shabd-logo

ଚତୁର୍ଥ ଛାନ୍ଦ

20 June 2023

0 ଦର୍ଶନ 0

ପ୍ରକଟ ଘନ ସମୟ, ଘନ ପଟଳ ଉଦୟ

ଧନ୍ୟ ରସଜନ୍ୟ ସ୍ଥଳ, ଦରଶନର

ରତ ଷଣ୍ଢ ମଉଭର ନଟନ ଅଚଳପର,

ତପ ଅନ୍ତକ ଅନଙ୍ଗ ମଙ୍ଗଳକର

ଏ ଡର ସମ୍ଭବ ସଉଧ,

ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ ।


କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ

ଦନ୍ତ ରଟ ମଟ କର ଉର୍ଦ୍ଧ ନୟନ,

ପଥ ଗତ ଜନଙ୍କର, ପ୍ରଭବ ଏମନ୍ତ ଦର,

ତର ସରସ ଭଲ୍ଲିକବର ଏ ଘନ

ଏଣ ଶଶ ହୟ ଦର୍ଶନ,

କବଳ କରଇ ଧର ଚନ୍ଦ୍ର ତୃପନ ।


ଜଗତ ତମ ସମୟ, ନଭ ଦରଶନ କ୍ଷୟ,

ଦରଶମତ ସକଳ ଦଣ୍ଡ ସଘନ,

ଅହ ହତ ମହଭୟ ଉଦୟ ଚକ୍ର ଉଭୟ

ମହତ ରକ୍ଷକ ସତ ବନଜ ବନ

ତସ୍କର ପ୍ରକର ହରଷ,

ଉପଧବ ପରସଦ୍ମ ଗତ ରଭସ ।


ତଡିତ ମଧ୍ଯ ଅକ୍ଷର, ଇବନ୍ତ ଘନ ଉଦର,

ଝଟ ଝଟ ଝଟକଇ ଏସନ ମତ

ସମ୍ଭର ଅନ୍ତକ କର, ଝଡଗ ଝଲକତର,

କମ୍ପନ ସଭୟ ମନ ହନନ ବତ !

