shabd-logo

ତୃତୀୟ ଛାନ୍ଦ ଲାବଣ୍ୟବତୀ ପ୍ରଥମେ ଋତୁମତୀ ହେବା (ରାଗ-କେଦାର, ଚକ୍ରକେଳି ବାଣୀ)

4 July 2023

0 ଦର୍ଶନ 0

ଶୁଣ ରସିକେ ନବ ଯଉବନୀ ।

ହୋଇ ବନିତା ମଣ୍ଡିଲା ଅବନୀ । ୧ ।

ଏଣୁ ଉପମାଗଣ ନିରନ୍ତର ।

କି କରିବା ଭାବି ହେଲେ କାତର । ୨ ।

ଝଳି କାର୍ତ୍ତିରେ ଲଭିଣ ଭୀତିକି ।

କଲା କଣ୍ଟକ ଦୁର୍ଗକୁ କେତକୀ ।୩।

ପାଞ୍ଚେ ମନ୍ଦିର କୁଚ ବଢ଼ିବାରେ ।

କିମ୍ପା ବୁଡ଼ି ନ ମଲି ପାରାବାରେ । ୪ ।

ନାସା ପୁଢ଼ା ଫୁଲିବାର ଅନାଇ ।

ଭାଷାବନ୍ଧେ ଶୁକ ମନ ମନାଇ ।୫ ।

ମୁଖେ ପ୍ରଚାର ପରିଚାରିପଣ ।

ସୁଖେ ଦର୍ପ ହାତୁ କଳାଦର୍ପଣ ।୬ ।

କମ୍ବୁ କଣ୍ଠ ଦେଖ୍ ଅତି ଆଉଁରୁ ।

ସମ ନୋହେ ବୋଲି ଡାକେ ପ୍ରାତରୁ ।୭ ।

ନେତ୍ର ସଙ୍ଗେ ଳକ୍ଷିବେ କି ସୁମରି ।

ମୀନ ଜଳ ହୀନରେ ଯାଏ ମରି ।୮

ହୋଇ ହାସରେ କୁସୁମ ବିଜିତ ।

ମକରନ୍ଦ ଛଳେ ଅଶ୍ରୁ ତେଜିତ । ୯ ।

ରମ୍ଭା ଉପମା ପଦ ପ୍ରଦେଶକେ ।

ଆଉ କେହୁ ସମ ହେବ ଅଂଶକେ । ୧୦ ।

କୁନ୍ଦୁକରୋକ ହୀରକ-ରଦନା ।

ସୁଧାକର ସରସିଜ ବଦନା । ୧୧ ।

ଏ ପ୍ରୟୋଗ ପରମ୍ପରା ଅଛିତ ।

ବାଳାଠାରେ ବର୍ଷିବାରେ କୁତ୍ସିତ ।୧୨ ।

କଞ୍ଜ ଖଞ୍ଜନ ଗଞ୍ଜନ ଲୋଚନା ।

ମତ୍ତ ପରଭୃତ ଜିତ ବଚନା । ୧୩ ।

ଏ ବିସ୍‌ରେ ବର୍ଷିଲେ ସେ ଚତୁରୀ ।

କେତେ ହୋଇବ କବିତା ଚାତୁରି ।୧୪।

ଯହିଁ କୃଶ କଲା ମଧ୍ୟ ଶୋଭିତ ।

ତହିଁ ଚାହିଁ ହେଉଥାଇ ଲୋଭିତ । ୧୫ ।

ତହିଁ ସୁନ୍ଦରେ ସୁନ୍ଦର ହୋଇଲେ ।

କିସ ଅଧିକ ହୋଇବ ବୋଇଲେ ।୧୬ ।

ଏ ପ୍ରକାର ସୁନ୍ଦରୀ କୃଶୋଦରୀ ।

ଅଛି ଦିନେ ସେ ଶୟନ ଆଦରି ।୧୭ ।

ନିଦ୍ରା ନାଶ ଅବକାଶ ଆଶାରେ ।

ଜଗିଛନ୍ତି ଏତେ ସଖୀ ଆଶାରେ ।୧୮ ।

ନିଜ ଧାତ୍ରୀ ପୁତ୍ରୀ ହେବ ମଞ୍ଜରୀ ।

ଆକ୍ଷପକ୍ଷ ବନ୍ଦିକି ସେ ପଞ୍ଜରୀ ।୧୯ ।

କାମକଳା ନାମ ମନ୍ତ୍ରୀ ଦୁହିତା ।

 ବିହି ବିନ୍ଧାଣୀ ବୋଲଇ ବିହିତା ।୨୦ ।

