shabd-logo

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023

1 ଦର୍ଶନ 1

ଊନବିଂଶ ପରିଚ୍ଛେଦ

ପୁଲିସ ତଦାରଖ :

ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ ନୁହେଁ ।' ଆକାଶଟା ଟିକିଏ ସଫା ହୋଇଗଲାଣି, ବଛାବଛି କାମ ସରିଛି, କେହି ବିଲ ବାଡିକୁ ଯିବାକୁ ନାହିଁ । କେହି ପିଣ୍ଡାରେ ବସି ବାଟଣା ବାଟୁଛି, କେହି ଗୁହାଳ କଢାରେ ଲାଗିଛି, କେହି କେହି ଝାମ୍ପିଟାଏ । ମୁଣ୍ଡରେ ହାତରେ ଦଉଡ଼ି ଖଣ୍ଡେ ଦା' ଟାଏ ଧରି କାହାଳିଟାଏ ଓଟାରି ଓଟାରି ବାହୁଙ୍ଗିଟାଏ କାନ୍ଧରେ ପକାଇ ଘାସ କାଟିବାକୁ ବାହାରିଅଛି, କେହି ପିଢାରେ ଚଢି କଖାରୁ ଡଙ୍କ ସଳଖ୍ ଦେଉଅଛି, ଘରେ ଲୁଣ ନଥ‌ିବାର ଶୁଣି ହରି ପୁହାଣ ବିବଧ ଯୁକ୍ତି ପଦର୍ଶନ ପୂର୍ବକ ଆପଣା ଭାର୍ଯ୍ୟାର ଅପରିମିତ ବ୍ୟୟଶୀଳତା ସାବ୍ୟସ୍ତ କରୁଅଛି । ମାଈକିନିଆମାନେ ବାସିପାଇଟିସାରି ବାଡି ପୋଖରୀକୁ ବାହାରିଲେଣି । ତନ୍ତୀସାଇଟା ଝମ୍ ଦୁମ୍ , ଝସଦୁମ୍ ଶବ୍ଦରେ ଉଛୁଳି ପଡିଅଛି, ତନ୍ତୀଆଣୀମାନେ ପିଣ୍ଡାରେ ବସି ଖଡରଖଡର କରି ନଟେଇ ବୁଲାଇ ପକାଉଛନ୍ତି । ବେଳ ଅନ୍ଦାଜ ତିନି ଘଡିକି ଦଣ୍ଡେ ଦୁଇଦଣ୍ଡ ବେଶି, ଶାମ ସାହୁଘର ହଳିଆ ଗୋପାଳ ସାମଲ ଝାମ୍ପିଟିଏ ମୁଣ୍ଡରେ ଦେଇ କୋଡି ଧରି ନଇଁପଡି ବିଲର ହିଡ ବାନ୍ଧୁଥିଲା । ବାଟ- ପାଖୁ ବିଲ, ସାମନ୍ତ ଘର ହଳିଆ ଘୁଷୁରିଆ ଗୋବରା ଜେନା ଘରଆଡ଼କୁ ଚଞ୍ଚଳ ଚାଲିଅଛି, ଗୋପାଳିଆ ଉପରେ ନଜର ପଡ଼ିଯିବାରୁ ତାକୁ ହାତ ଟେକି ଇଶାରା କରି ପାଖକୁ ଡ଼ାକିଲା, ମୁଁ ଗୋଟିଏ ଭାରି କାମରେ ଯାଉଛି, ଭାରି ଗୁପ୍ତ କଥା, ତୋତେ ବିଶ୍ଵାସ ପାଏ ବୋଲି କହୁଛି । '' ତାହା କାନରେ ତୁନି ତୁନି କରି କହିଲା, ''ବୁଝି ଖବରଦାର ! ଏ କଥା ଯେମନ୍ତ ଆଉ କାହା କାନରେ ନ ପଡ଼େ ସାଆନ୍ତଙ୍କର ମନା ଅଛି । '' ଘୁଷୁରିଆ ଯାଉଁ ଯାଉଁ ବାଟରେ ମକର ଜେନା ପାଣକୁ ଭେଟିଲା, ତାହା କାନରେ ଉପଦେଶ ଦେଇ ଚାଲିଗଲା ତାହା ବାଦ୍ ଦନେଇ ସାହୁ, ବିନୋଦିଆ, ନଟବରିଆ, ଭୀମା ମା ଏମାନଙ୍କ ସଙ୍ଗରେ ସାକ୍ଷାତ ହେଲା, ସେମାନଙ୍କୁ ମଧ୍ୟ ସେହିପରି ତୁନି ତୁନି କହି ସେହିପରି ଗୁପ୍ତରେ ରଖୁବାକୁ ଉପଦେଶ ଦେଲା । ଗୋପାଳିଆ କାମ କରିବା କ'ଣ ସାହୁ ପାଖକୁ ଧାଇଁଲା । ହରି ହେଲେ । ସମସ୍ତଙ୍କ ସାହୁ କହିଲା ଶାମ ସାହୁକୁ; ହଟିଆ କହିଲା ନଟିଆକୁ, ଜେମା ମା କହିଲା ଶାମା ମାକୁ, ଶ୍ରୀମତୀ କହିଲା କନ୍ୟା ବୋହୂକୁ ଗ୍ରାମ ଗୋଟାକଯାକ କୁହାକୁହି ତୁନି ତୁନି କଥା, ଗୋପନ ରଖିବାକୁ ସମସ୍ତଙ୍କର ଉପଦେଶ । କେହି କହିଲା, ଉଁଛୁଣି ଜମାଦାର ପହଞ୍ଚିବ , ଆଉ ଜଣେ ପ୍ରତିବାଦ କରି କହିଲା, ନାହିଁ ନାହିଁ, ଖୁଣି ମାମଲା, ଦାରୋଗା ନିଜେ ଘୋଡ଼ାରେ ଚଢ଼ି ଆସିବେ, ମାତ୍ର ଜାଣିବା ଶୁଣିବା ଲୋକମାନେ କହିଲେ, ଏ କି ତମ ଆମ ଘର କଥା ? କଟକରୁ ନିଜେ କୁମ୍ପୁନୀ ପଲଟନ ଘେନି ଆସିବ, ଗାଁ ଲୋକେ ଯେ ବନ୍ଧାଛନ୍ଦା ହେବେ, ଏହା ନିଃସନ୍ଦେହ । ସର୍ବବାଦୀସମ୍ମତ । ଦଣ୍ଡକ ମଧ୍ୟରେ ଗାଁ ନିସ୍ତବ୍‌ଧ ହୋଇଗଲା । ବୋହୂଗୁଡ଼ାକ ପାଣିରେ ବୁଡ଼ିପଡ଼ି ଘରକୁ ଧାଇଁଛନ୍ତି ଲୁଗା ଚିପୁଡ଼ିବାକୁ ବେଳନାହିଁ । ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝରଝର ହୋଇ ପାଣି ବୋହି ପଡ଼ୁଅଛି । ଚଞ୍ଚଳରେ ମାଠିଆ ପୂରାଇ ପାରି ନାହିଁ, ଅଧାମାଠିଆ ପାଣି ବେଶି ଦେହହିତୈଷୀମାନେ ସଭାରେ ବକ୍ତୃତା କଲାପରି ଘଟର ଘଟର କରି ଭାରି ଗର୍ଜନ କରୁଅଛି । ବେତ୍ରହସ୍ତ । ଅବଧାନେ ସହସା ଅନ୍ତର୍ଦ୍ଧାନ ହେବାରୁ ଚାଟ ଟୋକାଗୁଡ଼ାକ ଗୋହିରୀରେ ଭାରୀ ଗୋଳମାଳ କରି ଧାଁ ଦଉଡ଼ ଲଗାଇଅଛନ୍ତି । ଖୁଣୀ ଆସାମୀକୁ ପୁଲିସ ବାନ୍ଧିନେଲା ପରି ଗୋଟାଏ ସାନ ପିଲାକୁ ବଡ଼ ଚାଟ ଧରି ଘେନି ଯାଇଥିଲେ । ସେହି ପିଲାଟା ସମସ୍ତଙ୍କଠାରୁ ବେଶି ଧାଇଁଛି ।

ଘୁଷୁରିଆ ଫେରିଆସି ସାଆନ୍ତକୁ ଖବର ଦେଲା, ଗୋବରା ଜେନା ଘରେ ନାହିଁ । ସାଆନ୍ତେ ପ୍ରଥମେ ହଳିଆ ପଠାଇଲେ, ତାହା ବାଦେ ଆପେ ତନ୍ତୀସାଇ ଦୁଆର ଦୁଆର ବୁଲିଲେ, ଜଣକର ସୁଦ୍ଧା ଭେଟ ପାଇଲେ ନାହିଁ। ଆଉ ଯାହା ଦୁଆରକୁ ଯା'ନ୍ତି ତାହାର କବାଟ କିଳା, ଘରେ କେହି ନାହିଁ । ମରାନୈତାନ୍ତ ବ୍ୟସ୍ତ ହୋଇପଡ଼ି ଘର ବାହାର ହେଉଛନ୍ତି କାହାରି ଭେଟ ନ ପାଇ କିଛି ସ୍ଥିର କରିପାରୁ ନାହାନ୍ତି ଘୁଷୁରିଆ ହଳିଆ ଗୋଟାଏ ନ ଠେଙ୍ଗା ଧରି ବାଡ଼ିପଟରେ କୁକୁର ତଡ଼ୁଅଛି, ଯୋଡ଼ାଏ ବିଲୁଆ କିଆବଣ ଭିତରେ ପଶି ଜଳ ଜଳ କରି ଓଳିକୁ ଚାହିଁ ତୁନି ହୋଇ ପଡ଼ିଛନ୍ତି ।

ବେଳ ଦୁଇ ପ୍ରହର ଗଡ଼ିଗଲା । ଗୋବିନ୍ଦପୁର ଗ୍ରାମ ପୁର୍ବ ମୁଣ୍ଡରେ ଗୋଟାଏ ଟାଙ୍ଗଣ ଘୋଡ଼ା ଉପରେ ଏକ ବିଶାଳମୂର୍ତ୍ତି ସୁଆର

ଆଗରେ ପଛରେ ପାଞ୍ଚଜଣ ଠେଙ୍ଗାସ୍କନ୍ଧ ଦେଖାଗଲେ । ସୁଆରଙ୍କ ବିଶାଳ ଦାଢ଼ି ଛାତି ଘୋଡ଼ାଇ ପକାଇଛି, ଦେହରେ ଛ'କଲିଆ ଢ଼ିଲା ହାତ ଚପ୍‌କନ୍ , ମୁଣ୍ଡରେ ଜାମଦାନି ଲୁଗାର ବାଙ୍କ ଟୋପି, ଗୋଡ଼ରେ ଜିଲା ପାଇଜାମା । । ଘୋଡ଼ା ଠକ୍ ଠକ୍ କରି ମିଠା କଦମ ଚାଲିଅଛି । ଚୌକିଦାର ନସର ପସର ହୋଇ ଧାଇଁଛନ୍ତି । ସମସ୍ତଙ୍କ ଆଗରେ ଗୋବରା ଜେନା ଠେଙ୍ଗା କାନ୍ଧେଇ ଧାଇଛି। ମଂଗରାଜଙ୍କ ଦୁଆର ଆଗରେ ଗୋବରା ପଛମୁହଁ କରି ଛିଡ଼ା ହୋଇଗଲା । ସୁଆର କହିଲେ, ''ଏହି ଘର ?'' ଗୋବରା ହାତ ଯୋଡ଼ି କହିଲା, 'ଖୋଦାବନ୍ଦ । ' ସୁଆର ଘୋଡ଼ାରୁ ଓହ୍ଲାଇପଡ଼ି 'ବିସ୍‌ମିଲ୍ଲା ' କହି ନିଶ୍ବାସଟାଏ ପକାଇଲେ ।

