ଏହି ଉପମାରେ ଚିତ୍ତ ବଳିଲା ।୬୨ ।
ମୋହ ସଙ୍ଗେ ପରା ହେଉ ସମାନ ।
କରି ମାରପୁର ଏହି ଗୁମାନ । ୬୩ ।
ଉଡ଼ାଇଲାଣି ସୁରଙ୍ଗ ପତାକା ।
ଏଣୁ ପଡ଼ିଲା ଚଳଦଳେ ଡକା ।୬୪ ।
ଧାତା କୋମଳେ ଏ ତନୁ ରଚିଲା ।
ଅନୁରାଗେ ପୂର୍ଣ୍ଣ କରି ସଞ୍ଚିଲା ।୬୫ ।
ଭଲା ମଧ୍ୟ ଚିରିଥିଲା ନଖରେ ।
ବ୍ୟକ୍ତ ହୋଇଛି କି ଇଚ୍ଛାସୁଖରେ ।୬୬ ।
ଗୋରୋଚନା ଲକ୍ଷ ବଡ଼ ଲକ୍ଷଣ ।
କେହି ଯେହୁ ହୁଅନ୍ତି ବିଚକ୍ଷଣ ।୬୭ |
ତାଙ୍କ ଉପରେ କିବା ସକ୍ରୋଧରେ ।
ମହା ଆରକ୍ତିମାକୁ ମୁଖେ ଧରେ ।୬୮ ।
ଦେଖ୍ ଏମନ୍ତ ଶୋଭା ତାମରସ ।
ଫୁଲ ବାସିନୀର ଜାତ ହରଷ ୬୯ ।
ଊରୁସନ୍ଧି ରୁନ୍ଧି ରଙ୍ଗ ଦୁକୂଳ ।
ପିନ୍ଧି ସଖ୍ୟ ଜାଣିବାକୁ ଆକୁଳ ।୭୦ ।
ନିଦ୍ରା ଭାଜି ଜେମା ଯିବା ବିଧାନ ।
ସଖୀମାନେ କଲେ ଅନୁସନ୍ଧାନ ।୭୧ ।
କିମ୍ପା ନୋଇଲା ମର୍ଦ୍ଦନ ମାର୍ଜଣା ।
ବେଗେ ଗଳାତ ନ ଯାଇ ଏ ଜଣା ।୭୨ ।
କେ ବୋଇଲା ଅତ୍ୟନ୍ତ ରସମୟ ।
ପ୍ରକଟିଲା କି କୁସୁମ ସମୟ ।୭୩ ।
କେ ବୋଇଲା ସେ ପୀରତି ଲମ୍ଫଟ ।
ଆମ୍ଭଠାରେ କରନ୍ତା କି କପଟ ।୭୪ ।
କେ ବୋଇଲା ଛଳି ଏ ଭାରତୀକି ।
ଲାଜ ବଳିଆଇଁ ଥ୍ବ ପ୍ରୀତିକି ।୭୫ ।
ଏହି ସମୟକୁ ହୋଇ ସୁବେଶ ।
ପାଟ ଜଉତିଷ ସୁତା ପ୍ରେବଶ ।୭୬ ।
ଛାଇ ମପାଇ ମୂଳକରି କାଳ ।
ଜେମା ପାଶକୁ ଚଳିଲେ ତତ୍କାଳ ।୭୭ ।
ଯାଉଁ ପଥରେ ଦେଖିଲେ ଚେଟିକି ।
ଘେନି ଆସୁଅଛି ନାଟଶାଟୀକି ।୭୮ ।
ବାସେ ଗୋଡ଼ାଇ ଅଛନ୍ତି ଅଳିଏ ।
ଏ ସଙ୍କେତୁ ସତ କରି ଆଳିଏ ।୭୯ ।
ଯାଇଁ ନୃପସୁତା ପାଶେ ମିଳିଲେ ।
ହାସ ରହସ ଭାବରେ ଛଳିଲେ ।୮୦ ।
ତୁମ୍ଭ ଆମ୍ଭ ପ୍ରୀତି ନୁହେଁ ଆଜର ।
ଯଉବନ ସଙ୍ଗେ ସଙ୍ଗ ଲାଜର ।୮୧ ।
