ଶୁଣ ହେ ସୁଜନେ ରସ କର୍ପୂ ମନ ଲୋଭା ।
ରତ୍ନାକର ମଧ୍ୟରେ ସିଂହଳ ଦ୍ବୀପ ଶୋଭା ଯେ । ୧ ।
କହିବାର ନୋହେ ସେ କଟକ ଛଟକକୁ ।
ରତନ ଝଟକ ହସେ ଆନ କଟକକୁ । ୨ ।
ଅଛନ୍ତି ଧନଦ ସମ ଧନବନ୍ତମାନେ ।
କର୍ଷେ ଶୁଣାଅଛି ସମାନକୁ ଏକା ଦାନେ ଯେ ।୩ ।
ଯେତେ କୋଟି ସୁବର୍ଣ୍ଣ ଯାହାକୁ ମିଳେ ତହିଁ ।
ତେତେ ଗୋଟି କଳସ ସେ ମନ୍ଦିରେ ବସାଇ ଯେ ।୪ ।
ଗୋରୋଚନା ପ୍ରକାରେ ଯହିଁରେ ମୃଗମଦ ।
ନିତି ଜୀର୍ଣ୍ଣବସନକୁ ବିକନ୍ତି ପୁଳିନ୍ଦ ଯେ । ୫ ।
କୁଙ୍କୁମ ଉକୁଟାଇ ହୁଅନ୍ତା ନାରୀ ଯହିଁ ।
ହରିଦ୍ରାରେ ଆଦର କରିବେ କାହିଁପାଇଁ ଯେ ।୬ ।
ମାର୍ଗ ମାର୍ଜନେ ରଜନିକର ଆଣି ଯାଇ ।
ରଜନୀକର ଆଣନ୍ତି ଶକଟରେ ବହି ଯେ ।୭ ।
ହରିତକୀ ପାଇଁ ତିଆରିଲେ ବୈଦ୍ୟକୁଳ ।
ଭାରବାହେ ଭାରରେ ଆଣନ୍ତି ଜାତିଫଳ ଯେ ।୮ ।
ଶବରୀ ଶର୍ବରୀ ଶେଷୁ ଅରଣ୍ୟକୁ ଯାଇ ।
ହରି ବିଦାରିତ-କରି ମୋତି ପଡ଼ିଥାଇ ଯେ ।୯ ।
ବଦରୀ ଆଦରି ନେଇ ସରୋବରେ ଧୋଇ ।
ବିକା ତା ନଯିବ ବୋଲି ଆସନ୍ତି ପକାଇ ଯେ । ୧୦ ।
ଖଣ୍ଡପରଶୁ-ଧାରଣପୁର ପରିଷ୍କାରେ ।
ନ ଦହନ୍ତି ଶାମୁକ ମୁକତା ବିହୀନରେ ଯେ ।୧୧।
ଯେଉଁ ହେମ କମନୀୟ କାମକରେ ହୋଇ ।
ସେ ଗ୍ରହଣୁ ବାରବାନେ ଦୃକପାତ ନାହିଁ ଯେ ।୧୨ ।
ଶିଶୁକାଳୁ ମୋଧାବିନୀ ମଦନ ଶଳାକା ।
ଭକ୍ଷନ୍ତି ଲବଙ୍ଗ ନାଗବଲ୍ଲୀ ଦଳ ଏକା ଯେ ।୧୩ ।
ଏଣୁ କଣ୍ଠରୋଧ ବାଧାହୀନ ଦିବ୍ୟ ତାନ ।
ଶିଖ୍ ବିଷ୍ଣୁ ଚରିତ କରନ୍ତି ଭ୍ରମିଗାନ ଯେ । ୧୪ ।
ଗଜ ହୟ ଉପଜୀବୀ ଭ୍ରମନ୍ତି କେଦାରେ ।
ମାରାଗ ଜ୍ୟୋତିକି କରି ଜବସ ମନରେ ଯେ । ୧୫ ।
ବାସକରେ ଗ୍ରହଣ କରନ୍ତି ଯହିଁ ମଚ୍ଛ ।
ଭାବନ୍ତି ଏହି ପଥରେ ପଥରେକ ସ୍ବଚ୍ଛ ଯେ ।୧୬ ।
ବଜ୍ର ଜାତି ବିନା ଗଜ ନ ଆଣନ୍ତି ବିନୁ ।
ଅଶ୍ବଶାଳେ ବନ୍ଧା ନୋହେ ସିନ୍ଧୁଜାତ ବିନୁ ଯେ ।୧୭ ।
