ଗତ କର୍ମଟକଟକ ମଧ୍ୟ ଲକ୍ଷ୍ମଣ ଖରତର
ଜବ ଖଡଦ ତନୟ ମଦ ମର୍ଶନ ଏକ ଶବ୍ଦ ।
ନକ୍ଷତ୍ର ଶବ୍ଦ ରଞ୍ଜନ ବନ ଅର୍ଘ୍ୟ ବନ୍ଦନ କର
ସତ୍ବର ଅମରଷ ଅନ୍ତର ପ୍ରସନ୍ନ ଦର୍ଶନର ।
ପ୍ରବଗବର୍ଗ ସଙ୍ଗ ଲକ୍ଷ୍ମଣ ପରିଶ୍ରବଣ ଗତ
ଘନ ବଚନ ହରଷ ଧନ ଲଭ୍ୟକରକ ।
ଖରବରଜ ସ୍ଵଅବରକ ଓଳିଗି ପଦତଳ
ତବ ଅନ୍ତର ଦର୍ଶନ କର ଭଲ୍ଲ ମର୍କଟବଳ ।
ଏମନ୍ତ ଜଡ ରଞ୍ଜନ ଜନ ସମୟ ଉତପନ୍ନ
ଉତ୍ତର ଗନ୍ଧବହ ବହଇ କମ୍ପନ ଅପଘନ ।
ମହବହଳ ପଟ୍ଟକମ୍ବଳ ବିଶକ ସର୍ବ ନର
ଅହ ଅଳପ ଲବକଳପ କରଇ ଅଧନର ।
ଘସ୍ତର ଅନ୍ତ ଅନ୍ତକ ମତ ଏକ ହରଷ ଭସ୍ମ
ଘନ ଉନ୍ନତ ସ୍ତନ ଶରଣ ଜନ ଲଭଇ ଉଷ୍ମ ।
ଫଳ ଅଶନ ଖଗ ସପ୍ସନ ନବ ଅର୍ଭକବତ
କରିଟ ଚୟ ରମ୍ୟ ଉଦୟ ଘନ ଦର୍ଶନ ହତ ।
ତପସ ଘନ ତପ ଗହନ ଅବଳ ବଳବନ୍ତ
ବହନ ଶତଦଳଗହନ ଦହନ କରି ସତ ।
ରତ ମତ୍ସଳ ମର ଭ୍ରସଳା ଦରଶନ କ୍ଷଣ
ଭ୍ରମଣ ବନ ଇଚ୍ଛଇ ଦବଦହନ ସୁମରଣ ।
ନବ ଦଇବ ପଣ ବହଇ ଏ ସମୟର ସ୍ମର
ଦ୍ବନ୍ଦ୍ବ ଜନଙ୍କ କରଇ ଏକ ପଲ୍ୟଙ୍କ ଶୟନର ।
ରଖଇ ଜଳ ଅନଳ ମଧ୍ଯର ତତପର
ଚନ୍ଦ୍ର ଚନ୍ଦନବତ ରଞ୍ଜନ କର ତପନକର ।
ଏ ସମୟର ମର୍କଟବର ଅଗ୍ରତ ଖରପର
କଥନ ରମ୍ୟତର ଉତ୍ତର ମମ ଶରଣକର ।
ଜନ୍ମତଜନ ଗର୍ବଗଞ୍ଜନ ସମୟ ପରକଟ
ଅନଳ ତପ୍ତ ଇଚ୍ଛକ ସପ୍ତଦ୍ବୟ ଏମନ୍ତ କଷ୍ଟ ।
ଜନ ମଧ୍ୟସ୍ଥ ଉଷ୍ମର ଅର୍ଥ ପ୍ରଚଣ୍ଡ ଧନଞ୍ଜୟ
ବସ୍ତ୍ର ଓଢଣ କରି ଇନ୍ଧନ ବ୍ରହ୍ମର ଛନ୍ନଭୟ ।
ଏ କଷ୍ଟ ନ ସମର୍ଥ ବଳକଟ ପଟ୍ଟ କରତ ମନ
ହରଇ ଧନ ଅଙ୍ଗ ବସନ ପଣତ ସପତନ ।
ଏ ବଡ ଦଣ୍ଡ ଖଣ୍ଡନ ଚଣ୍ଡକର ନନ୍ଦନ ଜବ
ସ୍ମର ଜଡଇ କଷଣ ହର ଚର ବରଗ ଜବ ।
ଛଇଳରତ୍ନ ରହ ନଗର ଚର କଥନ କ୍ଷଣ
ସକଳ ଗଢ ରଣ ଅନର୍ଥ ରଚନ ଧର୍ମପଣ ।
କମଳ ଜଳ ପଦ୍ମ କମଳ କମଳ ଏଣବ୍ରଜ
ଚନ୍ଦ୍ର ଶଦ୍ଦକ ଶଶମଣ୍ଡନ କନକ ଜଡରଜ ।
ଏମନ୍ତ ଭବ ଅନନ୍ତ ମମ ଧନ ଶବଦ ଧର
ଇଚ୍ଛଇ ଦଶକନ୍ଧ ଏମନ୍ତ ଏତ ଅବଧ ପର ।
ସର୍ବ ସମ୍ମତ ଏମନ୍ତ ମତ ଗତ ମର୍କଟ ଭଟ
