ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭାମଞ୍ଜୁଳା ଜଣାଇଲା ।
ଅତି ମଧୁର ମଧୁରତ ପ୍ରବେଶ କିଛିଦିନ ହେଲା
ଶ୍ରବଣ, କରିନାହୁଁ ନବକାମିନୀ ।
ହୋଇଲା ।
ପିକବଚନେ ପୁନଃ ପୁନଃ ପ୍ରକାଶ କଲାଣି ଅନ୍ଧାର ଯାମିନୀ ।୧ ।
ମଳୟ ଶିଖରୀ ଶିରୀ ଚୋରିକରି ବହିଲାଣି ମନ୍ଦସମୀର ।
ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର ।
କେଶର, କେଶରେ ହେଲାଣି ମଞ୍ଜୁଳ ।
କେଶରେ ମଣ୍ଡନ କରିବା ଭଳିରେ ଫୁଟିଲେଣି କେତେ ବଞ୍ଜୁଳ । ୨ ।
ମନ୍ତ୍ରୀ ମାଧବୀ ମକରନ୍ଦ ସାଧବୀ ହେଲେଣି ବାନ୍ଧବୀ କାନନେ ।
ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେଣି ପଙ୍କଜ ଆନନେ ।
ହେଲାଣି, ଚଜରୀ ପ୍ରକଟ କଟକେ ।
ଅତନୁ ଫୁଲର ବିଶିଖ କାମୁକ ଘେନି ତର୍କିଲାନି କାମୁକେ ।୩।
ଦୋଳା ଲୀଳା ସରିଗଲାଣି ହରିର ଶରୀର ହେଲାଣି ସେଦକୁ ।
ଚନ୍ଦନ କର୍ପୂର ସୁଧାଲେପ ପୁର ବ୍ୟଜନ ବଢ଼ାଇ ମୁଦକୁ ।
ଚତୁରି, ଜାଣି ନଥୁବୁ ତୁ କିପାଇଁ ।
ଅଭି ଅଭିରାମ ଆରାମ ଦେଖୁ ବିଜେ କରିବାକୁ ଜଣାଇଁ ।୪ ।
ସଜନୀ ନିକର ଜାଣି ସୀଉକାର ମାର୍ଗ ପରିଷ୍କାର ରଚିଲେ ।
ଅମଳ କମଳ କୋମଳ ଚରଣ ପୀଡ଼ା ନୋହିବାକୁ ପାଞ୍ଚିଲେ ।
ପନିରେ, ଗନ୍ଧସାର ଗୋଳି ସିଞ୍ଚିଲେ ।
ଯୁବତୀ ସେବତୀ ପାଖୁଡ଼ା ମିଶାଇ ଘନସାର ଚୁରି ବିଞ୍ଚିଲେ । ୫ ।
ଝିରି ପରିଖ ବିଞ୍ଚଣା ପାନମୁଣା ସଜନୀ ସଜାଡ଼ିଲେ ତହିଁ ।
ମନ୍ତ୍ରୀନନ୍ଦନା ଜଗତବନ୍ଦନାକୁ କରିଭର ଦେଇ ଉଠାଇ ।
ସୁନ୍ଦରୀ, ସୃଷ୍ଟି ରାଜା ରାଜକୁମାରୀ ।
ବିଚାରି ଶ୍ବେତ ଆତପତ୍ର ଟେକିଲେ ଚାମର ଚାଳନ ପ୍ରଚାରି ।୬ ।
