ଜୟ ଜୟ ଜୟ ରାମ ଜନକ ସୁଖଦ ।
ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧ ।
ଚନ୍ଦ୍ରହାସେ ଶୋଭାକର ସମସ୍ତ କାଳର ।
ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ । ୨ ।
କବି ଭାରତୀକି ଅଗୋଚର ଛବି ଯାର ।
ସୁମନାବୃନ୍ଦ ବନ୍ଦନ ଏଣୁ ନିରନ୍ତରଯେ ।୩ ।
ମହାଶୟ ବଳିରିପୁ ପରେ ତାପକର ।
ଛତ୍ରଭଙ୍ଗ କୃତରୁ କାତର ଅରିପୁର ହେ । ୪ ।
ସସ୍ରକର ଉନ୍ନତହରତେଜୋବାନ ।
ହରିପକ୍ଷ ସଦାନନ୍ଦ ତୋଷ ବିବର୍ଦ୍ଧନ । ୫ ।
ସେ ପ୍ରଭୁ କଞ୍ଜଚରଣେ କରି ତତପର ।
ଭଞ୍ଜ ବୀରବର କପି ମାନସ ଭ୍ରମର ହେ । ୬ ।
ମୂର୍ତ୍ତିମନ୍ତ କରି ମୃଦୁଗୀତ ବିଚାରଇ ।
ଏଣୁକରି ଥ୍ବ ଅଳଙ୍କାର ଯୁକ୍ତ ହୋଇ ଯେ ।୭ ।
ପଦ ସରଳ ଧ୍ବନିରେ ମାନସ ମୋହିବ ।
ଅର୍ଥୀଜନ ପ୍ରବରକୁ ଆନନ୍ଦ କରିବ ହେ । ୮ ।
ଡ, ର, ଳ ରେ ସାବର୍ଥ୍ୟ ଯା ବ୍ୟାକରଣେ ଲିହି ।
ସୁଚିରେ କରଇ ଏହି ଗୀତ ହିତ ପାଇଁ ଯେ ।୯ ।
ବୁଝାଇଲେ ଜଡ଼ଜନ ଭାବକୁ ପାଇବ ।
ଖଳ ଖର ଚୂତାଙ୍କୁର ପ୍ରାୟେ ନ ଗ୍ରାସିବ ହେ । ୧୦ ।
ମଧୁମକ୍ଷି ଉଚ୍ଛିଷ୍ଟେ ଅମୃତାଦର ସୁରେ ।
କରନ୍ତି ଯେମନ୍ତ ସାଧୁଜନେ ସେ ପ୍ରକାରେ ହେ ।୧୧ ।
ଦୋଷ ଥିଲେ ରସ ବର୍ଶୁ କରିବେ ଆଦର ।
ଏଣୁ ଅତିଶୟ ସଂଶୟକୁ କରି ଦୂର ହେ । ୧୨ ।
ଏ ବିଚିତ୍ର ଚରିତ ରଚିତ ସୁମଧୁର ।
ଶ୍ରୁତି ବଦନରେ ପାନ କର ବୁଧ ନର ହେ ।୧୩ ।
ଦିନେ କଇଳାସେ ବସି ଏକାନ୍ତେ ଗଉରୀ ।
ପଶାରଙ୍ଗେ ରସିବାକୁ ସୁସଙ୍ଗେ ବିଚାରି ହେ ।୧୪ ।
ଏକ କନ୍ୟାଏ ଅଦ୍ଭୁତେ ମନୁ ଜାତ ହେଉ ।
