shabd-logo

ସପ୍ତମ ଛାନ୍ଦ ( ରାଗ-ବସନ୍ତ)

22 June 2023

0 ଦର୍ଶନ 0

ଅସମଶର ଉଚ୍ଛନ୍ନ କରଇ ତ କଥନ କମଳନୟନ

କର ଜଳଧର ସଦୟ ଉଦୟ ନ କର ବର ଗରଜନ

ଜଳଦ, ଚଳକ କନକ ନଗର

ନକର ସଖ ପରଖର ପବନ ଜଳ ବରଷଣ ନ କର ।


ମମ ଧନର ଏସନ ପରସନ୍ନ ଚପଳ କର ଦରଶନ

ତଳତଳପ କରଣ ହତ ସତ କଜ୍ଜଳ ସଜଳ ନୟନ

ଜଳଦ, ସତ ଏ ଯଶ ଅରଜନ

ଦହନକ ଚହକ ବରନରରଜତ ସମଅଯତନ ।


ମଦନ ଗଜ ମତନର ଯତନ ହତ ଅପଘନ ବନଜ

ଉଚ୍ଛନ୍ନ ଦରଶ ପରଶ ହତକ ସମ ଶଶଧର ସହଜ

ଜଳଦି, ଏ ଘନ ସମୟ ଅସର

ମମ ଲପନ ଦରଶନ ସ୍ବପନ ଜଟବତ କର କବର ।


ସତ ଷଟଦଶ ବରଷ ବୟସ ଏ ଜନ ଏ କଷଣ ସହ

ବଲ୍ଲଭ ତବ ଦରଶନ ଯତନ କରଇ ତ ଏସନ କହ

ଜଳଦ, ନବ ଛଇଳ ରତନର

ହରଷ ଜନମ କରି ଅଳପକ ମରଣ ତନ ମନ ହର ।


ଧନ ସମ ଧନ ସତ ଜଗତର ଏସନ ପରବ ଦରବ

ପୟମତ ସତ ଧରଇ କରଇ ଜନମ ରସ ନଦ ନବ

ଜଳଦ, ଏସନ ନ ହରଇ ଅନ୍ୟ

ଜଳ ମଜ୍ଜନ ବସନ ବତ ନର ତର ଅପଘନ ଜଡନ ।


ମତ୍ତ କଳରବ କଳରବ ବତ ରସ ରତି ମତ୍ତବଚନ

ଅମର ଧବ ନରଧବ ପଦତ ଇତର କରଇ ବହନ

ଜଳଦ, ପଦ କଟକର ଶବଦ

ଧବଳ ଛନ୍ତର ତବଦ କରଇ ହରଇ ମଦନର ମଦ ।


ଧରଇ ଗଳ ଥରଇ ଘନ ଘନ ଇଚ୍ଛଇ ଏ ଶରଣ ଜନ

ଦତ୍ତ କରଇ ଲବ ଲବ ଦଶନ ବସନ ରସବରତନ

ଜଳଦ, ନଖ ଚଳନ ନ ସହଇ

ଜନମ ତରତରଳ ନୟନର ରଖି ଏ ବଚନ ଭଣଇ ।


ଶୟନ ଝସ ଚହଟଇ ଚଳଇ ବଦନ ଅମଳ କମଳ

ଜଳଦ, ଅଳକ ଷଟପଦ ଗଣ

ଘନ ନଘନ କମଠ ପରସନ୍ନ ଝଲକ ପଏକ ହରଣ ।


ଉତ୍ତମ ଜନ କରଇ ଏ ଉପମ କନକ ସମ ଅପଘନ

ସତ ଉଲଗନ ସମୟର ବଣ ଦହ ଚହକ ବରଧନ

ଜଳଦ, ସହଜ ଓ ବର ଛଇଳ

କଷଇ ଏ ଉର ପଥର ଉପର ରଖଲ କିଛବର ଛଳ ।


ତପସମୟ ଜଡକର କରର ରଣରଣ ରଣ ରଚନ

ନୟନ ତପ ସଫଳ କରଣର ମଦନ ମଦବରଧନ

ଜଳଦ, ଉଲଟ ରସ ସରଜନ

ଅକଥନ ରସ ଜନନ ଏସନ ଚରଣ କଟକ ମଉନ ।


ନକର ସଦନ ଫଳ ନରତନ କହଇ ଉପମ ଏସନ

ଘନରସ ବରଷଣ ଫଳଦ ଏ ବଶ କରଣ ଭଚଳନ

ଜଳଦ, ଚରମ ପତନ କବର

ନର୍ଜନ, କର ଷଢଜ ରବ ଧରି ଚପଳ ଏ ଦରଶନର ।


ଚଳଇ ଅଳକ ଜନମ ଶରମ ବଶ ଘରମ ଜଳ କଣ

ଗମନ ରସ ଦିନ ରସମଦନ କରକ ଷଟପଦ ଗଣ

ଜଳଦ, ତରଳ ତରଳ କହଇ

ଏମନ ନକର ଏ ଉତ୍ସବ ସମ ଅନ୍ୟ ଜଗତର ଅଛଇ ।


 ସକଳ ଅହ ଲପନ ସମୟର ମମ ଅମର ପଟ ଏତ

ଅଳସ ଭଗନ ସ୍ତନ ଦରଶନ ଅଧର ରସଦର ସତ

ଜଳଦ, ମଦନ କଳମଷ ହର

ଅଭୟ ବରଦ ବହଇ କରଜ ପଦ ଶକଳ ଶଶଧର ।


ମନମଥର ଚାମରରବତ ହତ କବର ବରଚୟ

ଉନ ଭରସନ ଭବୟକ ଧନର ଏସନ ସମୟ

ଜଳଦ, କମଳ ବଦନ ନୟନ

ଚମକବଳ କମଳଧର ବତ ରକତ କମଳ ବରନ ।


ଜଳ ମଜନ ସମୟର ଜଳଜ, ନ ଭଜଇ ଷଟଚରଣ

ଲପନ ସଲଗ ଉଡଇ ରହଇ ନୟନ ପରିଶ କରଣ

ଜଳଦ, ଅବନ ଉଦୟ ଇଚ୍ଛଇ

ଏବଶ ଖଗ ନଭରତ ଶବଦ ଧନ ଦରଶନ ଡରଇ ।


ମମ ପଲ୍ଲବ ଭର ନଗ ପଛର ଗତ ଦରଶନ ବଶର

ଅନ ଉପମ ପରସନ୍ନ ଧରଇ ବସନ ଜଳ ଜରଜର

ଜଳଦ, ଧନ ମମ ଦରଶନର

ସଲ୍ଲଜ ବଶ ତର ଓଳଗ କରଇ ସକଳ ଇତର ।

ରଜ ସମୟତ ପଡଇ ବଢଇ ଉଚ୍ଛନ୍ନ ହରଇ ଦରପ

ଏକ ସଦନର ଅଲଗ ଶୟନ କରଇ ଲବକ କଳପ

ଜଳଦ, ଅସହ କଷଣ ପତନ

କରକ ପତନ ଭଜଇ ଏ ଉର ମନତ କରଇ ଜପନ ।


ଅନଉଦୟ ଅମରଷ କପଟ ମନ ପରମ ରତ ବିଶ

ଭବର ଉଦୟ ସହଜ ଜଳଜଭବ ରଚନ କରି ଯଶ

ଜଳଦ, ରସ କଳପ ନଗ ସମ,

ଏଜନ ଧନ ଅପହରହ ସହଇ ରହଇ ଏ ଘଟ ଅଧମ ।


ମମ ଅମର କରି ନବ ପଲ୍ଲବ ଅଧରର ରସ ଅଶନ

ଛଇଳ ଗଣର ବଡ ଅଯଶ ଏ ସମୟ କରଇ ଏସନ

ଜଳଦ, ଗଦବତ ସ୍ମର ଗରଳ

ଶମନ ଭବନ ଗମନ ଉତ୍ସବ ଇଚ୍ଛଇ ଏମନ ଚପଳ ।


ଏସନ ବଚନ ରଚନ ସମୟ ଘନ ଘଟ ଘନ ରବକ

ଅଚଳ ଉପର ପତନ ଚଡକ ତଦବିତ ଉର କରକ

ଜଳଦି, ଜଳ ମଜ୍ଜନ ଚକ ମକ

ଉପଳ ଅନଳ ଜନମ କରଇ ତବତ ଖଳ ଏସନକ ।


କଷଣ ଉପର କଷଣ ନକର ନ ଚଳ ବଡପଣ ରଖ

ଅନଳ ଗରଳ ଜନମ କରତ ଉରଗ ଅଶନର ସଖ

ଏ ରସ ଉପଇନ୍ଦ୍ର ଭଞ୍ଜ କହଇ

ମହଛନ୍ନ ଦଶରଥ ନରବର ତନୟ ରତନ ସରଇ ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ by ଦ୍ୱାରା ଅଧିକ ପୁସ୍ତକ

13
ପ୍ରବନ୍ଧଗୁଡିକ
ଅବନା ରସତରଙ୍ଗ
0.0
It would not be an exaggeration to call ‘Abana Rasataranga’ a great, rare poem. We see in it the great poetry of the poet, the culmination of scholarship. Ramayan is based on the story of the ‘Abana Rasataranga’ like ‘Baidehish Bilas’.‘Abana Rasataranga’ is a small yet meaningful, unparalleled creation of the poet. We hope it will be well received by enlightened critics, critics, researchers and readers alike. “Abana Rasatarang” is a collection of poems written by the famous Odia poet Upendra Bhanja. The book contains some of his finest works written in a rich and rhythmic language, showcasing the poet’s mastery over the art of poetry. The poems in the book are inspired by various facets of life, ranging from love, nature, spirituality, and human emotions. The book is divided into different sections, each section highlighting a particular theme that the poet wishes to convey.
1

ପ୍ରଥମ ଛାନ୍ଦ ( ରାଗ-ମାଳବ)

19 June 2023
0
0
0

ଜୟ ଭକତବତ୍ସଳ ଜଗତ ଇଶ୍ବର ଦରଶନ ନନ୍ଦନ ବନ୍ଦନ ଜନଙ୍କର । (୧) ବରଧନ ଅନନ୍ତ ଯଶ ଏ ଜଗତର କର ଧନ ଅନନ୍ତ ସହଜ ଭକତର । (୨) ରକ୍ଷ ଚକ୍ରଧର କର ସକଳ ସମୟ ରକ୍ଷଚକ୍ର ଦରକର ନବ ରସମୟ । (୩) ଧର୍ମବନ୍ତ ବରମଖ ରକ୍ଷଣ ତତ୍ପର ଇନ୍ଦ୍ରପଦ ବ

2

ଦ୍ବିତୀୟ ଛାନ୍ଦ ( ରାଗ-ବିରାଡି)

19 June 2023
0
0
0

ଏ ଅନନ୍ତ ରସ କରି ଶ୍ରବଣ ସଜ୍ଜନ ଏଣ ହତ କ୍ଷଣ, ଗତ ବସନ୍ତ ବସନ । (୧) ଛଦନ ସଦନ ଅପ୍ରସନ ଦରଶନ ଦମ ଦମ ବତ୍ସ ସ୍ବଚ୍ଛ ମନ ଛନ ଛନ । (୨) ଉଚ୍ଚ ବଚ ରଚନ ଉଦକ କର ଦତ୍ତ ରଚ ଚକ ଯତନ, ରତନ ଏଣ ହତ । (୩) ଧନ ଅଜନ ବହନ ଏ ମଉନ ବହ କହ କହ ବଚନ ଉ

3

ତୃତୀୟ ଛାନ୍ଦ ( ରାଗ-ମଙ୍ଗଳଗୁଜ୍ଜରୀ)

20 June 2023
0
0
0

ଅଜନନ୍ଦନ ନନ୍ଦନ ଭ୍ରମଣବନ ଏମନ୍ତ ଭକତ ବଶ ଘନ ବରନ । (୧)  ପୟ ଦତ୍ତ ବରଜ ତନୟ ତରସ ତତପର ଏ ବରଦ ମହ ହରଷ । (୨)  ଶବର ରଦନ ପଦ ରଞ୍ଜନ ଫଳ ଦତ୍ତକ୍ଷଣ ଭକ୍ଷଣ ଜଗତ ମଙ୍ଗଳ । (୩)  ଦଇବ ବଳ ପବନ ନନ୍ଦନ ସଙ୍ଗ ପରସ୍ପର କଥନ ସକଳ ପ୍ରସଙ୍ଗ ।

