ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିଭା ଜି-20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ଜୀବନ୍ତ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା । ତାଙ୍କୁ ସ୍ୱାଗତ କରିବା ପାଇଁ ଏକ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ପ୍ରତିବଦଳରେ ସୁଶ୍ରୀ ଜର୍ଜିଭା ସେମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ନିଜେ କିଛି ନୃତ୍ୟ ଷ୍ଟେପ୍ ଦ୍ୱାରା ଏଥିରେ ଯୋଗ ଦେଇଥିଲେ। ତାଙ୍କର ଏହି ଡ୍ୟାନ୍ସର ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଥିବା ବେଳେ ହଜାର ହଜାର ଲୋକ ଏହାକୁ ଦେଖିସାରିଲେଣି ଏବଂ ଲାଇକ୍ ମଧ୍ୟ ଦେଇସାରିଲେଣି। ଆସନ୍ତାକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା ଜି-20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନାକଙ୍କ ଭଳି ବିଶ୍ୱନେତାମାନେ ଯୋଗଦେବେ। ପ୍ରଗତି ପଡିଆର ନବ ଉଦ୍ଘାଟିତ ଭାରତ ମଣ୍ଡପରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କରାଯିବ ।