ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର
ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର । (୧)
ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର
ଧରଇ ପରସଦନ ଗତମନ ଉପଧବ ତସକର । (୨)
କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର
ତରସ୍ତ ହତକ ଏମନ୍ଦ ପରର ତ୍ଯକତ ନଗଉଦର । (୩)
ଦର ଶବଦ କର, ଈଶ୍ବର ଭବନର ଏକଜନ ଦର
ଦରଶନ କ୍ଷଣ ଏମନ୍ତ ସମୟ ସ୍ତମ୍ଭ ବିଶି ଖରପର । (୪)
କମଳଧର କମଳଧର ବତ ବଦନ ବରନ ଇନ
କମଳଜ ପଦତଳ ଅନବରତ ଦଇନ । (8)
ଅସମଶର ଅସମ ଶରଣତ ଇଚ୍ଛଇ ତରଣତଳ
ବନ ସଦନ ବନ ସଦନଜନ ବତ ଦଇବର ବଳ । (୬)
ପରମ କଷଣ ସହନ ଶୟନ ନବ ପଲ୍ଲବ ଉପର
ପରଭବକର ହତଚଇତନ ଏ ସ୍ବପନ ତତପର । (୭)
ଧନ ଇଚ୍ଛୁକ ଜନବତ ଚପଳ ହରଷତ ବରଧନ
ଧନଦ ପଦ ଇତର କରଣର ନଗ ଉପଗତ ଧନ । (୮)
ଧର ସମଉଚ୍ଚ ଉରଜ ପ୍ରତ୍ୟକ୍ଷ ଏସନ ବସନଦର
ତରଳ ତର ନୟନଶର, ନ ରଖଇ ଦମ୍ଭ ବିକତର । (୯)
ଜଳ କଲସ ପ୍ରକଟ ଚନ୍ଦ୍ରବତ ସହଜ ମହଇଜ୍ଜ୍ଵଳ
ତଳପ ଅନ୍ତର ଧରଣ ଉଦ୍ୟମ ନ ପଡଇ କରତଳ । (୧୦)
ତନମନ ବଶ ତଦ୍ଧତ ଦର୍ଶନ ସ୍ବପନ ଭଙ୍ଗ ତକ୍ଷଣ
ଥନ ଥନ କରି ବନଜ ନୟନ ରସ ବଚନ କଥନ । (୧୧)
ନ ଧର ଅପରକଟ ପରକଟ କପଟ ରଙ୍ଗ ଅଧର
ମମଲପନ ସଙ୍ଗକର ଅମର, ରସଦ ରଙ୍ଗ ଅଧର । (୧୨)
ନ ବହ, ନ ବହ, ମମ ଅମରଷ ଶରଣଜନମ ଉନ
ଈଶ୍ବର ସମ୍ପଦ ଲଭ୍ୟ ଦତ୍ତକର ନ କର ଜନ ମଉନ । (୧୩)
ବଶ ନ କରଇ ଏମନ୍ତ ସହଜ ସତ କମଳଜ ପଦ
ଅଲକ୍ତ ତିଦ୍ଦତଜଡନ ଇଚ୍ଛଇ ତବ କମଳଜ ପଦ । (୧୪)
ତରକକର, ତରଳ କଳକଣ୍ଠ ଉରଜ କରରଞ୍ଜନ
ଚନ୍ଦ୍ର ଦରପଣ ଚନ୍ଦ୍ର ଦରପଣ ହରଷ ହର ଲପନ । (୧୫)
ମନମଥ ମନମଥନ କରଇ କର ବଚନ କଥନ