କେଉଁ ପ୍ରବୀଣା ବୀଣାକୁ ବଜାଉଛି ଯାଉଛି ପ୍ରତୀତ ହେଉଛି ।
ବନ୍ଧନେ ବନ୍ଧୁର ବୀଥ୍ଟି ଏଥ୍ରେ ସାବଧାନ ଥାଇ କହୁଛି ।
ଗଗନେ, ଜେମାର ମୁଁ ମନେ କରଇଁ ।
ମନମଥର ରଥ ଯାତ୍ରା କି କରୁଛି ପଥ ମନୋରଥ ପରାଇ ।୭ ।
ଲଲାଟ ଲପନ ଚାନ୍ଦ ଦରପଣ ଚିକୁର ଚାମର ଯହିଁରେ ।
ତରଙ୍ଗ କୁରଙ୍ଗନୟନ ତୁରଙ୍ଗ କି ରଙ୍ଗ କରଇଁ ତହିଁରେ ।
କଳଶ, ଚକ୍ର କୁଚଶ୍ରେଣୀ ଚଟୁଳ ।
କଟୀମେଖଳା ଘଣ୍ଟି ଯହିଁ ପ୍ରକଟି ଅଞ୍ଚଳ ପତାକା ଚଞ୍ଚଳ ।୮।
ଶୋଭା ଏ ବିପ୍ରବେଶ ସଧୀରେ ପୀନ ସ୍ଥନା ଏ ବିପିନରେ ।
ବୁଲିବା ଖେଳିବା କୁସୁମ ତୋଳିବା ଆରମ୍ଭିଲେ ତୋଷମନରେ ।
ତହିଁରେ,ଛଳ ଭକ୍ତମାନ କହିଲେ ।
ଶୁଣି ପରଭୃତ ଚକିତ ସ୍ଥକିତ ମୁନିବିଭୁତିକି ବହିଲେ ।୯ ।
କହେ ଏକ ନାରୀ ବିଶେଷ ସୁନାରୀ ଏ ଦେଶରେ ବାସ କରିଛି ।
ଭୃଙ୍ଗ କିଂପୁରୁଷ ଚଞ୍ଚଳମାନସ ଏଥ୍ ଥଥ୍ ପୁଣି ଯାଉଛି ।
ତହିଁକି, ଝଳି, କହିଲା କେଉଁ ଭୀର ।
ମହା ବିବେକୀ ହୋଇ ତୁହି କିମ୍ପାଇ ମଧୁପ ନାମକୁ ବିଘ୍ନରୁ । ୧୦ ।
ଏକକୁ ଚାହିଁ ଆରେକ ସଖୀ କହି ନିକଟେ ନାଗେଶ୍ବର ମୋର ।
ବୋଇଲା ହୋଇ ଥାଇଟି ନାଗେଶ୍ବର ସୁଚପର୍ଶରେ କର ଆଦର ।
ସେ ଛଳେ, ଚିହ୍ନିଲା ନାଗେଶ୍ବର କହ ।
ସୁମନାଭୂଷଣ ଦମ୍ପତି ପାଇବ ତାପରେ ଯାଇଣ ଆରୋହି ।୧୧।
କେ କାହାକୁ କହେ ମୋଠାଇଁ ସଖୀ ରଖୁଥିବ ଏକା କରୁଣା ।
ଦେବବଜନକ କଳିବାର ବୋକେ ବିଧାତା କଲାଣି ଘଟଣା ।
ସେ ଶୁଣି, ବୋଇଲା ଏକଥା ଛାଡ଼ରେ ।
ଖୋଜିଲେ ନ ପାଇ ମୁଁ ବନ୍ଧୁଜୀବକୁ ପଡ଼ିଲି ବରାହ ଦାଢ଼ରେ ।୧୨।
କେଡ଼େ ଚାତୁରୀରେ କହେ ସହଚରୀ ମୁଖକୁ ତାହାର ଅନାଇ ।
ବଶ କରବୀରେ ହୋଇଲା ଉତ୍ତାରେ ମଲି ମଲ୍ଲି ହେଉ କିପାଇଁ ।
ସେ ବୋଲେ, ଭଙ୍ଗିରେ ଆଳିକୀ ଚେତାଇ ।