ମୂଷିକରେ ନେପାଳୀ ପାଳନା ସୁଆଦରେ ।
ଗନ୍ଧମାର୍ଡାର ପୋଷିତ ବିଡ଼ାଳ ପଦରେ ଯେ ।୧୮।
ମାଳିଆଳି-ଦକ୍ଷିଣାବର୍ତ୍ତକ ବିନା କନ୍ତୁ ।
ନ ଘେନନ୍ତି ଦେବାକୁ ହର ଚରଣେ ଅମ୍ବୁ ଯେ ।୧୯ ।
ଏକ ମୁଖୀ ରୁଦ୍ରାକ୍ଷ ଗ୍ରହଣ ଯୋଗୀକରେ ।
ବାଳକେ କିଣନ୍ତି ଦ୍ରାକ୍ଷା କେବଳ କୋଳିରେ ଯେ । ୨୦ ।
ଖଡ୍ ଚର୍ମ ଆଢ଼େଣୀ ଧାରଣ ନପାଇ ।
ଖଡ଼ଗ ଚର୍ମରୁ ଆନ ଚର୍ମ ନ ଯୋଗାଇ ଯେ । ୨୧ ।
ଯହିଁ ବ୍ରହ୍ମଜାତି ବଜ୍ର କବଚ ମିଳଇ ।
ବଜ୍ର କବଚରେ ଅନୁରାଗ ଥ୍ବ କାହିଁ ଯେ ।୨୨ ।
ପଦ୍ମିନୀ ଜନମ ସ୍ଥାନ ପଦ୍ମାକର ପୁରୀ ।
ଆନ ଜାତି ନାରୀଏ ଯହିଁରେ ପରିଚାରୀ ଯେ । ୨୩ ।
କିନ୍ନରୀ ଗୀତ ଶ୍ରବଣ ଯହିଁ ନିତି ନିତି ।
ମହୀ ମଧ୍ୟ ସ୍ବର୍ଗ ଯେ ହୋଇଛି ଉତପରି ଯେ ।୨୪।
ସେ ନଗର ନରବର ନାମ ରତ୍ନଶ୍ବର ।
ବିଦ୍ୟୁଲତା ନାମେ ପଟ୍ଟମହିଷୀ ତାହାର ଯେ । ୨୫ ।
ପଞ୍ଚଶର ସମେ ପଞ୍ଚସୁତ କଲାଜାତ ।
ଦିବ୍ୟକୁମାରୀ ପ୍ରାପତେ କରେ ନାନା ବ୍ରତ ଯେ ।୨୬ ।
ଚୈତ୍ର ମଙ୍ଗଳବାରରେ ଆରମ୍ଭ ପୂଜାକୁ ।
ପଞ୍ଚମ ପାଳିରେ ତୋଷ କଲେ ଗିରିଜାଙ୍କୁ ସେ ।୨୭ ।
ବାଞ୍ଛାବତୀ ପିଣ୍ଡ ଥିଲା ଅଗମ୍ୟ କାନନ ।
ଆପଣେ ଅମ୍ବିକା ଯାଇ କଲେ ସଜୀବନ ଯେ ।୨୮ ।
ବୋଇଲେ ସୁନ୍ଦରୀ ହୁଅ ତୁ ରସାଳ ଫଳ ।
ଆଜ୍ଞା ଅବଧାରିଲା ସେ ରାମା ତତକାଳ ଯେ ।
କରେ ଘେନି ସ୍ବପ୍ନାଦେଶେ ମହୀଦେବୀ କରେ ।
ଦେଇଗଲେ ସେ ଆମ୍ବକୁ ପାର୍ବତୀ ସତ୍ବରେ ଯେ ।୩୦ ।
ଚେତୁ ଯୁବତୀ ଦେଖୁତ ହସ୍ତେ ଅଛି ଚୂତ ।
ଭକ୍ଷ ମୃଗାକ୍ଷୀ ନାୟକ ସଙ୍ଗେହେଲା ରତ ଯେ ।୩୧ ।
ଶୁଭବେଳେ ଗର୍ଭ ଦର୍ଭହାସୀ ଶୁଭ୍ରକେଶୀ ।
କେତେ ଦିନେ ଶୋଭାତାର ଆନ ଆନ ଦିଶି ଯେ ।୩୨ ।
କାନ୍ତି ସୁବର୍ଣ୍ଣେ ଦୋହଦ ପାରଦ ମିଶିଲା ।
ରଜତ ପିତୁଳା ତୁଲ୍ୟ ଅବଳା ଦିଶିଲା ଯେ ।୩୩ ।
କ୍ଷୀଣ ପାଇଁ ପୀନ ହେଲା ରେକସଂଖ୍ୟା କଟୀ ।