ଘଡ଼ିକ ଉତ୍ତରେ ଗୋହିରୀ ଦାଣ୍ଡରେ ଆହୁରି ଏକ ଘୋଡ଼ାସୁଆର ଦେଖାଗଲା । ଘୋଡ଼ାଟି ଦଳ ତଟୁ ବୟସ ପ୍ରବୀଣତାର ସାକ୍ଷଦେବା ନିମନ୍ତେ ଦେହର ପଞ୍ଜରା ହାଡ଼ଗୁଡ଼ାକ ଉପରକୁ ବାହାରି ପଡ଼ିଅଛି, ପଛ ଦୁଇଗୋଡ଼ ଘଷିହୋଇ ଲୋମଶୂନ୍ୟ, ଘା' ଯୁକ୍ତ ହୋଇଗଲାଣି, ଖୋଲ ପଶିଯାଇ ବଡ଼ ବଡ଼ ଆଖ୍ ଦୁଇଟା ବାହାରି ପଡ଼ିଅଛି, ପିଠିରେ ଖୁଗରୀ, ତାହା ଉପରେ ଲାଲ ବନାତର ଚାରିଜାମା । ସୁଆରଟି କିନ୍ତୁ ବିଶାଳ ଶରୀର, ପୋଷାକ ମଧ୍ୟ । ବଡ଼ଲୋକ ଭଳିଆ- ମାଣିଆବନ୍ଦୀ ଚାରିଫୁଲିଆ ଧୋତି ପିନ୍ଧା, ଦେହରେ ବନ୍ଧଲଗ ାଗନ୍ତା , ମୁଣ୍ଡରେ ମଝିସିଆଁ ଛଫୁଲିଆ ରହୁମୀ ବନ୍ଧା । ଘୋଡ଼ା ପଛରେ ଜଣେ ଚୌକିଦାର ବାଉଁଶ ଠେଙ୍ଗା କାନ୍ଧରେ ପକାଇ ଡ଼ାହାଣ ହାତରେ ଖଣ୍ଡେ ବାସଙ୍ଗ ଛଡ଼ି ଧରି ବାଡ଼ୋଉଅଛି ଏବଂ ପାଟିରେ ଟାକରା ଫୁଟାଉଅଛି | ସଇସ ପାଣଟୋକା ଖଣ୍ଡେ ଝୋଟଦଉଡ଼ି ବାଗଡ଼ୋର ଲଗାଇ ଆଗରେ ଭିଡୁଅଛି । ଘୋଡ଼ାଟା ବେକ ଲମ୍ବ କରିଦେଇ ବଡ଼ କଷ୍ଟରେ ଧୀରେ ଧୀରେ ଟଳଟଳହୋଇ ଚାଲୁଅଛି । ଏହି ସୁଆର ମଧ୍ୟ ପୂର୍ବ ସୁଆରଙ୍କ ପରି ମଂଗରାଜଙ୍କ ଦ୍ରୁଆର ଆଗରେ ଜଣେ ଲୋକ କାନ୍ଧରେ ଦୁଇହାତ ଭରାଦେଇ ଓହ୍ଲାଉ ଓହ୍ଲାଉ ହାମୁଡ଼ି ପଡ଼ିଗଲେ । ଉଠିପଡ଼ି ସେହି ଲୋକ ଗାଲରେ ଠୋ କରି ଚାପୁଡ଼ାଟାଏ ମାରିଲେ - ଅର୍ଥାତ୍ ଲୋକମାନେ ଜାଣନ୍ତୁ ସେହି ଲୋକର ଅସାବଧାନତା ଏହି ପତନର କାରଣ ଅଟେ, ନୋହିଲେ ଏପରି ପକ୍‌କା ସୁଆର ପଡ଼ିବାର ନୁହେଁ | ସୁଆର ଓହ୍ଲାଇଯିବା ମାତ୍ରକେ ସଇସ ପିଲା ଧରୁ ଧରୁ ଜଗନ୍ନାଥ ମହାପ୍ରଭୁଙ୍କ ଜଣେ ଅଉଲ ନମ୍ବର ସେରସ୍ତାଦାର ଆଉ ପେଶାରଙ୍କ ସେଖ ଇନାତ୍ ହୋସେନ୍‌ କଟକ ଜିଲ୍ଲାରେ ପୁଲିସ ଦାରୋଗା, ପାର୍ଶି ଇଲମରେ ଭାରି ମଜବୁତ୍ । ଓଡ଼ିଆ ନାଲାଏକ୍ ଇଲମ, ସେଥୁସକାଶେ ସେ ଲେଖନ୍ତି ନାହିଁ, ସରକାରୀ କାଗଜରେ ପାର୍ଶି ଦସ୍ତଖତ କରନ୍ତି । ଲାଏକତୀ ହେତୁରୁ ବାର ବରଷ ହେଲା ଏକ କଲମରେ କେନ୍ଦ୍ରାପଡ଼ା ଥାନାରେ ଅଛନ୍ତି । ଗଲା ବରଷ କେବଳ ସଦର କଚେରୀ ପର୍ବଣ ଫରମାସ ପହଞ୍ଚିବାରେ ବିଳମ୍ବ ହେବାରୁ ଥରେ ବଦଳି ଗୋଳମାଳ ଶୁଣା ଯାଉଥିଲା । ମୁନସି ଚକ୍ରଧର ଦାସ ମଧ୍ୟ ଜଣେ ଓଆକଫକାର ପୁଲିସ ଅମଲା । ଏହାଙ୍କ ରିପୋର୍ଟ ପଢ଼ି ମେଜେଷ୍ଟ ର ସାହେବ ଭାରି ଖୁସ୍ ଥୁବାର ଚୌକିଦାରମାନଙ୍କଠାରୁ ସର୍ବଦା ଶୁଣାଯାଏ ।

ରଥ ଆଗ ଶରଧା ବାଲିରେ ଭକ୍ତ ଗଡ଼ିଗଲା ପରି ଘୋଡ଼ାଟା ତିନି ଚାରି ଥର ଗଡ଼ିଯାଇ ଠିଆହେଲା । ଘୋଡ଼ାଟା ଧୂଳିରେ ଗଡୁଥ‌ିବା ସମୟରେ ସୁଆର ମଧ୍ଯ ଦାନ୍ତନିଷିଡ଼ି ଦେହର ସ୍ଥାନ ଅସ୍ଥାନରେ ଯାଦୁଗୁଡ଼ାକୁ କୁଣ୍ଡେଇ ପକାଇଲେ ।