ରସଲେଖା ସୁରେଖା ଚିତ୍ରଲେଖା ।

ହାରାବଳୀ ଚନ୍ଦ୍ରାବଳି ଏ ଲେଖା । ୨୧ ।

ରତ୍ନମାଳା ହେମମାଳା ବିମଳା ।

ପ୍ରେମଶୀଳା ସୁଶୀଳା ପରିମାଳା ।୨୨ ।

କଳ୍ପଲତା ମଦାଳସା ମଞ୍ଜୁଳା ।

ପ୍ରେମ ସୁଧାନିଧ୍ ପ୍ରଭାମଞ୍ଜୁଳା ।୨୩ ।

ଷୋଳ ସମାନ୍ତସୁତା ରୂପେ ସରି ।

କାହୁଁ ହୋଇବ ସ୍ବର୍ଗ ଅପସରୀ । ୨୪ ।

ଅଙ୍ଗ ସ୍ବେଦ ନୋହିବାକୁ ଜନିତା ।

ଚାଳେ ଫୁଲବ୍ୟଞ୍ଜନ ଯେ ବିନତା । ୨୫ ।

ଖଦି ଚାମର ରାଜ ଉପଚାର ।

ଭାଳି କେହି କେହି କରେ ପ୍ରଚାର । ୨୬ ।

କରି ଚରଣେ କର ନିବେଶନ ।

ଧୀରେଧୀରେ କେ କରେ ଆଶ୍ବାସନ । ୨୭ ।

ଯୁଗ ଖଦିର ଚୂର୍ଣ୍ଣ କେ ଶୋଭାଙ୍ଗୀ ।

ଦିବ୍ୟପଳିତା ନାକ ବଲ୍ଲୀ ଭାଙ୍ଗି ।୨୮ ।

ବାଛି ଝୀନବାସ କୁଞ୍ଚି ସତ୍ଵରେ ।

ଉଞ୍ଚି ରଖୁଛି କେ ଚୂନା

ଅତରେ । ୨୯ ।

ଦଳମାନ ହରି କରି ସେବତୀ ।

ଗୁନ୍ଥି ଅଛି କେ ମାନିଆ ଯୁବତୀ ।୩୦ ।

ଝରା ଶିକଳୀ ଗଳାକୁ ମାଳିକା ।

କରୁଛନ୍ତି କେହି କେହି ବାଳିକା ।୩୧ ।

ଭରି ଲବଣୀ ସୁନ୍ଦୂର ଦଳନା ।

କରୁଅଛି ବସି କେଉଁ ଲଳନା ।୩୨ ।

ମୃଗମଦ ଗୋଳୁଚି କେଉଁ ମିତ ।

କୁଚ ବିଚିତ୍ର ଚିତ୍ରର ନିମିତ୍ତ ।୩୩ ।

ଫେଡ଼ା ଫେଡ଼ି କେ ବାଜୁଛି ରତନ ।

ଅଳଙ୍କାରେ ଯେଉଁମାନେ ଯତନ ।୩୪ ।

ଘନସାର ମିଶାଇ ଚନ୍ଦନରେ ।

କେହୁ ଥୋଇଛି ହରଷ ମନରେ ।୩୫ ।

ସଖୀମାନଙ୍କର ଏହି ବ୍ୟପାର ।

ପରିଚାରିକା ଅଛନ୍ତି ଅପାର ।୩୬ ।

ଫୁଲ ଫଳଙ୍କର ନାମ ଉଦିତ ।

ଧରି ଝରୀ ପରିଖାକେ ମୋଦିତ ।୩୭ ।

କେହି କରୁଛି ମୁକୁର ମାର୍ଜନ ।

କେ ଖରଡ଼ ସାରିବାରେ ରଞ୍ଜନ ।୩୮ ।

ଅପସର କେ ଦେଉଛି ସତ୍ଵରେ ।

ପୀଠ ପକାଉଛି କେହୁ ଚତୁରେ । ୩୯ ।

ଜଳ ଆଣୁଛି କେ ହେମ କୁମ୍ଭରେ ।

ନାହିଁ ଅସର ଏହି ଆରମ୍ଭରେ ।୪୦ ।

ଶୁକ୍ଳପକ୍ଷ ଦଶମୀ ବୁଧବାରେ ।

 ସିଦ୍ଧ ସାଧ୍ୟ ଯୋଗ ଦେବାରେ ।୪୧ ।

ଦିନ ଅଷ୍ଟଦଣ୍ଡ ଭୋଗ ଆଦିତ୍ୟ ।

ଶୁକ୍ରବେଳା ତୁଳଲଗ୍ନ ବିଦିତ ।୪୨ ।

