ବନମାଳୀ ଦାସ (୧୭୨୦-୧୭୯୩) ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଓଡ଼ିଆ ଭକ୍ତକବି ଓ ଓଡ଼ିଶୀ ସଙ୍ଗୀତକାର ଥିଲେ । "ଦୀନବନ୍ଧୁ ଦଇତାରୀ", "କେତେ ଛନ୍ଦ ଜାଣେ ଲୋ ସହି" ଓ "ମଣିମା ହେ ଏତିକି ମାଗୁଣି ମୋର" ଆଦି ତାଙ୍କର କେତୋଟି ଜଣାଶୁଣା ରଚନା ଓ ଓଡ଼ିଶୀ ସଙ୍ଗୀତରେ ବ୍ୟବହୃତ । ତାଙ୍କ ଲୋକପ୍ରିୟ ଗୀତସବୁ ପର୍ବପର୍ବାଣି, ଜନସମାଗମ ସ୍ଥଳ ଓ ଓଡ଼ିଶୀ ସଙ୍ଗୀତରେ ବୋଲାଯାଇଥାଏ । ସେ ମଧ୍ୟଯୁଗୀୟ ଓଡ଼ିଆ ଭକ୍ତି-ସାହିତ୍ୟର ଆଦି କବି ଭାବେ ଜଣା । ପ୍ରାରମ୍ଭିକ ଭାବେ କେବଳ ପ୍ରେମ କାବ୍ୟ ରଚନା ଆରମ୍ଭ କରିଥିଲେ ମଧ୍ୟ ପରେ ତାଙ୍କ ରଚନାଗୁଡ଼ିକ ଅଧିକ ଲୋକାଦୃତି ଲାଭ କରିଥିଲା ଓ ସେ ନିଜ ସମକାଳୀନ କବିମାନଙ୍କ ମଧ୍ୟରେ ଜଣାଶୁଣା ଥିଲେ ।
ବନମାଳୀ ଦାସଙ୍କ ଜନ୍ମ ତାରିଖ ସଠିକ ଲିପିବଦ୍ଧ ହୋଇନଥିବାରୁ ବିଭିନ୍ନ ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି । ତାଙ୍କ ଜନ୍ମ ୧୭୩୬ ଓ ଦେହାନ୍ତ ୧୭୯୩ ବୋଲି ଏକ ଗବେଷଣା ନିବନ୍ଧରେ ଦର୍ଶାଯାଇଥିବା ବେଳେ ଗବେଷକ ଜାନକୀ ବଲ୍ଲଭ ମହାନ୍ତି ତାଙ୍କୁ ବୀରକିଶୋର ଦେବଙ୍କ ସମକାଳୀନ ଓ ଆନୁମାନିକ ଜନ୍ମ ସମୟ ୧୭୨୦ଠାରୁ ୧୭୩୦ ମଧ୍ୟରେ ତଥା ଦେହାନ୍ତ ସମୟ ଜଣାନାହିଁ ବୋଲି ଦର୍ଶାଇଛନ୍ତି ।
ଚଉପଦୀ
ସମ୍ପାଦନ କରନ୍ତୁ
କେତେ ଛନ୍ଦ ଜାଣେ ଲୋ ସହି
ତୋ ଲାଗି ଗୋପଦାଣ୍ଡ ମନା
କି ଲାଜ ପାଇଲି ଆଜ
ସଙ୍ଗିନୀରେ ଚାହାଁ
ମଣି ବିମାନେ ଗୋବିନ୍ଦ
ଆଗୋ ଦୂତୀ! ଆଜ ରାତି
ସରିବ କି ଏ ନିଶି ଗୋ
ଆଲୋ ସଖୀ! ପାଶୋରି ନୁହେଁ ଗିରିଧାରୀକି
ଆଲୋ ସଖୀ! ଅତି ବିଷମ ନେତ୍ର ପୀରତି
ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା
କିଏ ଲୋ ସଜନୀ! କେଳି କଦମ୍ବ ମୂଳେ
କଳାବତୀ ଖଞ୍ଜନାକ୍ଷି
ଜଣାଣ
ସମ୍ପାଦନ କରନ୍ତୁ
ଶ୍ରୀ ଶରଧାବାଲି ମାଗୁଣି ଜଣାଣ (ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ)
ଜୟ ଜଗନ୍ନାଥ ହେ ଯଶୋଦା କୁମର
ଦୀନବନ୍ଧୁ ଦଇତାରୀ
ମଣିମା ହେ ଏତିକି ମାଗୁଣି ମୋର
ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ
କୃଷ୍ଣ କେଶବ ହରି
ଆହେ ପ୍ରଭୁ କଳା ଶ୍ରୀମୁଖ
ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