ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ ।
ଆମ୍ଭ ସଜନୀ ଯେ ସୁନ୍ଦରୀସାର । ନାହିଁ ନଥିଲା ନୋହିବ ସଂସାର ।
ପୁଣି ତ ଶୋଭା ବୟସେ ଯେ ।
ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।୧ ।
ଏମନ୍ତ ଭାବି ଜଣାଇଲେ ଯାଇଁ । ଜନନୀ ତର୍ଜିଲେ ଆଜ ଡକାଇ ।
କି କର ତୁମ୍ଭେ ଜେମା ପାଶେ ଥାଇ । ସୁବେଶ ନୀତି ନ କର କିମ୍ବାଇ ଗୋ ।
କେ ଜାଣେ କାହା ମାନସ ଗୋ ।
ତୁ ମନେ କରିଛୁ ଭୂଷଣ ଭୂଷା ମୁଁ କାହିଁକି ହୋଇବି ବେଶ ଗୋ ।୨ ।
ରସ ବିଷୟ ଶ୍ରବଣ କରିବା । ବନ୍ଧ ପଟଳ ପଟକୁ ଚାହିଁବ ।
ଦିବ୍ୟ ଅଳଙ୍କାରେ ମଣ୍ଡନ ହେବା । ଏବେ କଥାରେ ବଶ୍ୟହୋନ୍ତି ଯୁବା ।
ଶୁଣି ସୀଉକାର କରି ଯେ ।
ବ୍ୟାଧ୍ଵବନ୍ତର ବାଞ୍ଛିତ ଉପଚାର ବୈଦ୍ୟ ବିହିଲାର ପରି ଯେ ।୩ ।
ଭଙ୍ଗୀରୁ ଜାଣିଲେ ସଙ୍ଗିନୀବ୍ରାତ । ହେଲା କୋମଳ ଅଙ୍ଗୀ ଅଙ୍ଗୀକୃତ ।
ତାଙ୍କ ନୟନ ବିକାରରୁ ଜାଣି । ଚତୁରୀ ପରିବାରୀମାନେ ଆଣି ଯେ ।
ଚାଙ୍ଗୁଡ଼ି ଭୂଷଣ ପେଡ଼ି ଯେ ।
ଯତନ ରତନ ମଣ୍ଡନ ବସନ ବାଛିଲେ ସଜନୀ ଫେଡ଼ି ଯେ ।୪ ।
ମଞ୍ଜୁବିଦ୍ୟୁରାଜି ପରାୟେ ରାଜି । ଚାହିଁଲେ ନୟନ ହୋଇବ ବୁଜି ।
ଅଳକାକୋଷେ ଥିବା ଅବା ତୁଲ୍ୟ । ହେଜି କରିବ ଧାତା ଅବା ମୂଲ୍ୟ ସେ ।
ଏ କାଳେ ସଜାଡ଼ି ଆଣି ଯେ ।
ଫୁଲ ଚାଙ୍ଗୁଡ଼ି ଚିତ୍ରକ ପେଡ଼ି ଫେଡ଼ି ସୁବାସ ତଇଳ ପୁଣି ଯେ ।୫ ।
ସଜବିଧି ସଜ ସଜନୀ ଦେଖି । ଆସନେ ବସାଇ ପ୍ରସନ୍ନମୁଖୀ ।
ଆଗ ଦେଖାଇଲେ ମୁକୁର ମାଜି । ହାରି ନିର୍ମଳେ କି ଶରଣ ଭଳି ସେ ।
ଫେଡ଼ିଲେ କୋମଳ ବାଳ ଯେ ।