କଚେରୀ ମେଲାରେ ପୋଲିସ କଚେରୀ ବସିଅଛି | ଖୋଦ୍ ଦାରୋଗା ସେଖ୍ ଇନାଏଡ୍ ହୋସେନ ଖଣ୍ଡେ ସତରଞ୍ଜିରେ ଦାଢ଼ି ମେଲାଇ ଦେଇ ବସିଛନ୍ତି । ଆଗ ଡ଼ାହାଣପାଖରେ ମୁନସି ଚକ୍ରଧର ଦାସ ହେଁସଉପରେ ବିଛା ଘୋଡ଼ା ଚାରଜାମାରେ ବସିଛନ୍ତି । ଆଗରେ କୋଡ଼ିଏ ହାତ ଦୂରରେ ବରକନ୍ଦାଜ ଗୋଲାମ କାଦର ଏବଂ ପାଞ୍ଚଜଣ ଚୌକିଦାର ଛିଡ଼ା ହୋଇଅଛନ୍ତି । ରାମଚନ୍ଦ୍ର ମଙ୍ଗରାଜ ଗ୍ରେସ୍ତାର ନଜରବନ୍ଦୀରେ ମୁଣ୍ଡକୁ ତଳେ ପୋତିହୋଇ ବସିଅଛନ୍ତି । ମଙ୍ଗରାଜଙ୍କ ଘର ଚାରିପିଠି ମହାସଭା ବସିଗଲାଣି, ବାହାର ମନୁଷ୍ୟ ଭିତରକୁ ଯିବାକୁ, ଭିତର ମନୁଷ୍ୟ ବାହାରକୁ ଆସିବାକୁ ହୁକୁମ ନାହିଁ । ପ୍ରଥମେ ସ୍ତ୍ରୀ ଲୋକମାନଙ୍କୁ ଏକ ତରଫ କରିଦିଆଯାଇ ଘର ଖାନତଲାସ ଆରମ୍ଭ ହେଲା । ଘରର ପ୍ରତ୍ୟେକ ସିନ୍ଦୁକ ପେଟରା ଆଡ଼କୁର ତଲାସ ହେଲା, ଧାନ ଅମାରରେ ଲୁହା ଗଜ ମାରି ତଦାରଖ ହେଲା, ଭାତହାଣ୍ଡି ଖୋଜାଗଲା, ଦୁଇଚାରି ଜାଗା ଚାଳ ଓଲରାଗଲା, କୌଣସି ସନ୍ଦେହୀ ମାଲ ଠିକଣା ହେଲା ନାହିଁ । କେବଳ ପହଡ଼ଘରୁ ତିନି ଚାରି ହାତ ଲମ୍ବରେକେ ମୋଟ ଗୋଟାଏ ବାଉଁଶ ମଂଗରାଜଙ୍କ ହୋଇ ସେମାନଙ୍କ 3 ମଙ୍ଗରାଜଙ୍କ ମଙ୍ଗରାଜେ ଠେଙ୍ଗା ବରାମଦ ହେଲା | ବାଡ଼ି ପଛ ଓଳିତଳେ ଗୋଠାଏ ସ୍ତ୍ରୀଲୋକର ଲାସ୍ ଖଣ୍ଡେ ପୁରୁଣା ହେଁସରେ ଘୋଡ଼ାହୋଇଥିବାର ବରାମଦ ହୋଇ ଦାଣ୍ଡ ଦୁଆରକୁ ଅଣାଗଲା । ସେହି ଲାସ୍ ତନ୍ତୀଆଣୀ ସାରିଆର ଥିବାର ଗୋବରା ଜେନା ସନାକ୍ତ କଲା । ଦାରୋଗା ଦାଢ଼ିରେ ହାତ ବୁଲାଇ କହିଲେ, '' କେଉଁ ରାମଚନ୍ଦ୍ର ମଙ୍ଗରାଜ ! ଅବ୍ କ୍ୟା ମତଲବ୍ ହୈ- ରତନପୁର ଡୋମ ଲୋକମାନେ ମାମଲା ଇଆଦ ହୈ କି ନାହିଁ ?'' ମୁନ୍‌ସି କହିଲେ, ''ଏକା ମାଘରେ ଶୀତ ଗଲା ବୋଲି ମନେକରିଥିଲେ ପରା !'' ଆମ୍ଭେମାନେ ଗୋପନରେ ସନ୍ଧାନ କରି ବୁଝିଲୁ, ରତନପୁର ଡ଼ୋମମାନଙ୍କୁ ଜେଲ କରାଇଦେବା ସକାଶେ ମଙ୍ଗରାଜେ ଦାରୋଗାଙ୍କୁ ହଜାରେ ଟଙ୍କା ଲାଞ୍ଚ ଯାଚିଥିଲେ ;ମାତ୍ର ଫାଙ୍କି ଦେବାରୁ ଦାରୋଗା ସେହି କଥାଟା ମନେ କରାଇଦେଲେ ।

ମାମଲା ତଦାରଖ୍ ଆରମ୍ଭ ହେଲା । ମୁନସି ଚକ୍ରଧର ଦାସ ବିଶାଳ ବସ୍ତାନି ଫିଟାଇ ସେରସ୍ତ ମେଲିଦେଲେ । 'ବେକରେ ଦଉଡି଼ବନ୍ଧା ' ମୁହଁରେ ସୋଲବିଣ୍ଡା ଦିଆ ଚେନିବାସନର ଦୁଆତ ଆଗରେ ଥୁଆଗଲା । ପାହାଡ଼ୀ ଗୋଟାଏ ଶରକଲମ ଶିଶୁକାଠବେଣ୍ଟିଆ ଛୁରୀରେ କାଟ ଖଣ୍ଡେ ସାନ କାଗଜରେ ପରୀକ୍ଷା କଲେ, ଶ୍ରୀଗୁରୁଦେବ ଉଦ୍ଧାର କରିବେ' 'ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚରଣେ ଶରଣ '' ''ଶ୍ରୀବଳଦେବଜୀଉଙ୍କ ଚରଣେ ଶରଣ, '' ଇତ୍ୟାଦି ଦେବାଦେବୀଙ୍କ ନାମ ଲେଖୁ କଚେରୀ କାମରେ ହାତ ଦେଲେ | ସରକାର କମ୍ପୁନୀ ବାହାଦୂର ମୁଦେଇ । ରାମଚନ୍ଦ୍ର

ସା: ଗୋବିନ୍ଦପୁର । ଜି :କଟକ, ମୁଦାଲା ।

ସାରିଆ ନାମକ ତନ୍ତୀଆଣୀକୁ ବଧ କରି ତାହା ଘରୁ ନେତ ନାମକ ଗାଈ ଏକରାଶ ଏବଂ ଅନ୍ୟାନ୍ୟ ମାଲ ଲୁଟତରାଜ କରି ଆଣିଥୁବାର ମୋକଦ୍ଦମା ।

