shabd-logo

ପ୍ରଥମ ଛାନ୍ଦ ( ରାଗ-ମାଳବ)

19 June 2023

2 ଦର୍ଶନ 2

ଜୟ ଭକତବତ୍ସଳ ଜଗତ ଇଶ୍ବର

ଦରଶନ ନନ୍ଦନ ବନ୍ଦନ ଜନଙ୍କର । (୧)


ବରଧନ ଅନନ୍ତ ଯଶ ଏ ଜଗତର

କର ଧନ ଅନନ୍ତ ସହଜ ଭକତର । (୨)


ରକ୍ଷ ଚକ୍ରଧର କର ସକଳ ସମୟ

ରକ୍ଷଚକ୍ର ଦରକର ନବ ରସମୟ । (୩)


ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର

ଇନ୍ଦ୍ରପଦ ବହ ତପସ୍କର ସଙ୍ଗତର । (୪)


ଲକ୍ଷଣବନ୍ତ ଅଲକ୍ଷ ଲପନ ସହଜ

ସକଳ ଲକ୍ଷଣବନ୍ତ ଲକ୍ଷ୍ମଣ ଅଗ୍ରଜ । (8)


ବଡ ଦମ୍ଭପଣ ହତ କର ରକ୍ଷ ଗଣ

ଅଶରଣ ଶରଣ ଅମର ପ୍ରବରଣ । (୬)


ଅକଥନ କର୍ମ କର ପଦ ସ୍ପରଶର

ନବ ଅବୟନ୍ତ ହୋଇଥିବାର ପଥର । (୭)


ନଦ ତରଣର କଇବର୍ଷ ଅଘହର

ଜନକ ଜନପଦ ଗମନ ତତପର । (୮)


କର କଷ କରକଶ ବଶର ପ୍ରଭବ

ଖଣ୍ଡନ ଏରଣ୍ଡ ଦଣ୍ଡବତ ଅଜଗବ । (୯)


ଉପଯମ ବଶବଡ ମଙ୍ଗଳ ସର୍ଜନ

ଜନକ ନବର ବର ପଦ ସରଞ୍ଜନ । (୧୦)


ସପ୍ଳବନ୍ତ ରହିଃସ୍ଥଳ କଳତ୍ରର ସଙ୍ଗ

ନବ ନବ ରସ ରତ ନବରତରଙ୍ଗ । (୧୧)


ସତ୍ଵର ମଣ୍ଡନ କର ସର୍ବ ଗର୍ବ ହର

ପରମରମ୍ୟ ବର୍ଦ୍ଧନ ଲବ ଲବ କର । (୧୨)


ସ୍ବବଳସହ ଗମନ କରଣ, ପଥର

ସହସ୍ର କର କ୍ଷୟକ ଗରିବ ଅନ୍ତର । (୧୩)


ଶମଲବଧର ସମ୍ୱତ୍ସର ଦ୍ବୟଗତ

ଅମର ଶରଣ ଭୟଚୟ କ୍ଷୟଅର୍ଥ । (୧୪)


ସତ୍ୟସନ୍ଧ ମଣ୍ଡନ ଜନକ ବଚସ୍କର

ଜଟା ବଳକଳପଟବହ ବନଚର । (୧୫)


ଲକ୍ଷଣଶଙ୍କର ଧରଶବ୍ଦବହ ସଙ୍ଗ

ଛଦନ ସଦନର ରଚନ ରସରଙ୍ଗ । (୧୬)


ମହତ୍ତମ ସମର୍ପଣ କଳମଷ ହର

ଦଣ୍ଡକଗତ ଦଣ୍ଡକ ପଥ ଅଶ୍ରପର । (୧୭)


ଅକପଟ ବଡପଣ ସମ୍ପଦ ଅବଶ

ସମର୍ପଣ କଟକ ଭରତ ସମଯଶ । (୧୮)


ବନଭବନଜନର ମନର ଭରମ

ଅବୟବଅନ୍ତ ଏମଦନ ବର ରମ୍ୟ ।(୧୯)


ଅଭୟପଞ୍ଜର ତବ ଉଭୟ ଅନ୍ତର

ରସ ବର୍ଣ୍ଣନର, ମମ ମନ ତପତର । (୨୦)


ସଦୟ କର ସଦୟ ଅର୍ଶନ ବହନ

କର ଉତ୍ତମ ରସଜ୍ଞ ଜନ ତନମନ ।(୨୧)


