ ହୋଇସାରିଥିଲା |କିନ୍ତୁ ଝିଅ ଜନ୍ମ ତ ପରଘରକୁ ନା |ତେଣୁ ସେ ବିବାହ ପରେ ଚାଲିଗଲା ତା ଶାଶୂଘର |

           ପୁଅ ଦୁଇଟି ପାଠ ରେ ପ୍ରଥମ ଥିଲେ ସତ କିନ୍ତୁ ସରକାରୀ ଚାକିରୀ ପାଇବା ଗରିବଙ୍କ ଭାଗ୍ୟରେ କ୍ଵଚିତ ଥାଏ | ବାରମ୍ବାର ବିଫଳ ହୋଇ ଶେଷରେ ପୁଅ ଦୁଇଟି ନିରାଶ ହେଲେ |ପୁଅଙ୍କର ବିଫଳତା ଯୋଗୁ ବାର୍ଦ୍ଧକ୍ୟ ରେ ପହଞ୍ଚିଥିବା ପିତା ବହୁତ ରାଗିଗଲେ ଆଉ ସେମାନଙ୍କୁ ଏଥିପାଇଁ ଶାସ୍ତି ଦେଲେ |କାରଣ ସେ ଚାଁହୁଥିଲେ ତାଙ୍କ ସନ୍ତାନ ମନେ ନିଜେ ନିଜର ଯୋଗ୍ୟତା ତିଆରି କରନ୍ତୁ |ଭଲ ମଣିଷ ହୁଅନ୍ତୁ |ସମାଜରେ ନାଁ କରନ୍ତୁ |କିନ୍ତୁ ପୁଅ ଦୁଇଟିଙ୍କ ମୁଣ୍ଡରେ ପଶିଥିଲା ସରକାରୀ ଚାକିରୀ ପାଇଲେ ହିଁ ବଡ ମଣିଷ ରେ ଗଣା ହୁଅନ୍ତି |

        ପାଠୁଆ ପୁଅ ମାନେ ସାଧାରଣ ଜୀବନ ଶୈଳୀ ପସନ୍ଦ କଲେନି ସାଧାରଣ ମଣିଷ ପରି କର୍ମ ସେମାନେ ଚାଁହୁନଥିଲେ |ସେପଟେ ଚାକେରି ମଧ୍ୟ ମିଳୁନଥିଲା |ଘରେ ବେକାର ହୋଇ ବସି ବସି ପିତା ସଂଚୟ କରିଥିବା ସବୁ ଧନ ଧୀରେ ଧୀରେ ସାରିବାରେ ଲାଗିଲେ | ଭାଇ ଭାଇ ଭିତରେ ଝଗଡା ସୃଷ୍ଟି ହେଲା |

      ଏସବୁ ଦେଖି ଗରିବ ବାପା ର ଆଶାର ରଙ୍ଗ ଫିକା ପଡିବାରେ ଲାଗିଲା | ସବୁ ଆଶା ଭରସା ଭାଙ୍ଗିଗଲା |ପୁଅ ମାନଙ୍କୁ ମଣିଷ କରି ପୁଣି ଥରେ ଗଢିବାକୁ ଚେଷ୍ଟା କଲେ ବୃଦ୍ଧ ପିତା |
 ଦିନେ ସେ ପୁଅ ଦୁଇଜଣଙ୍କୁ ଘରୁ ବାହାର କରିଦେଲେ ଏବଂ କହିଲେ ଯୋଉଯାଏ ସେମାନେ ଗୋଟିଏ ଗୋଟିଏ ବଡ ମଣିଷ ହୋଇନାହାନ୍ତି ସେଯାଏଁ ଘରକୁ ଆସିପାରିବେନି, ପରିବାର ତରଫରୁ କୌଣସି ସୁବିଧା ସୁଯୋଗ ମିଳିବ ନାହିଁ ଏମିତିକି ମାଆଙ୍କ ହାତ ରନ୍ଧା ଖାଦ୍ୟ ମଧ୍ୟ ନୁହେଁ |ପୁଅ ଦୁଇଜଣ ସେଠାରୁ ରାଗିକି ଚାଲିଗଲେ ଦିନେ ପୁରା ଭୋକ ଉପାସରେ ରହିଲେ ଦ୍ୱିତୀୟ ଦିନ ପାଣି ଟିକେ ମଧ୍ୟ ମିଳିଲାନି |ସେଦିନ କଷ୍ଟେମଷ୍ଟେ ଜୀବନ କାଟିଲେ ତୃତୀୟ ଦିନ ବେଳକୁ ଆଉ ଚୁପ ରହିଲେନି |ବାହାରି ପଡିଲେ ନିଜକୁ ଭଲ ମଣିଷ ରୂପେ ପ୍ରମାଣ ଦେବାକୁ |
ବହୁତ ବୁଲିବା ପରେ ବଡପୁଅର ନଜରକୁ ଆସିଲା ପଇସା ଅଭାବରୁ ଛୋଟ ଛୋଟ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଉନାହାନ୍ତି ଫଳରେ ବଡ ହେଲାପରେ ମଧ୍ୟ ଅଶିକ୍ଷିତ ହୋଇ ରହିଯାଉଛନ୍ତି ଆଉ ଠକାମୀର ଶିକାର ହେଉଛନ୍ତି |ତେଣୁ ସେ ସ୍ଥିର କଲା ମାଗଣାରେ ପିଲାଙ୍କୁ ଶିକ୍ଷ୍ୟା ଯୋଗାଇବ |ତାହା ମଧ୍ୟ କଲା |