ସୁଷମାରେ ସମରେ ତ୍ରିଲୋକରେ ନ ଥାଉ ଯେ ।୧୫ ।
ଯେ ଜଗତଜନନୀ ସେ କଲା ମନୋରଥ ।
ଜାତ ଦିବ୍ୟ ସୁନ୍ଦରୀ
କାହିଁକି ହେବ ବ୍ୟର୍ଥ ହେ ।୧୬ ।
ଆଉ କି ପ୍ରଶଂସିବା
ଉମାରୁ ଜନ୍ମ ଯାର ।
ଶାମୁକୁଁ ମୁକୁତା ଜାତ ହୋଇଲା ପ୍ରକାର ଯେ ।୧୭ ।
ବାଞ୍ଚାରୁ ଉତ୍ପତ୍ତି ବାଞ୍ଛାବତୀ ନାମ ଦେଇ ।
ଖେଳେ ବଳାଇଲେ ମତି ଦୁହେଁ ବସି ତହିଁ ଯେ ।୧୮ ।
ଏ ସମୟେ ଶୁଭିଲା ଡମ୍ବରୁ ଘୋର ନାଦ ।
ପାର୍ବତୀ ମତିରେ ଜାତ ଏମନ୍ତ ବିଷାଦ ଯେ ।୧୯।
ହର ନେତ୍ର ଗତ ଯେବେ ହେବ ଏ ଶୋଭାଙ୍ଗୀ ।
ଯିବ ସିନା ମୋହର ସୁଭାଗୀପଣ ଭାଙ୍ଗି ଯେ ।୨୦ ।
ବିଷବୃକ୍ଷ ସ୍ଥାପି ନାଶ କରିବାର ଦୋଷ ।
ଏ ସଂସାର ଆମ୍ଭ ଖେଳଘରର ସଦୃଶ ଯେ ।୨୧ ।
କିଛିକାଳ ଅଗମ୍ୟ ଅରଣ୍ୟ ଏହି ଥାଉ ।
ଜନ୍ମନ୍ତେ ପୁରୁଷ ସଙ୍ଗ ବିଳାସକୁ ପାଉ ଯେ । ୨୨ ।
ବଣଦେବୀ ଜଣକୁ ଏକାନ୍ତ ଆଜ୍ଞାଦେଲେ ।
ସେ ନେଇ ଘୋର କାନନେ ପୁରେକ ରଚିଲେ ଯେ ।୨୩ ।
ତହିଁ ରଖ୍ କହିଲେ ଲଂଘିବୁ ଯେବେ ଦ୍ଵାର ।
କିଛିକାଳେ ପ୍ରାଣ ହତ ହୋଇବ ତୋହର ଯେ ।୨୪ ।
ଯେବଣ ପୁରୁଷ କରି ଗ୍ରହଣ କରିବ ।
ଆନ ତନୁ ପ୍ରାପତିରେ ସେ ପତି ହୋଇବ ଯେ । ୨୫ ।
ଏତେ କହି ସେ ଦେବୀ ହୋଇଲା ତିରୋହିତ ।
ଗହନରେ ବାଞ୍ଛାବତୀ ଦିବ୍ୟପୁରେ ସ୍ଥିତ ଯେ ।୨୬ ।
ଏମନ୍ତରେ ଗଲା ତହିଁ କେତେ ସମ୍ବତ୍ସର ।
ପ୍ରଭାକର ନାମେ ଏକ କ୍ଷତ୍ରିୟ କୁମାର ଯେ ।୨୭ ।
ତପ ତା ଅକଥନୀୟ ଦିବ୍ୟନାରୀ ଶ୍ରଦ୍ଧେ ।
ପଞ୍ଚାଗ୍ନି ସ୍ଥାପନ କରେ ତପଋତୁ ମଧ୍ଯ ଯେ ।୨୮ ।
ପ୍ରାବୃଟ କାଳରେ ଗୃହୋଦରକୁ ନ ଯାଇ ।
ଝଞ୍ଜାବାତ ଜଳାଘାତ କରକା ସହଇ ଯେ ।୨୯ ।