ବେଗରେ ତଇଳ ଯୋଗରେ ଶଇଳସ୍ତନୀୟେ କଲେ କୋମଳ ଯେ ।୬ ।
ଚରମେ ପଡ଼ି ମନୋରମ ଦିଶେ । ମଧେ କି ନିଶି ଦିନ ଦୁଇପାଶେ ।
ପ୍ରଭା ବୃଦ୍ଧି ଦେଖ୍ ମୁଖଚନ୍ଦ୍ରର । ପଳାଇ ଯାଉଛି କି ଅନ୍ଧକାର ସେ ।
ସଖୀଏ ଜାଣନ୍ତି ବିଷେ ଯେ ।
ଚାମର ମୟୂର ପୁଚ୍ଛ ଯା
ମର୍ଦ୍ଦଳାକାର କଙ୍କତିକା
ଚାଲନ୍ତି ନିଉଛାଳୁଛନ୍ତି କେଶେ ଯେ ।୭ ।
ଝଳି । କାଙ୍ଗୁଲା କମ ସୁଷମ ପିତୁଳି ।
ସୁସଞ୍ଚ ଘଞ୍ଚ ଦଶନ ଆବଳି । ଗଳିବ କି ନାହିଁ କୁନ୍ତଳ ଭାଳି ସେ ।
ଆଳି ଖଡ଼ିକା ଗଳାଇ ଯେ, ।
ନଖେ ଟଙ୍କାରି ଦେଲେ ବେଶକାରୀକି ଦେଲା କେଶ କୁଣ୍ଡିଆଇ ଯେ ।୮ ।
ମାଙ୍ଗ ଭାଙ୍ଗ ରଖ୍ ଉତ୍ତମାଙ୍ଗରେ । ଆୟତ୍ତ କରି ସାମଳିଲା ଧୀରେ ।
କରେ ଧରି ମୂଳେ ଭିଡ଼ା ଭିଡ଼ନ୍ତେ । ଅଦ୍ଭୁତ ଉପମା ଜନ୍ମିଲା ଚିତ୍ତେ ସେ ।
କି କୋକନଦ ମଧ୍ୟରୁ ଯେ ।
ସ୍ରବୁଛି କାଳିନ୍ଦୀ ଦ୍ରବୁଛି ଶୃଙ୍ଗାର ହା ହା ସେ ଅତ୍ୟନ୍ତ ଚାରୁ ଯେ ।୯ ।
ରଙ୍ଗଭଣ୍ଡି ଭରି । ଜୁଡ଼ାକୁ । ସଜାଡ଼ିଲେ ଯୁବା ଜ୍ଞାନବୁଡ଼ାକୁ ।
ତମ ବିଦାରି କି ହୋୟେ ବାହାର । ପ୍ରଭାତେ ପ୍ରଭାବନ୍ତ ପ୍ରଭାକର ସେ ।
ବେନି ବିଧ୍ ପାଶ ସିଦ୍ଧି ଯେ ।
ଯୋଗୀଜନ ମନ ମୃଗ ବନ୍ଧନେ କି କଲେ କିଆପତ୍ରୀ ବାନ୍ଧି ଯେ । ୧୦ ।
ସିନ୍ଦୂର ଗାର ସୀମନ୍ତରେ ଦେଲେ । ବିଧୁନ୍ତୁଦକୁ ବିଧୁ ହାଣିଥିଲେ ।
ଶୁଖ୍ ନାହିଁ କି ସେ ରଥାଙ୍ଗ ଘାତ । ଆଜ ହୋଇଛି ରକତ ବ୍ୟକତ ସେ ।
ସେ କ୍ଷତ କ୍ଷତଜ ଚାହିଁ ଯେ, ।
ଲାଳସେ ଆଶେ ବଦନ ବିଧୁ ପାଶେ ନ ଗରାସେ ଭୟ ପାଇ ଯେ । ୧୧ ।
ଜ୍ୟୋତି ମୋତି ମଥା ଜାଲି ମଣ୍ଡିଲେ । ମଣ୍ଡିଲେ ନାହିଁ ଧଇର୍ଯ୍ୟ ଖଣ୍ଡିଲେ ।