ଖସି ନିତମ୍ବ-ବିମ୍ବକୁ ଆଶ୍ରେ କଲା ଶାଢୀ ଯେ ।୩୪ ।
ବେଶରେ ଆବେଶ ହେବା କ୍ରମଶେ ତୁଟିଲା ।
ଆହାରେ ବିମନା ହୋଇ ଗମନେ ଫୁଟିଲା ଯେ ।୩୫ ।
ବାହାରେ ହୋଇଲା ପତି ବିହାରରୁ ମତି ।
ମହିଳା ମହୀ ଶୟନେ ବଳାଇଲା ପ୍ରୀତି ଯେ ।୩୬ ।
ଦିବ୍ୟ ରୁଚିକି ରୁଚିଲା ମୃଭିକା ଭକ୍ଷଣ ।
ଚଞ୍ଚଳ ଚଳନମାନ ଛାଡ଼ିଲା ଈକ୍ଷଣ ଯେ ।୩୭ ।
ପୃଥୁରୋମା ନୟନୀ ଉଦର ପୃଥୁତର ।
ଅତି ଶୋଭା ନାଭି ଲେଉଟିଲା ପରକାର ।୩୮ ।
ନିଷ୍ଠୁର ଦିଶିଲା ଓଷ୍ଠ ତ୍ରୁଟି ଯାଇ ରଙ୍ଗ ।
ଘନ ଘନ ଜୃମ୍ଭା ପୁନଃ ପୁନଃ ମୋଡ଼େ ଅଙ୍ଗଯେ ।୩୯ ।
ଶ୍ୟାମଳ କୋମଳ ଅଙ୍ଗା ସ୍ତନଅଗ୍ର ବହି ।
ହରଧର ଶୃଙ୍ଗେ ଜଳଧର ପରା ଶୋହି ଯେ ।୪୦ ।
ଦଶମାସ ଶେଷ ରସବତୀ ଅଶକତ ।
ଉତ୍ତମ ଲଗ୍ନ ମଗ୍ନରେ ସୁତା ପ୍ରସବିତ ଯେ । ୪୧ ।
କବି ବିଚାରି କି ଚାରିମୁଖ ସଙ୍ଗେ ବାଦ ।
ଆଚରି ମଦନମହୀପତି ବହି ମଦ ଯେ ।୪୨ ।
ଉଦର ଶୋଭା ଉଦଧୂ ମଝିଲା ଉଦ୍ବେଗ ।
ଉରଜ ମନ୍ଦରୁ ବଳି ସର୍ପରଜ୍ଜୁ ଯୋଗେ ଯେ ।୪୩ ।
ତହିଁରୁ ଜାତ ଜଗତମୋହିନୀ ସ୍ବଭାବେ ।
ଅବଶ୍ୟ ହୋଇବେ ହର ତପେ ଭଙ୍ଗ ଏବେ ଯେ ।୪୪ ।
ଧାତ୍ରୀ ଧରିତ୍ରୀଭୂଷାକୁ ନାଭିଚ୍ଛେଦ କରି ।
ଗଣକଗଣେ ବସିଣ ଜାତକ ବିଚାରି ଯେ ।୪୫ ।
ସୂତିକା ଗୃହରେ ଯେତେ ବିଧ୍ ଶେଷ କଲେ ।
ଏକବିଂଶ ଦିନେ ଦୋଳିଶୟନ ବିହିଲେ ଯେ ।୪୬ ।
ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।
ବିଚାରିଲେ କେତେ କଳ୍ପଶ୍ରମ କଲା ବିହିଯେ ।୪୬ ।
ଆସିଥିଲେ ବ୍ରହ୍ମଋଷି ଶୋଭାରାଶି ଚାହିଁ ।
ଚରଣ ତଳେ ଶରଣ ପଶିଅଛି ଡରି ଯେ ।୫୪ ।
ପଦ୍ମଜାତ ସିନା ବିଧୂ ବିହିଲା କେମନ୍ତେ ।
ଏମନ୍ତ ସମ୍ମତ ହେଲା ସମସ୍ତଙ୍କ ଚିତ୍ତେ ଯେ ।୫୫ ।
ସର୍ବ ମତେ ସର୍ବ ଶୋଭାସ୍ଥାନ ବୋଲି ବାଳୀ ।
ଲାବଣ୍ୟବତୀ ନାମକୁ ଦେଲେ ଭାଳି ଭାଳି ଯେ ।୫୬ ।