ଚମ୍ପକ ଗର୍ଭକ କବର,

ମତ ରଞ୍ଜନ ଧରଇ ନଭ ଉଦର ।


ଅନନ୍ତ ପୟ ପତନ, ପର ନଗରସ୍ଥ ଜନ

ଇତସ୍ତତ ନ ସରଇ ଅନବରତ

ବନ ଧନଞ୍ଜୟ ହତ, ପ୍ରଜ୍ବଳ ଅନ୍ତର ଗତ,

ଅନଙ୍ଗ ଦଇବ ବଳ କର୍ମ ଏମନ୍ତ ।


ବହଇ ପ୍ରଖର ପବନ,

ଉଡଇ ଉଦକ କଣ ଜନ୍ମ କମ୍ପନ ।


ପଲବଲ ହତପକ୍ଷ ଏ ଦକ ସହସ୍ର ଅକ୍ଷ,

ବହଇ ଚଡକ ବଶ ଦହଇ ନଗ,

ପ୍ରଜ୍ବଳ ଶଲଭ ଗଣ ଲକ୍ଷକ ଅନଳ କଣ

ଭକ୍ଷ ବଶ ହତ ଚନ୍ଦ୍ରରତ ପତଙ୍ଗ,

ବରଷଇ ଘନ ଉପଳ,

ଧରଷଇ ଅଧ୍ବଗର ଦମ୍ଭ ଚପଳ ।


ରଙ୍ଗ ଜଳମୟ ନଦ ଭଙ୍ଗ ଗର୍ଜନ ଭୟଦ

ଭ୍ରଷ୍ଟ ତଟ ନଗବର୍ଗ ଦରଶନର

ଧବଳ ଛଦ ସମ୍ବଳ, କରକ କମଳ ଦଳ,

ଗମନ ସ୍ବନ ଅବଳ, ସରଉଦର

ଖର୍ବ ପର୍ବତମାନଙ୍କର,

ଉପର ସ୍ଥଳ କର୍କର ବହଇ ଝର ।


କର୍ଦ୍ଦମ ସର୍ବ ଅୟନ ତ୍ୟକତ ସର ଶୟନ

ହୟ ପର ଶୟବତ ଜବସ ଘନ

ଗଗନ ମଣ୍ଡକ ବକ- ପ୍ରକର ଉଚ୍ଚ ରବକ,

ଅଳମକ ମକମକ ପତନ କର୍ଣ୍ଣ

କଳକଣ୍ଠ ମଉନ ସତ,

ଖଳ କଳହ-ବଶର ସଜ୍ଜନ ମତି ।


 ଶକ୍ରଅଗ ଚକ ନବ, ସ୍ତବକବନ୍ତ କଦମ୍ବ,

ଗନ୍ଧଭର ମଙ୍ଗ ଅଷ୍ଟପଦ ବରଜ

ଧବ ଅନ୍ତକଜନ, ଅଞ୍ଜନ ଜଳ ରଞ୍ଜନ,

ସକଣ୍ଟକ ଗଣ୍ଡବତ ରମ୍ୟ ସହଜ,

ସମସ୍ତ ସମୟ ଦର୍ଶନ,

ପ୍ରସବଣଧର ପର ପଦ ନୟନ ।


ଅମରବର ରତନ ବତ ବରନ ଯତନ,

ଭରତ ଅଗ୍ରଜ ଜନ ଆରତହର,

ଏମନ୍ତ ରମ୍ୟ ସଦନ, ଦର୍ଶନ କ୍ଷଣ ବଦନ,

ଉପଯମ ମଦନ ବଶ ସତ୍ଵର,

ଅମଳ କମଳ ଈକ୍ଷଣ,

ଅଶରଣ ଶରଣ ଅରକ୍ଷ ରକ୍ଷଣ ।


ଖଳ ଦଇବ ବଶର କଦନ ମଦନ ଶର,

କରଇ ଅନବରତ ବଡ ଅପକ୍ଷ

ଶ୍ରବଣ ଘନ ଗର୍ଜନ କ୍ଷଣ ମନ ଛନ ଛନ୍ନ,

ରସ ରତନ ଆକରଚଉର ରକ୍ଷ,

ଆସଇ ଭ୍ରମର ଏମନ୍ତ,

ଖଡଗଧର ଉଟଜ ଚତୁର ଗତ । 


ଦରଶନ ନବଘନ ବକ ପ୍ରକର ଦରଶନ

ଘନ ଘନ ଜଳକଣ ମଦ ପତନ

ଏସନ ଭ୍ରମ ସହଜ, ସୁର ଭବ ଜୟ ସଜ

ଅଞ୍ଜନ ମତ୍ତଗଜର କନ୍ଧ ମଣ୍ଡନ,

ଗରଜନ ପଟହସ୍ବନ

ସଦନ ନନ୍ଦକ ଭଟ ଯଶ କଥନ ।


ଷଡବଦନ ସ୍ୱନ୍ଦନ ଚନ୍ଦକ ଛତ୍ରଧରଣ

ଭ୍ରମର ଡଗର ବଜ୍ର ଅସ୍ତ୍ର ଉଜ୍ଜଳ

ଚନ୍ଦ୍ରଶରର ଅଶନ ସତ ତଦ୍ଦ ତରଞ୍ଜନ

ଲକ୍ଷ ଦର ଶବଦ ଚହଳ ଗହଳ,

ଏ ସ୍ତବ କଥନ ସତ୍ବର,

ମମ ଏକଜନ ହର ଭ୍ରମ ନ କର ।


ଜନକ ସତ୍ୟ ବତ୍ସଳ, ଗମନ ଗହନସ୍ଥଳ,

ଭସ୍ମ ଚର୍ମ ଜଟଧର ନାଗ ଭବନ,

ଅନଳ ତଳର ସତ, ଅର୍ଷ ଶଶଧରବତ

ଦଗ୍ଧ ସ୍ବର୍ଣ୍ଣବତ ଧନ ଦତ୍ତ ବସନ,

ତବ ପର ତ୍ରୟନୟନ

ଉରଗ ଅଙ୍ଗଦ ବୃଷଧ୍ବଜ ଉଲଗ୍ନ ।


ଚଳ ଚଳ ମନରଥ, ରଜତପ୍ରସ୍ତ ପ୍ରମଥ

ବର ସଙ୍ଗ ଅନରଥ ସମର୍ଥପଣ

ଏକସ୍ଥ ଦମ୍ଭ ନ ମନ୍ଥ, ଏ ଯଶ ପ୍ରକଟ ବ୍ୟର୍ଥ

ନ ବହି ନ ବହ ଏଣୁ ମଦ ଲକ୍ଷ୍ମଣ

ସର୍ପସମ ପର ଅପର,

ନ କର ନ କର ହତ ପଞ୍ଚମଶର ।


ଭସ୍ମ କରଇ ଇନ୍ଧନ, ହତ ଦହନ ବହନ

ମମ ହତ ଅନ୍ତ ତବ ଏସନ ଦଣ୍ଡ

ଅନୁଭବ ଅଛଇ ତ, ଦଗଧ କଷଣ ସତ

ମହଅଯଶ ନମଣ୍ଡ ଏ ମର୍ତ୍ତ୍ୟଖଣ୍ଡ

ଖଳ ଦଣ୍ଡଇ ନତଜନ

ତବ ବଡ ଯଶ ଚକ୍ରଧର ନନ୍ଦନ ।


 ଏ ଦଶରଥ ନନ୍ଦନ, ଶରଣ ଭୟକ ଜନ,

କରଇ ସ୍ତବ ଏମନ୍ତ କରି ଏମନ

ତବ ଧନ ହରଣକ ପରମ ସମ୍ବର ଲକ୍ଷକ

ମମ ପର ଦଶକନ୍ଧ ଯତନ,

କରଣ ରକ୍ଷଣ ଏ ଘଟ

ରସଜ୍ଞ ଜନନସହ୍ୟ ଅନ୍ତର କଷ୍ଟ ।


ଘନ ପ୍ରବଳ ଏମନ୍ତ ଚଇତନ ଉପଗତ,

ଜପନ ମଧ୍ୟର ଗତପ୍ରସଙ୍ଗ,

ଜଳଦ ଗରଜନ କର ଶ୍ରବଣ କମ୍ପନ,

