ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ
ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ ।
ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର
ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର ।
ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର
କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର ।
ଗଗନ ଛଇଳ ପତନ ରସତ ଅନ୍ତର ପ୍ରଣୟ
ମହହରଷ ରସବିଶ ବଦନ ବନଜ ଉଦୟ ।
ସର ନଦଜଳ ରଙ୍ଗ ଅମରକ୍ଷ ହିତକ ଚପଳ
ବର୍ଜନ କର ସଉଧ ସଦନର ମହତ ଉଜ୍ଜ୍ବଳ ।
ସହଚର ପଣ ଲକ୍ଷଣ ବହଇ ଶରଦ ସମୟ
ଚକ୍ର ଉଭୟର କରଇ ସତ୍ବର ଅନ୍ତର ସଭୟ ।
ଜନମ କରଇ ପଦ୍ମ କଇରବ ହରଷ ପ୍ରକର
ତପନ ଚନ୍ଦ୍ର ଦରଶନ ରଚନ ପ୍ରକଟ କ୍ଷଣର ।
ଏମନ୍ତ ସମୟ ଦରଶନ କ୍ଷଣ ପଙ୍କଜଉଷଣ
କଥନ ରଭସ ଗତ ଗଳଧର ସମୟ ଲକ୍ଷ୍ମଣ ।
ଅଗସ୍ତ୍ୟ ଉଦୟ ଗଗନ ନଗର ଫଳର ଜଗତ
ମତ୍ତ ଅରଷଭ ଏସର କରଇ କ୍ଲବଗଣ ହତ ।
ପଙ୍କ କ୍ଷୟ ମହ ତପସ ଲକ୍ଷକ ଅୟନ ବରଜ
ହତପକ୍ଷ ମମବତ ଏ ଚନ୍ଦ୍ରତ କରତ ସହଜ ।
ମଠ ନ ସହଇ ମରକଟବର କଣ୍ଟତ ବଳଇ
ଶ୍ରବଣ କ୍ଷଣ ଏ ବଚନ ଲକ୍ଷ୍ମଣ ଗମନ କରଇ ।
ବଡ ଅଶକତ କରଇ ଉଚ୍ଛନ୍ନ ଉରଗ ଗରଳ
ଇଚ୍ଛଇ ଛଇଳରତ ରସଗଦ ମନତ ଚଞ୍ଚଳ ।
ଉପଗତ ନରଇନ୍ଦ୍ର ବତ ଜବ ଅଗସ୍ତ୍ୟ ତପସ
ନଳ କଷଣ କଥନ ବତ ମନ୍ତ୍ର ରଚନ ରଭସ ।
ଏ ଅନ୍ତ ଅଚଳ ଉପର ଭ୍ରମଣ ଜଳଦ ବରନ
ଖଗ ନଗ ସର୍ବ ଅଗତ କଥନ ଏରସ ବଚନ ।
ମଦନ ଅପଘନ ଧର କର୍ଦ୍ଦମ ତନୟ ଏ ସତ
ମମତ, ସଗର ତନୟ ଦଗଧ କରଇ ସନ୍ତତ ।
ପରମ କଷ୍ଟ ଏ ନ ଭଜଇ ଘଟ ବହନ ବହନ
ମତ ଖଣ୍ଡ ତପବଶର ଏସନ କରମ ଅର୍ଜନ ।
ଏକ ପଦ ବହ ମମ ଧନ ସଙ୍ଗ ସଙ୍ଗମ ଇଚ୍ଛଇ
ବଚନ ଏମନ୍ତ କଣ୍ଠ ବନ୍ଦ, ହିତ ବିକତ କହଇ ।
ସତ୍ୟ ପଞ୍ଚଜନ୍ୟ ଉତ୍ତମ ଉପମ ବଚନ ତବର
ତପ ବଶ ଲଭ୍ୟ ରହଇ ସହଜ କନକ ନଗର ।
ଏ ଅଙ୍ଗ ଧବଳ କର ଜଳକଣ ପତନକ୍ଷଣର
ତବ ଘନରସ ସଜ୍ଜନର ଅପଘନ ତ ଇତର ।
କହଇ ବକ ଲଙ୍କଧବ ସ୍ୱନ୍ଦନ ଉପର ରଞ୍ଜନ
ଇଛସ୍ବନକର ନୟନବନଜ ବନର ଭବନ ।
ଦଶରଥଜ ଏ ବଚନ ଶ୍ରବଣ କ୍ଷଣ ଜରଜର
କଥନ କହ ସତ୍ୟ ତଳ ଦର୍ଶନ ଗମନ ପଥର ।
ସହଜ ଏମନ୍ତ ସ୍ବର କଳକଣ୍ଠ କଣ୍ଠର ଜୟକ
ଚପଳ ଉପଳ ଜଳର ତରଳ ସ୍ତମ୍ଭକ କରକ ।
ବଇର ହତକ ଇଭ ଗଜପର ଶରଭ ସମ୍ବର
ସର୍ପ ଷଣ୍ଡର ଏକ ନୟନ ଦତ୍ତ କରକ ଅମ୍ବର ।
ପୟ ଅଶନ କରଣ ଚଇତନ କ୍ଷୟର ବତ୍ସର
ଇନ୍ଧନବତ ବଦନ ସ୍ତନବତ ଶ୍ରବଣ ଏ ସ୍ବର ।
ନଗ ଉପର ଖଗ ତଳପତନ ଝଡଇ ପଲ୍ଲବ
ରସ ଅଶନ ଭରମ ପଦ୍ମପର ଭରମ କଦମ୍ବ ।
ସପତ ସ୍ବର ଜନମ କଳକଣ୍ଠ ଏସନ ଉତ୍ତର
ବ୍ରହ୍ମ ନନ୍ଦନ ଉପଗତ ଏସନ ତପସଚୟର ।
କ୍ଷଣ ପ୍ରଭବକ ଉଜ୍ଜ୍ଵଳକରକ ବରଣ ଅମ୍ବର
ଅର୍ଦ୍ଧବ ମଧ୍ୟ କଟକ ଗତକର ଉଦ୍ୟମ ପ୍ରକର ।
କଥନ ଖରପର ମମ ଅନ୍ତର ଦଇବର ବଳ
ଜଗତଜନଙ୍କ ରଞ୍ଜକ ଏମନ୍ତ ଈକ୍ଷଣ ସକଳ ।
କବନ୍ଧ ବଧକ ଅନ୍ଧକ ଅନ୍ତକ ବନ୍ଦନପୟର
ଉପଇନ୍ଦ୍ର ଭଞ୍ଜ ଅନବରତର ଭଜଇ ମନର ।