shabd-logo

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023

0 ଦର୍ଶନ 0

ଅଷ୍ଟମ ପରିଚ୍ଛେଦ

ଜମିଦାର ସେଖ୍ ଦିଲବାର୍ ମିଆଁ:  

ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ । ଆଲିମିଆଁ ପ୍ରଥମେ ଯୋଡାର ସୌଦାଗର ଥିଲେ । ପଶ୍ଚିମ ହରିହର ଛତର ମେଳାରୁ ଘୋଡା କିଣିଆଣି ବଙ୍ଗଳା ଓଡ଼ିଶାରେ ବିକ୍ରି କରିବା ତାଙ୍କର ବ୍ୟବସାୟ ଥିଲା | ମେଦିନୀପୁର ଜିଲ୍ଲାର ବଡ ସାହେବକୁ ଗୋଟିଏ ଘୋଡାବିକି ଥିଲେ ସେ । ଘୋଡାଟି ଭଲ ପଡିବାରୁ ସାହେବ ମଉସୁଫ ଭାରି ଖୁସି ହୋଇ ମିଆଁଙ୍କ ବ୍ୟବସାୟ ଓ ରୋଜଗାର ବିଷୟରେ ଅନେକ କଥା ମେହରବାନି କରି ପଚାରିଲେ ଏବଂ ସୌଦାଗରରୁ ବିଶେଷ ଲାଭ ନ ଥିବାର ଶୁଣି ତାକୁ ଗୋଟିଏ ଚାକିର ଦେବାକୁ ଇଚ୍ଛାକରି ସେ (ଆଲିମିଆଁ) ଲେଖାପଢି ଜାଣନ୍ତି କି ନାହିଁ ପଚାରିଲେ | ମିଆଁ କହିଲେ, '' ହଜୁର, ମୁଁ ପାରସି ଜାଣେ ;କାଗଜ କଲମ ଦେଉନ୍ତୁ , ମୋ ନାମ ପୂରା ଲେଖୁଦେବି । 'ପୂର୍ବେ ପାର୍ସିବିଦ୍ୟାର ଭାରି ଆଦର ଥିଲା । ଅଦାଲତର ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖନ ମୁନ ମାରିଛନ୍ତି ; କାଲି ଥିଲା ପାର୍ସି, ଆଜି ହେଲା ଇଂରାଜୀ, ଏ ଉତ୍ତାରେ କ'ଣ ତାଙ୍କୁ ଜଣା , ଏ କଥା ନିଶ୍ଚିତ, ଦେବନାଗରୀ କପାଳପଥରଚଳେ । ଇଂରାଜୀ ପଣ୍ଡିତମାନେ କହନ୍ତି 'ସଂସ୍କୃତ ମୃତ ଭାଷା । 'ଆମ୍ଭେମାନେ ସେ କଥା ଆଉ ଟିକିଏ ସଫାକରି ବୋଲୁଅଛୁ, ଏହା ଦରମଲା ଲୋକମାନଙ୍କ ଭାଷା । ସେ କଥା ଥାଉ, ସାହେବ ମଉସୁଫଙ୍କ ମେହରବାନିରୁ ମିଆଁ ସାହେବ ଗୋଟିଏ ଚାକିରି ପାଇଲେ, ସେ ଚାକିରର ନାମ ଥାନା ଦାରୋଗା ମିଆଁ ସାହେବ ନାନା ବିଘ୍ନରେ ଏବଂ ନିର୍ବିଘ୍ନରେ ତିରିଶ ବର୍ଷ ପର୍ଯ୍ୟନ୍ତ ଚାକିରି କରି ଅନେକ ବିଷୟ- ସମ୍ପତ୍ତି ଅର୍ଜନ କରି ଯାଇଥିଲେ । ଘର, ବାଗବଗିଚା ଘର ଆସବାବମାନ ଛାଡି ଜମିଦାରୀ ତାଲୁକା ଚାରିଗୋଟା । ପୂର୍ବେ ଓଡିଶା ଜମିଦାରୀ ସବୁ କଲିକତାରେ

ଆପଣମାନଙ୍କ ମନରେ ଆମ୍ଭମାନଙ୍କ ଆମ୍ଭମାନଙ୍କ ନିଲାମ ହେଉଥିଲା । ମିଆଁ ଥରେ କଲିକତାକରୁ ଗୋଟିଏ ଖୁଣିମାମଲା ଚଲାଣ ଘେନି ଯାଇ ତାଲୁକେ ଫତେପୁର ସରଷଣ୍ଡ ନିଲାମରେ କିଣିଥିଲେ । କଥା ପ୍ରତି ସନ୍ଦେହ ହୋଇପାରେ | ଥାନା ଦରେ ଗବର୍ତ୍ତମାନ ବେଙ୍ଗଲ ପୋଲିସରେ ଇନ୍ସପେକଟର ତ ? ଏତେ ଟଙ୍କା କାହିଁ ଅର୍ଜିଲା ? ମାତ୍ର ଆପଣ ଆଖୁବୁଜି ପଢ଼ିଯାନ୍ତୁ କଥାରେ ପଦେ ମିଛ ନାହିଁ, ନିର୍ମଳ ସତ । ଏ କଥା ସମସ୍ତେ ଜାଣନ୍ତି ଜଣେ ଦିପୋଟି ଗୋବିନ୍ଦ ପଣ୍ଡା ବ୍ରାହ୍ମଣ ଗୋଟିଏ ମକଦ୍ଦମା ଡିଗ୍ରୀ କରିଦେବାରୁ ପଣ୍ଡେ କଲ୍ୟାଣ କରି କହିଥିଲେ '' ଦୋପଟି ବାବୁ, ତମେ ଦାରୋଗା ହୁଏ । ' ଆପଣ କଥାଟାର ହାଲ ବୁଝିଲେ ତ ? ବୁଦ୍ଧିମାନ ଲୋକେ ଠାରରୁ ସବୁ ବୁଝିଯା'ନ୍ତି । କଲିକତାର ପ୍ରସିଦ୍ଧ ଧନୀ ମୋତିଶୀଳ ପ୍ରଥମେ ଖାଲି ବୋତଲ ବିକୁଥିଲେ, ଜଣେ ଶୁଣ୍ଢ ବିଳାପ କରି କହିଥିଲା, 'ମୋତିଶୀଳ ତୁଚ୍ଛା ବୋତଲ ବିକି କ୍ରୋଡପତି, ମୁଁ ପୁରା ବୋତଲ ବିକି କାଙ୍ଗାଳୀ ''ଆମ୍ଭମାନଙ୍କର ଭୟ, କୌଣସି ବି:ଏ:ଏମ୍ଏ: ପାଶିଆ ବାବୁ ଆଲିମିଆଁଙ୍କ କଥା ଶୁଣି ଶୁଣ୍ଠୀ ପର ବିଳାପ କରିବେ, ହାୟ ହାୟ, ମିଆଁ ଓଲଟା କଲମରେ ତୁଚ୍ଛା ନାମଟା ଲେଖ୍ ଜମିଦାର, ଆମକଭ ସଳଖ କଲମରେ ଲମ୍ବା ଲମ୍ବା ଏତେ ଲେଖ୍ ଖାଇବାକୁ ପାଉନାହୁଁ । କଥାଟା କ'ଣ ବାବୁ ଜଣନ୍ତି ''ଭାଗ୍ୟଫଳତି ସର୍ବତ୍ରାଣ ବିଦ୍ୟା ନ ଚ ପୌରୁଷ । ''ଆଲିମିଆଁଙ୍କ ଗୋଟିଏ ମାତ୍ର ପୁତ୍ର, ନାମ ସେଖ୍ ଦିଲ୍‌କାର ମିଆଁ ଓରଫ ଛୋଟମିଆଁ । ପୁଅକୁ ଲାଏକ ଏବଂ ଇଲମଦାର କରିବା ସକାଶେ ଦାରୋଗା ସାହେବଙ୍କର କିଛିମାତ୍ର ଗଫଲୟତି ନ ଥିଲା | ପାରସି ପଢ଼ାଇବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଘରେ ଆଖୁନ ନିଯୁକ୍ତି ଥିଲେ । ଛେ ାଟାମିଅଁପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲକୁଲ ବର୍ଣ୍ଣମାଳା ଓ ବନାନ ଶିଖୁପକାଇଥିଲେ । ଛୋଟା ମିଆଁଙ୍କର ବାଇଶ ବରଷ ପୁରିଲାଣି, ଏତେବେଳେ ଆଖୁନଜୀ ଆଗରେ ବସି ଝୁଲି ଝୁଲି ପଢ଼ିଲେ ଲୋକେ କ'ଣ ବୋଲିବେ ? ପୁଣି ଦୋସ୍ତମାନେ ଆସି ଅକାରଣେ ବସି ରହନ୍ତି , ସେମାନଙ୍କରୂ କଷ୍ଟ ଦେଖ‌ିବା ମିଆଁଙ୍କ ବରଦାସ୍ତ ହେଉ ନଥିଲା । ବିଶେଷରେ ଆଖୁନଜୀ କେବେ କେବେ ବୋଲନ୍ତି * ନିଶା ଖାନେସେ ଆଦାମୀ ଜାନୁଆର ହୋ ଯାତା ହୈ । '' ଏ କଥା ନିହାଏତ୍ ବେବରଦାସ୍ତ ।

ଦିନେ ଓପରଓଳି ଆଖୁନଜୀ ସାହେବ ଖାନା ଖାଇ ଚିହୋଇ ଶୋଇଥିଲେ; କେଉଟମାନେ ଯେପରି ତାଗ କାଟିବା ସକାଶେ ଛଣପଟ ବିଡା ମେଲା ଦେଇଥାନ୍ତି , ସେହିପରି ବିଡାଏ ପାଚିଲା ଦାଢି ମିଆଁଙ୍କ ବେକ ଏବଂ ଛାତିକୁ ଘୋଡାଇ ପକାଇଥିଲା । ଗୋଟିଏ ଜଳନ୍ତା ଟିକିଆ ଦାଢି ମଝିରେ ପଡି ପଡ୍ ପଡ୍ କରି ପୋଡି ଛାତିରେ ଲାଗିଯିବାରୁ ଆଖୁନଜୀ ଧଡପଡ ହୋଇ ଉଠିପଡି ''ତୋବା ତୋବା '' କହି ଦାଢି ଝାଡିବାକୁ ଲାଗିଲେ । ଟିକିଆଖଣ୍ଡ ଭାଙ୍ଗି ନିଆଁ ଝୁଲସବୁ ଲୁଗାପଟାଯାକ ବୁଣିପଡିଲା । ପାଚିଲା ଦାଢି ଗୁଡାକ ଝରିବାଣପରି ଚାରିଆଡେ ଉଡୁଥାଏ । '' ଆ ମେରି ତୋବା ରେଆ ମେରି ତୋବାରେ ''କହି ମିଆଁ ଘର ଯାକ ଡିଆଁ ମାରି ନିଆଁ ଲିଭାଉଥାନ୍ତି । ଲଙ୍କା ପୋଡ଼ିବାବେଳେ ହନୁମାନ ମୁହଁରେ ନିଆଁ ଲାଗିବାରୁ କିପରି ଦିଶୁଥିଲା, ମହର୍ଷି ବାଲ୍ମିକୀ ସେ କଥା ଖୋଲସା କରି ଲେଖୁଯାଇ ନାହାନ୍ତି ; ତେଣୁ ଆମ୍ଭେମାନେ ଉପମା ଛଳରେ ସେ କଥାଟା ଉଲ୍ଲେଖ କରିବା ଯୁକ୍ତିସଙ୍ଗତ ନୁହେଁ ବୋଲି ବିବେଚନା କରୁଅଛୁ 'ସର୍ବନାଶଂ ସମୁତ୍ପନ୍ନ ଅଶଂ ତ୍ଯକତି ପଣ୍ଡିତଃ 'ଆଖୁନଜୀସାହେବ ଏହି ନୀତିଶାସ୍ତ୍ର ଅନୁସାରେ ଅଧାଅଧ୍ ଦାଢ଼ି ଆୟତ୍ତପୂର୍ବକ 'ବିସ୍‌ମିଲ୍ଲା ବିସ୍‌ମିଲ୍ଲା କହି ସେଦିନ ରାତିରେ କବାଟ କିଳି ରହିଲେ ତହିଁଆରଦିନ ସକ ାଳଠାରୁତାଙ୍କୁ କେହି ମେଦିନୀପୁର ମଧ୍ୟରେ ଦେଖୁନାହିଁ । ଆଲିମିଆଁଙ୍କ କାନରେ ଏକଥା ପଡିବାରୁ ସେ କହିଲେ, '' କୁଛ ପରବାୟ ନେହିଁ, ମେରି ଦିଲୁ ତ ଇଲମ ହାସଲ କରିନେଇଛି । ମୁଁ କେବଳ ମୋ ନାମ ଲେଖ୍ ଜାଣେ , ଏତେ ଦୌଲତ କମାଇଲି । ମେରି ଦିଲୁ ତ ବହୁତ ଶିଙ୍ଖାଲାଣି । ସେ ଦିନ ମୋ ଆଗରେ ଇମତାନ୍ ଦେଲା, ଆପଣା ନାମ ଲେଖୁଲା, କଲିକତା, ମେଦିନୀପୁର, ହାତୀ, ଘୋଡା, ବାଗ-ବଗିଚା କେତେ କଥା ଲେଖିଗଲା । ଏଇଲାଗେ ତାକୁ ଦାରୋଗାଗିରି ଦେବେ;ମାତ୍ର ମୁଁ ଏକଥା ଲୁଚାଇଛି । ମୁଁ ଦିଲୁକୁ ଚାକିର କରିବାକୁ ଦେବି ନାହିଁ । ସେ ପିଲାଲୋକ, ଏତେ ମେହେନତ୍ ଉଠାଇପାରିବ ନାହିଁ । ''ତାହା ବାଦ ଆଲିମିଆଁ ଲଡ଼ାକୁ ବାଖରେ ବସାଇ ବିଷୟକର୍ମ ଚଳାଇବା ବିଷୟରେ ଅନେକ ଉପଦେଶ ଦେଲେ । ବିଶେଷରେ ଓଡିଆ ଜମିଦାରୀ ବିଷୟରେ ବହୁତ ହୁସିଆରି ସକାଣେ ଉପଦେଶ ଦେଇ କହିଲେ, ''ଦେଖ୍, ସେ ଦେଶର ଯେଉଁ ମହନ୍ତମାନେ ଅଛନ୍ତି , ସେମାନେ ବଡ ଚୋର, ମୁଁ ହିସାବ-କିତାବରେ କୁବ୍ ମଜବୁତ ବୋଲି ମୋତେ ଠକାଇପାରନ୍ତି ନାହିଁ । ସେମାନଙ୍କ ଠକପଣିଆ ଶୁଣିବୁ ? ଏକ, ଦୁଇ, ତିନି ଆଉ ଚାରି ଏହି ଦୁନିଆର ହିସାବ; ମାତ୍ର ସେମାନଙ୍କ ହିସାବ କ'ଣ ଜାଣ- ଏକକେ ଏକ, ଦୁଇକେ ଦୁଇ, ଦୁଇ ଦୁଣେ ଚାରି । ଦେଖ ଏକ, ଦୁଇ ଚାରି ହେଲା, ବିଚେମେ ତିନ୍ କାହା ଗେୟା ? ଏହି ତିନିରୂପେୟା ଚୋରୀ ଇତ୍ୟାଦି ଇତ୍ୟାଦି ।