କି ନୀଳମଣି ଧରଣୀରେ ଆସି । ଗବାକ୍ଷେ ଗଳି ପ୍ରକାଶିତ ଶଶୀ ଯେ ।
କୁଡ଼ା ଜାଲି ଏ ସଦୃଶ ଯେ ।
ଶ୍ୟାମଳ କମଳ କଳୀରେ କଲା କି ସେ କ୍ଷଣ ସୁଧା ବରଷା ଯେ ।୧୨ ।
ତାରତରେ ଚନ୍ଦ୍ରଝୁମ୍ପି ଖଞ୍ଜିଲେ । ଖଞ୍ଜିଲେ କି ଅବା ମନ ରଞ୍ଜିଲେ ।
ନବଘନରେ କି ଯାଉଛି ପଶି । ଏଣୁ ଅର୍ଦ୍ଧଚନ୍ଦ୍ର ରୁଚିର ଦିଶି ସେ ।
ନୀଳ ପୀତରଙ୍ଗ ଫୁଲେ ଯେ ।
ଗଭା କଲେ ଶୋଭା ଇନ୍ଦ୍ରଧନୁ ପ୍ରଭା ଉପମେୟ ତାହା ତୁଲେ ଯେ ।୧୩ ।
ବକ୍ର ଡଉଁରା ହେମ ଦୁବଝରା । ଦେବାର ଦିଶିଲା ଏମନ୍ତ ପରା ।
କାମ ଯମୁନା ଜଳକେଳି ଇଚ୍ଛା । ସୁବର୍ଣ୍ଣନାବ କ୍ଷେପଣୀ କରିଛି ସେ ।
ଦୁବ ଯା କମ୍ପିଲା ହୋଇ ସେ ।
ଠାରେ କି ନାକ ନାଗ ନଗରେ ଏ ସମାନେ ଶୋଭା ନାହିଁ ଯେ ।୧୪।
ସହଜେ ତ କବୁରିତ ଅଳକା । ପକାଇଲେ ଭୃଙ୍ଗ ଶ୍ରେଣୀରେ ଡକା ।
ଦମ୍ଭ ଆରମ୍ଭ ବିନାଶ ଆମେ । ମଞ୍ଜୁଳ କଲେ ଅବତଂସ ଶେଷ ।
ଏମନ୍ତ ଚିତ୍ତରେ ଭାଳି ଯେ ।
ମର୍କତ ନଳୀରୁ ବାହାରି ଯାଉଛି କି ଅତି ଜୁଳିତ ଗୁଳି ଯେ ।୧୫ ୮
ଅଳକା ଉର୍ଭେ ଝିଲିମିଲି ମାଳୀ । ଝଟକେ ଛଟକେ ଖଞ୍ଜିଲେ ଆଳୀ ।
ଏମନ୍ତ ଅଦ୍ଭୁତ ନ ଥିଲା ଦେଖା । ବିନା ମେଘରେ ସ୍ଥିର ବିଦ୍ୟୁରେଖା ।
ପାଶରେ ଧାଡ଼ିଏ ତାହାଯେ ।
ଇଚ୍ଛାରେ ନେତ୍ର ବନ୍ଦୀ ହେବ ମଣ୍ଡିଲା ଅନଙ୍ଗ ବିଚିତ୍ର କାରା ଯେ ।୧୬ ।
ଲଲାଟପଟ ଅର୍ଦ୍ଧଚନ୍ଦ୍ର ପରି । ମୃଗମଦ ତହିଁ ତିଳକ କରି ।
ରାହୁ ବାଦ ଇଚ୍ଛା ନିଶାନାୟକ । ଭିଆଇ ଆଣି ଆଢ଼େଣୀ ସାୟକ ସେ ।
ରହିଛି ସଂଯତ ହୋଇ ଯେ ।
ଅଳକା ନିୟମ ସୀମାକୁ ଲଂଘିଲେ ହାଣିମ ସଂଶୟ ନାହିଁ ଯେ ।୧୭।
କଣ୍ଠେ ତାଟଙ୍କ ମଣ୍ଡଳେ ବିଚାରି । କବି ଗୀଷ୍ପତି ନାର୍ମୁ ଆଣି ଧରି ।
