shabd-logo

ଦ୍ଵାଦଶ : ଅସୁର ଦୀଘି

24 September 2023

0 ଦର୍ଶନ 0

ଦ୍ଵାଦଶ ପରିଚ୍ଛେଦ

ଅସୁର ଦୀଘି:

ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊଣା ପଡ଼ିବ ନାହିଁ । ନାମ ଅସୁର ଦୀଘି । ଏଥ‌ିରେ ପୂର୍ବେ ଷୋଳଟା ଦୀପଦଣ୍ଡିଥିଲା , ଦେବତା ବଳିଆରରୁ ସବୁ ଡୁବାଇଅଛି । ଚାରିପାଖ ଆଡ଼ି ବଗଚରା-ଠାରୁ ଦଶବାରହାତ ଉଚ୍ଚ । ଏ ପୋଖରୀଟି କେତେକାଳର, କିଏ ଖୋଳାଇଛି ଏଥର ସଟୀଜ ବୃତ୍ତାନ୍ତ କହିବାକୁ ଅକ୍ଷମ । ଶୁଣିବାରେ ଅସୁରମାନେ ଖୋଳିଛନ୍ତି ଅସମ୍ଭବ ନୁହେଁ । ଯେ କରିପାରେ, ସେ କି ଆମ୍ଭମାନଙ୍କପରି ମନୁଷ୍ୟ ? ଗ୍ରାମର ପ୍ଟାନବେ ବର୍ଷର ବୁଢ଼ା ଏକାଦୁଶିଆ ତନ୍ତୀ ମୁହଁରୁ ପୁଷ୍କରିଣୀ ଯେଉଁ ଇତିହାସ ସାର ସଂଗ୍ରହ କରିଅଛୁ, ତାହାର ସଂକ୍ଷିପ୍ତ ବୃତ୍ତାନ୍ତ ଏହି- ବାଣାସୁର ଏହି ପୋଖରୀ ଖୋଳାଇଛି । ସେ ଆପଣା ହାତରେ କୋଡ଼ି ଗାଣ୍ଡୁଆ ଧରି ଖୋଳିନାହିଁ । ତାହା ହୁକୁମରେ ଅସୁର ମାନେ ଆସି ରାତିକ ମଧ୍ୟରେ ଖୋଳିପକାଇଲେ । ଖୋଳୁ ଖୋଳୁ ରାତି ପାହିଗଲା । ଦକ୍ଷିଣ ଆଡ଼ିଆ କୋଣରେ ବାର ଚଉଦ ହାତ ଓସାରର ଗୋଟିଏ ମୁହାଁଣ ଅଛି , ସେଠାରେ ମାଟି ପଡ଼ିପାରିଲା ନାହିଁ । ଦାଣ୍ଡରେ ଲୋକ ବୁଲ ଚାଲ ହେଲେଣି, ଅସୁରମାନେ ଏବେ ଯାଆନ୍ତି କୁଆଡ଼େ ? ପୋଖରୀ ମଧ୍ଯରେ ବିଲ ଖୋଳି ଗଙ୍ଗାକୂଳରେ ବାହାରି ପଡ଼ିଲେ । ସେଠାରେ ଗଙ୍ଗା ସ୍ନାନକରିପଳାଇଲେ । ଆଗେ ଗଙ୍ଗାସାଗରରେ ବାରୁଣୀ ପଡ଼ିଲେ ଅସୁର ଦୀଘିକୁ ପାଣିତେଣ୍ଡି ଆସୁଥୁଲା ;ଗ୍ରାମରେ ବହୁତ ଅନାଚାର ହେବାରୁ ଏଣିକି ଆଉ ପାଣି ଆସୁ ନାହିଁ । ଇଂରେଜୀ ପଢୁଆ ବାବୁମାନେ ସାବଧାନ! ଆମମାନଙ୍କର ଏକାଦୁଶୀ ଚନ୍ଦଙ୍କ ଇତିହାସ ଶୁଣି ହସିବେ ନାହିଁ, ତାହେଲେ ମାର୍ଶମାନ୍ ଆଉ ଟଡ଼ଙ୍କ ଲେଖାରୁ ଆଠପଣି କାହିଁ ଉଡ଼ିଯିବ ।

