ଆଫ୍ରିକୀୟ ସଙ୍ଘ (ଏୟୁ) ଶନିବାର ଦିନ ବିଶ୍ୱର 20ଟି ବୃହତ ଅର୍ଥବ୍ୟବସ୍ଥା ସମୂହ (ଜି-20)ର ସ୍ଥାୟୀ ସଦସ୍ୟ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶୀର୍ଷ ବୈଶ୍ୱିକ ସଂସ୍ଥାରେ ସାମିଲ ହେବା ନେଇ ଘୋଷଣା କରିଛନ୍ତି।
ଦୁଇ ଦିନିଆ ଜି-20 ଶିଖର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ମୋଦି 55 ରାଷ୍ଟ୍ର ବିଶିଷ୍ଟ ଏୟୁକୁ ଏହି ଗୋଷ୍ଠୀର ନୂତନ ସଦସ୍ୟ ଭାବେ ସ୍ୱାଗତ କରି ଏହି ଘୋଷଣା କରିଛନ୍ତି।
ଏହି ଘୋଷଣାର କିଛି ସମୟ ପରେ ୟୁନିଅନ୍ ଅଫ୍ କୋମୋରୋସର ସଭାପତି ତଥା ଏୟୁର ଅଧ୍ୟକ୍ଷ ଆଜାଲି ଅସୋମଣି ଜି-20ର ପୂର୍ଣ୍ଣ ସଦସ୍ୟ ଭାବେ ଏହି ଆସନ ଗ୍ରହଣ କରିଥିଲେ।
ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱ ଦକ୍ଷିଣ କିମ୍ବା ବିକାଶଶୀଳ ରାଷ୍ଟ୍ର, ବିଶେଷ କରି ଆଫ୍ରିକୀୟ ମହାଦେଶର ଚିନ୍ତା, ଆହ୍ୱାନ ଏବଂ ଆକାଙ୍କ୍ଷାର ଏକ ପ୍ରମୁଖ ସ୍ୱର ଭାବେ ନିଜକୁ ଉପସ୍ଥାପିତ କରିଆସୁଛି।
ଜି-20ରେ ଏୟୁର ସଦସ୍ୟତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଆଗଧାଡ଼ିରେ ରହି ନେତୃତ୍ୱ ନେଉଛନ୍ତି। ଜୁନ୍ ମାସରେ, ମୋଦୀ ଜି -20 ନେତାମାନଙ୍କୁ ଚିଠି ଲେଖି AU ଅନୁୟାୟୀ ଏହାର ନୂଆଦିଲ୍ଲୀ ସମ୍ମିଳନୀରେ ଗୋଷ୍ଠୀର ପୂର୍ଣ୍ଣ ସଦସ୍ୟତା ପାଇଁ ଦାବି କରିଥିଲେ।
ସପ୍ତାହକ ପରେ, ଜୁଲାଇରେ କର୍ଣ୍ଣାଟକର ହାମ୍ପିରେ ଅନୁଷ୍ଠିତ ତୃତୀୟ ଜି-20 ଶେର୍ପା ବୈଠକ ସମୟରେ ଏହି ପ୍ରସ୍ତାବକୁ ଶିଖର ସମ୍ମିଳନୀ ପାଇଁ ବିଧିବଦ୍ଧ ଭାବେ ଚିଠା ବିଜ୍ଞପ୍ତିରେ ଅନ୍ତର୍ଭୁକ୍ତ କରାୟାଇଥିଲା।
ଏୟୁ ଏକ ପ୍ରଭାବଶାଳୀ ସଙ୍ଗଠନ ଯେଉଁଥିରେ 55ଟି ସଦସ୍ୟ ରାଷ୍ଟ୍ର ସାମିଲ ଅଛନ୍ତି ଯାହା ଆଫ୍ରିକା ମହାଦେଶର ଦେଶମାନଙ୍କୁ ନେଇ ଗଠିତ।