ଜୀବ ଭାର୍ଗବକୁ ବାନ୍ଧିଲା କି ସେ । ଆନନ ବେନିପାଶେ ବେନି କି ସେ ।
ନେତ୍ରାନ୍ତେ କରେ ତର୍ଜନ ଯେ ।
ଶ୍ରୁତିରେ ଉପମା ନାହିଁତ ବୋଲନ୍ତି ତୁମ୍ଭେ କର କି ବର୍ଣ୍ଣନ ହେ । ୧୮ ।
ରତନ ଫୁଲ ଅତିହିଁ ଯତନ । ଝଲକେ ଝଲକାଏ ଅନୁମାନ
ହର ମାରକୁ ଭସ୍ମ କରିଦେଲା । ଏ ତା ଛତ୍ରକ ରତିଠାରେ ଥିଲା ସେ ।
କିଣି ଶୋଭାରେ ତାହାକୁ ଯେ ।
ଲୋକେ ବଡ଼ାଇ ଜାଣିବାକୁ ଛଡ଼ାଇ ମଣ୍ଡନ କଲେ ଏହାକୁ ଯେ ।୧୯ ।
ମଲ୍ଲୀ ବଢି଼ତ ପରଂପରା କହି । ମଣ୍ଡିଲେନି ଖଞ୍ଜା ପରା ସେହି ।
ଖଞ୍ଜିଲେ ସଜନୀ ଏହି ବିବେକେ । ଭୁଲନ୍ତୁ ପୁଂସ ମନ ଚଞ୍ଚରୀକେ ଯେ ।
ତହିଁ କେ ପଡ଼ିବ ପୁଣି ଯେ ।
ବାଳୀ ବୋଲି ବାଳୀ ଗ୍ରୁପତ ଶାଙ୍କୋଳି ପାଶରେ ରଖୁଲା ଆଣି ଯେ । ୨୦ ।
ନେତ୍ର ବାଣ ଭୂରୁ କମାଣ ଯୋଗେ । ମରମକୁ ଭେଦେ ବିନା ପ୍ରୟୋଗେ ।
ଯାହା କଜ୍ଵଳ ଶାଣ ତହିଁ ଦେଲେ । ଆଉ କି ସଖୀ ସୃଷ୍ଟି ରଖୁଲେ ଯେ ।
ବଡ଼ ବିଜ୍ଞା ସୁକୁମାରୀ ଯେ ।
କୁତ୍ସିତ ଜନକୁ ଏ ଶସ୍ତ୍ର ମାରିବି ନ ବିନ୍ଧେ ଏହା ବିଚାରି ଯେ ।୨୧।
ଶ୍ରାବଣକୁ ଯାହା ଲାଞ୍ଜଲାଗିଛି । ସେ କି ଆଖୁ ଡାକି ଶିଖାଉଛି ।
ବ୍ରହ୍ମହତ୍ୟା ହେବ ଧାତା ବଧରେ । ତୋ ଅରି କୁରଙ୍ଗ ହରତ ଧରେ ସେ ।
ପାରିଲେ ତାହାକୁ ମାର ଯେ ।
କାହିଁଛି କାହିଁଛି ବୋଲି ଖୋଜିବାରେ ଚଞ୍ଚଳ ଗତିକି ତାରେ ଯେ ।୨୨ ।
ଘୋଣାରେ ଦେଲେ ମୋତି ନାକଚଣା । ଠିକଣା କଲି ଏ ଉପଲକ୍ଷଣା ।
ମାରିନେବ ମନ ମୀନ ଓଟାରି । ଥୋପ ଲଗାଇ କି ବଡ଼ଶୀ ଧରି ସେ ।
ପୁଟକେ ମାଣିକ୍ୟ ଗୁଣା ଯେ ।
ଝଟକେ କି ଦେଶେ ଅନଳ ଜ୍ୟୋତି ସେ ଛଟକେ କରୁଛି ବଣା ଯେ ।୨୩ ।