ତାହା ସଙ୍ଗୁ କଲୁ ଏତେ ଅନ୍ତର ।
କି କରିବୁ ସଙ୍ଗ ହେଲେ କାନ୍ତର ।୮୨ ।
ବାଣୀ କୋକିଳୁ ମଧୁର ହେବାରୁ ।
ନଖ ନିଆଳୀ ଛବି ବହିବାକୁ ।୮୩ ।
ହୃଦନଦରେ ଚିତ୍ତରଞ୍ଜିବାରେ ।
ସ୍ତନ-କମଳ କଳା ବଢ଼ିବାରେ ।୮୪
କାନ୍ତି କେତକୀଦିନୁ ଦିନ ଚାରୁ ।
ଚାହିଁ ଆମ୍ଭେମାନେ ମନେ ବିଚାରୁ ।୮୫ ।
ପୁଷ୍ପ ସମୟ ହେଲାଣି ନିକଟ ।
ସତ କହ ହୋଇଲା କି ପ୍ରକଟ ।୮୬ ।
ଶୁଣି ସଖୀଏ କହିଲା ଏସନ ।
ନ କହିଲେ କହିଲାନି ବସନ ।୮୭ ।
ବନେ ବିକଶିତ ହେଲେ ମାଧବୀ ।
ମଧୁପେ କି ନ ଜାଣନ୍ତି ବାନ୍ଧବୀ ।୮୮ ।
ପାଟସୂତ୍ରରେ ଗୁଛିଣ ମୋତିକି ।
ଜେମା ଲୁଚାଇ ଲୋଡ଼ୁଛି ଜ୍ୟୋତିକି ।୮୯ ।
କେତେବେଳଯାଏ ସୂର୍ଯ୍ୟ ଉଦିତ ।
କରିପାରେ କୁକ୍ଟିକା ଆଚ୍ଛାଦିତ ।୯୦ ।
କେତେବେଳେ ଲୁଚନ୍ତା ପଦ୍ମଳାକ୍ଷା ।
ଦିନାନ୍ତରେଣ ଘେନି କାହିଁ ଲାକ୍ଷା ।୯୧ ।
ଅବା ସିନ୍ଦୂର ପୋଛିଲି କହିବ ।
ଆଗ ଅଞ୍ଚଳେ ନୋହେ ସେ ନୋହିବ ।୯୨
ସହଚରୀ ପରିହାସ ସରିତେ ।
ମୃଦୁଭାଷୀ ଭାସିଗଲା ତ୍ଵରିତେ ।୯୩ ।
ମୁଖ ନିବେଶିଲା ନିଜ ଉରଜେ ।
କ୍ଷିତି ଠୁଙ୍କି ଆରମ୍ଭିଲା କରଜେ ।୯୪ ।
ପ୍ରେମଶୀଳା ମାତା ପାଶେ ଜଣାଇ ।
ଶର-ମନ୍ଦିର ସମ୍ଭାର ଅଣାଇ ୮୯୫ ।
ମାଷ ତଣ୍ଡୁଳରେ ଗୃହ ଗଢ଼ାଇ ।
ବାସ ପ୍ରାକରେ ପ୍ରକାରେ ବେଢ଼ାଇ ।୯୬ ।
ଚାରିପାଶେ ଚାରିଗୋଟି ମାର୍ଗଣ ।
ଅବିଳମ୍ବେ ପୋତିଲେ ସଖୀଗଣ ।୯୭ ।
ନାରିକେଳ ଚେଳ ଦୂର୍ବାରୋପକୁ ।
ଭରି ସମୀପେ ଥୋଇଲେ ସୂର୍ପକୁ ।୯୮ ।
ମଧ୍ୟ ବସାଇଲେ ଯେ ନବବାଳୀ ।
ଶୁଭ ଅର୍ଥରେ ଦେଲେ ହୁଳହୁଳି ।୯୯ ।
ସେହି ଶବଦ ଜନକ ଶୁଣିଲେ ।
ଜୀର୍ଣ୍ଣମୁଦୁସୁଲି ଠାରୁ ଜାଣିଲେ ।୧୦୦ ।
