ଭାଙ୍କୁଭର ନିକଟରେ ଜଣେ ଶିଖ୍ ବିଚ୍ଛିନ୍ନତାବାଦୀଙ୍କ ହତ୍ୟାରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ଅଭିୟୋଗରେ କୂଟନୈତିକ ବିବାଦ ଉପୁଜିବା ପରେ ଭାରତ ବୁଧବାର ନିଜ ନାଗରିକଙ୍କୁ କାନାଡ଼ାର କିଛି ଅଂଶକୁ ଯାତ୍ରା ନକରିବାକୁ କହିଛି।
ବିଶେଷ କରି ଭାରତ ବିରୋଧୀ ଏଜେଣ୍ଡାକୁ ବିରୋଧ କରୁଥିବା ଭାରତୀୟ କୂଟନୀତିଜ୍ଞ ଓ ଭାରତୀୟ ସମ୍ପ୍ରଦାୟର ଏକ ଅଂଶକୁ ଏହି ଧମକ ଟାର୍ଗେଟ୍ କରିଛି,ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆୟାଇଛି, ନାଗରିକମାନଙ୍କୁ "କାନାଡ଼ାର ସେହି ଅଞ୍ଚଳ ଏବଂ ସମ୍ଭାବ୍ୟ ସ୍ଥାନକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦେଉଛୁ ଯେଉଁଠାକୁ ଏଭଳି ଘଟଣା ଘଟିଛି"।
କାନାଡ଼ାରେ ବର୍ଦ୍ଧିତ ଭାରତ ବିରୋଧୀ କାର୍ୟ୍ୟକଳାପ ଏବଂ ରାଜନୈତିକ ଦୃଷ୍ଟିରୁ ଅବହେଳିତ ଘୃଣା ଅପରାଧ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାକାର ସମସ୍ତ ଭାରତୀୟ ନାଗରିକ ଏବଂ ଯାତ୍ରା କରିବାକୁ ଚିନ୍ତା କରୁଥିବା ବ୍ୟକ୍ତିମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାୟାଇଛି। ନିକଟରେ ଧମକ ବିଶେଷ କରି ଭାରତୀୟ କୂଟନୀତିଜ୍ଞ ଏବଂ ଭାରତ ବିରୋଧୀ ଏଜେଣ୍ଡାକୁ ବିରୋଧ କରୁଥିବା ଭାରତୀୟ ସମ୍ପ୍ରଦାୟର ଏକ ଅଂଶକୁ ଟାର୍ଗେଟ କରିଛି। ତେଣୁ କାନାଡ଼ାରେ ଏଭଳି ଘଟଣା ଘଟିଥିବା ଅଞ୍ଚଳ ଏବଂ ସମ୍ଭାବ୍ୟ ସ୍ଥାନକୁ ଯାତ୍ରା ନକରିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆୟାଇଛି: ବୈଦେଶିକ ବ୍ୟାପାର ମନ୍ତ୍ରାଳୟ।
କାନାଡ଼ାରେ ବଢୁଥିବା ଭାରତ ବିରୋଧୀ କାର୍ୟ୍ୟକଳାପ ଏବଂ ରାଜନୈତିକ ଦୃଷ୍ଟିରୁ ଘୃଣା ଅପରାଧ ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ସେଠାକାର ସମସ୍ତ ଭାରତୀୟ ନାଗରିକ ଏବଂ ଯାତ୍ରା କରିବାକୁ ଚିନ୍ତା କରୁଥିବା ଲୋକଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ କୁହାୟାଇଛି।