ଗୁହା ତଲାସ ହେଲା- ବରକନ୍ଦାଜ ଚୌକିଦାରମାନେ ଗ୍ରାମଯାକ ବୁଲିଆସି ଖବର ଦେଲେ, ଗ୍ରାମରେ ପୁରୁଷ ଲୋକ ଜଣେ ନାହିଁ, କବାଟ ଫାଙ୍କରୁ ଯେ ଜବାବ ଦେଲେ , ସେଥୁରୁ ଜଣାଗଲା, ଆଠପଣ ଲୋକ ଯାଇଛନ୍ତି କୁଣିଆ, ଘରକୁ ଚାରିପଣ ଗୋରୁ ଖୋଜି, ଦୁଇପଣ ଜଗନ୍ନାଥ ଦର୍ଶନକୁ ଦୁଇପଣ ପଡ଼ିଛନ୍ତି ବାଧ୍ୱକି। କେବଳ ଦୁଇପଣ ଭଲଲୋକ ସ୍ତ୍ରୀଲୋକମାନେ 1

ମଙ୍ଗରାଜ । ୨ ନମ୍ବର ଗୁହା- ସନା ରଣା ପ୍ରଥମେ ହାଜର ହୋଇ କୌଣସି କଥା ଜାଣି ନ ଥ‌ିବାର ପ୍ରକାଶ କଲା । ଦାରୋଗା ସାହେବ ଭାରି ଖପ୍‌ପା ହୋଇ ତାହାକୁ ଚାଟଶାଳୀ ବୁଲାଇ ଆଣିବା ସକାଶେ ହୁକୁମ ଦେବାରେ ସେ ଦୁଇଜଣ ବରକନ୍ଦାଜ ହେପାଜତରେ ଅଧଘଣ୍ଟା ବାଦ୍ ମୁକୁଳା ବାଳ, ଧୂଳିଆ ଦେହ, ପିଠି, ହାତ ଗାଲରେ ମାଡ଼ର ଦାଗ ସହିତ ହାଜର ହୋଇ କହିଲା, 'ହଜୁର, ମୁଁ ସବୁ ସତ କହିବି । ମୋ ନାମ ସନା ରଣା, ବାପର ନାମ ବନା ରଣା, ଜାତି ମାଳୀ, ବୟସ ତିରିଶ, ପେଷା-ଗ୍ରାମଦେବୀଙ୍କ ପୂଜା ଆଉ ଚାଷ । ସା -ଗୋବିନ୍ଦପୁର । ପ୍ର - ବାଲୁବିଶ । ଜି-କଟକ ।

"ମୁଁ ସାରିଆକୁ ଚିହ୍ନେ , କିପରି ମଲା ଜାଣେ ନାହିଁ । ଆଜକୁ ଅନ୍ଦାଜ ବରଷେ କି ଦେଢ଼ ବେଷ ହେବ ସକାଳ ଓଳି ମଙ୍ଗରାଜେ ମୋତେ ଜଣେ ହଳିଆ ହାତରେ ତୋଟା ମଧ୍ଯରେ ନିରୋଳାରେ କହିଲେ ;ଦେଖ୍ ସନା, ତୋତେ ମୁଁ କହୁଛି, ତୁ ଗୋଟାଏ କାର୍ଯ୍ୟ କରିବୁ । ମୁଁ ଯାହା କହୁଛି, ସେ କାମଟା କରିଦେଲେ ତୋତେ ଭଲ ଗହୀର ଜମି ଦୁଇମାଣ ଚଷିବାକୁ ଦେବି, ଆଉ ଦୁଇଟଙ୍କା ଖଜାଖାଇବାକୁ ଦେବି | ପଚାରିଲି 'କ'ଣ କରିବି ?' ସାଆନ୍ତେ କହିଲେ, ଏହି ଯେ ଭଗିଆ ତନ୍ତୀ ଅଛି- ତା ମାଇପ ଯେ ସାରିଆ, ସେଟା ବାଞ୍ଝି । ପୁଅ ହେବାପାଇଁ ପ୍ରତିଦିନ ବୁଢ଼ୀମଙ୍ଗଳାଙ୍କ ପାଖରେ ମୁଣ୍ଡିଆ ମାରେ । ତୁ ଯାଇ ତାକୁ କହିବୁ, ଠାକୁରାଣୀ ସ୍ଵପ୍ନରେ କହିଛନ୍ତି, ତୁ ପୂଜା ଦେ, ଠାକୁରାଣୀ ତୋ ସାଙ୍ଗରେ ଆପେ କଥା କହିବେ, ଆଉ ତୋତେ ପୁଅ ଦେବେ । ମୁଁ ଯାଇ ଦୁଇ ତିନି ଥର ଭଗିଆକୁ ଆଉ ସାରିଆକୁ ସାଆନ୍ତେଙ୍କ କହିବା ମାଫିକେ କହିଲି, ସେମାନେ ଭଲକରି ଶୁଣିଲେ, ମାତ୍ର କିଛି ଜବାବ ଦେଲେନାହିଁ । ଦିନେ ଉପର ଓଳି ଭଗିଆ ମୋତେ ତା ଦୁଆରକୁ ଡାକି ଘେନିଗଲା, କିପରି ପୂଜା ହେବ, କି ଦ୍ରବ୍ୟ ଲୋଡ଼ା, କେତେ ଖରଚ ହେବ, ସବୁ କଥା ପଚାରିଲା । ମୁଁ ତାକୁ ସବୁ ବୁଝାଇଦେଲି । ପୂଜାଦ୍ରବ୍ୟ କିଣିବା ସକାଶେ ତା ପାଖରୁ ଦଶଅଣା ଦୁଇ ପାହି ପଇସା ଆଣିଲି । ଦିନେ ଶନିବାର ସଞ୍ଜବାଦ ମୁଁ ମଙ୍ଗରାଜେ ଆଉ ଜଗା ଭଣ୍ଡାରୀ , କୋଡ଼ି ଧରି ହଳିଆ, ଚାରିଜଣ ମଙ୍ଗଳାଙ୍କ ନିକଟକୁ ଗଲୁ । ମଙ୍ଗରାଜ କହିବା ଅନୁସାରେ ଠାକୁରାଣୀଙ୍କ ସ୍ଥାନ ତଳୁ ପଛ ଦିଗକୁ ଗୋଟାଏ ବଡ଼ ଗାଡ଼ ଖୋଳାଗଲା । ଗାଡ଼ି ମଧ୍ୟରେ ଜଗା ଭଣ୍ଡାରୀ ଲୁଚିରହିଲା। ଭଗିଆ ବାୟା ହୋଇ ଗାଁରେ ବୁଲୁଛି, ସାରିଆ ସାତ ଆଠ ଦିନ ହେଲା ମଙ୍ଗରାଜଙ୍କ ବାଡ଼ି ଦୁଆରେ ବସି କାନ୍ଦୁଥ‌ିବାର ମୁଁ ଶୁଣିଅଛି ।'' ସୁଆଲରେ ଜବାବ ଦେଲା- ''ମଙ୍ଗରାଜେ ଭଗିଆକୁ ଟଙ୍କା ଦେଲେ ମୁଁ ଜାଣେ ନାହିଁ, କେବଳ ତମସୁକ ରେଜଷ୍ଟ୍ରୀ କରିବା ସକାଶେ କଟକକୁ ଘେନିଯାଇଥିବା ସମୟରେ ସାରିଆ ସକାଶେ ଯୋଡ଼ିଏ ଶଗଡ଼ ଅନ୍ଦାଜ ନିକଟରେ ପକାଇଅଛନ୍ତି । ମଙ୍ଗରାଜେ ସେହିଦିନ ମୋତେ ଚାରିଅଣା ପଇସା ଦେଇଥିଲେ, ଆଉ କିଛି ଦେଇ ନାହାନ୍ତି । ମୁଁ ଡ଼ରରେ ମାଗେ ନାହିଁ । ମୁଁ ଆଉ କିଛି ଜାଣେ ନାହିଁ ।'' ପଥର ମଙ୍ଗରାଜେ ମଙ୍ଗଳାଙ୍କ