ଉଛୁଳିଲା ପୁରଦ୍ବାର ବାଦ୍ୟରେ ।
ବାଦ୍ୟ ଏମନ୍ତ କହେ କି ନାଦରେ ।୧୦୧ ।
ଯୁବା ହୋଇ ସାହା ହେଲା ଜଗତେ ।
ମଦନକୁ ଶୁଭିଲା ଏ ଯୁଗତେ । ୧୦୨ ।
ଯୋଗୀଜୟ ମୂଳ ମନମଥର ।
ଲଭି ଏ ଭୟ ମହେଶ ପଥର ।୧୦୩ ।
ଆମ୍ଭ ଦମ୍ଭ କେତେ ଭାବି ବହନେ ।
ଋଷି ପଶିଲେ ନୈମିଷା ଗହନେ ।୧୦୪ ।
କାଣ୍ଡ ଗୃହେ ଶୋହେ ବାଳା ଉଚିତ ।
ଏହି ଉପମା ଜାତ ହୋଏ ଚିତ୍ତ ।୧୦୫ ।
କରି ସଂକଳ୍ପ ସେ ସାତଦିନକୁ ।
କରେ କି ରତିଦେବୀ ପୂଜନକୁ ।୧୦୬ ।
ସାତଦାପ ହିଁ ହୋଇଛି ଦୀପିତ ।
ସାତକୁମ୍ଭ କୁମ୍ଭ କୁଚ ସ୍ଥାପିତ ।୧୦୭ ।
ଶୁଚ ଶୁବ ରୋମାବଳୀ ନାଭି ତା ।
ଜଘନ ତା ହେମଦେବୀ ଶୋଭିତା ।୧୦୮ ।
ଉରୁ ସୁଚାରୁ କଦଳୀ କାଣ୍ଡରେ ।
ଶୋଭା ବରାଙ୍ଗୀ ଆହୁତି କୁଣ୍ଡରେ ।୧୦୯ ।
ଦୀପ୍ତ ଶ୍ରବଣ ତାଟଙ୍କ ଆଳତୀ ।
ବତ୍ର ବିକାରକୁ କରି ଚଳନ୍ତି ।୧୧୦ ।
ଯହିଁ ବରଣ ବ୍ରାହ୍ମଣ ସଂଚାରୀ ।
ଅଭଦ୍ରତା ଭଜି ହେଲେ ଆକୁଳ ।୧୧୮ ।
ପୁଣି ଇଷ୍ଟଦେବୀ ନିଜ ମାତାଙ୍କୁ ।
ନିଉଛାଳି ଯେ କରାଇଲେ ତାଙ୍କୁ ।୧୧୯ ।
ଏଥ୍ ଉତ୍ତାରେ ଜ୍ୟୋତିଷ କୁମାରୀ ।
କରଯୋଡ଼ି କହେ ଭୋ ସୁକୁମାରୀ ।୧୨୦ ।
ହେଲି ମେଲାଣି ବରଭୁବନରେ ।
ଏକା ଥିବା ଦିବ୍ୟ ଅବଧାନରେ ।୧୨୧ ।
ଜେମା ବାସ ଅଳଙ୍କାର ଅପାର ।
ସ୍ନେହବାଣୀ କହି ଦେଲା କୃପାର ।୧୨୨ ।
ପଢ଼ା ଶୁକ ଗୋଟିଏ ସେହୁ ମାଗି ।
ସ୍ନେହେ ଦତ୍ତ କଲା ତାହା ହେମାଙ୍ଗୀ ।୧୨୩ ।
ଗଲା ସେ ନାରୀ କର୍ଣ୍ଣାଟ ଦେଶକୁ ।
ଶୁକ ଆସିବ କର୍ମ ଉଦ୍ଦେଶ୍ୟକୁ ।୧୨୪ ।
କାନ୍ତି ଗନ୍ଧଫଳୀ ବଳି ଝଳିତ ।
ଯେ କର୍ତ୍ତୃରକାନ୍ତି ଗର୍ବ ଦଳିତ ।୧୨୫ ।
ଭାବି ସୀତା ରାମ ପାଦସାରସ ।
ଉପଇନ୍ଦ୍ର ବୀରବର ହରଷ ।୧୨୬ ।