ତାହାଲେ ଆପଣଙ୍କ ଘର ମାନଙ୍କର ଆଉ ଦୀଘିରେ ମାଛଅଛନ୍ତି । ଆପଣ କହିବେ, ଯହିଁ ପାଣି ତହିଁ ମାଛ ଏ କଥା ଲେଖୁବାର ଦରକର କ'ଣ ? ମାତ୍ର ଆପଣଙ୍କ କଥାଟା ଯୁକ୍ତିସଙ୍ଗତ ହେଲା ନାହିଁ । ଆଖୁ ସହିତ ଗୁଡ଼ର , ଦେହ ସହିତ ହାଡ଼ର ଯେମନ୍ତ ନିତ୍ୟ ସମ୍ବନ୍ଧ ପାଣି ସହିତ ମାଛର ସେପରି କିଛି ନାହିଁ । ପାଣିମାଠିଆରୁ ତ ମାଛ ବାହାରୁଥାନ୍ତେ ? ଅନୁମାନ ବା ଅଯୌକ୍ତିକ କଥା ଲେଖୁବା ଆମମାନଙ୍କର ଅଭ୍ୟାସ ନୁହେଁ । ଅସୁର ଦୀଘିରେ ଯେ ମାଛ ଅଛନ୍ତି ଆମେମାନେ ସେଥ‌ିରେ ଅକାଟ୍ୟ ପ୍ରମାଣ ଦେବୁ । ଏହି ଦେଖନ୍ତୁ , ଦକ୍ଷିଣ ଆଡ଼ିଆରେ ପାଣିକୁ ପାଞ୍ଚହାତ ଛାଡ଼ି ଆଁ କରି ସାନ ବଡ଼ ତିନି ଗୋଟା ଥଣ୍ଟିଆକୁମ୍ଭୀର ପଡ଼ିଅଛନ୍ତି । ସବୁଦିନେ ପଡ଼ନ୍ତି । ଏମାନେ କି ସକାଶେ ଦୀଘିରେ ଅଛନ୍ତି ? କ'ଣ ଖାଇ ବଞ୍ଚନ୍ତି ? ସେମାନେ କି ଗୋରୁଗାଈ ପରି ପଡ଼ିଆରେ ଘାସ ଚରିବାରେ କେହି ଦେଖୁଅଛନ୍ତି ? ନା, ଜୈନମାନଙ୍କ ପରି ଅହିଁସା ପରମ ଧର୍ମ ଜାଣନ୍ତି ? ଅବଶ୍ୟ ଦୀଘିରେ କୌଣସି ପଦାର୍ଥ ଖାଇ ବଞ୍ଚିଅଛନ୍ ତି ? ସେ କି ପଦାର୍ଥ ? ଥଣ୍ଟିଆକୁମ୍ଭୀର ଗୋଟିଏ ନାମ ମାଛୁଆ କୁମ୍ଭୀର ଅର୍ଥାତ୍ ଏମାନେ ମାଛଖାଆନ୍ତି । କେହି କହିବେ , ଏମାନେ ମାଛଖାଆନ୍ତି ସତ୍ୟ , ଆଉ ସ୍ଥାନରୁ ମାଛ ଆଣି ଖାଆନ୍ତି । ହାଟରେ ମାଛ ଶୁକୁଆ ମିଳେ ସତ୍ୟ, ମାତ୍ର ଏମାନେ ପଇସା ନେଇ ହାଟକୁ ମାଛ କିଣିବାକୁ ଯିବାର ତ କେଭେ ଦେଖାନାହିଁ । ଆଉ ଗାଁଆକୁ କେଉଟୁଣି ମାନେ ମାଛବିକିବାକୁ ଆସିଲେ ଗାଁ ମାଈକିନିଆମାନେ ବଦଳାନ୍ତି । ଆମ୍ଭେମାନେ ଶପଥ କରି କହିପାରୁ, କୁମ୍ଭୀରମାନେ ତ ସେପରି ଧାନଚାଉଳ ଦେଇ ମାଛ ବିଣିବାର କେଭେ ଦେଖୁନାହୁଁ । ସୁତରାଂ ପ୍ରମାଣ ହେଲା , ଦୀଘିରେ ମାଛ ଅଛନ୍ତି । ଏତିକି ଯେ ଯଥେଷ୍ଟ ପ୍ରମାଣ ତାହା ନୁହେଁ, ଆହୁରି ମଧ୍ୟ ଅନେକ ଅକାଟ୍ୟ ପ୍ରମାଣ ଅଛି । ଏହି ଦେଖନ୍ତୁ ଚାରିଟା କାଦୁଅଗୁମ୍ଫା ଗୋଟିପୁଅ ପିଲାଙ୍କ ପରି ନାଚକୁଦି ବୁଲୁଅଛନ୍ତି । ତୋଡ଼ୀ ପିଲାଟିର, ଦଣ୍ଡେଇ ପିଲାଟିର ବେକ ଚିପୁଛନ୍ତି ବୋଲି ସିନା ଏତେ ନାଚକୁଦ । କେହି କହିବେ, କାଦୁଅଗୁମ୍ଫାଗୁଡ଼ାକ କି ନିଷ୍ଠୁର , କି ଦୁଷ୍ଟ, ପରର ବେକ ଚିପି ଏତେ ଆନନ୍ଦ ! ଭାଇ, କ'ଣ କହିବୁ ! ବିଚାରୀ କାଦୁଅଗୁମ୍ଫାକୁ ନିଷ୍ଠୁର ବୋଲ, ସଇତାନ ବୋଲ, ଯାହା ବୋଲ ସେ କିଛି ତୁମ ନାମରେ ଦୁରମତ ବାହାରର ନାଲିସ୍ ରୁଜୁକରିବ ନାହିଁ ; କିନ୍ତୁ ଜାଣିବ ତୁମ ମନୁଷ୍ୟ ଜାତିଭାଇ ମଧ୍ୟରେ ସେ ଯେତେ ବେକ ଚିପିପାରେ , ସେ ଯେ ତେଡ଼େ ବାହାଦୂର, ସାହି ମାନ୍ୟ, ସେହି ଗଣ୍ୟ, 'ସ ଚ ଦର୍ଶନୀୟ ' ଏ କଥା କି ଜାଣନ୍ତି ନାହିଁ ? ଚାରିପାଞ୍ଚ ଗଣ୍ଡା ଧଳା ବଗ, ଚାରି ପାଞ୍ଚ ଗୋଟି କାଣ୍ଟିବଗ ନୀଚ ଲୋକ ମୂଲିଆଙ୍କ ପରି ସକାଳୁ ସନ୍ଧ୍ୟାବେଳ ଯାଏଁ କାଦୁଅ ଚକଟୁ ଛନ୍ତି । ଦୀଘିରେ ମାଛ ଥ‌ିବାର ଏହା ତୃତୀୟ ପ୍ରମାଣ । ଯୋଡ଼ାଏ ପାଣିକାଉ କେଉଁ ଦେଶରୁ ଉଡ଼ିଆସି ଦୀଘି ମଧ୍ଯରେ ଦୁଇ ଚାରି ଡୁବମାରି ପେଟ ପୁରାଇ ଫର କରି ଉଡ଼ିଗଲେ । ଗୋଟାଏ ପାଣିକାଉ ମେମେସାହେବଙ୍କ ଗାଉନ୍ ପରି କୂଳରେ ବସି ଡ଼େଣା ସୁଖାଉ ଅଛି । ସେ ହିନ୍ଦୁଧର୍ମୀ ବଗମାନେ, ଇଂରେଜ ପାଣିକାଉଙ୍କୁ ଦେଖ, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼ିଶାରେ ପେଟପୁରାଇ ଚାଲିଗଲେ । ଦୀଘି କୂଳର ବରଗଛରେ ତୁମ୍ଭମାନଙ୍କ ବସା , ଦିନଯାକ ପାଣି ଚକଟି ଚକଟି ଦଣ୍ଡେଇ ପିଲା, କେରାଣ୍ଡି ପିଲାରୁ ଅଧ‌ିକ କିଛି ପାଉନାହିଁ । ଜୀବନ ସଂଗ୍ରାମ କାଳ ଉପସ୍ଥିତ , ଏଣିକି ଆହୁରି ପଲ ପଲ ପାଣିକାଉ ଆସି ଚେଙ୍ଗ ବେଙ୍ଗ ସବୁ ବହି ନେଇଯିବେ । ତୁମ୍ଭେମାନେ ବିଦେଶକୁ ଯାଇ ସମୁଦ୍ର ପହଁରି ନ ଶିଖୁଲେ ଆଉ ରକ୍ଷା ନାହିଁ ।

ଚିଲ ଖୁବ ସିଆଣା, ଭାରି ହୁସିଆର, ଗୁରୁ ଗୋସାଇଁଙ୍କ ପରି ଡ଼ାଳରେ ତୁନି ହୋଇ ବସିଅଛି, ଥରେ ପାଣିକି ଝାମ୍ପିପଡ଼ି ଯାହା ଉଠାଇ ନିଏ, ସେଥ୍ରେ ତାହାର ଦିନକ କଟିଯାଏ । ଗୋସେଇଁମାନେ ବରଯାକ ପିଣ୍ଡାରୁ ଓହ୍ଲାଇ ନାହିଁ, ବରଷକୁ ଥରେ ଶିଷ୍ୟ ଦୁଆରକୁ ଝାମ୍ପମାରନ୍ତି । ବଗଚରାଠରୁ ଚାଳିଶ ପାଞ୍ଚଶ ହାତ ଦୂର ପାଣିଯାଏ ବଉଳମାଳା ଦଳ ଶିଙ୍ଗଡ଼ା ପୂର୍ଣ୍ଣ । ସେହି ଦଳ ମଧ୍ୟରୁ ହିନ୍ଦୁଘର ଭୁଆଷୁଣୀଙ୍କ ପରି କଇଁଗୁଡ଼ିକ ରାତିରେ ତୁନି ତୁନି ଫୁଟନ୍ତି ଦିନବେଳେ ଢ଼ଙ୍କିଢ଼ାଙ୍କି ରହନ୍ତି । ସେଥୁମଧ୍ଯରେ ପାଣିଶିମୂଳି ଫୁଲଗୁଡ଼ିକ ଅଭିଆଡ଼ୀ ଝିଅଙ୍କପରି ଲାଜ ନାହିଁ, ସରମ, ଦିନରାତି ପବନରେ ଫଡ୍‌ଫକ୍ ଡେଉଁଛନ୍ତି ପାଣିଭିତରକୁ ରତାକଇଁ । ଏମାନେଶିକ୍ଷିତା ଖ୍ରୀଷ୍ଟ୍ ଟାନ୍ ଲେଡ଼ି, କଇଁଦଳରୁ ବାହାରିଗଲେଣି, ପଦ୍ମ ଦଳରେ ମିଶିପାରି ନାହାନ୍ତି । ଦୀଘିମଝିରେ ଦଳ ନାହିଁ । ରାତିରେ ବୁଢ଼ୀମଙ୍ଗଳା ଠାକୁରାଣୀ ବୁଲନ୍ତି । ସେଥୁସକାଶେ ଦଳ ହୋଇପାରେ ନାହିଁ । ଭାରତ କବିଙ୍କର ସର୍ବସ୍ଥ ଧନ ଲକ୍ଷ୍ମୀଙ୍କର ନିବାସ , ସରସ୍ଵତୀଙ୍କର ଆସନ ବ୍ରାହ୍ମଣଙ୍କର ଜନ୍ମସ୍ଥାନ ପଦ୍ମ ବନରେ ପୂର୍ଣ୍ଣ । ଫୁଳଗୁଡ଼ିକରେ ଠାକୁରାଣୀଙ୍କର ଷୋଳପଣି ଅଧିକାର | ଜଣେ ଲୋକ ଥରେ ଗୋଟାଏ ଫୁଲ ଆଣିବାକୁ ପହଁରି ଯାଇଥିଲା । ଠାକୁରାଣୀ ତାହା ଗୋଡ଼ରେ ଶିକୁଳି ଲଗାଇ ପାଣିଭିତରକୁ ଭିଡ଼ିନେଲେ । ସେହି ଦିନଠାରୁ ଆଉ କେହି ଫୁଲକୁ ଅନାଏ ନାହିଁ ।

ଅସୁର ଦୀଘିରେ ଚାରିଟାତୁଠ, ଧରିବାକୁ ଗଲେତିନିଟା । ଦକ୍ଷିଣ ତୁଠଟ ାକୁ କେହି ଯାଆନ୍ତି ନାହିଁ । ଗ୍ରାମରେ କେହିମରିଗଲେ ସେହି ତୁଠରେ ଦଶାହକ୍ରିୟା ହୁଏ । ଏହି ତୁଠଟା ବଡ଼ ଭୟଙ୍କର ସ୍ଥାନ , ରାତି ତ ରାତି, ଦିନବେଳେ ମଧ୍ୟ ସେଠାକୁ କେହି ଯିବାର ଦେଖୁନାହିଁ । ଏହି ତୁଠ ଉପରକୁ ଭାରି ବଡ଼ ଗୋଟାଏ ଅଶ୍ବତ୍‌ଥ ଗଛ ଅଛି, ସେଥୁରେ ସର୍ବଦା ଯୋଡ଼ିଏ ବ୍ରହ୍ମଦୈତ୍ୟ ଥୁବାର ସମସ୍ଥଙ୍କୁ ଜଣା । ଅଧରାତିରେ ଦୈତ୍ୟମାନେ ଗଛ ଅଗରେ ବସି ଦୀଘି ମଝିଙ୍କୁ ଗୋଡ଼ ଲମ୍ବାଇ ଦେଇଥ‌ିବାର ଅନେକ ଅନେକ ଲୋକ ଦେଖୁଛନ୍ତି । କିଏ କିଏ ଦେଖୁଛନ୍ତି ନାମ ଜଣା ନାହିଁ; କିନ୍ତୁ ଦେଖ‌ିବାର ସତ । ଆହୁରି ମଧ୍ୟ ଏହି ଆଡ଼ିରେ ଅନେକ ପିତାଶୁଣି, ଡାଙ୍କୁଣି ସବୁଦିନେ ଘରକରି ରହି ଅନ୍ଧାର ରାତିରେ ଆଲୁଅ ଜାଳି ମାଛଧରୁଥିବାର, ବିଶେଷରେ ବର୍ଷାର ଅନ୍ଧାର ରାତିରେ ପଲ ପଲ ହୋଇ ବୁଲୁଥିବାର ପ୍ରତ୍ୟକ୍ଷ ପ୍ରମାଣ ଯଥେଷ୍ଟ ଅଛି । ପୂର୍ବ ତରଫରେ ଧୋବାତୁଠ । ଦୁଇ ଜଣେ ଧୋବା ଇଶ୍ ଇଶ୍ , ରାମ ରାମ କହି ପଥର ଉପରେ ଲୁଗା ବାଡ଼ଉଛନ୍ତି । 