ଗଣ୍ଡେ ଚାଣ୍ଡେ କରି ମକରୀ ଝଳି । ମୁକୁରେ ବିଜେ କି ତମାଳବଲ୍ଲୀ ।
ଚିବୁକେ ଭ୍ରମରୀ ଓଷ୍ଠ ବନ୍ଧକୁ । ମଧୁ ନ ଯିଏ କି ଏହି ବିବେକୁ ସେ ।
ନାସା କୀର ଅଛି ଝାମ୍ପି ଯେ ।
ବିମ୍ବ ହୋଉଥିଲେ ଜମ୍ବୁ ଭାବି ମୋତେ ନ ପୁଣ ଚଞ୍ଚୁରେ ଚାପି ଯେ । ୨୪ ।
କଣ୍ଠେ ଦିଅନ୍ତେ ମୋତି ଚାପସରି । ରହିଲେ ଉପମାଏ ଅପସରି ।
କି କମ୍ବୁ ଜିଣିଲା ଯଶ ପ୍ରକାଶ । ମତ୍ତ କପୋତେ କି କରୁଛି ହାସ ସେ ।
ଯୋଡ଼ି-ମାଳି କାଚମାଳିରେ ।
ଆଉ ମାଳିଆଳି କେତେକ କହିବା ଯେତେକ ମଣ୍ଡେଲେ ଆଳି ଯେ ।୨୫ ।
ଫୁଲ ଲମ୍ବି କଲା ଚରମ ଶୋଭା । ଖେଳାଇବା ପାଇଁ ଭରମ ପ୍ରଭା ।
ଶରମେ କାମ କି ମଣ୍ଡନ କଲା । ନୀଳରଙ୍ଗ ପୀତବର୍ଷ ଶୋଭିଲା ସେ ।
ବିଚିତ୍ର ଦୃଷ୍ଟି ପ୍ରକଟି ଯେ ।
କି ଇନ୍ଦୀବର ଶୋଣକଞ୍ଚ କୁମୁଦ ନିର୍ଜନ ନଦୀରେ ଫୁଟି ଯେ ।୨୬ ।
ରୋମାବଳି କର ଅଛି ପ୍ରସାରି । ଯଉବନ ଗଜ କୁଚ ଅମାରୀ ।
ଚୋଳ ଘୋଡ଼ଣୀ କି ମଣ୍ଡିଣ ଦ୍ବାରା । ପ୍ରବାଳମାଳା କି ବଉଳଝରା ସେ ।
ପଦକ ମାହୁନ୍ତ ସ୍ଥାନୀ ଯେ ।
ଧନ୍ୟ ଧନ୍ୟ ରାମା ସୁଷାମା କଲେ ତା ଏଡ଼ି ଉପମାକୁ ଘେନି ଯେ ।୨୭ ।
ବାହୁଟିସାର ଭାବି ଦେଲେ ତହିଁ । ଜ୍ଞାନ ତାଡ଼ନକୁ ତାଡ଼କୁ ବହି ।
ଅତୁଲ୍ୟ ଠାରେ ମଣିବନ୍ଧ ପଛେ । ଅତୁଲ୍ୟ ମଣ୍ଡିଲେ ଅତ୍ୟନ୍ତ ସ୍ବଚ୍ଛେ ସେ ।
ଦେଲେ ମରକତ ଚୁଡ଼ି ଯେ ।
କରଚମ୍ପା ଦାମ ଭ୍ରମରେ ଭ୍ରମରେ କି ଅବା ଜଡ଼ି ଯେ ।୨୮ ।
ସଖୀମାନେ ପାଞ୍ଚ ଅଙ୍ଗୁଳ ଚାହିଁ । କଲେ ପାଞ୍ଚ ପାଞ୍ଚ ନାରାଚ ଏହି ।
ପଞ୍ଚ ନାରାଚ ଭସ୍ମ ହେଲା ଦିନ । ଥୋଇଲା କି ଦେଖ୍ ଏ ରମ୍ୟସ୍ଥାନ ଯେ ।