ଜମିଦାର ବଂଶର ପରିଚୟ ନିମନ୍ତେ ଏତେ ଗୁଡାଏ କଥା ଲେଖିବାକୁ ହେଲା, ମାତ୍ର ଏହା ସବୁ ପୁରୁଣା କଥା । ଆଜକୁ ପାଞ୍ଚ ବର୍ଷ ହେଲା ଶେଖ୍ କେରାମତ ଆଲି ଫୌତ ହୋଇଗଲାଣି । ଛୋଟ ମିଆଁ ଓରଫ ଶେଖଦିଲଦାର ବର୍ତ୍ତମାନ ଖୋଦ୍ ମାଲିକ । ରାତି ଅନ୍ଦାଜ ଘଡିକ ଭିତରେ ଜମିଦାର ଶେଖ୍ ଦିଲ୍ଦାର ମିଆଁ କଚେରୀ ଘରେ ବସିଛନ୍ତି , ଘରଟା କୋଠା । ସେହିପରି ଛୋଟମୋଟିଆ କୋଠରୀ ନୁହେଁ । ଖୁବ୍ ଲମ୍ବାଚଉଡା କୋଠା । ଘରତଳେ ଗୋଟିଏ ବଡ ଶତରଞ୍ଜି ବିଛଣା ହୋଇଅଛି । ସେଟା ହୁଏତ ବଡ ପୁରୁଣା, ଦଶ କି ବାର ଜାଗାରେ ତେଳଢଳା ଦାଗ, ଟିକିଆପୋଡା ଜାଗା ପନ୍ଦର କି କୋଡିଏ ଧଡି ଚିରା । ସେହି ଶତରଞ୍ଜି ମଝିରେ କାନ୍ଥକୁ ଲଗାଇ ଏକ ବନାରସୀ ବିଛଣା କାନ୍ଥକୁ ଭିଡି ବଡ ଗୋଟାଏ ବନାରସୀ ତକିଆ, ଦୁଇପାଖର େଚକା ବୋଇତି କଖାରୁ ପରି ଦୁଇଗୋଟି ସାନ ବନାରସୀ ତକିଆ, ସେହି ବିଛଣାରେ ଖୋଦ୍ ଜମିଦାର ସେଖ୍ ଦିଲ୍ଦାର ମିଆଁ ବସିଛନ୍ତି । ପୋଷାକ କିନ୍‌ପା, ଢ଼ିଲା, ପାଜୁମା, ସାଟିନ୍ ଚପ୍‌କନ ମୁଣ୍ଡରେ ଟୋପି, କାନରେ ଅତର ତୁଳାକାଠି, ଆଗରେ ରୂପା ଅତର ଦାନୀ, ଗୋଲାପଦାନୀ, ତା ପାଖରେ ବଡ ଏକ ସାତହାତି ନଳଯୁକ୍ତ ଗୁଡଗୁଡି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ, ତହିଁ ଉପରେ ସରପୋଷା ସେଥୁରୁ ଚାରିକେରା ରୂପା ଶିକୁଳି ଝୁଲିଆସି ମାଟି ସ୍ପର୍ଶ କରିଅଛି । ମହାଦେବଙ୍କଠାରେ ରୋଗା ଧାରଣ ଦେଲାପରି ନଳଟା ମିଆଁଙ୍କ ପାଦ ସ୍ପର୍ଶକରି ପଡିଅଛି, ଆଜି ତାହାର ଆଦର ନାହିଁ । ଚକ୍ର ନେମିକ୍ରମେଣ ମନୁଷ୍ୟମାନଙ୍କର ପରି ଅଚେତନ ଫାଙ୍କମାନଙ୍କରେ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତଣେ ପଦାର୍ଥମାନଙ୍କର ମଧ୍ୟ ଭାଗ୍ୟର ପରିବର୍ତ୍ତନ ଦେଖାଯାଏ । ଘରକୋଣ ଓ ଏଣେତେଣେ ଛିଣ୍ଡାଛାଞ୍ଚୁଣି ଜଳପୂର୍ଣ୍ଣ ବଦ୍‌ନା, ଦୁଇ ଚାରିଟା ମଦକି ହୁକା, ଗୁଡାଖ ଗୁଲ ମଦତ ଓ ଗଞ୍ଜେଇ ପାଉଁଶ, ପିଆଜଚୋପା, ଛେଳିଲଣ୍ଡି ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡିଅଛି । ସବୁଠାରୁ ବେଶି ଭାଗ ପାନପିକ, ପାନସିଠା । ଆମ୍ଭେମାନେ ସ୍ଵକୀୟ ବୃଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣୀ ବୁଲେ ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା । ଘର ଉପର ଭଙ୍ଗା । କାଣ୍ଡିସ ମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରୀରେ ଆଇନ ପୋଥ୍ ସଜାଡିଦେଇ ତକିଆରେ ଆଉଜି ଓ ମକେଲକୁ ଚାହିଁ ବସିଥାନ୍ତି, ବୁଢିଆଣୀମାନେ ସେହିପରି ଜାଲ ଟାଙ୍ଗୀ ମଶାଟି, ମାଛଟିକୁ ଚାହିଁ ବସିଅଛନ୍ତି । କଡି ଘରଚଟିଆ ମାନଙ୍କର ମଜଲିସ୍ । ସେହି ମଜଲିସ୍‌ ବେଳେବେଳେ ଯାହା କୁଟାକେରାଏ, ଖଡିକାଖଣ୍ଡେ ଖସୁଅଛି । ତଳେ ମଜଲିସ ଆଜି ନିସ୍ତବ୍‌ଧ । ମିଆଁ ସାହେବ ଗାଲରେ ହାତ ଦେଇ ଗୁମ ଖାଇ ବସିଛନ୍ତି ଓୟାଟର୍ଲ ଯୁଦ୍ଧରେ ହାରି ନେପୋଲିଅନ ଏପରି ଭାବନାରେ ବସିପାରି ନ ଥିଲେ । କାରଣ ସେଣ୍ଟ୍ ହେଲେନା ପଠାଇବା ପାଇଁ ଇଂରେଜମାନେ ତାହାଙ୍କୁ ଧରପଗଡ କରୁଥିଲେ । ଆଗରେ ସାତ ଜଣ ମୋସାହେବ ଭାବନାରେ ବସି ଢୋଳାଉଛନ୍ତି ଓସ୍ତାଦ୍‌ ବକାଉଲା ଖାଁ ଦୁଇଗୋଡ କୁଣ୍ଡାଇ ଦାଢିଟିକୁ ଆଣ୍ଠୁ ଉପରେ ନଦିଦେଇ ବସିଅଛନ୍ତି ପଠାଣଘର ତଲାକଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡିଆରେ ବାଇଜିହାଣ୍ଡି ପରି ତବଲା ଦୁଇଟା ଗଡୁଅଛି । ଘରର ଗୋଟିଏ କୋଣରେ ଖ୍ଦ୍ଧାର ଫତୁଆ ବାଁ ହାତରେ କ'ଣ ଗୋଟାଏ ପଦାର୍ଥ ରଖ୍ ଡାହାଣ ହାତ ବୁଢା ଅଙ୍ଗୁଳିରେ ଚିପୁଛି, ବେଳେବେଳେ ମଝି ଆଙ୍ଗଳିରେ ବୁନ୍ଦା ବୁନ୍ଦା ପାଣି ପକାଇଛି, ମୁନ୍ସୀ ଜାଦେର ବକ୍‌ସ ଏକଖଣ୍ଡ କାଗଜରେ ଲେଖା ଡାବ ଧରି ଦିପୋଟୀ ଆଗରେ ଚୋର ଆସାମୀ ପରି ଛିଡା ହୋଇଅଛନ୍ତି । ମିଆଁ ସାହେବ କହିଲେ -~-'' ବନ୍ଦେ ନୱାଜ, ମୁଁ ଦିନଯାକ ବୁଲିଲାଣି, କାହିଁ କିଛି ପଟିଲା ନାହିଁ ।'' ମହାଜନ ରାମଦାସ କହିଲା,  ତାହାର ତମସୁକ କୋଡିଏ ହଜାର ଓ ହାତଉଧାର ବାବଦ ଚାରି ହଜାର ଟଙ୍କା ହେଲାଣି, ଆଉ କରଜ ଦେବାକୁ ସେ ନାରାଜ ହେଲା | ବଜାରର ମୁଦି ଦୋକାନ ମାନଙ୍କର ପାଉଣା ଚାରିହଜାର , ସେମାନେ ସଉଦାକାଳି ଦେଲେ ନାହିଁ । ' ମିଆଁ କହିଲେ ''ବେକୁବ , କମ୍ଭବକ୍ତ, ନାଲାଏକ୍' !ବାପାଙ୍କ ଅମଳରୁ ରାମସରକାର କୋଡିଏ ବର୍ଷ ଚାକର ଥିଲା, ତାକୁ ବାହାର କରି ତୁମେ ଦୋସ୍ତ ଓ ଲାଏକ୍ ମନୁଷ୍ୟ ବୋଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇପାରୁ ନାହିଁ ?''