ନଭସଦ ଉରଗ ନର ଦରପ ହର

କନକ ନଗରଈଶ ଦଶବଦନର । (୨୨)


ଖର ଖର ଦହନ ଗହନ ମଧ୍ୟଗତ

ଦଶକନ୍ଧର ଲବଧ ଏମନ୍ତ ଉଦର । (୨୩)


ଏକ ଉଦର ଜନନ ଗନ୍ଧଗ୍ରହ କଣ୍ଠ

ଖଣ୍ଡନ ଦଣ୍ଡ ଦର୍ଶନ କ୍ଷଣ ଛନ ଛନ ।(୨୪)


ଦଣ୍ଡକଅରଣ୍ୟ ଗତ ଏମନ୍ତ ଲମ୍ଫଟ

ରକ୍ଷ ଜଣଙ୍କ ରତନ ଏଣକ କପଟ । (୨୫)


ତତକ୍ଷଣ କନକ କମଳର ଇକ୍ଷଣ

ଅଙ୍ଗଣ ସ୍ପର୍ଶନଗ ସର ସମ ଉଟଜ । (୨୬)


ଲଙ୍ଗଳ ଅଗ୍ରଶବଦଧରଣ ଅଗ୍ରତ

ଝଟ ଝଟ ଚହଟ ଚଳ ଅନବରତ । (୨୭)


ଦଶ ଦରଶନ କ୍ଷଣ ଦଇବର ବଳ

ଧବ ଅଗ୍ରତ ଏସନ କଥନ ଚପଳ ।(୨୮)


ଉଠ ଈଶ ସନ୍ଧ ଶର ବଧ ଏ ଚମର

ବର କବର ଗର୍ଭକ ଅର୍ଥ ଦତ୍ତ କର ।  (୨୯)


ନଚବର ବଚବିଶ ସୃଜନର ବ୍ରତ

ଖରପର ଗମନ କରଣ ସମମତ | (୩୦)


ପବନରଥ ଚତୁର ଅନ୍ତର ସତ୍ଵର

ଚରମ ଗତ ଅନନ୍ତ ପ୍ରହରକ ଶର । (୩୧)


ମରଣର ବଶ କର ଅମଙ୍ଗଳ ସ୍ବର

ଶ୍ରବଣ ପର୍ଣ୍ଣସଦନ ଦ୍ବୟ ଜନଙ୍କର । (୩୨)


ଗମନ ଉଦ୍ୟମ ଲକ୍ଷ୍ମଣର ଅଦର୍ଶନ

ଉଷଣ ପଦବହକ କଥନ ଏସନ । (୩୩)


ରଖ ଲକ୍ଷ୍ମଣ ଶବଦ ଶ୍ରବଣ ସହଜ

ନ କର ତ ଗମନ ଭରତ ଅବରଜ । (୩୪)


ମମ ବଲ୍ଲଭର ସହ କପଟ ଗମନ

ଭରତ କଳତ୍ର କରଣର ତବ ମନ । (୩୫)


ଅନ୍ତସକରଣ ଗତ ଭାଲୁ ଏ ବଚନ

ଅମରଷବଶ ଗତ ଚମ୍ପକବଚନ । (୩୬)


ଏସମୟ ଦଶକନ୍ଧ କପଟ ତପସ

ରଚନ ମନରଞ୍ଜନ ବଚନ ରହସ । (୩୭)


ଅସମମତର ତରତର ବଳକର

ତମ ଦରଷଣ ବତ ହର ଶଶଧର । (୩୮)


ମର୍ତ୍ତ୍ୟଭବ ବନଜ ଭବନ ଜନ ସତ

ନୟନ ଲପନ କର ପଦ ତଦବତ । (୩୯)


ଉନ୍ନତ ଉରଜ କଢ ଉଦରର ଛନ୍ନ

ଲଙ୍କଈଶ ପ୍ରଭଞ୍ଜନ ବତ ସକମ୍ପନ । (୪୦)


ଜନକ ଆପଣ ତପ ଅର୍ଜନ କନକ

କମଳଭବ ରଚନ ଉତ୍ତମ ପଦକ । (୪୧)


ମହତ ନରବରକ ବକ୍ଷର ମଣ୍ଡନ

କର୍ମ ମଦ୍ୟପ ତସ୍କର କରର ପତନ । (୪୨)