       ସେପଟେ ସାନପୁଅ ଲୋକମାନଙ୍କୁ ଦୁର୍ବଳ ଦେଖି କାରଣ ଜାଣିବାକୁ ଚେଷ୍ଟା କରନ୍ତେ ତାହା ହଇଜା ଥିଲା ବୋଲି ଜାଣିଲା | ତେଣୁ ସେ ରୋଗର ନିରାକରଣ ର ଉପାୟ ସମସ୍ତଙ୍କୁ ଜଣାଇଲା|କିଭଳି ସତର୍କତା ଅବଲମ୍ବନ କରିବା ଉଚିତ |ଗରମ ଖାଦ୍ୟ ଖାଇବା |ସ୍ଵଚ୍ଛ ରହିବା, ଖାଦ୍ୟ ଘୋଡାଇ ରଖିବା ଇତ୍ୟାଦି ବିଷୟରେ ଲୋକମାନଙ୍କୁ ଅବଗତ କରାଇଲା |ଏହା ସହିତ ଫସଲ ଉତ୍ପାଦନ, ସରଂକ୍ଷଣ, ବିହନ ର ସଠିକ ଉପଯୋଗ, ପଶୁ ସମ୍ପଦ ର ସୁରକ୍ଷା ଆଦି ବିଷୟରେ ଲୋକଙ୍କୁ ଜଣାଇଲା |
 ସମାଜ ସେବା ରେ ଦୁଇ ପୁଅଙ୍କର ଏଭଳି ଯୋଗଦାନ ଦେଖି ପିତାଙ୍କର ପିତୃ ହୃଦୟ ରେ ପୂର୍ଣ୍ଣତା ଆସିଗଲା |ପ୍ରକୃତରେ ଆଜି ତାଙ୍କ ପୁଅ ମନେ ପୂର୍ଣ୍ଣ ରୂପେ ବଡ ମଣିଷ ହୋଇଛନ୍ତି |ଆଶାର ରଙ୍ଗ ଆଜି ସପ୍ତ ରଙ୍ଗ ରେ ସଜେଇ ହୋଇଗଲା |

     ଆମର ଅର୍ଜିତ ଜ୍ଞାନ କେବଳ ସରକାରୀ ଚାକିରୀ ରେ ସୀମିତ ନୁହେଁ |ଯଦି ଆମ ଜ୍ଞାନ ର ଉପଯୋଗ କରି ଆମେ କାହାର ଓଠ ରେ ହସ ଫୁଟାଇପାରିବା, କାହାର ମଙ୍ଗଳ କରିପାରିବା ତେବେ ଆମେ ମଧ୍ୟ ଆମ ପିତା ମାତାଙ୍କ  ଆଶାର ରଙ୍ଗ କୁ ରଙ୍ଗେଈ ପାରିବା |

Saudamini by ଦ୍ୱାରା ଅଧିକ ପୁସ୍ତକ

ବହି ପଢ଼ନ୍ତୁ