ବଳକ୍ଷ ପକ୍ଷର କଳାକର କଳା ପରି ।
ଦିନୁ ଦିନୁ ଶୋଭା ବୃଦ୍ଧି ନରେନ୍ଦ୍ର କୁମାରୀ ଯେ ।୫୭ ।
କେତେଦିନ ଉଭା ଭିଭି ଧରି ବିମ୍ବାଧରୀ ।
କରୀ ଗମନରେ ପୁଣି ମହୀ ଶୋଭା କରି ଯେ । ୫୮ ।
ରଜନୀକର ବଦନା ରଜନିକରରେ ।
କରଇ ଖେଳା ରଚନା ଶିଶୁଙ୍କ ସଙ୍ଗରେ ଯେ ।୫୯ ।
ରବି ରଥ ରଖେ ବଶ ହୋଇ ତା ସୁଷମେ ।
ଏଣୁ କରି ଦୀର୍ଘଦିନ ଜାଣିଲି ଗ୍ରୀଷମେ ଯେ ।୬୦ ।
ବିଶ୍ବସୃକ ବିଶ୍ବକର୍ମା ଶିଳ୍ପୀ ହୋଇ ଗୋପ୍ୟ ।
ବିଚାରିଲେ କେତେ କଳ୍ପଶ୍ରମ କଲା ବିହି ଯେ ।୪୭ ।
ମୁଖ ହେବ ଏମନ୍ତ ବିଚାରି ପଦ୍ମବିଧୁ ।
ହସ୍ତବାଳା କରି ଆଗୁ ବଢ଼ିଗଲା ସାଧୁ ଯେ ।୪୮ ।
ତହୁଁ ବାସ ଆହାଲାଦ ଦର୍ପଣରୁ ଝଳି ।
ଲହରୀରୁ କୁଟିଳ ଅଞ୍ଜନପୁଞ୍ଜ କାଳୀ ଯେ ।୪୯ ।
କୁରଙ୍ଗରୁ ତରଙ୍ଗ ବିଦ୍ରୁମ ରଙ୍ଗ ହରି ।
ଲବଣୀ ଶିରୀଷରୁ କୋମଳ ବଳେ ତୁଳି ଯେ ।୫୦ ।
ସୁବର୍ଣ୍ଣର ବର୍ଣ୍ଣ ଗତି ହଂସଠାରୁ ଗତି ।
ଏ ରୂପେ ଉପମାବର୍ଗ ଯେତେକ ଅଛନ୍ତି ଯେ ।୫୧ ।
ବିହି ସବୁଠାରୁ ସାର ସାର ଭାଗ ଆଣି ।
ପୁରଟ ପ୍ରତିମା ପରି ରଚିଲା ରମଣୀ ଯେ ।୫୨ ।
କବି ଯେତେ ଥିଲେ ସୀଉକାର ତା ନ କଲେ ।
ବିଧାତା ବିଧାନୀ କାହୁଁ ଏ ହେବ ବୋଇଲେ ଯେ ।୫୩ ।
ଦେଖ ପଦ୍ମ ଲପନ ଶୋଭାକୁ ଯାର ହାରି ।
ନିର୍ମାଣ ବାରଣଦନ୍ତ ପିତୁଳା ତା ରୂପେ ଯେ ।୬୧ ।
ଉପି ଲେପି କୁଙ୍କମ ଦିଅନ୍ତି ନେଇ କରେ ।
ହେବ କି ନୋହିବ ସମ ଏମନ୍ତ ଶଙ୍କାରେ ଯେ ।୬୨ ।
ମନକୁ ନ ଆସି ଆରଦିନ ଚିତ୍ରକର ।
ହୋଇ ଚିତ୍ତେ ବିଚିତ୍ର ଲେଖନ୍ତେ ଶୋଭା ତାର ଯେ ।୬୩ ।
ତଥାପି ସୁଷମା ସମା ପ୍ରତିମା ନୋହିଁ ।
ଶୋଭାକୁ ବର୍ଣ୍ଣନ୍ତି କବି ବୃତ୍ତ କରି ତହିଁ ଯେ ।୬୪ ।
ଏମନ୍ତ ଯଶ ଜେମାର ଜଗତେ ଶୁଭିଲା ।
ଯୋଗୀଜନ ମୋହନାସ୍ତ୍ର ମାର ଭିଆଇଲା ଯେ ।୬୫ ।
ଏ ବିଚାରେ ମହେଶ ପାଷାଣ ହେଲେ କିବା ।