3 ୩ ନମ୍ବର ଗୁହା - ମୋ ନାମ ମରୁଆ, ବାପର ନାମ ଲକ୍ଷ୍ମଣ ତିହାଡ଼ି, ଜାତି ବ୍ରାହ୍ମଣ ବୟସ ଜଣା ନାହିଁ | ସା: ହାଲ ଗୋବିନ୍ଦପୁର ଜି:କଟକ । ସୁଆଲରେ ଜବାବ ଦେଲା ସାରିଆ କି ରୋଗରେ ମଲା ମୋତେ ଜଣାନାହିଁ । ଆଜକୁ ଆଠ ଦିନ ହେଲା ଆମବାଡ଼ି ଦୁଆରେ ବସିଥିଲା । ଦିନରାତି ଏକଜାଗାରେ ବସିଥାଏ ଯାହାକୁ ଦେଖେ ଡ଼କାପାଡ଼େ '' ମୋ ଛମାଣ ଆଠଗୁଣ୍ଠ ମୋ ଛମାଣ ଆଠଗୁଣ୍ଠ, ମୋ ନେତ, ମୋ ନେତ''-ଏତିକି କହି ଡ଼କାପାଡ଼ୁଥାଏ । ସାଆନ୍ତାଣୀକୁ ଦେଖ‌ିଲେ ଗୋଡ଼ତଳେ ପଡ଼ି ଗଡ଼େ କାନ୍ଦେ । ସାଆନ୍ତାଣୀ ମଧ୍ଯ କାନ୍ଦନ୍ତି । ଚମ୍ପା ତାକୁ ତିନିଥର ଛାଞ୍ଚୁଣୀ ମାରି ତଡ଼ିଦେଲା । ସେ ଗଲା ନାହିଁ । ସେ ଆଠଦିନ ହେଲା କିଛି ଖାଇନାହିଁ | ସାଆନ୍ତାଣୀ ଆପଣା ଭାତ ଖଣ୍ଡେ କଦଳୀ ପତ୍ରରେ ତା ପାଖରେ ଥୋଇଦିଅନ୍ତି , ସେ ଖାଏ ନାହିଁ । ଭାତ କୁକୁର ନୋହିଲେ ଘାଈ ଖାଇଯାଏ । କେବେ କେବେ ସାଆନ୍ତାଣୀ ବସି କୁହାବୋଲା କଲେ ଦୁଇଗୁଣ୍ଡା ଗୁଣ୍ଡାଏ ଖାଏ । ସାଆନ୍ତାଣୀ ମଧ୍ୟ ସାତଦିନ ହେଲା ଖାଇନାହାନ୍ତି ଖାଇବାକୁ କହିଲେ ସେ ଅଧ୍ଵକ କାନ୍ଦନ୍ତି ସେଥ୍‌ସକାଶେ ମୁଁ କିଛି କହେ ନାହିଁ । ସପ୍ତମୀ ଦିନ ଏକବାର ରାତି ବୁଢ଼ୀମଙ୍ଗଳାଠାକୁ ଯାଉଥିଲେ, ତେତିକିବେଳେ ସାରିଆ ପାଟି କରିବାରୁ ହବିଷ ଭାତ ତା ପାଖରେ ବସାଇଦେଲେ । ସେତିକିବେଳୁ ସାଆନ୍ତାଣୀ ଘରକୁ ଆସି ଯେ ପଡ଼ିଅଛନ୍ତି, ସେ ପଡ଼ିଛନ୍ତି । ଗଲା ଅଷ୍ଟମୀ ଦିନ ତାଙ୍କର କାଳ ହେଲା ।'