ତର ତର ଗମନ ମଣ୍ଡଇ ଉତ୍ସଙ୍ଗ,

ଶୟନର ଲବ ଅନ୍ତର

ନ କରଇ ଉରଭର ଧନ ଭୟର ।


ଏ ଡର ବଡ ଜନନ, ରକ୍ଷ ରକ୍ଷଣ ଏଜନ,

ଚନ୍ଦନ ମହ ଉରଗ ରକ୍ଷଣ ମତ

ଅଲକ ଅନ୍ତର କ୍ଷତ, ବରଷ ମଣଇ ସତ,

ଏ ଜନ ନବ ପର୍ବତ ଅନ୍ତର ଗତ,

କଳ ଐଳନନ୍ଦନ ସମ,

ଦଇବ ବରର କଷ୍ଟ ସକଳ ସମ ।


ସ୍ବଚ୍ଛ ବସ ବଦ୍ର ସ୍ଥଳ, ଖର କରଜ ଲଙ୍ଗଳ,

ବଶର କର୍ଷକ କର ସହଜ ଧନ,

ହରଷ ଶସ୍ୟ ସମ୍ପଦ, ବରଧନ ରସପ୍ରଦ

ରକ୍ଷଣ କର ବରଣ ମଧ୍ଯ ସତନ

ଏ ଯତ୍ନ ଭଗନ ରଭସ

କବଳର କଷ୍ଟ ଏଣ ସଫଳ ଶସ୍ୟ ।


ଚନ୍ଦ୍ର ଉପଳ ଦ୍ରବଣ, କରଇ ଶଶମଣ୍ଡନ

ତଦବତ ମମ ଦ୍ରବଣ କରଇ ଧନ

ଏ ଅପଘନ ଇନ୍ଧନ, ସତକରଇ ଚନ୍ଦନ

ଦଗଧଇ ସ୍ମର ଜ୍ବଳନ

ତ୍ୟକ୍ତ ନ କରଇ ବଶ ଗନ୍ଧ ସଦନ । 


ଧନ ଶତପତ୍ର ବନ, ମକରନ୍ଦ ପୟ ମନ,

ଅନ ରସ ନ ଇଚ୍ଛଇ ସନ୍ତତ ବଶ,

ସତ ଛଇଳ ରତନ, ରମ୍ୟ ଅର୍ଣ୍ଣବମଜ୍ଜନ

ଉଚ୍ଚସ୍ତନ ଅମରଧର

ସଙ୍ଗ ସଙ୍ଗ ପତଙ୍ଗ କର କର ।


 ଧନର ଅଙ୍ଗ ସଙ୍ଗମ ଭଷ୍ମ ସମୟର ରମ୍ୟ

ସତ ମଳୟକ ସମ ତପତି ହର

ଜଡ ସମୟ ଜଡନ ତପନ କର ରଞ୍ଜନ

ଉଭୟ ମତ ରଞ୍ଜନ ଏ ସମୟର

ଏମନ୍ତ ରଙ୍ଗ ନ ଧରଇ

ଶମ, ଚମ, ବ୍ରହ୍ମଚର୍ଯ୍ୟ ଦମ୍ଭ ହରଇ ।


ଅଙ୍କଗନ୍ଧ ଚହଟଇ, ପଦ୍ମଗରବ ସରଇ,

ଗନ୍ଧଗ୍ରହ ନ ସରଇ ଆନ ଗନ୍ଧର

ପୟର ପତନ ସ୍ଥଳ, ବସଇ ମତ ଭ୍ରସଳ

ଇଚ୍ଛଇ ଏତ କମଳଚୟ ଈଶ୍ବର

ଏମନ୍ତ ରଞ୍ଜନ ଗମନ,

ଚଳଇ ମନମଥର ସ୍ବର୍ଣ୍ଣସ୍ୟନ୍ଦନ ।


ଭର ଉପର ଶୟନ, ସମୟର ମମ ଧନ

ମହାଉଜ୍ଜଳ କନକ ପଦକ ମତ

ତଡିତ ମଧ୍ୟ ଅଧର, ଇବନ୍ତ ଘନ ଉଦର

ଝଟକ ବଡ ଛଟକ ବହଇ ସତ!