ନିଆଳୀ ହେଲାଣି ଦେଖୁଲା ଉତ୍ତାରୁ ପଳାଶ ପାଶେ ଯା ଗମଇଁ । ୧୩ ।
କେ କହେ ଅଶୋକ ଲଭିଲୁ ସୁନ୍ଦରୀ କେତକୀ ହେଲାଟି ମୋହର ।
ସେ କହେ ସୁବର୍ଣ୍ଣ କାନ୍ତିହର ସେହି ଘୋଡ଼ାଇ ଯିବୁଟି ଶରୀର ।
ଏ କାଳେ, ଆଉ ଜଣେ ଛଳ ପ୍ରଚାରି ।
ଦେଖାଇ ତରୁ ଛୁରିଅନା ପାଶକୁ ଯିବି କି ନ ଯିବି ପଚାରି ।୧୪।
ଦେଖରେ ରସାଳ ବିଟପୀ ପ୍ରବାଳ ବକୁଳମାଳରେ ଶୋହିଛି ।
ଶେଭା ବନପ୍ରିୟ ଅବଲମ୍ବନ ଥିଲେ ବହୁତ ରୋଲମ୍ବ ମୋହିଛି ।
ଏମନ୍ତ, ଭବି ବନେ କରୁ ବିଳାସ ।
ଘେନିଣ ଚରୀ ବିଧୂ ସହଚରୀ ପାରିବାରିକାଏ ପ୍ରବେଶ ।୧୫।
ଦେଖ୍ ହରଷ ଦୃଷ୍ଟିପାତେ ସାରସଜ୍ଜିତ-ଗତ ରସପଣ୍ଡିତ
କମନୀୟକମ ଚଉତନା ଘେନି ଢାଞ୍ଚଲାରେ ହେଲା ଶୋଭିତା ।
ବାନ୍ଧିଲା, ଭିଡ଼ି ମଧେ ଶାଢ଼ୀ ପଣନ୍ତ ।ଫଗୁମୁଣ ।
ଖୋସି ହସିବାର ଚାହିଁ ସଖୀଏ ସାଜିଲେ ତୁରିତ ।୧୬ ।
ଉନ୍ମତ୍ତ ମତ୍ତକାଶିନୀ ସଙ୍ଗେ ସଙ୍ଗେ ତରଙ୍ଗେ ଖେଳିଲେ କାମିନୀ ।
ମହୀ ଆକାଶ ଏକ ବେଳେ ପ୍ରକାଶେ କି ଅବା ଅନେକ ଦାମିନୀ ।
କି ଅବା, ତିଳ ପୁଷ୍ପ ଲତା ହେମର ।
ମହା ଅନୁରାଗ ପରାଗଦୃଷ୍ଟିରେ ହୋଇ ଅଛନ୍ତି ତତ୍ପରେ । ୧୭ ।
କଞ୍ଚନ ଖଞ୍ଜନ ଗଞ୍ଜନ- ନେତ୍ରୀକି କେଉଁ ସୁହାଇ ସୁଧାଇଛି ।
ଆଉ ଅସାଧ୍ୟହୋଇ । କେଉଁ ସୃଷ୍ଟିକି ରହିଛି ଯାଇଛି ।
ନାହିଁକି, ଏତକ ବିବେକ ତାହାର ।
କୋଟିଏ ବ୍ରହ୍ମାଣ୍ଡ ଗୋଟିଏ ଭଙ୍ଗୀରେ ଜିଣିବା ଗୁମାନ ଯାହାର ।୧୮ ।
ମୁଠାରୁ ଫିଟି ଯିବାର ଏ ପ୍ରତୀତ ଫଗୁ ଖମେଳିବାରେ ଲଳନା ।
ବସନ୍ତରାଜ ବଶକୁ କି କରନ୍ତି ରଙ୍ଗପାଟ ଚେଳ ଚାଳନା ।
ସେ ରଜ, ଯାଇଁ ଶୂନ୍ୟ ରୁଣ୍ଡ ହୋଇଲା ।
ଅତ୍ୟନ୍ତ ଗୁଡିକ ଦିଗପରିବାର ମାଣିକ୍ୟଛତ୍ର କି ଧଇଲା ।୧୯ ।