ରଥଗତ କ୍ଷଣ ଘନ ସମୟର ସମ

ନୟନ ଜଳଦ ଗଣ୍ଡସ୍ଥଳ କରିଦମ । (୪୩)


ନଦଜନମ ମନ୍ତ୍ର ଦ୍ବୟ ସ୍ତନତଟ

ଗନ୍ଧଗ୍ରହ ପବନ ପ୍ରଖର ପରକଟ । (୪୪)


କଳକଣ୍ଠ କଣ୍ଠବନ୍ଦ ତମସ ଜଗତ

ଅଦରଶନ ଧବଳକର ହସ ସତ । (୪୫)


ଅସ୍ରପଇନ୍ଦ୍ର ଶବର ବନଗତ ମତ

ଖଗବର ତନୟ ସରଭ ଉପଗତ । (୪୬)


ଜୟ ସରଥ ଭକ୍ଷଣ ସମୟ ବମନ

ହସ୍ତଗତ ଖଡଗର ତଷଣ ହନନ୍ । (୪୭)


ପତନ କଷ୍ଟ ଚଡକ ଦମ୍ଭଦର ପର

ଉଚ୍ଚରବ ଷଡକ ଶବଦ କର କର । (୪୮)


ପତଙ୍ଗ ବତ ସ୍ୱନ୍ଦନ ଗମନ ଗଗନ

ଧରଦନ୍ତ ପତସ୍ଥ ପବଗ ପଞ୍ଚଜନ । (୪୯)


ଦରଶନ ବଲ୍ଲଭ ଯଶ ପ୍ରକଟକ

ପତନକର ବସନ ରତନ କଟକ । (୫୦)


ଅର୍ଣବ ମଧ୍ଯ ନଗର ଉପବନ ସ୍ଥଳ

ରକ୍ଷ ସଉଦ ସଦନ ମଧ୍ୟଗତ ଖଳ । (୫୧)


ସହସ୍ର ନୟନ ଦତ୍ତ ଅମରଅଶନ

ତତକ୍ଷଣ ସପ୍ରସନ୍ନ ସକଳ କଥନ । (୫୨)


ନମ ଲପନ ଏକତ ଗଣ୍ଡ ଖଣ୍ଡ କର

ସକଳ ଲକ୍ଷଣ ଉପସ୍ଥଳ ଜର ଜର । (୫୩)


ବଲ୍ଲଭ ଜପ ରସଜ କରି ପଲ୍ଲବର

ଏସନ କରଣ ସହ ସମ୍ପଦର ଘର । (୫୪)


ଉପଇନ୍ଦ୍ର କରଇ ସହସ୍ର ଦଣ୍ଡବତ

ଜନମ ଜନମ କରି ତବର ଭକତ । (୫୫) 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ by ଦ୍ୱାରା ଅଧିକ ପୁସ୍ତକ

13
ପ୍ରବନ୍ଧଗୁଡିକ
ଅବନା ରସତରଙ୍ଗ
0.0
It would not be an exaggeration to call ‘Abana Rasataranga’ a great, rare poem. We see in it the great poetry of the poet, the culmination of scholarship. Ramayan is based on the story of the ‘Abana Rasataranga’ like ‘Baidehish Bilas’.‘Abana Rasataranga’ is a small yet meaningful, unparalleled creation of the poet. We hope it will be well received by enlightened critics, critics, researchers and readers alike. “Abana Rasatarang” is a collection of poems written by the famous Odia poet Upendra Bhanja. The book contains some of his finest works written in a rich and rhythmic language, showcasing the poet’s mastery over the art of poetry. The poems in the book are inspired by various facets of life, ranging from love, nature, spirituality, and human emotions. The book is divided into different sections, each section highlighting a particular theme that the poet wishes to convey.
1

ପ୍ରଥମ ଛାନ୍ଦ ( ରାଗ-ମାଳବ)

19 June 2023
0
0
0

ଜୟ ଭକତବତ୍ସଳ ଜଗତ ଇଶ୍ବର ଦରଶନ ନନ୍ଦନ ବନ୍ଦନ ଜନଙ୍କର । (୧) ବରଧନ ଅନନ୍ତ ଯଶ ଏ ଜଗତର କର ଧନ ଅନନ୍ତ ସହଜ ଭକତର । (୨) ରକ୍ଷ ଚକ୍ରଧର କର ସକଳ ସମୟ ରକ୍ଷଚକ୍ର ଦରକର ନବ ରସମୟ । (୩) ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର ଇନ୍ଦ୍ରପଦ ବ

