ଏଥୁ ଅନନ୍ତରେ ରସ ଶୁଣ ସୁଜନ ।
ମନ୍ତ୍ରୀକି ଡାକି ସଂହଳଦ୍ବୀପ ରାଜନ ।୧ ।
ବୋଇଲା କିଶୋରଦଶା ପ୍ରାପ୍ତ କୁମାରୀ ।
କର ବେଗେ ବର ଦେବା ବିବାହକରି । ୨ ।
ଶୁଣିଲେ ସୁନ୍ଦରୀ ଶୋଭା ହରିତୋଷରେ ।
ହରି ଘେନି ଯିବେ ଅବା ବିଧ୍ ବଶରେ ।୩ ।
ନୃପତି ହୋଇ ପ୍ରମାଦ ସମ୍ପରି ବାଧ ।
ଶିରୀସ୍ନେହ ତୁଟିଗଲେ ସେ ହେବେ କ୍ରୋଧ ।୪ ।
ଶୁଣି କରଯୋଡ଼ି କହେ ସଚିବ ତହିଁ ।
ମୋର ବିଚାରକୁ ବର ଦିଶୁତ ନାହିଁ । ୫ ।
ଶିବଙ୍କୁ ଦେଲେ ପାର୍ବତୀ ଶାପ ପଡ଼ିବ ।
ଭସ୍ମ ଭୂଷଣ ଅଙ୍ଗେ ଏ କେହି ଜଡ଼ିବ ।୬ ।
ଚନ୍ଦ୍ର ତା କ୍ଷୀଣ କଳଙ୍କୀ ତହିଁକି ସୁଖ ।
ଅଶ୍ବିନୀ କୁମାର ହେଲେ କୁରଙ୍ଗ ମୁଖ ୭ ।
କୁସୁମଧନୁ ଅତନୁ ଅଛି ଆଉ କେ ।
ଚିତ୍ରପଟ ଦେଖାଇବା ମାନବଲୋକେ ।୮ ।
ରୁଣ୍ଡ ନରବରପତ୍ତି କରିବା ଆଣି ।
ଇଚ୍ଛାବର ବରୁ ପଛେ ରମଣୀମଣି । ୯ ।
ଭୂପତିବର ତହିଁକି ହେଲେ ସମ୍ମତ ।
ମାନବେ ଲେଖା ନ ଗଲା ସୁନ୍ଦରୀ ଚିତ୍ର । ୧୦ ।
ଜ୍ଞାନାନନ୍ଦ ନାମେ ଏକ ସନ୍ୟାସୀ ଥିଲା ।
ସଚିବ ପ୍ରତିଭୂମାୟା ସମୀପେ ଗଲା । ୧୧ ।
ସେକାଳେ ସେ ବିଶ୍ବକର୍ମା ଏକତ୍ରମନେ ।
ନିର୍ମାଣୁଛନ୍ତି ପ୍ରତିମା ଜେମା ସମାନେ । ୧୨ ।
ଜଗତ ମଞ୍ଜୁ ମଞ୍ଜୁଷା ମଧ୍ୟ ପ୍ରତିମା ।
ଦର୍ପଣ ଫୁଟି ଦିଶୁଛି ବାଳା ସୁଷମା । ୧୩ ।
ଏକାଳେ ସନ୍ୟାସୀ କରି ସାମ ଗାୟନ ।
ଲାବଣ୍ୟବତୀ ସ୍ବରୂପ ଘେନିଲାଦାନ ।୧୪ ।
ଦାନକଲାବେଳେ ମାତ୍ର କହିଲେ ଏତେ ।
ଆମ୍ଭ ବିନ୍ଧାଣିତ୍ର ଖ୍ୟାତ କରି ଜଗତେ ।୧୫ ।
ସୀଉକାର କଲା ଯୋଗୀ ବାହୁଡ଼ି ଆସି ।
ଦେଖାଇ ସ୍ବରୂପ ମନ୍ତ୍ରୀ ମତିକି ତୋଷି ।୧୬ ।
ସେ ବୋଇଲେ ଧର୍ମତାତ ଆମ୍ଭେ ତୁମ୍ଭର ।
ଆମ୍ଭବୋଲେ ଏହା ଘେନି ଭ୍ରମ ସଂସାର । ୧୭ ।
ଦେଖାଇ ଭୂପତିଗଣେ ବଶ କରିବ ।
ଦୋଷ ଗୁଣସୁନ୍ଦର ପଣକୁ ବୁଝିବ | ୧୮ ।
ଏ ବଚନେ ଶିଷ୍ୟକରେ ପେଡ଼ା ବୁହାଇ ।
ଏଣୁ ଏବେ ଏତେ ଦେଶ ଭ୍ରମିଲା ସେହି ।୧୯।
ଯେଉଁ ଦେଶେ ଯେଉଁ ରୂପ କଲେ ଆଦର ।
କହୁଥାଇ ଚାହିଁ ମହୀପତ୍ର ନିକର