4

ଚତୁର୍ଥ ଛାନ୍ଦ

20 June 2023
0
0
0

ପ୍ରକଟ ଘନ ସମୟ, ଘନ ପଟଳ ଉଦୟ ଧନ୍ୟ ରସଜନ୍ୟ ସ୍ଥଳ, ଦରଶନର ରତ ଷଣ୍ଢ ମଉଭର ନଟନ ଅଚଳପର, ତପ ଅନ୍ତକ ଅନଙ୍ଗ ମଙ୍ଗଳକର ଏ ଡର ସମ୍ଭବ ସଉଧ, ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ । କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ ଦନ୍ତ ରଟ ମଟ କର ଉର୍ଦ୍ଧ

5

ପଞ୍ଚମ ଛାନ୍ଦ

21 June 2023
0
0
0

ଜଗତ ତମସ ଘନ ଘନ ବଶ ସତ ଅହ ଅନ୍ତ ଖର ଗରକର ଅନ୍ତ ପ୍ରତ୍ୟକ୍ଷ କରଇ ସଂହର ଶତତପର । (୧) ତରଳ ଚନ୍ଦ୍ର ଉପଳର କରଇ ଉଦୟ କମଳଧର ଧରଇ ପରସଦନ ଗତମନ ଉପଧବ ତସକର । (୨) କରଇ ରଚନ କଇରବ ବନପ୍ରସନ୍ନ ଚକ୍ର ଅନ୍ତର ତରସ୍ତ ହତକ ଏମନ୍ଦ ପରର ତ୍ଯକତ ନଗ

6

ଷଷ୍ଠ ଛାନ୍ଦ

21 June 2023
0
0
0

ରାଗ-ଚକ୍ରକେଳି ଅବରଜ ବଚନର ମଉନ ଏ ସମୟର ବହଲ ପବନ । (୧) ଖରପର କଥନ ଏ ଉତ୍ତର ତବ ତନୟ ମମ ସହଚର । (୨) ମମ ସହଜ ସଦୟ ଅରହ ନ ବହ ଏ ଅବୟବ ନ ଦହ । (୩) ଉପଗତ ଏସନ ଅସମୟ ମଳୟଜ ଦହନ ଧନଞ୍ଜୟ । (୪) ସତ କରମ କରଇ ସକଳ ହର ଅଶନ କରକ ଗରଳ

7

ସପ୍ତମ ଛାନ୍ଦ ( ରାଗ-ବସନ୍ତ)

22 June 2023
0
0
0

ଅସମଶର ଉଚ୍ଛନ୍ନ କରଇ ତ କଥନ କମଳନୟନ କର ଜଳଧର ସଦୟ ଉଦୟ ନ କର ବର ଗରଜନ ଜଳଦ, ଚଳକ କନକ ନଗର ନକର ସଖ ପରଖର ପବନ ଜଳ ବରଷଣ ନ କର । ମମ ଧନର ଏସନ ପରସନ୍ନ ଚପଳ କର ଦରଶନ ତଳତଳପ କରଣ ହତ ସତ କଜ୍ଜଳ ସଜଳ ନୟନ ଜଳଦ, ସତ ଏ ଯଶ ଅରଜନ ଦହନକ

8

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

9

ଅଷ୍ଟମ ଛାନ୍ଦ ( ରାଗ-କୁମ୍ଭକାମୋଦୀ)

22 June 2023
0
0
0

ମତ୍ତଇ ଉପର ଶରଦ ଉଦୟ ଜଗତ ଗହନ ଗଣ୍ଡ ଖଣ୍ଡକର ଗଜର ଗର୍ଜନ ତର୍ଜନ । ମସ୍ତକ ରତନ ପତନ ଉଜ୍ଜ୍ବଳ ନକ୍ଷତ୍ର ଛଳର ଉଲଜ ତମସ ଗତ ଦରବଶ ପର୍ବତ କନ୍ଦର । ଶଠ ଲକ୍ଷଣ ନ ବହଇ ଶରଦ ବଲ୍ଲଭ ପ୍ରବର କଥନ ପଦ୍ମଜ ରଥ ରବିଛଳ ପ୍ରନତ ଉତ୍ତର । ଗଗନ ଛଇଳ ପତ