ଭେଦିବ ପଞ୍ଚ ମନକୁ ଯେ ।
ପଞ୍ଚରତ୍ନ ଦେଇ ପୂଜା କରିବା କି ବୋଲି ମୁଦି ଦେଲେ ତାକୁ ଯେ ।୨୯ ।
ହରିତାଳି କାଳୀ ଘେନି ବନିତା । ପଦ ଉପରେ ଉକୁଟିଲେ ଚିତା ।
ସୁନା କଚ୍ଛପ ବିଧୂ ବିରଚିତା । ଫୁଙ୍କିଲେ ତହିଁ ମରକତ ମୀନା ସେ ।
ବେଢ଼ରେ ସରୁ ଅଳତା ଯେ ।
ପାଟସୂତ୍ର ଫାନ୍ଦେ ଫାନ୍ଦିଲା ତାହାକୁ କିବା କଉତୁକୀ ଧାତା ଯେ ।୩୦ ।
ହଂସକ ଯାହାକୁ ଖଞ୍ଜିଳେ ପାଦେ । ହଂସକୁ ଏମନ୍ତ କହିବ ନାଦେ ।
ଇଚ୍ଛାରେ ତ ସମ ନୋହି ଗତିକି । ଭୀତି ତ ଲଭିବ କିଛି ଏଥ୍କି ସେ ।
ତୁମ୍ଭେ ତ ପୋଷିଲା ପକ୍ଷୀ ଯେ ।
ଅକ୍ଷି ନଥୁବାର ମିତ୍ରେ ଲକ୍ଷିବାକୁ ତୁମ୍ଭର କି ଦୋଷ ଅଛି ଯେ ।୩୧ ।
ବଳା ପାଦେ କିଛି ଅବଳା କେହି । ଏହି ବିଚାରେ କି ଖଞ୍ଜିଲେ ସହୀ ।
ହୋଇଅଛି ପୁଣି ଅତି ଝମକ । ଯୁବା ଚେତନା ଚମକ ଟମକ ସେ ।
ମଞ୍ଜିରେ ମଞ୍ଜୁ ମଞ୍ଜୁର ଯେ ।
ତ୍ରିପୁର ତ୍ରିପୁରପର ଆଡୁରକୁ ସ୍ମର କି ସାଜିଲା ତର ଯେ ।୩୨ ।
ଛଡ଼ାଇବ ସେ ଝିଙ୍କାରୀ ଝଙ୍କାର । ବଢ଼ାଇବ ପୁଣି କାମ ବିକାର ।
ପ୍ରପଦେ ଦେଲେ ଝୁଣ୍ଟିଆ ବାଜେଣୀ । ନ ଜାଣି କାହିଁକି ଏଡ଼େ ସାଜେଣୀ ସେ ।
ସହଚରୀ ହୋଇ ଲୋଭା ଯେ ।
ଶାଢ଼ି ପାଲଟିବା ପାଇଁ ସେ ଅବନୀ ଶୋଭା କରାଇଲେ ଉଭା ଯେ ।୩୩ ।
ବାହାର କଲେ ନୀଳ ଝାନ ଶାଢ଼ି । ସିନ୍ଦୂର ଧଡ଼ି ଫୁଲ ଲିଙ୍ଗ ପଡ଼ି ।
ରଖିଲେ ରହିବ ମୁଠା ଭିତରେ । ସତେ ରଖିଲେ ବଂଶ ନଳୀରେ ସେ ।
ଉଞ୍ଚିଲେ କୁଞ୍ଚିଲେ ସଖୀ ଯେ ।
ବାଳା ବଳା ଆଞ୍ଚି କାଛି ପିନ୍ଧାଇଲେ ଉପମାଏ ଗୁଣ୍ଡ ଦେଖୁ ଯେ ।୩୪ ।
ଉରଜେ ପଡ଼ି ମୋହିଲା ନେତ୍ରକୁ । ମୁଦି ଥୋଇଲା କି କଳାଛତ୍ରକୁ ।