ରସକଳପ, ସରକଳପ ଜନ, ଜଗତ ମଧ୍ୟ ରଞ୍ଜନ । (୧୬)
ହରପରଶର ହର ପରଶର କଷଣ ଚୟ ରଭସ
ପରକଟ କର ପରକଟକର ଅରକ୍ଷ ରକ୍ଷଣ ଯଶ । (୧୭)
ସମ ଶଶଧର ସମ ଶଶଧର ହସ କର ଉଦୟକ
ରଣରଣ କରରଣ ରଣକର ରଣରପଦ କଟକ । (୧୮)
ମତ୍ତ କଳକଣ୍ଠ ମତ କଳକଣ୍ଠ ବଚନ କରି ରଚନ
ଦଶ ନଖର ଦଶନ ଖରକ୍ଷତ ସଭୟ ନିକର ମନ । (୧୯)
ନବକ ବରଷ ନବକ, ବରଷ ରସ ଦତ୍ତ କର ଜବ
ଅନ୍ତରଗତର ଅନ୍ତର ଗତର କଷ୍ଟ ଅନଳ ପ୍ରଭବ । (୨୦)
ଅପସରତ ଅପସର ତବର ଏ ଉର ଅଟଇ ଧନ
ଦଣ୍ଡନକର ଦଣ୍ଡନକରକମଠ ଏ ଅନ୍ତର ଘନ ଘନ । (୨୧)
ହରଷରହ ହର, ଶରଶତ, ଦର ମମତବ ପଦନତ
ଅଧମଜ୍ଜନ, ଅଧମ ଜନ କଷ୍ଟକର ଅର୍ୟବର ସତ । (୨୨)
ଏ କପଟକର ଏକପଟକର ଉର ଉପର ବହନ
ପଲକ ପଲଙ୍ଗ ଅନ୍ତର ନ ସହ ସହଜ ତବ ଏସନ । (୨୩)
ଖଣ୍ଡ ଏ ଅଯଶ ଉଦଣ୍ଡ ମଦନ ଦଣ୍ଡଧର, ଦଣ୍ଡପ୍ରଦ
ଏମନ୍ତ ଦଣ୍ଡର ଧନ ପରିବତ ସ୍ତନ ପରିବତ ଲଦି । (୨୪)
କରତ କରଜ କରତ ଶବର କର, ତ କର ବନ୍ଧନ
ଝଟକ, ଝଟକ ଛଟକ ନୟନ ଅଚଳ ରଖତ ଧନ । (୨୫)
ପରମ ରମ୍ୟସ୍ଥଳ ନଗ ଅଜନ ଜନମ କରଇ ସ୍ମର
ଧରଇ କଳରବ, କଳରବତ ରତ ସମୟର ସ୍ବର । (୨୬)
ଚହଟଇ ସତ କଦମ୍ବ ଗନ୍ଧ ପବନ ବଶର
ରଚନ ପଲ୍ଲବ ଶୟନ ଶୟନ କରି ସମ ସଙ୍ଗତର । (୨୭)
ଶଶଲକ୍ଷଣ ଧରଣର ନ କର ସଉର୍ଦ୍ଧ୍ଵ କର ତତ୍କ୍ଷଣ
ମକର ଧ୍ବଜ ପର ଦଳନ କରସ୍ୱପନ ସତ ନ ମଣ
ମକର ଧ୍ଵଜ ମଧ୍ୟଗତ ଜନ ଏ ସ୍ତବ କରଇ ଶ୍ରବଣ । (୨୯)
ଅମରସପତ୍ନ ମନ୍ଦ ଦଶକନ୍ଧ ହରଣର ଲଙ୍କ ଗତ
ଅମରଷ ରଣକର ତବପର ଇନ ନନ୍ଦନ ସଙ୍ଗତ । (୩୦)
ବରଜ ବର ବରଦ ଏ ଉଦନ୍ତ ଶ୍ରବଣ କ୍ଷଣ ପ୍ରସନ୍ନ
ବରଜ ବର ଦତ୍ତକ ତତପର ଅନ୍ୟ ସ୍ଥଳର ଗମନ । (୩୧)
ଉପଇନ୍ଦ୍ର ଭଞ୍ଜ ଭବ ଭୟଚୟ ରଖ ସନ୍ତତ ଶରଣ
ଉପଇନ୍ଦ୍ର ଭଞ୍ଜ ଭଜଇ ଅମଳ ରଙ୍ଗକମଳ ଚରଣ। (୩୨)