'ଗାଁ ପରିଗୁଣ ଧୋବାତୁଠରୁ ଜଣା । ' ଅଖାପାଲ ପରି ମୋଟା ମୋଟା ଶଗଡ଼େ ମଇଳା ଲୁଗା ଗଦା ହୋଇଅଛି । ଲୁଗା ସିଝାଇବା ଶୁଖାଇବା କାମରେ ଚାରି ଜଣ ଧୋବଣୀ ଲାଗିଛନ୍ତି । ଉତ୍ତର ପଶ୍ଚିମ କୋଣରେ ତନ୍ତୀତୁଠ । ଗାଁ ମଝାଲରେ ଥିବାରୁ ସେଠାରେ ସକାଳେ ମାଈକିନିଆ ମାନଙ୍କର ହାଟ ବସେ । ହାଟ ନାମ ଶୁଣି ଆପଣମାନେ କହିବେ ନାହିଁ ଯେ , ଏଠାରେ କିରା ବିକାହୁଅନ୍ତି । ପାଟି ଆଉ ଜନତା ସଙ୍ଗରେ ସମାନ ଥିବାରୁ ହାଟ କହିଲୁ । ରାନ୍ଧୁଣୀ ଗାଧୁଆ ବେଳେ ଭାରି ଭିଡ଼ହୁଏ । ଗ୍ରାମରେ ଡ଼େଲି ନିଉଜ୍ ଖବର କାଗଜ ଛାପା ହେଉଥିଲେ, ସମ୍ପରଦକଙ୍କୁ ସମ୍ବାଦ ସଂଗ୍ରହ ନିମନ୍ତେ

ଅଧିକ ପରିଶ୍ରମ କରିବାକୁ ହୁଅନ୍ତା ନାହିଁ । ଖଣ୍ଡେ ପେନ୍‌ସିଲ୍ କାଗଜ ଘେନି ଏହିଠାରେ ବସିଲେ ସମସ୍ତ ସଂଗ୍ରହ କରିପାରନ୍ତେ । ଗଲା ରାତିରେ କାହା ଘରେ କ'ଣ ରନ୍ଧା ହୋଇଥିଲା ; ଆଜି ରାନ୍ଧଣାର ବ୍ୟବସ୍ଥା , କିଏ କେତେ ବେଳେ ଶୋଇଲା, କାହାକୁ କେତେ ମଶାକାମୁଡ଼ିଲା, କାହା ଘରେ ଲୁଣ ନ ଥିଲା, କିଏ ତେଲ ଟିକିଏ କାଳି ଆଣିଛି , ରାମାମା ଘର ନୂଆ ବୋହୂଟା ବଡ଼ କଳିହୁଡ଼ୀ, କାଲିଆସିଲା ଆଜି ଶାଶୁକୁ ଜବାବ ଦେଲାଣି, କମଳୀ କେବେ ଶାଶୁଘରକୁ ଯିବ, ସରସ୍ଵତୀ ଝିଅ ବଡ଼ ଭଲ, ରାନ୍ଧେ ଯେପରି ଲାଜସରମ ସେହିପରି । ପଦୀ ପାଣିରେ ବସି ଦାନ୍ତ ଘଷୁଘଷୁ ଗୋଟିଏ କ୍ଷୁଦ୍ର ବକ୍ତୃତା ଆରମ୍ଭ କରିଅଛି | ସାରମର୍ମ , ତା'ପରି ରାନ୍ଧୁଣୀ ଗ୍ରାମରେ ନାହାନ୍ତି , ଇତ୍ୟାଦି ଇତ୍ୟାଦି । ଦରକାରୀ ବେଦରକାରୀ କଥାମାନ ଅବିଶ୍ରାନ୍ତ ଚଳୁଅଛି । କେତେ ଜଣ ସୁନ୍ଦରୀ ମୁଖର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇବା ନିମନ୍ତେ ପଣତକାନିରେ ମୁହଁ ରଗଡ଼ୁଛନ୍ତି । ଲକ୍ଷ୍ମୀ ରଗଡ଼ି ରଗଡ଼ି ବସଣୀରେ ଉପର ନାକ ଦୁଇପୁଡ଼ା ରଙ୍ଗା କରିପକାଇଲାଣି । ବିମଳୀ ପାରି ପାଖରେ ବସି ଆପଣା ହାତର ବାଇଶ ପଳିଆ ପିତଳ ବାହିବଳା