10

ନବମ ଛାନ୍ଦ ( ରାଗ-ଆଷାଢ଼ ଶୁକ୍ଳ)

24 June 2023
0
0
0

ବକବର କର ଶ୍ରବଣ, ଏମନ୍ତ ପରମ ରମ୍ୟଈକ୍ଷଣ ମଦନମଦ ବରଧନକର, ସକଳ ଚପଳ ଚଞ୍ଚଳତର ଜଗତରଞ୍ଜନ, କର ଭୟକ ଶରଣ ଅଞ୍ଜନ । ଅଳକ ଛନ୍ନ ଜଳଜତନୟ, ରଚନ ଏସନ ଅକ୍ଷରଚୟ ସଙ୍ଗରଙ୍ଗ ଅଧବଳ ଧବଳ, ସତ, ରଜ, ତମ ସଜ୍ଜନସ୍ଥଳ ସ୍ବର୍ଗତକ ମର୍ତ୍ତ୍ୟ, ଅନ ଉପମ ଏ

11

ଦଶମ ଛାନ୍ଦ ( ରାଗ-ରାମକେରୀ)

24 June 2023
0
0
0

ସଲକ୍ଷଣ ମଖ ରକ୍ଷଣ ତଇ ଅଚର ଇନ ଚଳଇ ଫରଳ ପର ଚଞ୍ଚଳ ମନ । ଖଗ ନଗ ଅଗ୍ର ରଚନ ସପ୍ରତନ ବଚନ କହ କହ କଲ ଏସନ ପରସନ୍ନ ଦର୍ଶନ । ସତ ଶତ ଶତ କଳପ ଏକମନ ମଦନ କରଣ ଇଇଳ ରତନ ଅପଘନ ଯତନ । ସ୍ବର୍ଷ ବର୍ଷ ଲକ୍ଷ ଇଚ୍ଛଇ ସମ ଅସମରଥ ପଡଇ ଅନଳ ଜଡଇ ଜଳ

12

ଏକାଦଶ ଛାନ୍ଦ ( ରାଗ-କାଳୀ)

26 June 2023
0
0
0

ଗତ କର୍ମଟକଟକ ମଧ୍ୟ ଲକ୍ଷ୍ମଣ ଖରତର ଜବ ଖଡଦ ତନୟ ମଦ ମର୍ଶନ ଏକ ଶବ୍ଦ । ନକ୍ଷତ୍ର ଶବ୍ଦ ରଞ୍ଜନ ବନ ଅର୍ଘ୍ୟ ବନ୍ଦନ କର ସତ୍ବର ଅମରଷ ଅନ୍ତର ପ୍ରସନ୍ନ ଦର୍ଶନର । ପ୍ରବଗବର୍ଗ ସଙ୍ଗ ଲକ୍ଷ୍ମଣ ପରିଶ୍ରବଣ ଗତ ଘନ ବଚନ ହରଷ ଧନ ଲଭ୍ୟକରକ । ଖରବ

13

ଦ୍ବାଦଶ ଛାନ୍ଦ ( ରାଗ-କଳସା)

26 June 2023
0
0
0

ଏ ସମୟ ବସନ୍ତ ରଞ୍ଜନର ସମୟ ହରଷକର ସନ୍ତତ ଜଡ ବର ଚୟ । ଜମ୍ବପର ମଳୟ ଗମନ ତତପର ପଦ୍ମଭବ ବ୍ରହ୍ମନଗ ପରି ବସ କର । ବନ ଭ୍ରମଣ ରଚନ ଧନବନ୍ତ ନର ପ୍ରଭଞ୍ଜନ ଇଞ୍ଜନ ବ୍ୟଜନ ସର୍ବକର । ସହଜ ମଦନ ସଖ ସହ ସରଞ୍ଜନ ନରଧବ ପଦର ଭୟଦ ଏକ ଜନ । ଏ ସ

---

ବହି ପଢ଼ନ୍ତୁ