ଶୀତେ ଜଳଶାୟୀ ଭୂମିଶଯ୍ୟା ବସ୍ତ୍ରହୀନ ।
ମୃତ୍ତିକା ଶଙ୍କର ପୂଜା କରେ ପ୍ରତିଦିନ ଯେ ।୩୦ ।
ସେ ସୁକୃତରାଶି ଆସି ଠୁଳ ହୋଇ ତାର ।
କେଦାରେଶ୍ବର ଦର୍ଶନେ କଲା ବଳାତ୍କାର ହେ ।୩୧ ।
ଯାଉଁ ଯାଉଁ ସେ ଅଗମ୍ୟ ଅରଣ୍ୟ ମିଳିଲା ।
ରତ୍ନମୟ ପୁରୁଚାହିଁ ଚିତ୍ତରେ ଭାଲିଲା ସେ ।୩୨ ।
କିନ୍ନର କିନ୍ନରୀ ବା କାହାର ଏଥ୍ସ୍ଥିତି ।
ଦେଖିବା ବିଚାରୁ ଦେବେ ପ୍ରାଙ୍ଗଣେ ଯୁବତୀ ସେ ।୩୩ ।
ଚନ୍ଦ୍ରକୁ ନିନ୍ଦା କରୁଛି ମୁଖହାସ କାନ୍ତି ।
ସାରଙ୍ଗକୁ ନିନ୍ଦୁଛି ନୟନ ଭୂରୁପନ୍ତି ଯେ ।୩୪ ।
ନାସା ଓଷ୍ଠ ମଧ୍ଯ ନିନ୍ଦେ ତରୁଣ ହରିକି ।
ଅପବାଦ ଅପସରି ଲକ୍ଷ୍ୟ ଯେ ନାରୀକି ଯେ ।୩୫ ।
ଅମର ସମ୍ପଭି ଲଭି ବିଲୋଚନ ମାତ୍ରେ ।
ନାରୀ ରୂପ ପିତୁଲା ଲେଖନ ହେଲା ନେତ୍ରେ ତା ।୩୬ ।
ସେ ପ୍ରେମମଞ୍ଜରୀ ଶୋଭାପଞ୍ଜରୀ ହୋଇଲା ।
ପୁଂସ ନେତ୍ରେ ଖଞ୍ଜରୀଟ ତହିଁରେ ରହିଲା ଯେ ।୩୭ ।
ରାମ ଶବ୍ଦ ବହୁ ବଚନରେ କଲା ଜପ ।
ରମା ବିପରୀତ ସେହିକାଳେ ବହି କୋପ ଯେ ।୩୮ ।
ଶରୀର ମଧ୍ୟ ଲୋପକୁ ଶରୀର ମଧ୍ୟକୁ ।
ଯୋଗୁଁ ପ୍ରହାରିଲା ବିଚାରିଣ ତା ବଧକୁ ଯେ ।୩୯ ।
ତାକୁ ସ୍ତୁତି କଲା ତୋ ନାରୀରେ ଇଚ୍ଛା ମୋର ।
ଭାବି କି ହେଉଛ ପର ଏ ଆନ ପ୍ରକାର ଯେ ।୪୦ ।
ଜାଣ ନାହିଁ ଅଭିମାନ ବିଧାନମାନଙ୍କୁ ।
କହନ୍ତି ବିଧୁ ଚନ୍ଦ୍ରମା ବିଷ୍ଣୁ କର୍ପୁରକୁ ଯେ ।୪୧ ।
ଏକାଳରେ ପୁଂସଠାରେ ରାମା ଦୃଷ୍ଟିପାତ ।
ଜନ୍ମ ଅନ୍ଧ ନୟନକୁ ଲଭିଲେ ଯେମନ୍ତ ଯେ ।୪୨ ।
ମନମଥ ମଥନେ ଥରିଲା ହେଲା ଜାନୁ ।
କଦମ୍ବକୋରକ ଶୋଭା ଲୁଟିକଲା ତନୁ ଯେ ।୪୩ ।