ପୁଷ୍ୟାନକ୍ଷତ୍ରେ କକଡ଼ା ଚନ୍ଦ୍ରରେ ।

ବୃହସ୍ପତି ଛନ୍ତି ଉଚ୍ଚ କେନ୍ଦ୍ରରେ ।୪୩ ।

ସ୍ଥିତି ଶଉରୀ ମଙ୍ଗଳ ମକରେ ।

ମେଷେ ଅସୁରଗୁରୁ ଲୀଳା କରେ ।୪୫ ।

ଧନ୍ୟ ହୋଇଅଛି ରାହୁ କନ୍ୟାରେ ।

ବୁଧ ମିଥୁନରେ କେତୁ ମୀନରେ ।୪୬ ।

ଏ ସମୟରେ ରମଣୀ ରତନ ।

ଋତୁ ଲଭିଣ ଭଜିଲା ଚେତନ ।୪୭ ।

ନିଦ୍ରାଗିରି ହତେ ପବି ପତନ ।

ଯାହା ଚଳିଲାଟି କାମକେତନ ।୪୮ ।

ଜାତି ମାଳାକୁ ଠାରି ନେତ୍ରାନ୍ତରେ ।

ଗଲା ଗୋପ୍ୟମନ୍ଦିରେ ତରତରେ ।୪୯ ।

ଘନ ଲେଖା ସେ କେଡ଼େ ବିବେକରେ ।

ରଙ୍ଗପାଟ ଦୁକୂଳେ ନେଇ କରେ ।୫୦ ।

ପାଇଁ ଏକାନ୍ତେ ଯତ୍ନ ରତ୍ନବେଶୀ ।

ଜଙ୍ଘସନ୍ଧିପାଶେ ଦୃଷ୍ଟି ନିବେଶି । ୫୧ ।

ବିମ୍ସ ସ୍ଫଟିକ ବାଡ଼ରେ ଯେସନ ।

ଫୁଲ ମନ୍ଦିର ତେମନ୍ତ ପ୍ରସନ୍ନ ।୫୨ ।

ଚୂର୍ଣ୍ଣ ଭୂମିରେ ମଣ୍ଡଳ ଆକାରେ ।

ଦ୍ରବ ହିଙ୍ଗୁଳ ଢାଳିଲା ପ୍ରକାରେ ।୫୩ ।

ଦେଖ୍ ସୁଖୀ ହୋଇ ଆନ ବସନ ।

ପିନ୍ଧିହେଲା ସ୍ମରପୁର ଦର୍ଶନ ।୫୪ ।

ହେମ ପଦକରେ କାମ ବଣିକ ।

କଲା ନାୟକ କି ଦିବ୍ୟ ମାଣିକ ।୫୫ ।

ଯୁବାଜୟକୁ ପାତ୍ରିର ସଂକଳ୍ପ ।

କରେ ବିମ୍ସଫଳେ ନାହିଁ ବିକଳ୍ପ ।୫୬ ।

ଯଉବନମାଳୀ ସ୍ତନଶମ୍ଭୁରେ ।

ପୂଜା ବିହି ସାରି ସ୍ବର୍ଣ୍ଣକମ୍ପୁରେ ।୫୭ ।

ପାରିଜାତ ପ୍ରସାଦ କି ଥୋଇଛି ।

ସେହି ପ୍ରକାରେ ରୁଚିର ହୋଇଛି । ୫୮ ।

ବାଳଭାନୁ ଜାନୁଗିରି ଗୁହାରେ ।

ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।

ବାଳଭାନୁ ଜାନୁଗିରି ଗୁହାରେ ।

ସ୍ଥିତ ଆଭାସୁଛି ଆଗ ବାହାରେ ।୫୯ ।

ଅଧୋମୁଖରେ ଶୋଣିତ ବମନ ।

କଚ୍ଛପ କି କରଇ ଘେନ ମନ ।୬୦ ।

ଚିତ୍ର ଘେନିବା କରି ମାନସରେ ।

ରତି କି ଜଘନ-ପେଡ଼ି ଶେଷରେ ।୬୧ ।

ନବନୀତରେ ସିନ୍ଦୂର ଗୋଳିଲା ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ by ଦ୍ୱାରା ଅଧିକ ପୁସ୍ତକ

