ଆମେରିକାର ପରାମର୍ଶଦାତା ସଂସ୍ଥା 'ମର୍ଣ୍ଣିଂ କନସଲଟ୍' ପକ୍ଷରୁ କରାୟାଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 76 ପ୍ରତିଶତ ଅନୁମୋଦନ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ପୂର୍ବ ରେଟିଂରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ଥିଲେ।
'ଗ୍ଲୋବାଲ ଲିଡର ଅପ୍ରୋଭାଲ ରେଟିଂ ଟ୍ରାକର'ରେ 76 ପ୍ରତିଶତ ଲୋକ ମୋଦିଙ୍କ ନେତୃତ୍ୱକୁ ଅନୁମୋଦନ କରୁଥିବା ବେଳେ 18 ପ୍ରତିଶତ ଏହାକୁ ନାପସନ୍ଦ କରିଛନ୍ତି ଏବଂ 6 ପ୍ରତିଶତ କୌଣସି ମତ ଦେଇନାହାନ୍ତି।
ସୂଚନାୟୋଗ୍ୟ, ସ୍ୱିଜରଲାଣ୍ଡ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ (64 ପ୍ରତିଶତ) ଏବଂ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର୍ (61 ପ୍ରତିଶତ) ଦ୍ୱିତୀୟ ଶ୍ରେଷ୍ଠ ଅନୁମୋଦନ ମାନ୍ୟତା ଲାଭ କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ 40 ପ୍ରତିଶତ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ 37 ପ୍ରତିଶତ, ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନାକଙ୍କୁ 27 ପ୍ରତିଶତ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ମାତ୍ର 24 ପ୍ରତିଶତ ରେଟିଂ ମିଳିଛି।
"ଏହା କେବଳ ବୈଦେଶିକ ନୀତିରେ ମୋଦୀ ସିଦ୍ଧାନ୍ତର ସଫଳତାର ପ୍ରମାଣ ନୁହେଁ, ବରଂ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ମୋଦୀ ଜୀଙ୍କ ଅବିଶ୍ୱାସନୀୟ ସଫଳତାର ବୈଶ୍ୱିକ ସ୍ୱୀକୃତି ମଧ୍ୟ, ସେମାନଙ୍କର ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ନିଃସ୍ୱାର୍ଥପର ପ୍ରୟାସ ଏବଂ ତାଙ୍କ ଉପରେ ଲୋକଙ୍କର ଅବିଶ୍ୱାସ,ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି।