ଏ ସମୟ ବସନ୍ତ ରଞ୍ଜନର ସମୟ
ହରଷକର ସନ୍ତତ ଜଡ ବର ଚୟ ।
ଜମ୍ବପର ମଳୟ ଗମନ ତତପର
ପଦ୍ମଭବ ବ୍ରହ୍ମନଗ ପରି ବସ କର ।
ବନ ଭ୍ରମଣ ରଚନ ଧନବନ୍ତ ନର
ପ୍ରଭଞ୍ଜନ ଇଞ୍ଜନ ବ୍ୟଜନ ସର୍ବକର ।
ସହଜ ମଦନ ସଖ ସହ ସରଞ୍ଜନ
ନରଧବ ପଦର ଭୟଦ ଏକ ଜନ ।
ଏ ସମୟ ପବନନନ୍ଦନ ତତପର
ଅମର ଦର୍ପୂର ଅପହର ଭୟଙ୍କର ।
ଉତ୍ତମ ବଳ ନଗର ପର ଶ୍ରମହର
ନଗର ଗତ ବସ୍ତ୍ର ପଦର ତତପର ।
ଦଶକନ୍ଧ ବନ୍ଦନ ନଗରର ମଧ୍ୟର
ଭ୍ରମଣ କର ପବନ ନନ୍ଦନ ସଙ୍ଗର ।
ଦର୍ଶନ କ୍ଷଣ ଦଣ୍ଡକକର କରତର
ତଦନ୍ତର କଥନ ଉଦନ୍ତ ଯ ସକଳ ।
ଉଷଣ ପଦ ବହକ ଦରଶନ ବନ
ଏ ଉପମ ଲଭ୍ୟକ ଜନ୍ମଅନ୍ଧ ନୟନ ।
ମଉନ ତକ୍ଷଣ କଥନ ପ୍ଲବଗ ଭଟ
ମନର ରଚନ ଦଶକନ୍ଧର କପଟ ।
ରହ ସ୍ଥଳର ପ୍ରସଙ୍ଗ ସକରମଣ୍ଡନ
ଦତ୍ତ କରକ ନୟନ ଜଳ ଅକଥନ ।
ଉଦନ୍ତ କଥନ ଉର୍ଦ୍ଧ୍ବ ରତ୍ନ ସମର୍ପଣ
ଗମନକର ପବନ ନନ୍ଦନ ତକ୍ଷଣ ।
ରମ୍ୟ ଗହନ ଦର୍ଶନ ଭଗ୍ନକର ଜବ
ରକ୍ଷ କର ଲଙ୍କବର ଲବ୍ଧ କରି ରବ ।
ଅକଳନ ବଳ ଗତ ମରଣତ ଜବ
ଅକ୍ଷୟ କ୍ଷୟକ ଇନ୍ଦ୍ର ଜୟ ପରିଭବ ।
ଭରଗ ବନ୍ଦନ କରି ନଗର ଜ୍ବଳନ
ନବ ରତନ ମୟ ଭବନ ସରଚନ ।
ପ୍ରଭଞ୍ଜନ ନନ୍ଦନ ଗମନ କର ଜବ
ନକ୍ଷତ୍ର ଶବ୍ଦ ନନ୍ଦନ ସହକର ସ୍ତବ ।
ଜଗତ ମଙ୍ଗଳ କରି ଶ୍ରବଣର ଘନ
ବଳ ସହ ପତଙ୍ଗ ନନ୍ଦନ ସଗମସନ ।
ଅର୍ଣ୍ଣବତଟର ବନ ନଗ ରଙ୍ଗକର
ବର୍ଜନ ଅର୍ଥ ଶୟନତ ଅଶନକର ।
ଅସ୍ରପବର ଚର ଉଦନ୍ତ ଲବ୍ଧକର
ଶ୍ରବଣ କ୍ଷଣ ଜବନ ହରଷ ସତ୍ବର ।
ଏକ ଉଦର ଜନନ ଅବରଜ ବଚ
ଅସହ୍ୟ ବ୍ୟକ୍ତ କଥନ ଶରଣ ତ ସଞ୍ଚ ।
ଗମନ କରି ଜଗତଜନକ ପୟର
ଦଣ୍ଡବତ କର କଥନବ ଏ ଉତ୍ତର ।
ଯମଦର ପଟ୍ଟବସ୍ତ୍ର ମସ୍ତକ ବନ୍ଧନ
ପଦ ଦତ୍ତ କର ତବ ଲଙ୍କ ଇନ ।
ଭୟଦ କରଣ ଜବ ରଚନକ ସ୍ତବ
ଜଳନର ଧବ କଥନକ ବର୍ଷ ଭବ ।
ପ୍ଲବନ ଉଲ୍ଲବର୍ଗ ନଗ ବନ୍ଧଭର
ନଳ ଘରଶର ତ ରହକ ଜଳପର ।
ତରଣ ଲବଣଜଳ ଲଙ୍କ ପରିବତ
ପରସ୍ଥ ସକଳ ବନ ଫଳଭକ୍ଷରତ ।
ବଳ କଳନର ଲଙ୍କଧର ତତପର
ମନ୍ତ୍ରଣ କରକ ଜବ ବରଗଣକର ।
ବନ୍ଧନ ପତନ ଖରପର ତ୍ୟକ୍ତକର
ଏଅନ୍ତ ଗମନ ଧନ୍ୟ ଧନ୍ୟ ଜନ୍ୟ କର ।
ଅସ୍ରପ ବର କପଟ ବଚନ କଥନ
ତପ ପରକଟ ବନ ଦହନ ବହନ ।
ମଳୟ ପବନ ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ରକର
ଜଳଯନ୍ତ୍ର ଭବନ ମନ ହରଷକର ।
ତପନ ପ୍ରବଳ କର କର ପ୍ରକଟ
ସକଳ ଜଳ ବର୍ତ୍ତନ ଗମନ ଅଟକ ।
କପଟ ଶଙ୍କର ଧର ଶବ୍ଦର କଷଣ
ଘଟଶ୍ରବନ୍ତ ହତ ଇନ୍ଦ୍ର ଜୟ ମରଣ ।
ଶ୍ରବଣ ଅସ୍ରପବର ରଣର ଗମନ
ଅସଂଖ୍ୟକ ବଳ ସହ ଶର ବରଷଣ ।
ସପତ ଅହ ପ୍ରକଟ ଅସଂଖ୍ୟକ ରଣ
ତଦନ୍ତର ଦଶକନ୍ଧ ମରଣ ବରଣ ।
ଅବରଜ ଲଙ୍କଈଶ କରଣ ତକ୍ଷଣ
ଉଷଣ ଶବଦ ବହ ଅମର ବରଣ ।
ଧନ ଦରଥର ପର ଗମନ ନଗର
ନରଇନ୍ଦ୍ର ପଦ ବହ ବନ୍ଦନ ଅମର ।
ଉପଇନ୍ଦ୍ର ଅଘ ଭୟ ଉପଇନ୍ଦ୍ର ହର
ଜନମ ଜନମ କର ଭକତ ତିବର ।
ସମାପ୍ତ