ଜି20 ଦିଲ୍ଲୀ ସମ୍ମିଳନୀ 2023 ଶେଷ ହୋଇଛି: ନୂଆଦିଲ୍ଲୀ:
ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀ ଶେଷ ହୋଇଛି। ଜି-20 ଦେଶଗୁଡ଼ିକର ବର୍ତ୍ତମାନର ରାଷ୍ଟ୍ରପତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀର ଶେଷରେ ବ୍ରାଜିଲ୍କୁ ଏହାର ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଜି-20 ବୈଠକର ଶେଷ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ମୁଁ ସମଗ୍ର ବିଶ୍ୱରେ ଆଶା ଓ ଶାନ୍ତିର ପ୍ରସାର କରିବାକୁ ଚାହୁଁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ଜି-20ର ଅଧ୍ୟକ୍ଷ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରୁଛି ଚଳିତ ବର୍ଷ ନଭେମ୍ବର ମାସରୁ ବ୍ରାଜିଲ୍ ଜି-20 ରାଷ୍ଟ୍ରଗୁଡ଼ିକର ଅଧ୍ୟକ୍ଷ ପଦ ସମ୍ଭାଳିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜି20 ସମ୍ମିଳନୀ ବନ୍ଦ ହୋଇୟାଇଛି ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ରୋଡମ୍ୟାପ ସୁଖଦ ହେଉ। ସାରା ବିଶ୍ୱରେ ଆଶା ଓ ଶାନ୍ତି ବଜାୟ ରହୁ। 140 କୋଟି ଦେଶବାସୀଙ୍କ ଶୁଭକାମନା ସହିତ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆପଣମାନେ ସମସ୍ତେ ଜାଣନ୍ତି ଯେ ନଭେମ୍ବର ପର୍ୟ୍ୟନ୍ତ ଜି-20ର ଅଧ୍ୟକ୍ଷ ଦାୟିତ୍ୱ ଭାରତର ରହିଛି। ଆଉ ଅଢେଇ ମାସ ବାକି ଅଛି। ଏହି ଦୁଇ ଦିନରେ ଆପଣ ଅନେକ କଥା, ଅନେକ ପ୍ରସ୍ତାବ ରଖିଛନ୍ତି। ଯେଉଁ ପରାମର୍ଶ ଆସୁଛି, ତାହାକୁ ଗ୍ରହଣ କରିବା ଏବଂ ସେମାନଙ୍କର ପ୍ରଗତିକୁ କିଭଳି ତ୍ୱରାନ୍ୱିତ କରାୟାଇପାରିବ, ତାହା ଦେଖିବା ଆମର ଦାୟିତ୍ୱ। ମୁଁ ପ୍ରସ୍ତାବ ଦେଉଛି ଯେ ଆମେ ନଭେମ୍ବର ଶେଷରେ ଜି-20ର ଆଉ ଏକ ଭର୍ଚୁଆଲ ଅଧିବେଶନ ଆୟୋଜନ କରିବା। ଏଥିରେ ଆମେ ଏହି ଶିଖର ସମ୍ମିଳନୀରେ ସ୍ଥିର ହୋଇଥିବା ବିଷୟଗୁଡ଼ିକର ସମୀକ୍ଷା କରିପାରିବା। ଆମ ଟିମ୍ ଏହି ସବୁ ତଥ୍ୟ ଆପଣଙ୍କ ସହ ସେୟାର କରିବ। ମୁଁ ଆଶା କରୁଛି ଆପଣମାନେ ଏଥିରେ ସାମିଲ ହେବେ ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜାତିସଙ୍ଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ସଙ୍ଖ୍ୟା ବୃଦ୍ଧି ନେଇ ମଧ୍ୟ ଆଲୋଚନା କରିଥିଲେ। ସମୟ ସହ ପରିବର୍ତ୍ତନ ଜରୁରୀ ବୋଲି ମୋଦି କହିଛନ୍ତି। ଏଠାରେ ଆମେ କହି ରଖୁଛୁ କି, ବର୍ତ୍ତମାନ ଜାତିସଙ୍ଘ ସୁରକ୍ଷା ପରିଷଦରେ ପାଞ୍ଚ ଜଣ ସଦସ୍ୟ ଅଛନ୍ତି। ଯେଉଁଥିରେ ଆମେରିକା, ରୁଷିଆ, ଚୀନ, ବ୍ରିଟେନ ଓ ଫ୍ରାନ୍ସ ସାମିଲ ଅଛନ୍ତି। ଜାତିସଙ୍ଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ସଙ୍ଖ୍ୟା ବୃଦ୍ଧି ପାଇଁ ଭାରତ ଦୀର୍ଘ ଦିନରୁ ଦାବି କରିଆସୁଛି।