ବେଳେ ରାମଚନ୍ଦ୍ର ମଙ୍ଗରାଜ ବାଡ଼ଉଥିଲେ; ଦେଖୁଅଛି । ସାରିଆ ପିଠିରେ କୋଡ଼ିଏ ପାହାର ବାଡ଼େଇଲେ । ମୁଁ ସାଉଘର ଗୋରୁ ଖୋଜି ଆସିଥିଲି । ମୋ ଘର ଏଠାକୁ ଦୁଇ କୋଶ ବାଟ । ସାଆନ୍ତଙ୍କ ସାଙ୍ଗରେ ମୋର ତରକାର ନାହିଁ । ଗୋବରା ଜେନା ଚୌକିଆ ମୋ ଭିଣୋଇ ନୁହେଁ । ଏ ବାଡ଼ି ସନ୍ତକ ବନା ଜେନାର ସହି । ସମୟରେ ମଙ୍ଗରାଜ ଚଲାଣ ହେଲେ । ବେଳ ପ୍ରହରକ ହାତରେ ହାତକଡ଼ି, ଚୌକିଆ ବରକନ୍ଦାଜ ଘେରିଛନ୍ତି , ମଧ୍ୟରେ ମଂଗରାଜେ ମୁଣ୍ଡରେ ଖଣ୍ଡେ ଗାମୁଛା ମୁଣ୍ଡପୋତି ଚାଲିଛନ୍ତି । ଗ୍ରାମଲୋକମାନେ ଯାତ୍ରାକାଳୀପରି ଛିଡ଼ାହୋଇ ଚାହିଁଅଛନ୍ତି । ଆଗରେ ଦାରୋଗା, ପଛରେ ମୁନସି। ମଂଗରାଜଙ୍କର ଏହି ଦୁର୍ଦ୍ଦଶା ଦେଖ୍ ଗ୍ରାମର କେହି ବ୍ୟାକୁଳ ହୋଇଥିଲା କି ନାହିଁ, ଆମ୍ଭେମାନେ ଠିକ୍ କହିବାକୁ ଅକ୍ଷମ । କେବଳ ଚମ୍ପା ''ମୋ ସାଆନ୍ତ , ମୋ ସାଆନ୍ତ , ମୋ ସାଆନ୍ତକୁ କାହିଁ ଘେନିଯାଉଚ, ମୋ ସାଆନ୍ତ '' ଇତ୍ୟାଦି କରୁଣ ରାଗିଣୀରେ ଡ଼କାପାଡ଼ି ଧାଇଁଥିବା ବେଳେ ବାଟ ଉଛୁଳିପଡୁଥାଏ । ସାଆନ୍ତେ ପଛକୁ ମୁହଁ ବୁଲାଇ ଦୁଇ ତିନି ଥର ଫେରିଯିବାକୁ କହିଲେ । ଦାରୋଗା ମୁନସି ଦିକ୍ସାର ହେଲେଣି, ଶୁଣିବାକୁ ନାହିଁ, ମୁଣ୍ଡରେ ଲୁଗା ନାହିଁ, କାନ୍ଦି ଅଥୟ ହୋଇଯାଉଛି । ''ଗନ୍ତାଘର ଜିନିଷଗୁଡ଼ାକୁ ଉଇ ଧରିଯିବେ, ମୂଷା ଖାଇଯିବେ, କ'ଣ ହେବ ?''ମଂଗରାଜେ ଟିକିଏ ଛଡ଼ା ହୋଇଯାଇ ଲମ୍ବ ଲମ୍ବ ଦୁଇଟା ନଳୀକଞ୍ଚି ତା ହାତରେ ଦେଇ କହିଲେ, 'ସବୁ ସାବଧାନରେ ରଗ୍‌ବୁ, କିଛି ଚିନ୍ତା କରିବୁ ନାହିଁ । 'ଚମ୍ପା କଞ୍ଚି ଦୁଇଟା ଖୁବ୍ ସାବଧାନରେ ଅଣ୍ଟାରେ ଖୋସିଦେଇ କହିଲା, 'ଆପଣ ଠା'ରେ ବସୁଥ‌ିବେ, ଓପାସ ରହିବେ ନାହିଁ । 'ଗୋବିନ୍ଦା ଭଣ୍ଡାରୀ ସାଂଗେ ସାଂଗେ ଥିଲା । ଦୁଇଜଣ ସାଂଗହୋଇ ଘରକୁ ବାହୁଡ଼ିଲେ । ବାହୁଡ଼ିବା ସମୟରେ ଚମ୍ପାର କାନ୍ଦଣା କେହି ଶୁଣିନାହିଁ ।

ଆସାମୀ ଚଲାଣି

ଦାରୋଗା ସାହେବ ଥାନାରେ ପହଞ୍ଚି ଗୁହା ଜମାନବନ୍ଦୀ ସମସ୍ତ ପୁନର୍ବାର ଥରେ ଶୁଣି ମୁନସିଙ୍କ ପରାମର୍ଶ ଅନୁସାରେ କାଟକୁଟ କରି ଗୁହାମାନଙ୍କୁସଦୁପଦେଶ ଦେଲେ । ତାହା ବାଦ ରିପୋଟ ସହିତ ଆସାମୀକୁ କଟକ ମେଜେଷ୍ଟର ସାହେବଙ୍କ ହଜୁରକୁ ଚାଲଣ ଦେଲେ । ଆମ୍ଭେମାନେ ଦାରୋଗାଙ୍କ ରିପୋର୍ଟର ଏକପ୍ରସ୍ତ ସଇମୋହର ନକଲ ହାସଲ କରିଅଛୁ । ଆପଣଙ୍କର ଇଚ୍ଛା ହେଲେ ଶୁଣନ୍ତୁ । ଦାରୋଗା ରିପୋର୍ଟର ଧର୍ମାବତାର ଚଳିତ ଅକ୍ଟୋବର ମାସ ତିନି ତାରିଖ ଭୋର ଆଠ ବଜେ ଅତ୍ରାଧୀନ ଆପଣା ଏଲାକା ମଧ୍ଯରେ ଆପଣା କଚିରି ଜାଗାରେ ବସି ସରକାରୀ କାମ ଅଞ୍ଜାମ କରୁଥିବା ହାଲତ - ମୁନ୍‌ସି ଚକ୍ରଧର ଦାସ ବନ୍ଦା ନକଲ ଡାହାଣ -



୭ ନମ୍ବର ଗୁହା-‘ମୋ ନାମ ଧକେଇ ଜେନା, ବାପର ନାମ ନାଙ୍ଗୁଡ଼ ଜେନା, ଜାତି ପାଣ , ବୟସ ଜଣା ନାହିଁ, ପେଷା ହଳିଆଗିରୀ, ସା.ରାଇପୁର । ପ୍ର .ବାଲୁବିଶି ଜି.କଟକ ।

ଗଲା ନବମୀ ଦିନ ଅଧରାତି ବେଳେ ମୁଦଲା ରାମଚନ୍ଦ୍ର ମଙ୍ଗରାଜ ଏହି ବାଉଁଶ ବାଡ଼ିରେ ସାରିଆକୁ ବାଡ଼ୋଉଥିଲେ, ମୁଁ ଦେଖୁଅଛି । ମୁଁ ଲୁଣ କିଣିବାକୁ ଦୋକାନକୁ ଆସିଥିଲି। ରାତି ହୋଇଯିବାରୁ ଦୋକାନ ପିଣ୍ଡାରେ ଶୋଇଥିଲି। ଗୁମ୍ ଗୁମ୍ ଶବ୍ଦ ଶୁଭିବାରୁ ମୁଁ ଦୋକାନ ଚାଳ ଉପରେ ଚଢ଼ି ଅନାଇଲି, ଦିଶୁଥିଲା । ମୁଁ ଏହି ଗାଈକୁ ଚିହ୍ନେ ନିଜେ ଢ଼େର ଥର ଦୁହିଛି । ଏ ଗାଈର ନାମ ବଉଳା । ଏ ଗାଈ ଭଗିଆ ତନ୍ତୀର । ରାମଚନ୍ଦ୍ର ତା ଘରୁ ଚୋରି କରି ଆଣିଛନ୍ତି ।