2

ଦ୍ବିତୀୟ ଛାନ୍ଦ ( ରାଗ-ବିରାଡି)

19 June 2023
0
0
0

ଏ ଅନନ୍ତ ରସ କରି ଶ୍ରବଣ ସଜ୍ଜନ ଏଣ ହତ କ୍ଷଣ, ଗତ ବସନ୍ତ ବସନ । (୧) ଛଦନ ସଦନ ଅପ୍ରସନ ଦରଶନ ଦମ ଦମ ବତ୍ସ ସ୍ବଚ୍ଛ ମନ ଛନ ଛନ । (୨) ଉଚ୍ଚ ବଚ ରଚନ ଉଦକ କର ଦତ୍ତ ରଚ ଚକ ଯତନ, ରତନ ଏଣ ହତ । (୩) ଧନ ଅଜନ ବହନ ଏ ମଉନ ବହ କହ କହ ବଚନ ଉ

3

ତୃତୀୟ ଛାନ୍ଦ ( ରାଗ-ମଙ୍ଗଳଗୁଜ୍ଜରୀ)

20 June 2023
0
0
0

ଅଜନନ୍ଦନ ନନ୍ଦନ ଭ୍ରମଣବନ ଏମନ୍ତ ଭକତ ବଶ ଘନ ବରନ । (୧)  ପୟ ଦତ୍ତ ବରଜ ତନୟ ତରସ ତତପର ଏ ବରଦ ମହ ହରଷ । (୨)  ଶବର ରଦନ ପଦ ରଞ୍ଜନ ଫଳ ଦତ୍ତକ୍ଷଣ ଭକ୍ଷଣ ଜଗତ ମଙ୍ଗଳ । (୩)  ଦଇବ ବଳ ପବନ ନନ୍ଦନ ସଙ୍ଗ ପରସ୍ପର କଥନ ସକଳ ପ୍ରସଙ୍ଗ ।

4

ଚତୁର୍ଥ ଛାନ୍ଦ

20 June 2023
0
0
0

ପ୍ରକଟ ଘନ ସମୟ, ଘନ ପଟଳ ଉଦୟ ଧନ୍ୟ ରସଜନ୍ୟ ସ୍ଥଳ, ଦରଶନର ରତ ଷଣ୍ଢ ମଉଭର ନଟନ ଅଚଳପର, ତପ ଅନ୍ତକ ଅନଙ୍ଗ ମଙ୍ଗଳକର ଏ ଡର ସମ୍ଭବ ସଉଧ, ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ । କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ ଦନ୍ତ ରଟ ମଟ କର ଉର୍ଦ୍ଧ

5

ପଞ୍ଚମ ଛାନ୍ଦ

21 June 2023
0
0
0

ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର । (୧) ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର ଧରଇ ପରସଦନ ଗତମନ ଉପଧବ ତସକର । (୨) କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର ତରସ୍ତ ହତକ ଏମନ୍ଦ ପରର ତ୍ଯକତ ନଗ

6

ଷଷ୍ଠ ଛାନ୍ଦ

21 June 2023
0
0
0

ରାଗ-ଚକ୍ରକେଳି ଅବରଜ ବଚନର ମଉନ ଏ ସମୟର ବହଲ ପବନ । (୧) ଖରପର କଥନ ଏ ଉତ୍ତର ତବ ତନୟ ମମ ସହଚର । (୨) ମମ ସହଜ ସଦୟ ଅରହ ନ ବହ ଏ ଅବୟବ ନ ଦହ । (୩) ଉପଗତ ଏସନ ଅସମୟ ମଳୟଜ ଦହନ ଧନଞ୍ଜୟ । (୪) ସତ କରମ କରଇ ସକଳ ହର ଅଶନ କରକ ଗରଳ

7

ସପ୍ତମ ଛାନ୍ଦ ( ରାଗ-ବସନ୍ତ)