କୁନ୍ତଳ କୁନ୍ତଳବର୍ଣ୍ଣ ସାରିଲେ ଦିନ ।
ମତ୍ସ୍ୟଜନ ମତ୍ସ୍ୟପରି ନିମିଷ ହୀନ
ନିଷେଧେ ନିଷେଧ୍ ଆନ ଲୋକ ନ କଲେ ।
ମାଳବରେ ମାଳା କରି ତାହା ଜପିଲେ
ମଘରେ ମଘବାପଦ ପାଇଲା ପରି ।
ବିହେହ ବିଦେହଶରେ ହୋଇଲେ ଘାରି ।୨୧।
ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।
ଏହି ରମ୍ଭା ବୋଲି କଳିକଳିଙ୍ଗେ ହେଲେ
ଧାତା ହଟ୍ଟ ଏହି ମରହଟା ବିଚାର ।
ସଉରାୟେ ଭାଷି ସଉଦାମିନୀ ସ୍ଥିର | ୨୨|
କନାଉଜ କନ୍ୟାଉଚ୍ଚ ଶୁଭିଲା ବାଣୀ ।
ମରୁଦେଶ ମରୁ ରମ୍ଭା ଏମନ୍ତେ ଭଣି ।୨୪।
ଚୋଳେ ନିଚୋଳେଘୋଡ଼ାଇ ରଖିବା ଚିନ୍ତା ।
ଦ୍ରାବିଡ଼େ ନିବିଡ଼େ ଆଲିଙ୍ଗନେ ମମତା ।୨୭ ।
ଗୁଜୁରାତି ରାତି ଦିନେ ଦେଖ୍ ଇଚ୍ଛା
ବିଦର୍ଭରେ ଦର୍ଭହାସୀ ଦର୍ଶନ ବାଞ୍ଛା । ୨୮ ।
ଉତ୍କଳେ ଉତ୍କଳା ହୋଇ ବରହେ ଭାରୀ ।
ଗଉରୀଏ ଗଉରବ ଗଉଡ଼େ କରି । ୨୯ ।
ନେପାଳେ କପାଳଥିଲେ ପାଇବା ଭାବି ।
ମାଗଧେ ମାଗଧମୁଖେ ବର୍ଣ୍ଣାଇ ଛବି ।୩୦ ।
କୁଞ୍ଜଗଳେ ଗଳେ ବାନ୍ଧି ବୁଲିବା ସ୍ନେହୀ ।
ବଙ୍ଗାଳି ଗାଳି ଉପମାବଳୀକି ଦେଇ ।୩୧ ।
ଲୋମ ଲୋମହର୍ଷିତା ଦେଖ୍ ତ୍ୱରିତ ।
କଳେବର କଳେବରେ ଆନନ୍ଦଜାତ ।୩୨ ।
କେରଳେ ଭାବେ କେରମାଳୟା ହୋଇବ ।
ଯମନ ମନକୁ ଭିନ୍ନ ନୋହେ ଏ ଭାବ ।୩୩ ।
ସିନ୍ଧୁରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।
ସିନ୍ଧୁର ଗମନା ପ୍ରତିଅଙ୍ଗେ ମିଶିବ ।୩୪ ।
ବାଳା ତୁଳାପିତୁଳାକୁ ଚାହିଁ ସରାଗେ ।
ପିତୁଳା କରି ରଖୁଲେ ନୟନ ଯୁଗେ ।୩୫ ।
ବିଦଗଧେ ବିଦଗଧ କାମ ଦହନେ ।
ସେ ଭାବନା ନ ଛାଡ଼ିଲେ ରଜନୀ ଦିନେ ।୩୬ ।
କେ ବୋଲେ ପଟ କିଏ କାହାର କପଟ ।
ଦେଖିଲେ କିଞ୍ଚିତ ଚିତ୍ତ ହୋଏ ଲମ୍ପଟ ।୩୭ ।
କେ ବୋଲେ ଏ କେହି ହେଲା ଦମ୍ଭ ରହିଲା ।
ସାତକୁମ୍ଭ କୁମ୍ଭଉରଜାକୁ ବିହିଲା ।୩୮ ।
କେ ବୋଲେ ସତେ କାମିନୀ ଅଛି ଏମନ୍ତେ ।
କେମନ୍ତେ ଗଢ଼ିଲା ବିହି ଆୟୂଷକେତେ ।୩୯ ।
କେ ବୋଲେ ସତେ ଏରୂପ ଥିଲେ ତରୁଣୀ ।
ଏତେକାଳେ ଅଳଙ୍କୃତା ହେଲା ଧରଣୀ ।୪୦ ।