ଯୁବା ହେବାଯାଏ ଆଉ ଶରୀରେ ନଥିବା ଯେ ।୬୬ ।
ପଢ଼ାଶୁକେ ଶିଳା ଧୂପ କୋକିଳେ ବରଷା ।
ହୋଇଲା ପାଠ ପଠନ କାଳ ମୃଦୁଭାଷା ଯେ ।୬୭ ।
ସରସ୍ବତୀ ଗୋଚରରେ ବିଦ୍ୟା ଥିଲା ଯେତେ ।
ଦେଲେ କହି ସେ ଦ୍ବନ୍ଦ ତୁ ନ କରିବୁ ମୋତେ ଯେ ।୬୮ ।
ଲଜ୍ଜା ପଟ୍ଟମହିଷୀକି ଘେନି ଯଉବନ ।
ରାଜା ଆସି ଆକର୍ଷିଲା ଅଙ୍ଗ ଦେଶମାନ ଯେ ।୬୯ ।
ପାତ୍ର ମନ୍ତ୍ରୀ ନିତମ୍ବ ଜଘନ ଉରୁସତ୍ୟ ।
ଶାଢ଼ି ପାଇ ଏମାନେ ହୋଇଲେ କୃତକୃତ୍ୟ ଯେ ।୭୦ ।
କୁଚଅଙ୍କୁରିବାରେ ବସନ ଉଠିଦିଶେ ।
ହୃଦୟବେଦୀରେ ଅଭିଷେକ କୁମ୍ଭ କି ସେ ଯେ । ୭୧ ।
ଏ ସମୟେ ମାହୁନ୍ତ ସୁନ୍ଦରୀ ମତ୍ତକରୀ ।
ଅନ୍ତଃପୁର ଟୋପରେ ରଖୁଲା ବେଳେ ଧରି ସେ ।୭୨ ।
ନେତ୍ରାଞ୍ଚଳରେ ଚଳ ପରକାଶ ହେଲାଆସି ।
ଚତୁରୀ ବଳି ଚାତୁରୀମାନଙ୍କୁ ପ୍ରକାଶି ଯେ ।୭୩ ।
ଏ ପ୍ରତୀତ ଯୁବାଜିତ ଇଚ୍ଛାକରୀ ଭାରୁ ।
ଶରବିନ୍ଧି ଶିଖେ କି ସଂସାର ଗୁରୁଠାରୁ ଯୋ ।୭୪ ।
ସୁନ୍ଦରୀ ସଂସାରେ ସେ ହେବାରୁ ଚକ୍ରବର୍ତୀ ।
ଦେଲା କି ପତି ଅଙ୍ଗରେ ଭୂପତି ସମ୍ପରି ଯେ ।୭୫ ।
କୁନ୍ତଳ ଦେଶରେ ଚୂଡ଼ା ଶୋଭା କରାଇଲା ।
ବିଦର୍ଭରେ ହାସକୁ ପ୍ରଭୁତ୍ବ ପଣ ଦେଲା ଯେ ।୭୬ ।
ମାଳବରେ କଣ୍ଠକୁ ଭୂଷଣ କଲା ନେଇ ।
ଚୋଳରେ ଶୋଭିତ କଲା ଉରଜକୁ ତହିଁ ଯେ ।୭୭ ।
କାଞ୍ଚିରେ ରଞ୍ଜନ କଲା ମଧ୍ୟକୁ ନିରତ ।
କନକକଟକେ କଲା ପାଦକୁ ପୂଜିତ ଯେ ।୭୮ ।
ମଣିରମଣୀ ମଣିକିଶାଣ ଯଉବନ ।
ବହୁମୂଲ୍ୟ ପ୍ରଭାକୁ ବଢ଼ାଇ ଦିନୁ ଦିନ ଯେ ।୭୯ ।
ଉପମା ଆଣିବା କାହୁଁ ମହାକବି ହେଲେ ।
ସୁନ୍ଦରେ ଯାହାର ଅଙ୍ଗେ ସୁନ୍ଦରୀ ହୋଇଲେ ଯେ ।୮୦ ।
ଜୟ ଜଗନ୍ନାଥ ରାମ ଶ୍ରେୟର ନିଳୟ ।
ମୁନିଗଣ କାମଦାୟ ପଦ୍ମବାସୀ ପ୍ରିୟ ହେ । ।୮୧ ।
ଉପଇନ୍ଦ୍ରଭଞ୍ଜ ବୀରବରର ଭାବିତ ।
ନିଘୋଷରେ ଏହୁ ଗୀତ ହେଉ ସମାପିତ ହେ ।୮୨।