22 June 2023
0
0
0

ଅସମଶର ଉଚ୍ଛନ୍ନ କରଇ ତ କଥନ କମଳନୟନ କର ଜଳଧର ସଦୟ ଉଦୟ ନ କର ବର ଗରଜନ ଜଳଦ, ଚଳକ କନକ ନଗର ନକର ସଖ ପରଖର ପବନ ଜଳ ବରଷଣ ନ କର । ମମ ଧନର ଏସନ ପରସନ୍ନ ଚପଳ କର ଦରଶନ ତଳତଳପ କରଣ ହତ ସତ କଜ୍ଜଳ ସଜଳ ନୟନ ଜଳଦ, ସତ ଏ ଯଶ ଅରଜନ ଦହନକ

8

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

9

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

10

ନବମ ଛାନ୍ଦ ( ରାଗ-ଆଷାଢ଼ ଶୁକ୍ଳ)

24 June 2023
0
0
0

ବକବର କର ଶ୍ରବଣ, ଏମନ୍ତ ପରମ ରମ୍ୟଈକ୍ଷଣ ମଦନମଦ ବରଧନକର, ସକଳ ଚପଳ ଚଞ୍ଚଳତର ଜଗତରଞ୍ଜନ, କର ଭୟକ ଶରଣ ଅଞ୍ଜନ । ଅଳକ ଛନ୍ନ ଜଳଜତନୟ, ରଚନ ଏସନ ଅକ୍ଷରଚୟ ସଙ୍ଗରଙ୍ଗ ଅଧବଳ ଧବଳ, ସତ, ରଜ, ତମ ସଜ୍ଜନସ୍ଥଳ ସ୍ବର୍ଗତକ ମର୍ତ୍ତ୍ୟ, ଅନ ଉପମ ଏ

11

ଦଶମ ଛାନ୍ଦ ( ରାଗ-ରାମକେରୀ)

24 June 2023
0
0
0

ସଲକ୍ଷଣ ମଖ ରକ୍ଷଣ ତଇ ଅଚର ଇନ ଚଳଇ ଫରଳ ପର ଚଞ୍ଚଳ ମନ । ଖଗ ନଗ ଅଗ୍ର ରଚନ ସପ୍ରତନ ବଚନ କହ କହ କଲ ଏସନ ପରସନ୍ନ ଦର୍ଶନ । ସତ ଶତ ଶତ କଳପ ଏକମନ ମଦନ କରଣ ଇଇଳ ରତନ ଅପଘନ ଯତନ । ସ୍ବର୍ଷ ବର୍ଷ ଲକ୍ଷ ଇଚ୍ଛଇ ସମ ଅସମରଥ ପଡଇ ଅନଳ ଜଡଇ ଜଳ

12

ଏକାଦଶ ଛାନ୍ଦ ( ରାଗ-କାଳୀ)

26 June 2023
0
0
0

ଗତ କର୍ମଟକଟକ ମଧ୍ୟ ଲକ୍ଷ୍ମଣ ଖରତର ଜବ ଖଡଦ ତନୟ ମଦ ମର୍ଶନ ଏକ ଶବ୍ଦ । ନକ୍ଷତ୍ର ଶବ୍ଦ ରଞ୍ଜନ ବନ ଅର୍ଘ୍ୟ ବନ୍ଦନ କର ସତ୍ବର ଅମରଷ ଅନ୍ତର ପ୍ରସନ୍ନ ଦର୍ଶନର । ପ୍ରବଗବର୍ଗ ସଙ୍ଗ ଲକ୍ଷ୍ମଣ ପରିଶ୍ରବଣ ଗତ ଘନ ବଚନ ହରଷ ଧନ ଲଭ୍ୟକରକ । ଖରବ

13

ଦ୍ବାଦଶ ଛାନ୍ଦ ( ରାଗ-କଳସା)

26 June 2023
0
0
0

ଏ ସମୟ ବସନ୍ତ ରଞ୍ଜନର ସମୟ ହରଷକର ସନ୍ତତ ଜଡ ବର ଚୟ । ଜମ୍ବପର ମଳୟ ଗମନ ତତପର ପଦ୍ମଭବ ବ୍ରହ୍ମନଗ ପରି ବସ କର । ବନ ଭ୍ରମଣ ରଚନ ଧନବନ୍ତ ନର ପ୍ରଭଞ୍ଜନ ଇଞ୍ଜନ ବ୍ୟଜନ ସର୍ବକର । ସହଜ ମଦନ ସଖ ସହ ସରଞ୍ଜନ ନରଧବ ପଦର ଭୟଦ ଏକ ଜନ । ଏ ସ

---

ବହି ପଢ଼ନ୍ତୁ