ନେତ୍ର ବଡ଼ଶୀରେ ସେ ଧଡ଼ସି ଅନୁରାଗେ ।
ପୁରୁଷ ମନ ମୀନକୁ ଧରି ନେଲା ବେଗେ ଯେ ।୪୪ ।
ସେକାଳେ ସୁବେଣୀମଣି ଧୀବର ହୋଇଲା ।
ଉରଜ କୁବେଣୀ ସଂପୁଟରେ ପକାଇଲା ଯେ ।୪୫ ।
ସେ ସମୟେ ପୁରୁଷ କହିଲା ଯୋଡ଼ି କର ।
ହେ ରସ ଉଦୟା ସୁହୃଦୟା ଦୟା କର ହେ ।୪୬ ।
ତପତି ତପନୀୟାଙ୍ଗୀ ତପଫଳ ମୋର ।
ବ୍ରହସିତେ ଈଷିତେ ସଫଳ କରିକର ଯେ ।୪୭ ।
ଅତି ଦୀନ କ୍ଷୀଣ ହୀନ ମୁ ମଦନ ଶରେ ।
ରକ୍ଷା କର କକ୍ଷ କରି କୁଟିଳାକ୍ଷାବକ୍ଷରେ ।୪୮ ।
ଏ ବଚନେ ସୀଉକାର କଟାକ୍ଷେ ଆଣିଲା ।
ରସିକା ଭଜିଲା ଭାବ ରସିକ ଜାଣିଲା ।୪୯ ।
ଏକେ ତ ଏକାନ୍ତ ଦ୍ରୁଜେ ତରୁଣ ତରୁଣୀ ।
ଭେଟ ଯାହା ଲୋଡୁଥାଇ ଫୁଲ ତ ୫୧ ।
ଏକାନ୍ତ ଦ୍ରୁଜେ ତରୁଣ ତରୁଣୀ । ଭେଟ ଯାହା
ଲୋଡୁଥାଇ ଫୁଲ ଧନୁପାଣି ଯେ ।୫୨ ।
ପଞ୍ଚବିଶିଖକୁ କେତେ ଲକ୍ଷ୍ୟ ଅବା କଲା ।
ଭଲା ଲକ୍ଷ୍ୟ ନାଗର ନାଗରୀ ହୃଦ ହେଲା ।୫୩ ।
ପୁରୁଷ ନିକଟ ଲଭିବାକୁ କୃଶକଟୀ ।
ଭାବବତୀ ମନେ କରି ଅଇଲା ପାଛୋଟି ।୫୪ ।
ଯୁବା ଦେହ ବହି ଏ ଉତ୍ସକୁ ବଡ଼ କରି ।
ଉତ୍ସବ ଭୋଗ କାହିଁଛି କେ କହୁ ବିଚାରି ।୫୫ ।
ଦଇବେ ଦେହଲା ବଳି ତ୍ରିବଳୀ ଶୋଭିତା ।
ଆଲିଙ୍ଗନ କଲା ପୁଂସ ହୋଇଣ ଲୋଭିତା ।୫୬ ।
ଚୁମ୍ବିବାବେଳକୁ ମୁଖରାଜୀବ ତାହାର ।
ଜୀବହୀନ ହୋଇ ତାହା ରହିଲା କଳେବର ।୫୭ ।
ଚାହିଁ ତରୁଣ ଅରୁଣ ଓଷ୍ଠୀର ଏ ରୀତି ।
ବଦନ ପବନ କେତେ ଦତ୍ତ କଲା ଶ୍ରୁତି ଯେ ।୫୮ ।
ଲୋତକ ଜଳରେ ଆଗ ଧୋଇ ଦେଲା ମୁଖ ।
ବୋଇଲା ମୁଁ ମରି ଦେଖିଲି ଏତେ ଦୁଃଖ ।୫୯ ।