ନଭସଦ ପଲକ ହର

ମମ ପଲକ ଅନ୍ତର ବଡ ନ କର ।


ଧକ ରମ ସ୍ବର୍ଣ୍ଣସର, ସ୍ବଚ୍ଛ ଘନ ରସଭର

ସଗନ୍ଦ ଅମଳ ଶତଦଳର ସ୍ଥଳ

ରଚଇ ରସତ ସତ, ଧବଳପକ୍ଷର ମତ

କରମ ଅନ୍ତର ଗତ ମନ ଚଞ୍ଚଳ।

ବହୁ ଲୟ ତପସ ମତ

ସର୍ବଦଣ୍ଡ ଏକ ଲୟ ମମ ଏ ସତ ।

ଶର୍କର ଲକ୍ଷ ବଚନ, ଏ ପଦ ବହଇ ଧନ,

ବଶ ଶ୍ରବଣ ନୟନ ସତ ଏଥର

ବଡ ଷଡରସର, ଏ ଦ୍ରବ୍ୟ ଅଶନ କର

ସନ୍ତତଜ ନ ରସଇ ଅନ୍ୟ ରସର,

କରତ ମନର ଜଳଦ,

ଅଟଇ ଧନ ସକଳ ହରଷ ପ୍ରଦ ।


ରସ ଉତ୍ତର ମନ୍ତର, କରଇ ସତ ଅନ୍ତର,

ଅନ୍ତରଗତର ସ୍ମର ଉରଗ ଗର,

ଉରଜ ଦ୍ବୟ ଚନ୍ଦନ, ଗହ ହରଇ ବହନ


କ୍ଷତ ପ୍ରଚଣ୍ଡ ଜଳନ ତତପରର

ଅନ୍ତର ଏସନ ଦଣ୍ଡଇ,

ସମ ଦମ ବ୍ରହ୍ମଚର୍ଯ୍ୟ ଦମ୍ଭ ଖଣ୍ଡଇ ।


ସ୍ମର ଜ୍ବର ହର ରସ, ଅଟଇ ଧନର ରସ,

ତଦ ଉପକରଣ କରଇ ରଚନ,

ଯତନ ବସ୍ତୁର ପର ହରଇ କରଇ କର,

ପତନ କରକ ଫଳ ଉନ୍ନତ ସ୍ତନ ।


ମମ ଅନ୍ଧ ଅବନ ଦଣ୍ଡ,

ଅନ୍ତର ଏଥ୍ ଉପର ଅଛଇ ଦଣ୍ଡ । 


ଏ ସମୟ ଝର, ଝର, ବରଷଣ ତର ତର,

ପ୍ରବଳ ପ୍ରକଟ ଘଟ ଘଟ ଶବଦ,

ପ୍ଲବଗଣ ଭକ ଭକ, ସମଦ, ରବକ ବକ

ଖର ଖର ଅନ୍ତକର ପ୍ରଳୟ ପ୍ରଦ

ଲକ୍ଷଣ ରଚଇ ଯତନ

ଉପଇନ୍ଦ୍ର ଭଞ୍ଜର ଏ ରସ ରଚନ ।


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ by ଦ୍ୱାରା ଅଧିକ ପୁସ୍ତକ

13
ପ୍ରବନ୍ଧଗୁଡିକ
ଅବନା ରସତରଙ୍ଗ
0.0
It would not be an exaggeration to call ‘Abana Rasataranga’ a great, rare poem. We see in it the great poetry of the poet, the culmination of scholarship. Ramayan is based on the story of the ‘Abana Rasataranga’ like ‘Baidehish Bilas’.‘Abana Rasataranga’ is a small yet meaningful, unparalleled creation of the poet. We hope it will be well received by enlightened critics, critics, researchers and readers alike. “Abana Rasatarang” is a collection of poems written by the famous Odia poet Upendra Bhanja. The book contains some of his finest works written in a rich and rhythmic language, showcasing the poet’s mastery over the art of poetry. The poems in the book are inspired by various facets of life, ranging from love, nature, spirituality, and human emotions. The book is divided into different sections, each section highlighting a particular theme that the poet wishes to convey.
1

ପ୍ରଥମ ଛାନ୍ଦ ( ରାଗ-ମାଳବ)

19 June 2023
0
0
0

ଜୟ ଭକତବତ୍ସଳ ଜଗତ ଇଶ୍ବର ଦରଶନ ନନ୍ଦନ ବନ୍ଦନ ଜନଙ୍କର । (୧) ବରଧନ ଅନନ୍ତ ଯଶ ଏ ଜଗତର କର ଧନ ଅନନ୍ତ ସହଜ ଭକତର । (୨) ରକ୍ଷ ଚକ୍ରଧର କର ସକଳ ସମୟ ରକ୍ଷଚକ୍ର ଦରକର ନବ ରସମୟ । (୩) ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର ଇନ୍ଦ୍ରପଦ ବ

2

ଦ୍ବିତୀୟ ଛାନ୍ଦ ( ରାଗ-ବିରାଡି)