ମଳୟ ନଗ ଧବ ଉଦୟ ଅସ୍ତ ପର୍ଯ୍ୟନ୍ତ କଷ୍ଟ ।
ଏ ଅନ୍ତ ପ୍ରଭଞ୍ଜନ ନନ୍ଦନ ସଙ୍ଗ ଈଶ ଜଗତ
କଥନ ଧନ ମହରଞ୍ଜନ ଗତ ରହସ୍ୟ ସତ ।
ଆଶ୍ରୟ
ମମ ଉତ୍ସଙ୍ଗ କରଇ ରଙ୍ଗ ଧନ ରହସ୍ୟ ଅର୍ଥ
ଦର୍ଶନ କ୍ଷଣ ମତ୍ତ ନର୍ତ୍ତନ ଷଡଲପନରଥ ।
କର ଦର୍ଶନ ଏମନ୍ତ ଉଜ୍ଜ୍ଵଳ ଗଂଡସ୍ଥଳ
ନୟନ ଜଳ ଜର୍ଜର ବଶ ବସ୍ତ୍ରଘର୍ଷଣ ଫଳ ।
ସ୍ତନ ରଞ୍ଜନ ଇଚ୍ଛଳ ବଡ ବଡ ପର୍ବତଗଣ
ସହକ ଜଡ ତପନକର କଷଣ ବରଷଣ ।
ହର ଭକତ ରଜତ ପ୍ରସ୍ତର ଫଳ ଏ ସମୟ
ବହଇ ଧନ ଉରଜ ସମ ରମ୍ୟ ରଖ ଏ ଲୟ ।
ଅଦ୍ଭୁତ
ଗତ ଏମନ୍ତ ସମୟ ସତ ସକଳ ଶଶଧର
ଅନବରତ ଉଦୟ ଅସ୍ତ ନବତପନ ପରି ।
ଦର୍ଶନ କର ଏସମୟର ଏମନ୍ତ ଅସମ୍ଭବ
ରକତପଦ୍ମ ମଧ୍ୟ ଶୟନ ଅର୍ଦ୍ଧ ନକ୍ଷତ୍ରଧବ ।
କହ ପ୍ରଥମ ସଙ୍ଗ ସମୟ ଉଭୟଙ୍କର ସତ୍ୟ
ମହ ମଧ୍ୟସ୍ଥ କଜ୍ଵଜଳଧ୍ବଜ ଉପର କର ଦତ୍ତ ।
ପରସ୍ପରର ଅନ୍ୟ ଶରଣ ଅଛଇ ଏ ଜଗତ
ଅନ୍ତରଗତ ବଶ ଅନ୍ତର ନକର ସତ୍ୟବ୍ରତ ।
କହ ଏମନ୍ତ ଭବ୍ୟ ଜଗତ ଜନ ବଚନ ସ୍ବଚ୍ଛ
ତବ ସ୍ବପଦ ଧବ ସ୍ବପଦ କଥନ ଅଗ୍ର ପଛ ।
ଉଭୟ ଜନ ଜନମ ଜନ୍ମ ଏମନ୍ତ କର୍ମବନ୍ତ
ଏ ବଡ ରଙ୍ଗ ନ କର ଭଙ୍ଗ ବଲ୍ଲଭ ଇତସ୍ତତଃ
ଏ ଅନ୍ତରର କରପଲ୍ଲବ ମଣ୍ଡନ ଦତ୍ତକର
ଏ ସମ ଦଣ୍ଡ ଶମ ଉଦଣ୍ଡ କହ ଉଚ୍ଛନ୍ନ ହର ।
କର ଅଙ୍ଗଦ ସଙ୍ଗ ଗମନ ତବ ସପତ ଜନ
କଣ୍ଟ ପଇଠ ନ କର ମଠ ରଖି ଏ ତନମନ ।
ଏଅନ୍ତଚର ଗମନ ଖର ପଥର ଉପଗତ
ବରଇ ମତ ଏକ ଅସ୍ରପ ଜବ କରକ ହତ ।
ବନ ପର୍ବତ କନ୍ଦର ସର୍ବ କଟକ ଖର୍ବଟକ
ଅତ୍ୟନ୍ତ କରି ଗମନ ପର ସମଦ ଏକ ଏକ ।
ସପ ନଗରବତ ରନ୍ଧ୍ରର ଦର୍ଶନ ଏକ ସ୍ଥଳ
ଲଭ୍ୟ ଉଦନ୍ତ ସ୍ବର୍ଣ୍ଣନଗରଗତ ଦଇବବଳ ।
ଏ ସମୟର ଗତ ମକର ଅଙ୍ଗଦ ବଡ ଚ୍ଛନ୍ନ
ମରଣ ଅର୍ଥ ମନ ସମର୍ଥ କରଣ ଅନଶନ ।
ଏକ ପତଙ୍ଗ ସପକ୍ଷ ଅଙ୍ଗ କଥନ ସ୍ବମଙ୍ଗଳ
ଲଙ୍କ କଟକ ବର୍ଷ ଦର୍ଶନ କର ସପକ୍ଷ ବଳ ।
ଗମନ ମନକର ପବନ ନନ୍ଦନ ତତପର
କହଇ ଉପଇନ୍ଦ୍ର ଏ ରସ ଜନ ହରଷକର ।