13
ପ୍ରବନ୍ଧଗୁଡିକ
ଲାବଣ୍ୟବତୀ
0.0
"Labanyabati" is an Odia-language poetry book authored by Upendra Bhanja and published by Jagannath Singh in 1965.
1

ପ୍ରଥମ ଛାନ୍ଦ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ପୂବର୍ଜନ୍ମ ବୃତ୍ତାନ୍ତ (ରାଗ-ନଳିନୀ ଗୌଡ଼ା, ରାମବିଭା ପ୍ରଥମ ବାଣୀରେ)

30 June 2023
0
0
0

ଜୟ ଜୟ ଜୟ ରାମ ଜନକ ସୁଖଦ । ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧ । ଚନ୍ଦ୍ରହାସେ ଶୋଭାକର ସମସ୍ତ କାଳର । ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ । ୨ । କବି ଭାରତୀକି ଅଗୋଚର ଛବି ଯାର । ସୁମନାବୃନ୍ଦ ବନ୍ଦନ ଏଣୁ ନିରନ୍ତରଯେ ।୩ । ମହାଶୟ

2

ଦ୍ବିତୀୟ ଛାନ୍ଦ ଲାବଣ୍ୟବତୀର ଜନ୍ମ ବୃତ୍ତାନ୍ତ (ରାଗ- ପଟ୍ଟହ ମଞ୍ଜରୀ)

30 June 2023
0
0
0

ଶୁଣ ହେ ସୁଜନେ ରସ କର୍ପୂ ମନ ଲୋଭା । ରତ୍ନାକର ମଧ୍ୟରେ ସିଂହଳ ଦ୍ବୀପ ଶୋଭା ଯେ । ୧ । କହିବାର ନୋହେ ସେ କଟକ ଛଟକକୁ । ରତନ ଝଟକ ହସେ ଆନ କଟକକୁ । ୨ । ଅଛନ୍ତି ଧନଦ ସମ ଧନବନ୍ତମାନେ । କର୍ଷେ ଶୁଣାଅଛି ସମାନକୁ ଏକା ଦାନେ ଯେ ।୩ । ଯେ

3

ତୃତୀୟ ଛାନ୍ଦ ଲାବଣ୍ୟବତୀ ପ୍ରଥମେ ଋତୁମତୀ ହେବା (ରାଗ-କେଦାର, ଚକ୍ରକେଳି ବାଣୀ)

4 July 2023
0
0
0

ଶୁଣ ରସିକେ ନବ ଯଉବନୀ । ହୋଇ ବନିତା ମଣ୍ଡିଲା ଅବନୀ । ୧ । ଏଣୁ ଉପମାଗଣ ନିରନ୍ତର । କି କରିବା ଭାବି ହେଲେ କାତର । ୨ । ଝଳି କାର୍ତ୍ତିରେ ଲଭିଣ ଭୀତିକି । କଲା କଣ୍ଟକ ଦୁର୍ଗକୁ କେତକୀ ।୩। ପାଞ୍ଚେ ମନ୍ଦିର କୁଚ ବଢ଼ିବାରେ । କିମ୍ପା

4

ତୃତୀୟ କବିତା ଜାରି ରହିଛି |

4 July 2023
0
0
0

ଏହି ଉପମାରେ ଚିତ୍ତ ବଳିଲା ।୬୨ । ମୋହ ସଙ୍ଗେ ପରା ହେଉ ସମାନ । କରି ମାରପୁର ଏହି ଗୁମାନ । ୬୩ । ଉଡ଼ାଇଲାଣି ସୁରଙ୍ଗ ପତାକା । ଏଣୁ ପଡ଼ିଲା ଚଳଦଳେ ଡକା ।୬୪ । ଧାତା କୋମଳେ ଏ ତନୁ ରଚିଲା । ଅନୁରାଗେ ପୂର୍ଣ୍ଣ କରି ସଞ୍ଚିଲା ।୬୫ ।

