ସଲକ୍ଷଣ ମଖ ରକ୍ଷଣ ତଇ ଅଚର ଇନ
ଚଳଇ ଫରଳ ପର ଚଞ୍ଚଳ ମନ ।
ଖଗ ନଗ ଅଗ୍ର ରଚନ ସପ୍ରତନ ବଚନ
କହ କହ କଲ ଏସନ ପରସନ୍ନ ଦର୍ଶନ ।
ସତ ଶତ ଶତ କଳପ ଏକମନ ମଦନ
କରଣ ଇଇଳ ରତନ ଅପଘନ ଯତନ ।
ସ୍ବର୍ଷ ବର୍ଷ ଲକ୍ଷ ଇଚ୍ଛଇ ସମ ଅସମରଥ
ପଡଇ ଅନଳ ଜଡଇ ଜଳମଜ୍ଜନ ଅର୍ଥ ।
ଝଟକ ଛଟକ ଅଳପ କ୍ଷଣପ୍ରଭ ଲଭଇ
ବସନ୍ତ ବସନ ଗ୍ରହଣ ଅନ୍ତ ସତ କରଇ ।
ସର୍ବ ସନମତ ଏମନ୍ତ କଚଚୟ ବହଇ
ସହଜ ବରହ ଗହଳ ଉପଲକ୍ଷ ଧରଇ ।
ହରଇ ଭ୍ରମର ଅମରବର ରତ୍ନ ବଚନ
ଚମର ତରଙ୍ଗ ପ୍ରଲମ୍ବ ବଜ୍ର ଅବଲମ୍ବନ ।
ଏଣ ମଦଗନ୍ଧ ସମ୍ପଦ ଅନବର୍ଭ ସଘନ
ବନ୍ଧନ ଛନ୍ଦନ ବନ୍ଧନ କର ସକଳ ମନ ।
ଉତ୍ତମ ଘନ ତମ ତମ ଗର୍ବ ଖର୍ବକ ସତ
ସର୍ବ ସଲକ୍ଷଣ ଉପମା ନ ଘଟଇ ଜଗତ ।
ଦର୍ପକ ଦର୍ପଣ ବଦନ ସମ ରଚଇ ଯତ୍ନ
ଦର୍ପ ହତ ଅର୍ଥ ହସଇ କର୍ଣ୍ଣ ଦର୍ପଣ ରତ୍ନ ।
ଅଲକ୍ଷ ଇଚ୍ଛଇ ବଳକ୍ଷକର ହତଲକ୍ଷଣ
ସମସ୍ତ ସମୟ ସମ ଏ ନ କରଇ ରକ୍ଷଣ ।
ଅନ୍ୟ ଅନ୍ୟ ସଙ୍ଗ କରଇ କନ୍ୟ ଧନ୍ୟ କଳଙ୍କ
ଜନମ ଜନମ ରଖଇ ମନ ଏସନ ଦଳ ।
କମଳ ମଜ୍ଜନ କମଳ ମଧ୍ଯ ଗଳ ପର୍ଯ୍ୟନ୍ତ
ତପନ ଭକତ ଲପନ ସମ ଜପନ ସତ ।
ପନ୍ଦର ବୟସ ମନ୍ଦର ସ୍ତନ ମହ ଉନ୍ନତ
ଅବଲମ୍ବକର ଅପର ଯକ୍ଷ କନ୍ଦର ମତ ।
ମଧ୍ୟ ଭଗନ ଦରଶନ ନ ବଢଇ ଅତ୍ୟନ୍ତ
ରଖାଇ ତରଳ ଅଗସ୍ତ୍ୟ ସତ୍ୟ ବଶ ଏମନ୍ତ ।
ଇଚ୍ଛଇ ଅଛଇ ସ୍ତନର ଲକ୍ଷ୍ୟ କନକଧର
ତ୍ୟକ୍ତ ନ କରଇ ଜଳକକର କର ପ୍ରକର ।
ଜମ୍ବପର ସଙ୍ଗ ରଚନ ରଅବସନବଶ
ଏ ଘଟଣ ସମ ଘଟଇ ଘଟ ସ୍ବର୍ଣ୍ଣକଳଶ ।
ଶତଦଳ କଢ଼ ସ୍ତବକ ଚକ୍ର ଚକ୍ର ଉଭୟ
କନକ କଚ୍ଛପ ପର୍ବତବତ ଲକ୍ଷ ଉଦୟ ।
ମଦନ ବସନ ସଦନ ଏ କହଇ ଅଧମ
ଉଚ୍ଚ ସଞ୍ଚ ଘଞ୍ଚ କର୍କଶ ବହଇ ଏ ଉପମ ।
ହତ ମଉ ଚକ୍ର ଧରଇ ହର ଏମନ୍ତ ବଦ
ରସ ରତନ ରହସ୍ଥଳ ରମ୍ୟ ଉରଜ ପଦ ।
ପଦ ରଙ୍ଗ ନବ ପଲ୍ଲବ ଏକଲବ ଧରଇ
ସକଳଦଣ୍ଡ ଦଣ୍ଡବତ ଅଲକତ କରଇ ।
ନଖ ଝଟକଇ ଅଲକ୍ଷ ଗମନ ଛଦ୍ମ
ଅଚଳ ଉପଳ ଉପର ଜନ୍ମ କରଇ ପଦ୍ମ ।
ଚରଣ ପତନ ସ୍ଥଳର ରଣ ରଣ ଭ୍ରମର
କହଇ ଏ ସ୍ଥଳ କମଳ ରସଗନ୍ଧର ଘର ।
ଏମନ୍ତ ବଚନ ରଚନ କର ଭ୍ରମଣ ବନ
ଧନର ଗମନପ୍ରସଙ୍ଗ ସକଳର କଥନ ।
ଏକ ରକ୍ଷ ଦଶବଦନ ଅଙ୍ଗ ଗତ ରହଇ
ବଳ ବନ୍ଧନ ଏଣ ମତ ଇତସ୍ତତ ବହଇ ।
ଗଗନ ପଥଗତ ରଥ ପତ୍ରରଥ ସ୍ବଚ୍ଛନ୍ଦ
ଯଜ୍ଞ ଅନ୍ନ ଗତ ଶୁପଚ ହସ୍ତ ଦଇବ ମନ୍ଦ ।
ରଞ୍ଜନ ଉତ୍ତର ଶ୍ରବଣ କ୍ଷଣ ଖଗ ବରହ
ଉପଇନ୍ଦ୍ର ଭଞ୍ଜ ଶରଣ ଭଗଭୟଘ୍ନ ପଦ ।