କେ ବୋଲେ ମୋହନ ମୂର୍ତ୍ତିମନ୍ତ ହୋଇଲା ।
ସକଳ ସୁନ୍ଦର ଅଙ୍ଗେ ଘେନି ଅଇଲା ।୪୧ ।
କେ ବୋଲେ ଆନନୋହ ନେତ୍ର ସୁକୃତି ।
ଦେଖୁଲାଇ ଲାବଣ୍ୟବତୀର ଆକୃତି ।୪୨ ।
ବିଚାରିଲେ ଯୁବା ସୃଷ୍ଟକିବା ପ୍ରଳୟ ।
ହୋଇଲା ହୋଇଛି ଉତପାତ ଉଦୟ ।୪୩ ।
ବିଦ୍ୟୁସ୍ଥିର ଇନ୍ଦୁ ଚିର ନିଶି ଦିବସ ।
ଅମଳିନ ହୋଇ ତ ନଳିନ ବିକାଶ ।୪୪ ।
ପୁଣି ବିଚାରିଲେ ବଳଭୂମୀ ବିଚାରି ।
ଅଙ୍ଗେ ଅଙ୍ଗେ ରହିଲା କି ଦୁର୍ଗକରି । ୪୫ ।
ଦେଖ ଏ ପ୍ରତ୍ୟକ୍ଷ କଥା କରୀକି ହରି ।
ମାରେ ଏବେ ଆରୋହିଛି ହରିକି କରୀ ।୪୬ ।
ଦର୍ଶନେ ରାଜନ ଯୋଗ ଆଗେ ଦେଇଛି ।
କଞ୍ଜପରେ ରଞ୍ଜନ ଖଞ୍ଜନ ହୋଇଛି । ୪୭ ।
ଯେ ନିର୍ମାଣ କେତେ ଅନୁମାନ କି ତାର ।
ନୋହେ ସେ ପୁରୁଷ କେଡ଼େ ଥୟତା କର ।୪୮ ।
ହେଲେ ହୋଇଥିବା ଅବା ବିଧାତା ମାତା ।
ମନେ ମନାସିବା କଥା ହୁଅଇ କି ତା ।୪୯ ।
ପ୍ରୟୋଗେ ଅସୁରୀ ସୀତା ସଦୃଶ ପରି ।
ଏରୂପକୁ ଅଛି କି ସେ ନିର୍ମାଣ କରି ।୫୦ ।
ଏମନ୍ତେ ରାମାପ୍ରଶଂସା ସଂସାରେ ଖ୍ୟାତ ।
ନୃପତି ସମୂହ ହେଲେ ଉଚ୍ଛନ୍ନ ଚିତ୍ତ ।୫୧ ।
ମନକୁ ପେକ୍ଷିତ କଲେ ସିଂହଳ ଦ୍ବୀପ ।
ଶୟନେ ଦେଖିଲେ ସ୍ବପ୍ନ ବାଳା ସ୍ବରୂପ ।୫୨ ।
ଅସର ପାଇ ବିନ୍ଧିଲା କୁସୁମ ଶବ୍ଦ ।
ସାରିଲେ ଉଷୀର ବାଟି ଶଶିର କର ।୫୩ ।
ଶିଶିର କରର ରବି ଛବି ପାଇଲେ ।
ନବପଲ୍ଲବ ଶୟନ କରି ଶୋଇଲେ ।୫୪ ।
ଡିଜ ରୁଣ୍ଡୀଭୂତକରି ଚଣ୍ଡୀ ବରଣ ।
ପ୍ରତିଦିନ କରିବାରେ ହେଲେ ନିପୁଣ ।୫୫ ।
ଶମ୍ପାଗୋରୀ ଅନୁକମ୍ପା କରିବା ପାଇଁ ।
ଶିବେ ଗୋଦୋହନ କରି ଚମ୍ପାଚଢ଼ାଇ ।୫୬ ।
ଆଜନ୍ମସୁଖୀ ନୟନେ ଦେଖିବା ପାଇଁ ।
ଗଣେଶଙ୍କୁ ଲଡ଼ୁ ଦେବା ଗଣନା ନାହିଁ ।୫୭ ।
କରେ ଛୁଇଁବାକୁ ତାର କୁଚ କଳସୀ ।
ରମାବଲ୍ଲଭଙ୍କୁ ଦେଲେ ଲକ୍ଷେ ତୁଳସୀ ।୫୮ ।
କାମଶାସ୍ତ୍ର ଦେଖ୍ ସ୍ତରୀ ବଶୀକରଣ ।
କଲେ ମନ୍ତ୍ର ଅଉଷଧୂମଣି ଭିଆଣ ।୫୯ ।
ଶୋଭାଅର୍ଥେ ମଣ୍ଡିହେଲେ ରତ୍ନାଳଙ୍କାରେ ।
ପଉଣ୍ଡ୍ରିକ ବାସୁଦେବ ହେଲା ପ୍ରକାରେ ।୬୦ ।
କେତକୀ ଫୁଲ ବଞ୍ଚିତ ଯଥା ମଧୁପ ।
