'ଅଷ୍ଟପଦୀ' ସୀତାକାଂତଂକର ଦ୍ୱିତୀୟ କବିତା-ଗ୍ରଂଥ । ପୂର୍ବରୁ 'ଦୀପ୍ତି ଓ ଦ୍ୟୁତି'ରେ ତାଂକର ଅନେକଗୁଡ଼ିଏ କ୍ଷୁଦ୍ର କବିତା ଏକତ୍ରିତ ହୋଇ ପ୍ରକାଶ ପାଇଥିଲା । 'ଅଷ୍ଟପଦୀ'ର କବିତାଗୁଡ଼ିକ ଦୀର୍ଘ ଓ କେତେକ ପରିମାଣରେ ପରୀକ୍ଷାମୂଳକ । ଆଜି ଓଡ଼ିଶାର କାବ୍ୟ-ରସିକ-ବିଦଗ୍]ଧ ପାଠକ କେତେକ ଅତି ଉତ୍କୃଷ୍ଟ ବୁଦ୍ଧି ଓ ଅନୁଭୂତି-ଦୀପ୍ତ କବିତା ପାଇଁ ତାଂକ ନିକଟରେ ଋଣୀ । 'ଦୀପ୍ତି ଓ ଦ୍ୟୁତି'ର କବିତାଗୁଡ଼ିକ ଜୀବନପ୍ରତି ଏକ ନିଦ୍ଦିଷ୍ଟ କାବ୍ୟ-ପ୍ରତିକ୍ରିୟାରୁ ଉଦ୍ଭବ ଓ ସେହି ଦୃଷ୍ଟିରୁ ସେଗୁଡ଼ିକ ପରସ୍ପର ସହିତ ସଂପର୍କିତ । 'ଅଷ୍ଟପଦୀ'ର ମୂଳରେ ସେହି ଏକା କାବ୍ୟ-ପ୍ରତିକ୍ରିୟା ଲକ୍ଷଣୀୟ, କିନ୍ତୁ ଏଠାରେ କବିତାଗୁଡ଼ିକ ଅଧିକତର ସଂଗଠିତ ଓ ପରସ୍ପର ସହିତ ଘନିଷ୍ଠ ସଂପର୍କଯୁକ୍ତ । 'ଅଷ୍ଟପଦୀ'ର ଆଠଟି କବିତାକୁ ଗୋଟିଏ ମୂଳକଥା ବା ଥିମ୍]ର ବିଭିନ୍ନ ପ୍ରକାଶ ଭାବରେ ଗ୍ରହଣ କରାଯାଇପାରେ । ବିଭିନ୍ନ ବାହ୍ୟ ସଜ୍ଜା ଓ ବିକ୍ଷିପ୍ତ ଚିଂତାର ଅଂତରାଳରୁ ଏହି ଥିମ୍]ର ଦୃଢ଼ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । 'ଅଷ୍ଟପଦୀ', 'ଦୀପ୍ତି ଓ ଦ୍ୟୁତି'ଠାରୁ ଅଧିକତର ସଚେତ ଓ ବୁଦ୍ଧିଦୀପ୍ତ, ରଚନା ଓ ବିଶେଷକରି ଥିମ୍]ର ଘନିଷ୍ଠତା ଓ ପ୍ରକାଶ-ଭଂଗୀରେ 'ଅଷ୍ଟପଦୀ'ର ଆଧୁନିକ ଚେତନା ଅଂତନିର୍ହିତ । Read more