5

ଚତୁର୍ଥ ଛାନ୍ଦ ଲାବଣ୍ୟବତୀକୁ ବେଶ କରିବା (ରାଗ-ଚିନ୍ତା ଦେଶାକ୍ଷ-ରସକୋଇଲା ବାଣୀ)

7 July 2023
0
0
0

ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ । ଆମ୍ଭ ସଜନୀ ଯେ ସୁନ୍ଦରୀସାର । ନାହିଁ ନଥିଲା ନୋହିବ ସଂସାର । ପୁଣି ତ ଶୋଭା ବୟସେ ଯେ । ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।୧ । ଏମନ୍ତ ଭାବି ଜଣାଇଲେ ଯାଇଁ ।

6

ପଞ୍ଚମ ଛାନ୍ଦ ଲାବଣ୍ୟବତୀର ପୁଷ୍ପବାଟିକା ଭ୍ରମଣ (ରାଗ-ବସନ୍ତ)

7 July 2023
0
0
0

ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭାମଞ୍ଜୁଳା ଜଣାଇଲା । ଅତି ମଧୁର ମଧୁରତ ପ୍ରବେଶ କିଛିଦିନ ହେଲା ଶ୍ରବଣ, କରିନାହୁଁ ନବକାମିନୀ । ହୋଇଲା । ପିକବଚନେ ପୁନଃ ପୁନଃ ପ୍ରକାଶ କଲାଣି ଅନ୍ଧାର ଯାମିନୀ ।୧ । ମଳୟ ଶିଖରୀ ଶିରୀ ଚୋରିକରି ବହିଲା

7

ଅଷ୍ଟମ ଛାନ୍ଦ ଲାବଣ୍ୟବତୀର ଚିତ୍ରପଟ ଘେନି ସନ୍ୟାସୀ ଚନ୍ଦ୍ରଭାନୁ ପାଶେ ପ୍ରବେଶ (ରାଗ-ମଙ୍ଗଳଗୁଜ୍ଜରୀ)

8 July 2023
0
0
0

ଏଥୁ ଅନନ୍ତରେ ରସ ଶୁଣ ସୁଜନ । ମନ୍ତ୍ରୀକି ଡାକି ସଂହଳଦ୍ବୀପ ରାଜନ ।୧ । ବୋଇଲା କିଶୋରଦଶା ପ୍ରାପ୍ତ କୁମାରୀ । କର ବେଗେ ବର ଦେବା ବିବାହକରି । ୨ । ଶୁଣିଲେ ସୁନ୍ଦରୀ ଶୋଭା ହରିତୋଷରେ । ହରି ଘେନି ଯିବେ ଅବା ବିଧ୍ ବଶରେ ।୩ । ନୃପତି

8

ଭାଗ 8 ଜାରି ରଖନ୍ତୁ |

8 July 2023
0
0
0

କେ ବୋଲେ ମୋହନ ମୂର୍ତ୍ତିମନ୍ତ ହୋଇଲା । ସକଳ ସୁନ୍ଦର ଅଙ୍ଗେ ଘେନି ଅଇଲା ।୪୧ । କେ ବୋଲେ ଆନନୋହ ନେତ୍ର ସୁକୃତି । ଦେଖୁଲାଇ ଲାବଣ୍ୟବତୀର ଆକୃତି ।୪୨ । ବିଚାରିଲେ ଯୁବା ସୃଷ୍ଟକିବା ପ୍ରଳୟ । ହୋଇଲା ହୋଇଛି ଉତପାତ ଉଦୟ ।୪୩ । ବିଦ୍ୟୁସ

9

ନବମ ଛାନ୍ଦ ଚନ୍ଦ୍ରଭାନୁ ପାଖରେ ଲାବଣ୍ୟବତୀର ଚିତ୍ରପଟ ନେଇ ସନ୍ନ୍ୟାସୀ ପ୍ରବେଶ (ରାଗ-ସାମଗୁଜ୍ଜରୀ)