ତଥା ନୃପମଣ୍ଡଳ ବାଳାରେ ଲୋଲୁପ ।୬୧ ।
ନ ତୁଟିଲା ପୁଣି ଆଶା କେବେ ତାଙ୍କର ।
ବିରହିଣୀ ନାୟିକା ତ୍ରିବଳୀ ପ୍ରକାର ।୬୨ ।
ଉଚ୍ଚତରୁ ଫଳେ ଖର୍ବେ ଆଶାୟୀ ପରି ।
ଲାବଣ୍ୟବତୀ ନାମକୁ ମନ୍ତର କରି ।୬୩ ।
ବାଳା ପ୍ରତିଅଙ୍ଗ ଶୋଭା ମାନସେ ଥୋଇ ।
ଅପଣା ଶୋଭାକୁ ଆଦରଶରେ ଚାହିଁ ।୬୪ ।
ବାହ୍ୟରେ ଆରମ୍ଭ ସେ ଅନ୍ତରେ ବ୍ୟାକୁଳ ।
ଭସ୍ମ ଆଚ୍ଛନ୍ନରେ ଥାଇ ଯଥା ଅନଳ । ୬୫ ।
ବିଚକ୍ଷଣ ଜନ ପେଷି ସିଂହଳ ଦ୍ବୀପେ ।
ପ୍ରୀତି ଲଗାଇଲେ ରତ୍ନଶ୍ବର ମହୀପେ ।୬୬ ।
ଲାବଣ୍ୟବତୀ ସ୍ବରୂପ ଆସିବା ଘୋଷ ।
ଆଗୁଁ ପ୍ରକଟ ହୋଇଲା କର୍ଣ୍ଣାଟଦେଶ ।୬୭ ।
ଚନ୍ଦ୍ରଭାନୁ ଭାବି ଯାହା ସାଧୁତ କହି ତା
କୁ କେ ନିର୍ମାଣି ରୂପପଟେ କେ ଲିହି ।୬୮ ।
ରୂପକାର ରଙ୍ଗାଜୀବ ମର୍ତ୍ତ୍ୟରେ କାହିଁ ।
ମନକୁ ଆସେ ମଘବା ଭୁବନେ ନାହିଁ ।୬୯ ।
ହୋଇଥିଲା ମୋ ନେତ୍ରର ବିଧାତା ଋଣୀ ।
ଶୁଝିବ ବୋଲି କି ଆଣେ ପ୍ରତିତରୁଣୀ ।୭୦ ।
ଗୁରୁଦ୍ରୋହୀ ପୁଣି ସ୍ବର୍ଗଭୋଗ ପାଇଛି ।
ସାତସିନ୍ଧୁ ଚଳୁ ଭିତରେ ରହିଛି ।୭୧ ।
ପକ୍ଷ ବିନା ହୋଇଅଛି ଗଗନଗତି ।
ଜଳ ଉପରେ ଶଇଳ ଭାସି ଅଛନ୍ତି ।୭୨ ।
ଯେଉଁ ଦଇବେ ହୋଉଛି ଏତେ ବିଧାତା ।
ସେହି ଦଇବେ ହେଲାକି ବାଳା ରତନ ।୭୩ ।
ଜ୍ୟେଷ୍ଠ ତୃଷିତ ଚାତକ ଯେମନ୍ତ ହୋଇ ।
ଜଳଦ ଦର୍ଶନେ ତନମନ କରଇ ।୭୪ ।
ଆଷାଢ଼େ ଘନ ଦୁଦ୍ଦିନ ଚକୋରପନ୍ତି ।
ଆଶା ଯେହ୍ନେ ଶରଦ ଆଗମେ କରନ୍ତି ।୭୫ ।
ସ୍ବରୂପ ପ୍ରେବଶ ତଥା ଟେକିଲା ଆଶା ।
ଅସର ହୋଇଲା ତେଣୁ ବାସର ନିଶା ।୭୬ ।
ପାଛୋଟାଇ ପିଠିଆଇ ମନକୁ ମୃଦେ ।
କର୍ଣ୍ଣ ଡେରେ ଯଥା ମୃଗ ଘଣ୍ଟି ଶବଦେ ।୭୭ ।
ସପ୍ରେମେ ନୟନ ସେହି ଦିଗକୁ ଟେକି ।
ନିରେଖ କାଗଜ ଚକି ଯଥା କୁତୁକୀ ।୭୮ ।
ନିଦ୍ରା କ୍ଷୁଧା ବାଧା କରି ପାରିଲେ ନାହିଁ ।
ଅଳପ ଅନୁରାଗ କି ହୋଇବ କହି ।୭୯ ।
ବିନାୟକ ପୂଜ୍ୟ ସଦାଶିବ ତୋଷଦ ।
ସୁମନସଗଣର ଯେ ହରେ ବିଷାଦ ।୮୦ ।
ଉପେନ୍ଦ୍ର ଭଞ୍ଜ ବୀରବର ବିଚାରେ ।
ଗୀତ ଶେଷ କରିବି ତାଙ୍କ କୃପାରେ ।୮୧ ।