ଗୀତ ଦୁଇ ଲୁଚି ରୁଚି ଦିଶିଲା । ଯନ୍ତ୍ରତୁମ୍ବୀକି ନୀଳକସ କଲା ସେ ।
ତ୍ରିକୋଣ ଚେଳ ଜଘନେ ଯେ ।
ରୋମାବାଳୀଦଣ୍ଡ ମଣ୍ଡନ ଚିରାଳ ପରାୟ ପରତେ ମନେ ଯେ ।୩୫ ।
ନିବିଡ଼ ନୀବୀ ଛବି ଗଲା ଜଣା । କାମ ମନ୍ଦିର ଜାଗ୍ରତକୁ ଠଣା ।
ରଞ୍ଚିଲେ କୁଞ୍ଚା ଆଗେ ଲମ୍ବିପଡ଼ି । ଜାଣେ ମଦନ ଯାଉଥିଲା ପୋଡ଼ି ସେ ।
ଜୀବ ଦେବ କରେ ଶାନ୍ତି ଯେ ।
ଯୁବାଙ୍କ ଅଧୋଗତିକି ବିଚାରି ତେମନ୍ତ ଏ ଧୂମପରି ଯେ ।୩୬ ।
ବାଜିବା ବେଳକୁ ଯେଉଁ ରସନା । ଯୋଗୀକି ବୋଲିବ ଯୋଗେ ରସନା ।
ଯୋଗୀଙ୍କି ବୋଲିବ ଯୋଗୀରେ ରସ । କଳା କେଳିରେ ନ ଲଭି ବିରସ ସେ ।
ଭାବି କେଶରୀ କଟୀକି ଯେ ।
ଅତି ହରଷରେ ବାନ୍ଧିଲେ ବାନ୍ଧବୀ ବାଜେଣୀ କ୍ଷୁଦ୍ର ଘଣ୍ଟିକି ଯେ ୩୭ ।
ଭୁଞ୍ଜାଇଲେ ତହିଁ ଉତ୍ତାରୁ ପାନ । ଏକେ ଅଧର ଦୂଜେ ପରସନ୍ନ ।
ବିଦୁମ ଉପି ରଙ୍ଗାଇଲେ ପୁନ । ଅରୁଣ କଲା କି ସିନ୍ଦୂର ସ୍ନାନ ସେ ।
ଶ୍ରୀକରେ ମୁକୁର ଦେଇ ଯେ ।
ହେଲା କି ନୋହିଲା ବୋଲି ପଚାରିଲେ ରମଣୀ ହସିଲା ହୋଇ ଯେ ।୩୮ ।
ଘୋଡ଼ାଇଦେଲେ ଯେ ଜରି ଘୋଡ଼ଣୀ । ଶମ୍ପାରେ ଆଚ୍ଛାଦିତ ନୀଳମଣି ।
ରୋପଣ ଚିତ୍ର ଅତୁଳ ପିତୁଳା । କେ କଲା କର କେହି ସ୍ଥିର ହେଲା ସେ ।
ଅକ୍ଷୀ ପକ୍ଷୀ ଅଠାକାଠି ହେ ।
ଘୋଡ଼ାଇ ଦେଲେ କି ଏହି ଭାବନାରେ ଦିନା କେତେ ଆଉ ସୃଷ୍ଟି ଯେ ।୩୯ ।
ହିରଣ୍ୟ ତନୁରେ ଯେ କ୍ଷତକାରୀ । ଦାସବତ୍ସଳ ରାମ ନରହରି ।
ଧନେ ଅର୍ଜିତ ଅଘ କରି ହତ । ଉପଇନ୍ଦ୍ର ବୀରବର ରଚିତ ଯେ ।
ରସିକ ସିନ୍ଧୁକୁ ଛାନ୍ଦ ଯେ ।
କବି ସେ ଜାଣିମେ ଯେତେ ଶ୍ରମ ଏଥ୍ ଏ ବେଶପେଶଳ ଛାନ୍ଦ ଯେ ।୪୦ ।