କଙ୍କଣ କ୍ବଣିତ ଧ୍ବନିରୁ ମଣ୍ଡିତ ଭୁଜ ଡିଣ୍ଡିମ କି ବୋଇଲା ।
ସ୍ଵଭାବେ, କୁଚ ପୂର୍ଣ୍ଣକୁମ୍ଭ ରାଜିଛି ।
ଚାରୁ ରମଣୀୟ କଲେ ଅବିରଗୁଣ୍ଡରେ ସେ ବନସରଣୀ । । ୨୦ ।
ମହୀମହିଳା ଋତୁକାଳ ଲଭିଲା ଏସନ ମାନସକୁ ଆଣି ।
ସେ ଧୂଳି, କାହିଁ ପବନ ଯୋଗେ ଉଡ଼ି ।
ଶୁଭ ସୂଚକ କହି ଜଉତିଷ କି ଯାଉଛି ଶିରେ ବାନ୍ଧି ଶାଢ଼ି । ୨୧ ।
ପନର ନୀରେ ନରନ୍ତର ପିଚିକା ଖେଳନ୍ତେ ନୀରରୁହଦୃଶା ।
ମଞ୍ଜୁ ମଞ୍ଜରୀ ଘନରବ ମଧୁର ବସନ୍ତେ କରେ କି ବରଷା ।
ବିଜୁଳି, ପରି ଝଳି ଭୂଷା ରତନ ।
ଅଙ୍ଗରାଗେ ଅନ୍ଧଭୂଙ୍ଗ ଉଡ଼ିପଡ଼େ ହୋଏକି କରକା ପତନ । ୨୨ ।
କୁଙ୍କୁମ ପିଚିକା ବାଜି ଜର ଜର ସୁନ୍ଦର ଭରଜ କାହାର ।
କନକାଚଳରୁ କିବା ହରିତାଳ ପ୍ରବାହ ହେଉଛି ବାହାର ।
କର୍ପୂର, ଗୁଣ୍ଡି ମଣ୍ଡିତ କାହାସ୍ତନ ।
ସୁବର୍ଣ୍ଣ ସ୍ଵୟମ୍ଭୁ ଶମ୍ଭୁଯୁଗଳ କି ହୋଇଲେ ଭସ୍ମ ବିଲେପନ ।୨୩ ।
କାହା କୁଚ ଫଗୁ ସଙ୍ଗରୁ ସୁସଞ୍ଚ ଏହି ପାଞ୍ଚ ହୋଇ ମାନସେ ।
ହୃଦୟ ସେରାବର ମଧେ ଉଦୟ କୋକନଦ କଢ଼ଯୁଗ ସେ ।
କାହାର ଛିଡ଼ି ହାର ଖସେ ମୁକୁତା ।
ପୟୋଧର ଛଳେ କ୍ଷୀରବିନ୍ଦୁ ବୃଷ୍ଟି କରିବାରେ କି ଶୋଭିତା । ୨୪ ।
କାଶ୍ମୀରରଜ କେ ମାରନ୍ତେ ପାଲଟି ଗ୍ରୀବା ବକ୍ର କରି ଚାହିଁଲା ।
ମନ୍ଦମରୁତେ କି ଉଲଟି ନଳିନ ଅଳି ସଂଯୁକ୍ତରେ ରହିଲା ।
କେ କାହା, ମୁଖେ କସ୍ତୁରୀ ପଙ୍କ ଢାଳି ।
ମୃଗାଙ୍କ କଳଙ୍କ ଛଡ଼ାଇ ହେବାରୁ ବହିଯାଉଛି କିବା କାଳି ।୨୫ ।
କାହା ଲଲାଟ ସିନ୍ଦୂର ବହିପଡ଼େ ସ୍ବେଦ ହୋଇବାରୁ ଜନିତ ।
କେଶରାହୁ ଦନ୍ତ ଘାତରୁ ବ୍ୟକତ ଇନ୍ଦୁ ଦେହରୁ କି ରକତ ।
ସେକାଳେ, ଅତି ଚଞ୍ଚଳ ନେତ୍ରଗତି ।
