ବିପର୍ୟ୍ୟୟ ସାଇକ୍ଲୋନ ନ୍ୟୁଜ୍ ଲାଇଭ୍: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର କହିଛି ଯେ ପୂର୍ବ-ମଧ୍ୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ଆରବ ସାଗରରେ ଅବସ୍ଥିତ 'ବିପରଜୟ' ଆସନ୍ତା କିଛି ଘଣ୍ଟା ମଧ୍ୟରେ ଉତ୍ତର ଦିଗକୁ ଗତି କରି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ତିନି ଚାରି ଦିନ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି 135ରୁ 145 କିଲୋମିଟରକୁ ବୃଦ୍ଧି ପାଇ 160 କିଲୋମିଟରରେ ପହଞ୍ଚିପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାୟାଇଛି।
ଏଥିସହ ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକ ପାଇଁ ଆସନ୍ତା 5 ଦିନ ପାଇଁ ପବନ ସତର୍କ ସୂଚନା ଜାରି କରାୟାଇଛି।ଶକ୍ତିଶାଳୀ ବାତ୍ୟା 'ବିପରଜୟ' ଗୁଜରାଟର କଚ୍ଛ ଜିଲ୍ଲାର ଜଖାଉ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବାର ଦୁଇ ଦିନ ପୂର୍ବରୁ ମଙ୍ଗଳବାର ଦିନ ପ୍ରଶାସନ ପକ୍ଷରୁ 30 ହଜାର ଲୋକଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳରୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାୟାଇଛି।
ଜଣେ ଅଧିକାରୀ କହିଛନ୍ତି ଯେ, ଏନଡିଆରଏଫ ଓ ଏସଡିଆରଏଫର ଅନେକ ଟିମ ପ୍ରସ୍ତୁତ ରହିଛନ୍ତି। ଏଥିସହିତ ସେନା କର୍ତ୍ତୃପକ୍ଷ ବେସାମରିକ ପ୍ରଶାସନ ଓ ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ ସହ ମିଳିତ ଭାବେ ରିଲିଫ୍ କାର୍ୟ୍ୟ ପାଇଁ ଯୋଜନା କରିଛନ୍ତି।ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବନ୍ୟା ରିଲିଫ୍ ସ୍ତମ୍ଭ ପ୍ରସ୍ତୁତ କରି ରଖିଛି ସେନା।ବାତ୍ୟା ପ୍ରସ୍ତୁତି ନେଇ ଭର୍ଚୁଆଲ ବୈଠକରେ.., ସମ୍ବେଦନଶୀଳ ସ୍ଥାନରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିବା ସହ ଆବଶ୍ୟକୀୟ ସେବା ଯୋଗାଇ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ସରକାରଙ୍କୁ କହିଛନ୍ତି, ଯେମିତି ବିଜୁଳି, ଦୂରସଞ୍ଚାର, ପିଇବା ପାଣି ଓ ସ୍ୱାସ୍ଥ୍ୟ ସେବା।