କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ କନ୍ୟା ଦିବସ 2023 କନ୍ୟା ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ଏକ ବିଶେଷ ଉପହାର, ଯାହାଙ୍କ ହସରେ ସାରା ଘର ପ୍ରତିଧ୍ୱନିତ ହୋଇଥାଏ। ଆଜି କନ୍ୟା ଦିବସ ଅବସରରେ ଆସନ୍ତୁ ଜାଣିବା ଏହି ଦିବସ ପାଳନ କରିବା ପଛର କାରଣ।
ଅନ୍ତର୍ଜାତୀୟ କନ୍ୟା ଦିବସ 2023:
ଯଦିଓ ପ୍ରତ୍ୟେକ ଦିନ ଝିଅମାନଙ୍କ ପାଇଁ କିଛି ନା କିଛି ଖାସ୍ ହୋଇଥାଏ। ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ରବିବାରରେ 'ଅନ୍ତର୍ଜାତୀୟ କନ୍ୟା ଦିବସ' ପାଳନ କରାୟାଏ। ଆଜି ଅର୍ଥାତ ସେପ୍ଟେମ୍ବର 24 ତାରିଖକୁ ସାରା ବିଶ୍ୱରେ 'ଅନ୍ତର୍ଜାତୀୟ କନ୍ୟା ଦିବସ' ଭାବେ ପାଳନ କରାୟାଉଛି। ଆଜିର ସମୟରେ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ କାମକୁ ଭଲ ଭାବେ କରୁଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ଦିନକୁ ପାଳନ କରିବାର ଉଦ୍ଦେଶ୍ୟ, ଇତିହାସ ଓ ମହତ୍ତ୍ବ ବିଷୟରେ।
ଅନ୍ତର୍ଜାତୀୟ କନ୍ୟା ଦିବସର ମହତ୍ତ୍ୱ :
ଆଜି ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଝିଅକୁ ଅଭିଶାପ ବୋଲି ଭାବନ୍ତି ଏବଂ କେବଳ ପୁଅକୁ ହିଁ ଚାହାନ୍ତି। ଏହା ହିଁ କନ୍ୟାଭ୍ରୁଣ ହତ୍ୟାର ସବୁଠାରୁ ବଡ କାରଣ। ଏଭଳି ପରିସ୍ଥିତିରେ ଆମ ସମାଜର ଦାୟିତ୍ୱ ହେଉଛି ଏହି ମାନସିକତାକୁ ବଦଳାଇବା ଏବଂ ଝିଅମାନଙ୍କୁ ଦୁର୍ବଳତା ନୁହେଁ ବରଂ ଆମର ଶକ୍ତି ଭାବେ ବିବେଚନା କରିବା।