ମୁନସୀ ଜାହେର ବକସ କହିଲେ 'ହଜୁର୍! ମୁଁ କିପରି ନାଲାଏକ ହେଲି ? ରାମ ସରକାର କିଛି କରଜ କରି ଆଣିପାରୁ ନ ଥିଲା;ମୁଁ ପାଞ୍ଚବରଷ ମଧ୍ୟରେ ପଚିଶ ହଜାର କରଜ ଆଣିଦେଲି । ''ମିଆଁ କହିଲେ---''ସେ କଥା ଯାଉ, ଏବେ ଇଜ୍ଜତ କିପରି ରହେ ?'' ସମ୍ପତ୍ତି ଯାଉ ମହତ୍ ଥାଉ, ମହତ୍ ଗଲେ ନ ମିଳେ ଆଉ । '' ମୋ ସାହେବମାନେ ଢୋଳାଉଥିଲେ, ଏ କଥା ଶୁଣି ପାଟିକରି ଏକାବେଳକେ କହିଲେ---- ''ଅଲବତ୍, ଅଲବତ୍, ଉଆଜିବ୍ ଉଆଜିବ୍ । '' ମିଆଁ କହିଲେ, '' ଯାଅ ଆସବାବ ହେଉ ବା ଜମିଦାରୀ ହେଉ ବନ୍ଧକ ଦେଇ ଆଜିକା ମଜଲିସ୍ ବନ୍ଦୋବସ୍ତ ଦେଖ ଜଲଦି, ରାତି ହୋଇଗଲା । ବେଶି ଟଙ୍କା ଦରକାର ନାହିଁ । ବାଈଜୀ ରୋକଶତ ଶଏ ଟଙ୍କା ଓ ବାଇଜୀ ସାଙ୍ଗଲୋକ ଓ ଦୋସ୍ତମାନଙ୍କ ଖାନା ପଲାଓ ସକାଶେ ଏକଶ ଟଙ୍କା ବହୁତ ହେବ। ''ଦୋସ୍ତମାନେ କହିଲେ ଉଆଜିବ୍, ଉଆଜିବ୍ ବହୁତ ରୂପେୟାର ଦରକାର କ'ଣ ?'' ଦୋସ୍ତ ହନୁମିଆଁ କହିଲେ, ''ହଜୁର , ଏହି ଯେ ଖେମତାବାଲୀ, ଖାତୁମ ଉନ୍ନିସା ଆସିଛନ୍ତି, ବହୁତ ଇଲମଦାର । କାଶ୍ମୀରର ଅଉଲ ନମ୍ବର ବାଈ-ଏହାଙ୍କର ଇଲମ ଓ ରାଗରାଜଣୀର କସରତ୍ ହ୍ରଦରେ ହଦ୍ । ସେ କିଏ ଦେଶକୁ ପସନ୍ଦ କରନ୍ତି ? କେବଳ ମୂସାଫେରି ସକାଶେ ଆସିଛନ୍ତି । ମୁର୍ଶିଦାବାଦ ନବାବ, ଲକ୍ଷ୍ନୌ ନବାବ, ରୋମକା ବାଦ୍‌ହାମାନେ ଏହାଙ୍କ ଗୀତ ଶୁଶିବାକୁ ଡାକି ପଠାନ୍ତି ; ମାତ୍ର ବୀବୀଙ୍କ ଖାତର ରଦାରିଦ୍ | ହଜୁରଙ୍କ କେରାମତ୍ ନେକ୍‌ନାମି ଦୁନିଆରେ ଜାହେର , ସେଥ୍‌ସକାଶେ ଆପେ ଆସି ଏଠାରେ ମଜଲିସ୍ କହିବାକୁ କହିଅଛି । ''ମଜଲିସ୍ ସାରା ଲୋକ ଏକାବେଳକେ କହିଲେ ହଜୁରଙ୍କୁ ଦୁନିଆଁରେ କିଏ ନ ଜାଣେ ? ହଜୁରଙ୍କ ଖାନା ପଲାଓ ଯେ ଦିନେ ଖାଇଛି, ଜିଦିଗ୍ ଭରି ସେ ଏକ ଏକ ସଲାକ ଇୟାଦ୍ କରିଥିବ । ପିଆଦା ଶେଖ ସଲାମ କରିଜଣାଇଲା, 'ହଜୁର ଓଡିଶା ଜମିଦାରରୁ ଜଣେ ମହାଜନ ମୁଲାକାତ୍ ସକାଶେ ଆସିଛି । '' ହୁକୁମ ହେଲା, ତାହାକୁ ହାଜର କରାଅ '' । ଆଗନ୍ତୁକ ଉପସ୍ଥିତହୋଇ ଆଗରେ ନଗଦ ପାଞ୍ଚ ଟଙ୍କା ନାଜରାଣା ଥୋଇ ଦେଇ ଭୂମିରେ ହାତ ଲଗାଇ ତିନି ଥର ସଲାମ୍ କଲେ । ମଜଲିସ୍ ମଧ୍ଯରେ ଯେତେଜଣ ସଭ୍ୟ ବସିଥିଲେ, ସମସ୍ତଙ୍କୁ କଲେ; ଖୁଜମଦ୍‌ର ମଧ୍ୟ ଛାଡିଗଲା ନାହିଁ | ମିଆଁ ହୁକୁମ କଲେ, ''ବହୁତ କଦର୍‌ଦାନ୍ ଆଦିମ୍ । ''ପାଲାବାଲା ପାଳିଆମାନେ ଏକ ସ୍ଵରେ ଗୀତ ଧରିଲାପରି ସମସ୍ତେ ପାଳି ଦେଲେ, ''ବହୁତ କଦରଦାନ୍ ବହୁତ ହୁସିଆର ଆଦମ୍ ।'' ମିଆଁ ପଚାରିଲେ, ''ତୁମର ନାମ କଅଣ ?''

''ରାମଚନ୍ଦ୍ର ମଙ୍ଗରାଜ ।''

''କ୍ୟା ? ରାମଚନ୍ଦ୍ରର ମାସ୍‌ଲାବାଜ୍ ?"

''ନା ହଜୁର! ମଙ୍ଗରାଜ ।'' 

ମଙ୍ଗରାଜ ''ଆଚ୍ଛା , ଓଇ ହୁଆ, ରାମଚନ୍ଦ୍ରର୍ ମଙ୍ଗରାଜ ଜଣାଇଲେ, ''ମୁଁ ନିହାତି ଅଳ୍ପ କିଛି ଜିନିଷ ନଜର ଆଣିଅଛି । ହୁକୁମ ଦେଲେ ହାଜର କରିବି ।'' ''ବହୁତ ଆଚ୍ଛା ଘେନିଆସ ।'' ଭେଟିବାର ଡାବ ତାଳପତ୍ର ଖଣ୍ଡକରେ ଲେଖାଥିଲା, ପଢାଗଲା-ପାଞ୍ଚଟା ଓଳିଆରେ ସରୁ ଅରୁଆ ଚାଉଳ ଭରଣେ ଆଠ ନଉତି, ମୁଗଜାଇ ଦୁଇ ଓଳିଆରେ ବତ୍ରିଶ ନଉତି, ହରଡ ଜାଇ ଏକ ଓଳିଆକୁ ଅଠର ନଉତି, ଘିଅ ଏକ ମାଠିଆକୁ ପଚିଶ ସେର, ବନ୍ତଳ କାଠିଆ ପାଞ୍ଚ କାନ୍ଦି , ପାଚିଲା କଦଳୀ ଦୁଇକାନ୍ଦି , ଆଳୁ ଆଠବିଷା । ମିଆଁ ହୁକୁମ କଲେ, ''ବହୁତ ଆଚ୍ଛା ଚାଉଳ, ପଲାଉ, ପଲାଇ ଲାଏକ, ଘିଅ ମଧ୍ୟ ବହୁତ ଭଲ । '' ମଙ୍ଗରାଜ କହିଲେ, '' ହଜୁର ଆମ ଦୁନିଆର ମାଲିକ, ହଜୁରଙ୍କ ଦାନା ପନ୍ଦର ପୁରୁଷ ହେଲା ଖାଇ ଆସୁଅଛୁ । ଏ ତ ସାମାନ୍ୟ ଜିନିଷ ମେହେରବାନି ହେଲେ ପଲାଉ ଚାଉଳ, ଘିଅ, ଡାଲି ବରାବର ହାଜର କରିବି | ''ମିଆଁ ଓ ମିଆଁ ଓ ଓସ୍ତାତଜୀ ଭାରି ଖୁସିଟା ହୋଇ ତାନପୁରା କାନ ବା ହାତରେ ମୋଡି ସୁର ଦେଇବସିଲେ । ଗୁମ୍-ଗୁମ୍ ଗୁମ୍ ତାକ୍-ଧନ୍ ଧନ୍ ଧନ୍ ତାକ୍ ଧନ୍ ଧନ୍ ଚାମ -ତାବଲା ବାଜି ଉଠିଲା । ମିଆଁ ହୁକୁମ ଦେଲେ, ''ଯଲଦି ପଲାଉର ଟଙ୍କାର ଝଣ ଝଣ ବନ୍ଦୋବସ୍ତ କର । '' ଖ୍ରୀଷ୍ଟିୟାନମାନେ କହନ୍ତି ପୃଥ‌ିବୀର ଶେଷ ଦିନରେ ସ୍ବର୍ଗର ଦୂତ ବଂଶୀ ବଜାଇଲେ ସମସ୍ତ ମୃତଲୋକ କବରରୁ ଉଠି ବସିବେ | ମଜଲିସ ଅବଶୋଷରେ ମରି ପଡିଥିଲା, ମଙ୍ଗରାଜଙ୍କ ଶବ୍ଦରେ ବଞ୍ଚିଉଠିଲା । ମିଆଁ ସାହାବ ନଳ ମୁହଁରେ ଦେଇ ଦୁଇ ଚାରି ଥର ଭଲ କରି ଟାଣିଲେ । କଳା ପର୍ବତରେ କୁହୁଡି ବୁଲିଲା ପରି ଦାଢିସାରା ଧୁଆଁ ଖେଳିଗଲା । ସରକାର କେନାଲ ଦ୍ଵାରା ଯେପରି ପରଗନା ପରଗନା କରି ମହାନଦୀର ଜଳ ବାଣ୍ଟୁ ଅଛନ୍ତି ନଳଯୋଗରେ ହୁକା ଭିତରେ ଜମାଥିବା ଧୁଆଁ ସମସ୍ତଙ୍କ ମୁହଁକୁ ବାଣ୍ଟିଗଲା । ମେଁ ଏ ଏ ମେଁ ଏ । ପଲାଉ ସକାଶେ ଗୋଟିଏ ଖାସି ଅଣାଗଲା | ମଜଲିସ ଆଗରେ ଦର ଛିଣ୍ଡିଲା ଅଢେଇ ଟଙ୍କା । ମଙ୍ଗରାଜ ଚମକିପଡି କହିଲେ, ''କ' ଣ ଏହି ଛେଳିଟାର ଦାମ ଅଢେଇ ଟଙ୍କା ! ବାପରେ ! କେତେ ଦାମ !'' ମିଆଁ ପଚାରିଲେ ତୁମ ଗ୍ରାମରେ ଦାମ କେତେ ?'' ଡାକ୍ତର ମଳୁ ପରୀକକ୍ଷାକଲାପରି ଛେଳିର ଅଗ୍ର ପଶ୍ଚାତ ବାମ ଦକ୍ଷିଣ ଉତ୍ତମରୂପେ ନିରୀକ୍ଷଣପୁର୍ବକ ମଙ୍ଗରାଜ କହିଲେ, ''ଛେଳିଟାର ଦାମ କ'ଣ ଚାରି ପଇସା କି ଛଅ ପଇସା ହେବ । '' ହୁକୁମ ହେଲେ ପଲାଉ ସକାଶେ ଦଶଗଣ୍ଡା କି ପନ୍ଦର ଗଣ୍ଡା ପଠାଇ ଦେଇପାରେ । ହଜୁର ଲୋକ ଚିହ୍ନି ଜମିଦାରୀ ଚାକର