19 June 2023
0
0
0

ଏ ଅନନ୍ତ ରସ କରି ଶ୍ରବଣ ସଜ୍ଜନ ଏଣ ହତ କ୍ଷଣ, ଗତ ବସନ୍ତ ବସନ । (୧) ଛଦନ ସଦନ ଅପ୍ରସନ ଦରଶନ ଦମ ଦମ ବତ୍ସ ସ୍ବଚ୍ଛ ମନ ଛନ ଛନ । (୨) ଉଚ୍ଚ ବଚ ରଚନ ଉଦକ କର ଦତ୍ତ ରଚ ଚକ ଯତନ, ରତନ ଏଣ ହତ । (୩) ଧନ ଅଜନ ବହନ ଏ ମଉନ ବହ କହ କହ ବଚନ ଉ

3

ତୃତୀୟ ଛାନ୍ଦ ( ରାଗ-ମଙ୍ଗଳଗୁଜ୍ଜରୀ)

20 June 2023
0
0
0

ଅଜନନ୍ଦନ ନନ୍ଦନ ଭ୍ରମଣବନ ଏମନ୍ତ ଭକତ ବଶ ଘନ ବରନ । (୧)  ପୟ ଦତ୍ତ ବରଜ ତନୟ ତରସ ତତପର ଏ ବରଦ ମହ ହରଷ । (୨)  ଶବର ରଦନ ପଦ ରଞ୍ଜନ ଫଳ ଦତ୍ତକ୍ଷଣ ଭକ୍ଷଣ ଜଗତ ମଙ୍ଗଳ । (୩)  ଦଇବ ବଳ ପବନ ନନ୍ଦନ ସଙ୍ଗ ପରସ୍ପର କଥନ ସକଳ ପ୍ରସଙ୍ଗ ।

4

ଚତୁର୍ଥ ଛାନ୍ଦ

20 June 2023
0
0
0

ପ୍ରକଟ ଘନ ସମୟ, ଘନ ପଟଳ ଉଦୟ ଧନ୍ୟ ରସଜନ୍ୟ ସ୍ଥଳ, ଦରଶନର ରତ ଷଣ୍ଢ ମଉଭର ନଟନ ଅଚଳପର, ତପ ଅନ୍ତକ ଅନଙ୍ଗ ମଙ୍ଗଳକର ଏ ଡର ସମ୍ଭବ ସଉଧ, ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ । କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ ଦନ୍ତ ରଟ ମଟ କର ଉର୍ଦ୍ଧ

5

ପଞ୍ଚମ ଛାନ୍ଦ

21 June 2023
0
0
0

ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର । (୧) ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର ଧରଇ ପରସଦନ ଗତମନ ଉପଧବ ତସକର । (୨) କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର ତରସ୍ତ ହତକ ଏମନ୍ଦ ପରର ତ୍ଯକତ ନଗ

6

ଷଷ୍ଠ ଛାନ୍ଦ

21 June 2023
0
0
0

ରାଗ-ଚକ୍ରକେଳି ଅବରଜ ବଚନର ମଉନ ଏ ସମୟର ବହଲ ପବନ । (୧) ଖରପର କଥନ ଏ ଉତ୍ତର ତବ ତନୟ ମମ ସହଚର । (୨) ମମ ସହଜ ସଦୟ ଅରହ ନ ବହ ଏ ଅବୟବ ନ ଦହ । (୩) ଉପଗତ ଏସନ ଅସମୟ ମଳୟଜ ଦହନ ଧନଞ୍ଜୟ । (୪) ସତ କରମ କରଇ ସକଳ ହର ଅଶନ କରକ ଗରଳ

7

ସପ୍ତମ ଛାନ୍ଦ ( ରାଗ-ବସନ୍ତ)

22 June 2023
0
0
0

ଅସମଶର ଉଚ୍ଛନ୍ନ କରଇ ତ କଥନ କମଳନୟନ କର ଜଳଧର ସଦୟ ଉଦୟ ନ କର ବର ଗରଜନ ଜଳଦ, ଚଳକ କନକ ନଗର ନକର ସଖ ପରଖର ପବନ ଜଳ ବରଷଣ ନ କର । ମମ ଧନର ଏସନ ପରସନ୍ନ ଚପଳ କର ଦରଶନ ତଳତଳପ କରଣ ହତ ସତ କଜ୍ଜଳ ସଜଳ ନୟନ ଜଳଦ, ସତ ଏ ଯଶ ଅରଜନ ଦହନକ