12 July 2023
0
0
0

ହୋଇଲା ପ୍ରବେଶ ଗ୍ରୀଷମ ସମୟ ସୁଷମା ପ୍ରୌଢ଼ା ଯୁବତୀକି । ରଜନୀ ମନୋହର କରି ବହିଲା ପକ୍ବତରୁଫଳ କାନ୍ତିକି । ପ୍ରଫୁଲ, ମଲ୍ଲିକା ହାସ ବିକାଶି । ରସିକ ଭ୍ରମଣ ଚାଟୁକୁ ନିରତ ପାଟଳି ଶ୍ରବଣ ନିବେଶି ।୧। ଝିଙ୍କାରୀ ଝଙ୍କାର ଝୁଣ୍ଟିଆ ଝମକେ ଚମ

10

ଦଶମ ଛାନ୍ଦ ଚନ୍ଦ୍ରଭାନୁ ଲାବଣ୍ୟବତୀର ଚିତ୍ରପଟ ଦର୍ଶନ (ରାଗ-ଦେଶାକ୍ଷ)

12 July 2023
0
0
0

ଏଥୁ ଅନନ୍ତରେ ରସିକସାର । କର୍ଣ୍ଣମୁଖରେ ସୁଧାପାନ କର । ନୃପସୁତ ଆଗେ ପେଡ଼ି ଫେଡ଼ିଲା । ସେ ରୂପ ଉପରେ ନେତ୍ର ପଡ଼ିଲା । କି ପଡ଼ିଲା ନାହିଁ ଜଡ଼ିଲା ଘେନ । ଜଡ଼ିଲା ନାହିଁଟି ବୁଡ଼ିଲା ଜ୍ଞାନ ।୧ । ମୂର୍ତ୍ତିମନ୍ତ କଲା ମଦନ କଳା । କନ

11

ଏକାଦଶ ଛାନ୍ଦ ଲାବଣ୍ୟବତୀର ସ୍ବପ୍ନ ଦର୍ଶନ (ରାଗ-ଚୋଖ୍)

13 July 2023
0
0
0

ଏଥୁଅନ୍ତେ ଶୁଣ ରସ । ଉଦୟ ତାରା ଜୀବେଶ ହେଲେ ଆକାଶେ । ଚକ୍ର ସୁଖଚକ୍ର-ନକ୍ର ବେଶ ହେବ କି ରାତ୍ର ବାଳୀ । ଗ୍ରୀଷମେ ନିଶି ପ୍ରବେଶ ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ । ଆଜି କି ବିଭାବରୀକି ଛେଦନେ ହୀରକଚକ୍ର ଫିଙ୍ଗିଛି ତାତ ସିଦ

12

ଏକାଦଶ ଛାନ୍ଦ ଲାବଣ୍ୟବତୀର ସ୍ବପ୍ନ ଦର୍ଶନ (ରାଗ-ଚୋଖ୍)

13 July 2023
0
0
0

ଏଥୁଅନ୍ତେ ଶୁଣ ରସ । ଉଦୟ ତାରା ଜୀବେଶ ହେଲେ ଆକାଶେ । ଚକ୍ର ସୁଖଚକ୍ର-ନକ୍ର ବେଶ ହେବ କି ରାତ୍ର ବାଳୀ । ଗ୍ରୀଷମେ ନିଶି ପ୍ରବେଶ ଫିଙ୍ଗିଛି ତାତ ସିଦ୍ଧିରେ କାମ କି ରୋଷେ । ଆଜି କି ବିଭାବରୀକି ଛେଦନେ ହୀରକଚକ୍ର ଫିଙ୍ଗିଛି ତାତ ସିଦ

13

ଏକାଦଶ ଛାନ୍ଦ ନିରନ୍ତରତା |

13 July 2023
0
0
0

କର ଧରି ନିଦ୍ରା ଭାଙ୍ଗିଲା । ଗଗନମାର୍ଗେ କୁମାରୀ ପୁରକୁ ନେଲା ।୮ । ବୋଇଲା ଲାବଣ୍ୟବତୀ ଚାନ୍ଦନୀରେ ଶୋଇଛି ଯେ ପଲ୍ୟଙ୍କ ପରି । ସଖୀ ବେଢ଼ି ଚାରିପାଖେ ମନାଇ ପାରିଲେ ଭୋଗ କରି ନାଗର । ମନେ ପାଞ୍ଚେ ମଞ୍ଚେ ଜାତ ଅଟଇ ଏହି ଯୁବତୀ ଏତେ

---

ବହି ପଢ଼ନ୍ତୁ