ଅଧବୋଝେ ବାଲି ପକାଇ ସବଳେ ମର୍ଦ୍ଦନ କରୁକରୁ କୌଣସି ଅଜ୍ଞାତନାମା ଅଭିଧାନ ବହିର୍ଭୁତ ପ୍ରୟୋଗପୂର୍ବକ ଏକ ଦୀର୍‌ଘବକ୍ତୃତା ଆରମ୍ଭ କରିଅଛି । ଗଲା ରାତିରେ ତାହାର କଖାରୁ ଗଛ କାହାର ଗୋରୁ ଖାଇବା ବକ୍ତୃତାର ବିଷୟ ଅଟେ । ବିମଳୀ କ୍ରମଶଃ ଗୋସ୍ଵାମୀର ଊର୍ଦ୍ଧ୍ୱ ତନ ତିନି ପୁରୁଷ ପ୍ରତି କୁତ୍ସିତ ପଦାର୍ଥ ବିଶେଷରେ ଖାଦ୍ୟର ବ୍ୟବସ୍ଥା କରି ଗୋରୁର ଅତ୍ୟାଚାରିତା , ଆପଣା ବାଡ଼ିର ଉର୍ବରତ୍ନ ଏବଂ କୁଷ୍ମାଣ୍ଡବୃକ୍ଷର ତେଜସ୍ଵୀ ତା ଏବଂ ଅତି ଶୀଘ୍ର ଗୋସ୍ଵାମୀ ଉପରେ ଭାରି ବିପଦ ପଡ଼ିଲେ ଗୋରୁଟିକୁ ଯେ ବ୍ରାହ୍ମଣକୁ ସ୍ଵରୂପ ଦିଆଯିବ ସେ ସମ୍ବନ୍ଧରେ ବିବିଧ ପ୍ରମାଣ ମାନ ପ୍ରୟୋଗ କରୁଅଛି । ଆମେମାନେ ଘାଟରୁ ଆହୁରି ମଧ୍ୟ ଅନେକ ସମ୍ବାଦ ସଂଗ୍ରହ କରିଥାନ୍ତୁ ; ମାତ୍ର ହଠାତ୍ ମାର୍କଣ୍ଡିଆ ମା ଆଉ ଯଶୋଦା ମଧ୍ଯରେ ଭୟଙ୍କର କଳି ଉପସ୍ଥିତ ହେବାରୁ ସମସ୍ତ କଥା ବନ୍ଦ ହୋଇଗଲା | ଯଶୋଦା ପାଣି ମଧ୍ୟରେ ପେଟ ଡୁବାଇ ଦାନ୍ତ ଘଷୁଥିଲା । ପାଞ୍ଚ ବରଷିଆ ପିଲା ମାରକଣ୍ଡିଆ କୁଦି ନାଚି ପାଣି ଗୋଳିଆ କଲା ଏବଂ ଉପରେ ପାଣିଛିଟିକା ପକାଇବାରୁ ଯଶୋଦା ପାଣିରୁ ଉଠିପଡ଼ି ଚିତ୍‌କାର କରି କୁତ୍ସିତ ଭାବରେ ପିଲାଟିକୁ ଗାଳି ଦେବାକୁ ଲାଗିଲା ଏବଂ ତାହାର ପରମାୟୁ ଅଳ୍ପତାକାମନା କରିବାରୁ ମାରକଣ୍ଡିଆ ମା ଧାଇଁ ଆସି ସମାନ ସ୍ଵରରେ ଉପଯୁକ୍ତ ଉତ୍ତର ଦେବାକୁଲାଗିଲା । ଅବଶେଷରେ ମାରକଣ୍ଡିଆ ମା ପରାସ୍ତ ହୋଇ ପିଲାକୁ ଚାପୁଡ଼ାଏ ମାରି, ପାଣିକଳସି କାଖରେ ବରବର ହୋଇ ମାରକଣ୍ଡିଆର ହସ୍ତଧାରଣ ପୂର୍ବକ ଗୃହାଭିମୁଖେ ଗମନ, ମେଁ ମେଁ କରି ଦାଣ୍ଡ ନିଷିଡ଼ି ମାରକଣ୍ଡିଆ କ୍ରନ୍ଦନ ଇତିଯୁଦ୍ଧକାଣ୍ଡ

ବ୍ରଜ ପଡ଼ିଯାଏ, କିନ୍ତୁ ଘଡ଼ଘଡ଼ି ଶବ୍ଦଟା ଆକାଶରେ ଢ଼େର୍ ବେଳଯାଏ ରହେ । କଳି ଭାଙ୍ଗିଲାଣି ; କିନ୍ତୁ ସମାଲୋଚନା ଅନେକ ବେଳଯାଏ ଚଳିଲା । ଦରବୁଢ଼ୀ ଓ ବୁଢ଼ୀ ମାଈକିନିଆମାନେ ଦୁଇ ଦଳ ହୋଇ କେହି ମାରକଣ୍ଡିଆର କେହି ଯଶୋଦାର ପକ୍ଷ ସମର୍ଥନ କରିବାକୁ ଲାଗିଲେ । ଆମାମାନେ କିନ୍ତୁ ସମ୍ପୂର୍ଣ୍ଣରୂପେ ବିଶେଷ ବିବେଚନା ଏବଂ ସୂକ୍ଷ୍ମବିଚାରଦ୍ଵାରା ବୁଝିଅଛୁ ଉପସ୍ଥିତ ଉତ୍ପାତର ମୂଳ କାରଣ ମାରକଣ୍ଡିଆ , ସେ ସମ୍ପୂର୍ଣ୍ଣରୂପେ ଦୋଷୀ , ତାହାର ଅପରାଧ ଅମାର୍ଜନୀୟ । ତାହାକୁ ଗାଳିଦିଅ, ମାର କି ଯାହା କର, ଆମେମାନେ ସେଥ୍ ସକାଶେ ଜବାବଦେହୀ କରିବାକୁ ପ୍ରସ୍ତୁତ ଅଛୁ । ଦେଖନ୍ତୁ , ଜଳ ଲୋକମାନଙ୍କର ଜୀବନ , ପୁଣି ତନ୍ତତୁଠ ଜଳ ସମସ୍ତେ ପିଅନ୍ତି , ସେ ଜଳକୁ ଗୋଳିଆ କରିବା କି ସାମାନ୍ୟ ଅପରାଧ ? ଦେଖ ତ , ପଣେ କି ଛଅ ବୋଡ଼ି ମାଈକିନିଆ ଗାଧୋଇବାକୁ ଆସିଲେ, ପ୍ରାୟ ସମସ୍ତେ ପେଟ ଡୁବାଇ ପାରିରେ ବସି ଦାନ୍ତ ଘଷିଲେ । ନବଫେନଖଣ୍ଡବତ୍ ଶୁକ୍ଳବର୍ଣ୍ଣ ମୁଖରୁ ବାହାରି ଚାରିଆଡ଼େ ଭାସୁଅଛି, ଈଷତ୍ ଲୋହିତ ପାଟଳାଭ ଜିଭକଞ୍ଚା ମଳି ମଧ୍ୟ ମେଞ୍ଚା ମେଞ୍ଚା ଭାସୁଅଛି, ସେଥ୍ ସହିତ ଆଉ କ'ଣ ଭାସୁଛି କି ନାହିଁ ପଡ଼ିଆରରୁ ଆସି ଜଳ ଶୌଚ କରିଅଛନ୍ତି । ଆଉ ଲୋକକଥା ଛାଡ଼ , ନିଜେ ଯଶୋଦା ସେହିପରି ଘାଟରେ କରୁଥିବାର ତାକୁ ପଚାରିଲେ ସେ ଅସ୍ଵୀକାର କରିବନାହିଁ । ଏହା ତ ସନାତନ ପ୍ରଚଳିତ ପ୍ରଥା ଅପରାଧର କଥା ଯେ ଲୁଚାଇବୁ ? ଜଣେ ମସ୍କରାଲୋକ କହୁଥିଲା, ମାଈକିନିଆ ମାନେ ପୋଖରୀରୁ ମାଠିଆରେ ଯେତେ ଜଳ ନିଅନ୍ତି ତାହାର ପା' ଭାଗ ଜଳ ଛାଡ଼ିଯାଆନ୍ତି । ଏ କଥା ଠିକ୍ ସତ୍ୟ ହେଲେ ମଧ୍ୟ ଆମମାନଙ୍କ ଚକ୍ଷୁର ଅଗୋଚର । କେତେ ଜଣ ଶୋଇବା ହେଁସ କାଚି ନେଇଗଲେ, ସାନସାନ ପିଲାଙ୍କର ଶେଯ କନ୍ଥା , ଆହୁରି ନାନା ପ୍ରକାର କନା କତରା କଚା ହେବାର ଦେଖାଗଲା; ସେ ଯାହାହେଉ, ସ୍ତ୍ରୀଲୋକମାନେ ଏତେ କାର୍ଯ୍ୟ କଲେହେଁ ମାରକଣ୍ଡିଆ ପରି ନାଚିକୁଦି କେହି କିଛି କାର୍ଯ୍ୟ କରିନାହିଁ । ନାଚକୁଦ ନ କଲେ କି ପାଣି ଗୋଳିଆ ହୁଏ ? ଏଥ୍‌ସକାଶେ ଆମ୍ଭେମାନେ ବୋଲୁଅଛୁ, ମାରକଣ୍ଡିଆର ଅପରାଧ ନିତାନ୍ତ ଉତ୍କଟ ଅଟେ । ତନ୍ତୀନୁଠକୁ ତିନିଶ କଦମ ଛାତୁଡ଼ି ସାଆନ୍ତତୁଠ । ସକାଳଓଳି ଏ ତୁଠକୁ କେହି ସ୍ତ୍ରୀଲେକ ଯାଆନ୍ତି ନାହିଁ, ସମ୍ପୂର୍ଣ୍ଣରପେ ପୁରୁଷ ମାନଙ୍କର ଦଖଲ । ବୈଶଖମାଶିଆ ଦିନ, ବେଳ ଛଅଘଡ଼ି ନୋହୁଣୁ ଆକାଶରୁ ନିଆଁ ଛିଣ୍ଡି ତାତି ପବନଟା ଦେହରେ ଖାଁ ଖାଁ ବାଜୁଅଛି । ଚାଷବିଲରୁ ଧୂଳି ଉଡ଼ି ମାଟିରେ ନିଆଁ ଲାଗିଧୂଆଁ ଉଡ଼ିଲାପରି ଜଣା ଜାଉଅଛି । ଘାଟରେ ଲୋକ ପୁରିଗଲେଣି ଅନ୍ଧାର ପିଛିଲା ଜହ୍ନ ରାତି | ତିନି ପହର ବେଳେ ଚଷାମାନେ ହଳଯୋଚି ଦେଇଥିଲେ, ସମସ୍ତଙ୍କର ହଳ ଫିଟିଲାଣି , କେହିଘର କାନ୍ଥରେ ଲଙ୍ଗଳ ଆଉଜାଇ ଦେଇ ତେଲ ଟିକିଏ ମୁଣ୍ଡରେ ପାଞ୍ଚ ଆଙ୍ଗୁଳିଆ କରି ଦେହରେ ବୋଳିହୋଇ ଆସିଅଛି, କାହାକାନ୍ଧରେ ଅର୍ଦ୍ଧ ଅଙ୍ଗୁଳି ମୋଟା ତୋରାଣି ପକା ଗାମୁଛା, କେହି ନିର୍ଗାମୁଛା , କେତେଜଣ ବାହାରେ ବାହାରେ ବିଲରୁ ଆସି ଘାଟରେ ବଳଦ କାନ୍ଧରୁ ନୂଆଳି ବାହାର କରି ରଖ୍ ପାଣିରେ ପଶିଗଲେ । କେତେ ହଳ ବଳଦ ପେଟେ ପେଟେ ପାଣିପିଇ କୂଳରେ ଚରୁଛନ୍ତି । କେତେଜଣ ସୁଖୁଲା ଦାନ୍ତ କାଠି ଚୋବାଇ ଚୋବାଇ ଆସି ପାଣିରେ ପଶି ଜିଭଛେଲି କୂଳକୁ ଦାନ୍ତକାଠି ଫୋପାଡ଼ି ଦେଲେ । ତୁଠ ଦୁଇ ପାଖରେ ଅଧ ଶଗଡ଼େ ଶୁଖୁଲା ଦାନ୍ତକାଠି ଜମାହୋଇ ଅଛି । ପୁରୁଷ ଲୋକମାନେ ଯେ ତୁନି ତୁନି ଗାଧୁଅନ୍ତି । ତାହାନୁହେଁ, ମାଈକିନିଆ ମାନଙ୍କପରି ଢେର୍ କଥା କହନ୍ତି ;ମାତ୍ର ସେହି ଏକରକମ କଥା, ଘର ଧଳାବଳଦ ସେହି ପୁରୁଣାକଥା, ସେଗୁଡ଼ାକ ଲେଖୁଲେ କ'ଣ ହେବ? କିଆ ଗୋହିରୀରେ କେତେ ଯୁଣ ବୁଣାସରିଲାଣି, ବରଚକ ଆଜି ଦୋହଡ଼ା ସରିଲା, ରାମାବଡ଼ ଗହୀରରେ ଅଖୁମୁଠି ପକାଇଲା, ଭୀମା ବଳଦ ଚଞ୍ଚଳିଆ, ସାଆନ୍ତ ଯୋଡ଼ାକ ବଳଦ ନୁହନ୍ତି ତ, ଯୋଡ଼ାଏ ହାତୀପିଲା, ମୁଁ କସରାବଳଦଟା କିଣି ମୁଠାଏ ଟଙ୍କା ପାଣିରେ ପକାଇ ଦେଇଛି , ସାଆନ୍ତ ଘର କରଜ ଅମାର ଏହିମାସରେ ଫିଟିବ, ଏହିମାସ ପନ୍ଦର ଦିନରେ ଶ୍ରାବଣ ପଶିବ, ନାହାକ କହିଛି ଲଗାଣ ହେବ । ଏ ସବୁ କଥା ସମସ୍ତଙ୍କୁ ଜଣା, ଅଧିକ କରି କ'ଣ ଲେଖିଛୁଁ ?

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