ଦିଗଧାରାକୁ କି ଶ୍ୟାମାଳ କୋମଳ କମଳେ ମଣ୍ଡନ୍ତି ଯୁବତୀ । ୨୬ ।
ରତ୍ନକିରଣେ ଭାନୁପ୍ରଭା ପ୍ରକାଶି ଶ୍ରବଣେ ତାଟକ ଚଳନ୍ତି ।
ପ୍ରମଦା ପ୍ରମାଦଭରେ କି କରନ୍ତେ ଶ୍ରୀଅଙ୍ଗେ ମଙ୍ଗଳ ଆଳତି ।
ଚଳିତ, ନାସିକା ମୋତି ଉରହାର ।
ବାଦେ ନୂପୁର ନାଦେ କି ନାଚୁଛନ୍ତି ନର୍ତ୍ତକୀଗଣେ ଅହଙ୍କାର । ୨୭ ।
କେଉଁ ଲତାରୁ ଖସିବାରୁ ଏମନ୍ତ ହେଉଛି ପରିତେ ।
ଧନ୍ୟ ଧନ୍ୟ ବୋଲି ପ୍ରଶଂସା କରି କି ରତ୍ନ ବିନ୍ଧୁଛନ୍ତି ।
ନିରନ୍ତେ ।ପରାଗ, ଛଳେ ସିଞ୍ଚଛନ୍ତି କର୍ପୂର ।
ପଲ୍ଲବ ଛଳେ ପଣନ୍ତେ ବିନ୍ଧୁଛନ୍ତି ଉପକାର ଭୂତେ ତାଙ୍କର ।୨୮ ।
କେଉଁ କେଉଁ ତରୁ କରୁଣୀମାନଙ୍କୁ ପକ୍ଷୀ ନିନାଦରେ କହନ୍ତି ।
ଏପରି ଉତ୍ସବ କେବେ ନୋହିଥିଲା ଦେଖି ନଥୁବ ସୁରପତି ।
କେ ତରୁ, ଶାଖା ଲୋଟନ୍ତି ଫଳଭରେ ।
କି ପରିରମ୍ଭ ଆରମ୍ଭ କରୁଛନ୍ତି ରମ୍ଭୋରୁ ପାଦ ଲାଗି ଶିରେ ।୨୯ ।
ଏମନ୍ତ ବେଳେ ଏକ ସଖୀ କହିଲା ତିନି ପ୍ରହର ହେଲା ବେଳ ।
ସ୍ନାନ ମାତ୍ରକୁ ଅବଧାନ ନୋହିଲା ଏତକ ରହୁ କୁତୂହଳ ।
ପୁଣି ସେ, ସେ କଥା କଲା ଅଙ୍ଗୀକାର ।
ଏହି ସମୟେ ଥୋକାଏ ଦାସୀ ଆସି ଘେନିଣ ମାର୍ଜନା ସମ୍ଭାର ।୩୦ ।
ସେରାବରେ ତୀରେ ପ୍ରବେଶ ସୁବେଶ ଲାଗି ସମ୍ପୂର୍ଣ୍ଣ ଏ ଛାନ୍ଦ ।
କବି ଚାତୁରୀ ଅନେକ ଅଛି ପୂରି ଘେନିଲେ ଜନ୍ମିବ ଆନନ୍ଦ ।
ଜାଣିଲା, ଜନମକୁ ଏ ତୋଷିବ ।
ମୂର୍ଖ ସ୍ବଭାବ ଅଦୃଷ୍ଟରଜାପରି ସେ କାହୁଁ ରତି ପ୍ରକାଶିତ ।୩୧ ।
ଅନନ୍ତଭୂଷଣ ବୃଷଧନୁ ଯୁତ ସହୃଦ ଭବତାପ ନାଶି ।
ଶ୍ରୀନିଳୟ ଦୂଜରାଜ ବନ୍ଦନୀୟ ଜନଜସୁଖକୁ ପ୍ରକାଶି ।
ସୁମରି, ମନେ ସେ ରାମଚନ୍ଦ୍ର ଶିବ ।
କହେ ଉପଇନ୍ଦ୍ର ଭଞ୍ଜ ବୀରବର ଯୁବଜନ କର୍ଷ ଉତ୍ସବ ।୩୨ ।