ମୁଦାଲାର ସୁଆଲରେ ଜବାବ ଦେଲା-''ଗୋବରା ଜେନା ମୋ ମାଉସୀ ପୁଅ ଭାଇ ନୁହେଁ । ସେ ମୋତେ ଡାକିଆଣି ନାହିଁ। ମୁଁ ଗୁହାଇ ଦେବା ସକାଶେ ଆପଣା ଇଛାରେ ଆସିଅଛି । ସେ ମୋତେ ଖାଇବାକୁ ଦିଏନାହିଁ । ମୁଁ ଘରୁ ଚୂଡ଼ା ଚାଉଳ ବାନ୍ଧି ଆଣିଅଛି । ନବମୀ ଆଜକୁ କୋଡ଼ିଏ କି ବାଇଶ ଦିନ ହେଲା ଗଲାଣି । ଆଜି ତିଥ୍ୟ କ'ଣ ମୋତେ ଜଣାନାହିଁ । ଏହି ବାଡ଼ି ସନ୍ତକ ଧକେଇ ଜେନାର ସହି |

ଗୁହା-'' ମୋ ନାମ ଖତୁ ଚନ୍ଦ , ବାପର ନାମ ନିତା ଚନ୍ଦ । ଜାତି ତନ୍ତୀ , ବୟସ ୨୮, ପେଷା ଲୁଗାବୁଣା । ସା-ଗୋବିନ୍ଦପୁର । ଜି- ୮ନମ୍ବର କଟକ ।

ଏ ଗାଈ ଭଗିଆର ଜାଣେ । ଭଗିଆ ମୋ ପଡ଼ିଶା । ଯେଉଁ ଦିନ ସରକାରୀ ଜମାଦାର ଆସି ଭଗିଆର ଘର ଭଙ୍ଗାଇ ଦେଲେ, ସେଦିନ ମଙ୍ଗରାଜେ ଗାଈ ବାନ୍ଧିଆଣି ଉଆସରେ ରଖୁଛନ୍ତି । କି ସକାଶେ ଗାଈ ବାନ୍ଧିଆଣିଲେ

ପାଖରେ ବସି ରୋଜିନା ଡାଏରୀ କଲମ ବନ୍ଦ କରୁଥିବା ହାଲତ - ବରକନ୍ଦାଜ ଗୋଲାମ କାଦର ଓ ହରି ସିଂହ ଆପଣା ପହରାରେ ମୁତୟନ ଥିବା ହାଲତ - ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଢ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର କଲା କି, ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତୀଆଣୀକୁ ଖୁଣ କରିଥିବା । ବନ୍ଦା ଏହି ରିପୋର୍ଟ ପାଇବାମାତ୍ର  େଲହମାକ ଗୁଦସ୍ତ ନ କରି ହଜୁରର ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମସୁର ବଦମାଏସ ଏବଂ ଜାଲିମବାଜ ଥିବା ହାଲତ ଏବଂ ମାମଲା ଭାରି ସଙ୍ଗିନ ଥିବା ଲିହାଜ ବନ୍ଦା ତଡେଦମ୍ ଉକ୍ତ ସ୍ଥାନରୁ ରମାନା ହୋଇ ସରଜମିନରେ ପହଞ୍ଚି ବସ୍ତୁର ମୁତାବକ ଆସାମୀ ଘର ମହାସଗ ଖାନତଲାସ ବହୁତ ହୁସିଆରିରେ ଅସାମୀକୁ ଗ୍ରେସ୍ତାର କଲା ବାଦ - ମହିଲୁକିଆ ସାରିଆର ଲାଶ୍ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶ ସଫେଦା ଗାଈ ଆସାମୀ ଜିମାରୁ ବରାବଦ୍ କରିଅଛି - ଆସାମୀ ଯେଉଁ ବାଉଁଶ ବାଡିରେ ସାରିଆକୁ ଖୁଣି କରିଅଛି, ସେ ବାଡି ମଧ୍ୟ ବିରାମଦ ହେବା ହାଲତ - ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆପେ ଏକଗୋଟି ବାଉଁଶ ବାଡିରେ ସାରିଆକୁ ଖୁଣ କରିଥିବା ଚାରିଜଣ ଗୁହାଙ୍କ ଜବାନ ବନ୍ଦୀରୁ ସାଫ ସାବିତ୍ । ଏମାନେ ରୁଇତଗୁହା ଥ‌ିବା ସାଫ ସାବିତ । ଆସାମୀ ଯେ ଜଣେ ଜାଲିମବାଜ, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରୀ କରି ନେଇଅଛି, ତାହା ଚାରି ନମ୍ବର ଗୁହା ଜମାନବନ୍ଦିରୁ ସାଫ ସାବିତ । ଏହିସବୁ ଜାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହକୁରକୁ ଚାଲଣ ଦେଲି, ହଜୁର ଖୋଦାବନ୍ଦ ମା ବାପ, ଦୁନିଆର ବାଦସା, ରିପୋର୍ଟ କସୋର ମାଫ ହେବ, ନୌସନାରୀ ତଜ୍‌ବିଜ୍ ହେବ । ୧୦ ତାରିଖ ଅକ୍ଟୋବର ସନ ୧୮୩୧

ଦାରୋଗା ଇନାଏତ ହୋସେନ

ଥାନେ କେନ୍ଦ୍ରାପଡା

ପ୍ରକାଶ ଥାଉକି, ଆଲାହିଦା ଫର୍ଦ ମୁତାବକ ଆସାମୀ ଘରୁ ବରାମଦ୍ ହୋଇଥିବା ଚୋରାମାଲ ହରି ସିଂ ବରକନ୍ଦାଜ ହେପାଜତରେ ଭେଜାଗଲା । ଏପରି ଆସାମୀ ସାରିଆକୁ ଖୁନ୍ କରିବାରୁ ତାହାର ମାଲିକ ଭଗିଆ ଚନ୍ଦ୍ର ଭାରି ବାୟାହୋଇ ଲୋକମାନଙ୍କ ଉପରେ ଜୁଲମ କରୁଥିବା, ତାହାର ହେପାଜତ୍ ସକାଶେ କେହି ଏଗାନା ଲୋକ ନ ଥିବା ହାଲତ ହଜୁରକୁ ଚାଲଣ ଦେଲି, ହଜୁର ମାଲିକ୍ । ତାରିଖ ସନ ପନ୍ଦର ।

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