8

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

9

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

10

ନବମ ଛାନ୍ଦ ( ରାଗ-ଆଷାଢ଼ ଶୁକ୍ଳ)

24 June 2023
0
0
0

ବକବର କର ଶ୍ରବଣ, ଏମନ୍ତ ପରମ ରମ୍ୟଈକ୍ଷଣ ମଦନମଦ ବରଧନକର, ସକଳ ଚପଳ ଚଞ୍ଚଳତର ଜଗତରଞ୍ଜନ, କର ଭୟକ ଶରଣ ଅଞ୍ଜନ । ଅଳକ ଛନ୍ନ ଜଳଜତନୟ, ରଚନ ଏସନ ଅକ୍ଷରଚୟ ସଙ୍ଗରଙ୍ଗ ଅଧବଳ ଧବଳ, ସତ, ରଜ, ତମ ସଜ୍ଜନସ୍ଥଳ ସ୍ବର୍ଗତକ ମର୍ତ୍ତ୍ୟ, ଅନ ଉପମ ଏ

11

ଦଶମ ଛାନ୍ଦ ( ରାଗ-ରାମକେରୀ)

24 June 2023
0
0
0

ସଲକ୍ଷଣ ମଖ ରକ୍ଷଣ ତଇ ଅଚର ଇନ ଚଳଇ ଫରଳ ପର ଚଞ୍ଚଳ ମନ । ଖଗ ନଗ ଅଗ୍ର ରଚନ ସପ୍ରତନ ବଚନ କହ କହ କଲ ଏସନ ପରସନ୍ନ ଦର୍ଶନ । ସତ ଶତ ଶତ କଳପ ଏକମନ ମଦନ କରଣ ଇଇଳ ରତନ ଅପଘନ ଯତନ । ସ୍ବର୍ଷ ବର୍ଷ ଲକ୍ଷ ଇଚ୍ଛଇ ସମ ଅସମରଥ ପଡଇ ଅନଳ ଜଡଇ ଜଳ

12

ଏକାଦଶ ଛାନ୍ଦ ( ରାଗ-କାଳୀ)

26 June 2023
0
0
0

ଗତ କର୍ମଟକଟକ ମଧ୍ୟ ଲକ୍ଷ୍ମଣ ଖରତର ଜବ ଖଡଦ ତନୟ ମଦ ମର୍ଶନ ଏକ ଶବ୍ଦ । ନକ୍ଷତ୍ର ଶବ୍ଦ ରଞ୍ଜନ ବନ ଅର୍ଘ୍ୟ ବନ୍ଦନ କର ସତ୍ବର ଅମରଷ ଅନ୍ତର ପ୍ରସନ୍ନ ଦର୍ଶନର । ପ୍ରବଗବର୍ଗ ସଙ୍ଗ ଲକ୍ଷ୍ମଣ ପରିଶ୍ରବଣ ଗତ ଘନ ବଚନ ହରଷ ଧନ ଲଭ୍ୟକରକ । ଖରବ

13

ଦ୍ବାଦଶ ଛାନ୍ଦ ( ରାଗ-କଳସା)

26 June 2023
0
0
0

ଏ ସମୟ ବସନ୍ତ ରଞ୍ଜନର ସମୟ ହରଷକର ସନ୍ତତ ଜଡ ବର ଚୟ । ଜମ୍ବପର ମଳୟ ଗମନ ତତପର ପଦ୍ମଭବ ବ୍ରହ୍ମନଗ ପରି ବସ କର । ବନ ଭ୍ରମଣ ରଚନ ଧନବନ୍ତ ନର ପ୍ରଭଞ୍ଜନ ଇଞ୍ଜନ ବ୍ୟଜନ ସର୍ବକର । ସହଜ ମଦନ ସଖ ସହ ସରଞ୍ଜନ ନରଧବ ପଦର ଭୟଦ ଏକ ଜନ । ଏ ସ

---

ବହି ପଢ଼ନ୍ତୁ