ରଖ୍ ନାହାଁନ୍ତି ସେଥ୍ ସକାଶେ ଏତେ ଟଙ୍କାବର ବାଦ । ଅଢେଇ ଟଙ୍କା ଛେଳି | ବାପରେ !'' ଏ କଥା ଶୁଣି ମଜଲିସରେ ଯେ କିପରି ଆନନ୍ଦ କୋଳାହଳ ଉଠିଲା, ତାହା ବର୍ଣ୍ଣନାତୀତ । କ୍ଲାଇବ ସାହେବଙ୍କ ପଲାସୀ ଯୁଦ୍ଧ ଜୟ ସମ୍ବାଦ ଶୁଣି ବିଲାତରେ ଡାଇରେକଟର ସଭା ନିଶ୍ଚୟ ଏତେ ଦୂର ଆନନ୍ଦିତ ହୋଇନଥିଲେ । କାରଣ ସେତେବେଳେ ଦିଲ୍ଲୀ ଦରବାରର ଡର ସେମାନଙ୍କୁ ମନରୁ ଛାଡି ନଥିଲା | ଓସ୍ତାଦ୍‌ ପୁରିଆ ରାଗିଣୀର ଆଳାପ କରିବାକୁ ଲାଗିଲେ । ମୁହଁରୁ ହସ ଉଚ୍ଛୁଳିପଡୁଛି କେବଳ ମଙ୍ଗରାଜେ ହାତ ଯୋଡି ମୁହଁ ଶୁଖାଇ ବସିଛନ୍ତି । ଜାଲ ମଧ୍ୟରେ ବୁଣା ଚାଉଲ ଖାଉଲା ବେଳେ ପକ୍ଷୀମାନଙ୍କ ଆନନ୍ଦ ବ୍ୟାଧ ତୁନିହୋଇ ଦେଖୁଥାଏ । ଆମ୍ଭେମାନେ ମଙ୍ଗରାଜ ମନର କଥା ଭଲରୂପେ ବୁଝିପାରୁ । ସେ ସମୟରେ ବୋଧହୁଏ ଭାଳୁଥିଲେ, ''ଆ ବାପ ଚଢେଇ ଆ କାଣ୍ଡିଆ ପାଖକୁ ଆ । '' ଜଣେ ଚାକର ଧାଇଁଆସି ବାଇଜୀଙ୍କ ଶୁଭାଗମନର ସମ୍ବାଦ ଦେଲା । ଯଃ ସର୍ବନାଶ । ଏ କଥାଟା କାହାର ମନରେ ନାହିଁ | ଓସ୍ତାଦଜୀ ପୁରୁଣା ହୁସିଆର ଲୋକ, ସେହି କେବଳ ଏ କଥା ମନେ କରାଇଦେଲେ, ବାଇଜୀଙ୍କ ଶହେ ଟଙ୍କା ନଜରାନା ଦେବାକୁ ହେବ । ପୁନର୍ବାର ଆନ୍ଦୋଳନ । ଭାରତ ବର୍ଷର ବ୍ୟୟ ସଂଙ୍କଳନ ନିମନ୍ତେ ପାର୍ଲିଆମେଣ୍ଟରେ ବୋଧହୁଏ ଏହିଠାରୁ ଅଧିକ ଆନ୍ଦୋଳନ ହୋଇନଥାଏ । କିଛି ସ୍ଥିର ହୋଇପାରିଲା ନାହିଁ, ବେଳ ନାହିଁ । ବେଳ ଉଣ୍ଡି ମଙ୍ଗରାଜ ହାତଯୋଡି କହିଲେ, ''ହଜୁର' ଗୋଲାମ ହାଜର ଥାଉଁ ଥାଉଁ ଏତେ ଚିନ୍ତା କି ସକାଶେ ?''ପୁନର୍ବାର ପ୍ରଶଂସା ଧନ୍ୟବାଦ ସମସ୍ତଙ୍କ ମୁହଁରୁ ବାହାରି ମଙ୍ଗରାଜଙ୍କ କାନରେ ଢାଳିପଡିଲା । ମିଆଁ ହୁକୁମ ଦେଲେ, ''ଆଚ୍ଛା ମଙ୍ଗରାଜ , ତୁମେ ବର୍ତ୍ତମାନ ଯେ ଉପକାର କଲି, ସେଥ୍ରେ ଇନାମ ଅଲାହିଦା ପାଇବ, ଏ ସିବାଏ ଟଙ୍କାକୁ ସୁଧ ଚାରିଅଣା ହିସାବରେ ପାଇବ । ''ମଙ୍ଗରାଜ କହିଲେ, ''ରାମ ରାମରାମ । ହଜୁର ମୁଁ ପିଆଜ ଆଉ ବିଆଜ ଖାଏ ନାହି । ''ଓସ୍ତାଦଜୀ କହିଲେ, କ'ଣ ବିଆଜ ଖାଏ ନାହିଁ ?ବହୁତ ଇମାନଦାର ଲୋକ, କୋରାନରେ ଯେ ପଚିଶ ହାରାମ ବୟାନ ଅଛି;ବିଆଜ ସେଥୁମଧ୍ୟରୁ ଗୋଟାଏ । "

ଇତିହାସ ଲେଖକ ବୋଲନ୍ତି କ୍ଲାଇବ ଦିଲ୍ଲୀ ବାଦଶାହାଙ୍କ ପାଖରୁ ବଙ୍ଗଳାର ସୁବାଦାରୀ ନେବାବେଳେ ଏତେ ଅଳ୍ପ ସମୟ ଲାଗିଥିଲା ଯେ ଗୋଟାଏ ଗଧ ବିକାକିଣାରେ ତାହା ଠାରୁ ଅଧ‌ିକ ସମୟ ଦରକାର । ତେବେ ଫତେପୁର ସରବରାକାରୀ ଓ ସମସ୍ତ କ୍ଷମତା ପାଇବା ମଙ୍ଗରାଜଙ୍କ ପକ୍ଷରେ ବିଳମ୍ବ କ'ଣ ? 



ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