ଏ ସମୟେ ଶୁଭିଲା ଅମ୍ବରୁ ଏହି ବାଣୀ ।
ଗଙ୍ଗା ସାଗର ସଙ୍ଗମେ ଝାସ ପୁଂସମଣି ।୬୦ ।
ଏ ବଲ୍ଲଭୀକୁ ଲଭିବୁ ନୃପସୁତ ହୋଇ ।
ଅନଳରେ ନ ଦହି ସେଠାରେ ଯାଅ ଥୋଇ ।୬୧ ।
ଏ ବଚନେ ସନ୍ତାପକୁ କିଛି ଶାନ୍ତି କଲା ।
ବଙ୍ଗଦେଶେ ଯାଇ ଗଙ୍ଗା ସାଗରେ ଝାସିଲ ।୬୦ ।
କର୍ଣ୍ଣାଟ ଦେଶରେ କାଞ୍ଚିନାମେ ନଗ୍ରସର ।
ଶଶିଶେଖର ନାମରେ ତହିଁ ନରେଶ୍ବର ।୬୧ ।
ଶଶିରେଖା ନାମେ ତାର ଯେ ପଟ୍ଟମହିଷୀ ।
ପୁତ୍ରାର୍ଥେ ଅନେକ ବ୍ରତେ ତୋଷି କାଶୀବାସୀ ।୬୨ ।
ତା ଉଦର ଆକାଶରେ ପ୍ରକାଶ ହୋଇଲା ।
ଅକଳଙ୍କ କଳାନିଧ୍ୱ ପରାୟେ ଶୋହିଲା ।୬୩ ।
ଆହାଲାଦେ ଚନ୍ଦ୍ରଭାନୁ ତେଜ ଭାବିକରି ।
ଚନ୍ଦଭାନୁ ନାମ ଦେଲେ ବିଚାରି ବିଚାରି ।୬୪ ।
ବେଦ ବେଦାନ୍ତେ ବିଧାତା ବ୍ୟାକରଣେ ହର ।
ସଙ୍ଗୀତରେ ନାରଦ ଶୃଙ୍ଗାର ଶାସ୍ତ୍ର ମାର ।୬୫ ।
କବିପଣେ ଗଣେଶ ଜ୍ୟୋତିଷ ବୃହସ୍ପତି ।
ଅଶ୍ବାରୋହେ ମିହିର ଭୈରବୀ ପରାଗତି ।୬୬ ।
ଧନୁର୍ବରେ ଅର୍ଜୁନ ଗଦାରେ ବୃକୋଦର ।
ଦାନୀରେ କର୍ଣ୍ଣର୍ ମାନୀରେ କୁରୁ ଦଣ୍ଡଧର ।୬୭ ।
ବଳିଷ୍ଠରେ ବାଳୀଧାର୍ମିକରେ ଯୁଧ୍ୱର ।
ସୁନ୍ଦର ପଣରେ ତାକୁ ସେହି ପଟାନ୍ତର ।୬୮ ।
ମନ୍ତ୍ରୀ ଜ୍ୟୋତିଷ ସାଧୁତ ପୁରଧା କୁମର ।
ନାମ ଗୁଣନିଧ୍ ବସନ୍ତକ ପୁରନ୍ଦର ।୬୯ ।
ଋତୁଧ୍ବଜ ସହିତ ଏ ଚାରି ମିତ୍ର ହିତ ।
ନିଶି ଦିନ ଭିନ୍ନ ନୋହେ ଏହାଙ୍କ ସଙ୍ଗତ ।୭୦ ।
ହେ ରାମକୃଷ୍ଣ ସୁନ୍ଦର କଳାପ ମଦନ ।
ରାଧାପତି ରୁଚିହାସ ଅଘ ବିନାଶନ ।୭୧ ।
ଉପଇନ୍ଦ୍ର ଭଞ୍ଜ ବୀରବର ମନୋରଥ ।
ଏ ଗୀତ ପୂର୍ଣ୍ଣ ହେବାରେ କର ଏହା ସାର୍ଥ ଯେ ।୭୨ ।