shabd-logo

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023

0 ଦର୍ଶନ 0

ତ୍ରୟୋଦଶ ପରିଚ୍ଛେଦ

ହିତୋପଦେଶ 

ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମନ ଗୁଡ଼େଇ ପୁଡ଼େଇ ହେଉଥାଏ ବାସ୍ତବିକ୍ ସାନ ମଞ୍ଜି ଭିତରେ ବଡ଼ ଗଛ ଲୁଚି ରହିଲା ପରି ତୁନି କଥା ମଧ୍ଯରେ କେବେ ଭାରି କାରଖାନା ହେଉଥାଏ । ତୁଠରେ ତ ଆଏ କେହି ନାହିଁ, ଦରବୁଢ଼ୀ ଦିଓଟି କି ସକାଶେ ତୁନି ତୁନି ଇଶାରାରେ ଏପରି କଥା କହିଲେ ;ପୁଣି ଡ଼ରିଯାଇ ତୁନି ହେଲେ ?ଭାରି ତ ଫୁସ୍‌ଫୁସ୍ ? ଦ୍ୱିତୀୟା -ଉଠିବ ପରାବାସ । ପ୍ରଥମା -ଚାଷ କି ବାସ ? ଦ୍ଵିତୀୟା -ସର୍ବନାଶ ।

ଏ କିଏରେ ବାପା ! ତନ୍ତୀ ତୁଠରେ କବିତା ।ରାନ୍ଧୁଣୀ ଗାଧୁଆବେଳେ ଗଡ଼ିଗଲାଣି, ତନ୍ତୀ ତୁଠରେ ଦିଓଟି ଦରବୁଢ଼ୀ ଦଶ ଦଶ ହାତ ଛାଡ଼ି ବସି ଦାନ୍ତ ଘଷୁ ଘଷୁ ଏ କଥା ଗୁଡ଼ିକ କହି ପରସ୍ପର ମୁହଁକୁ ଚାହାଁ ଚାହିଁ ହେଲେ, ମୁରୁକି ହସି ପୁଣି ଡ଼ରିଗଲା ପରିତୁନିହେଲେ।

ତନ୍ତୀତୁଠରେ ପାଣି ଗଡ଼ନ୍ତି ଡ଼ାହାଶ ହାତ ଅଧାଅଧ୍ ବାଟକୁ କୋଡ଼ିଏ ହାତ ଅନ୍ଦାଜ ଛାଡ଼ି ଯାଉଁଳି ବର ଅଶ୍ଵତ୍‌ଥ ଗଛ ଲଗାଲଗି ହୋଇ ରହିଅଛି । ଗଛ ଦିଓଟି ଅଧା ଭଳିଆ ଥାକୁଲ ଥୁକୁଲ, ପୁଣି ସେଥ‌ିରେ କଅଁଳପତ୍ର ହୋଇଅଛି । ଘାଟପାଖ ବାଟ ପାଖରେ ବର ଅଶ୍ଵତ୍‌ଥ ବିଭା କରାଇଦେଲେ କନ୍ୟା ଦାନର ଫଳ ମିଳେ | ହିନ୍ଦୁମାନଙ୍କର ଏହି ସଂସ୍କାର ର ଚିହ୍ନ ଅନେକ ସ୍ଥାନରେ ଦେଖାଯାଏ । ମାଈକିନିଆ ଦିଓଟି କଥା କହୁ କହୁ ସେହି ଗଛ ମୂଳକୁ ଦୁଇ ତିନି ଥର ଅନାଇଲେ । ଏବେ କଥା କାହିଁ ଯାଏ ? ଚୋର ତ ଅନ୍ଧାର ରାତିରେ ହୁସିଆରୀରେ ଚୋରି କରେ, ଜେଲଖାନାକୁ ଏତେ କଏଦୀ କାହୁଁ ଅଇଲେ? ବୁଦ୍ଧିମାନ ହୁସିଆର ଗୋଏନ୍ଦା ଆଟ୍‌ରେ ଧୂଳି ପକାଇବା ସହଜକଥା ନୁହେଁ ।ସମ୍ବନ୍ଧ ଅବଶ୍ୟ ଗଛମୂଳର ପଦାର୍ଥ ବିଶେଷ ସହିତ ଏମାନଙ୍କ କଥାର ଘନିଷ୍ଠ ଅଛି । ଠିକ୍ ଆମମାନଙ୍କ ଅନୁମାନ ସମ୍ପୂର୍ଣ୍ଣ ଠିକ୍ । ଖୁ ମୁଣ୍ଡଟି ହାତରେ ପଡ଼ିଲେ ବୁଦ୍ଧିମାନ ତନ୍ତୀ ଯେମନ୍ତ ବିଡ଼ାଏ ସୂତା ସଳଖେ ଟାଣିଆଣେ, ଆମମାନଙ୍କୁ ସେହିପରି ବୁଦ୍ଧିମାନ ଜାଣିବ, ଟିକିଏ ସଙ୍କୁନ ଦେଇ ସବୁ କଥା ଆମମାନଙ୍କଠାରୁ ଶୁଣିଯାଅ । ଯାଉଁଳିଗଛ ଉହାଡ଼ରେ ଦିଓଟି ସ୍ତ୍ରୀ ବସି କଣ କୁହାକୁହି ହେଉଛନ୍ତି । ମଲା-ଯା! ଏମାନଙ୍କୁ ଯେ ଆମେମାନେ ଭଲ କରି ଚିହ୍ନ ! ଅସମୟରେ ଆସ୍ଥାନରେ ଏମାନେ ବସି କଣ କହୁଛନ୍ତି ? ମିଳନଟା ମଧ୍ୟ ଭାରି ଚମତ୍କାର ରକମର । ଗୋଟିଏ ଧୂର୍ଭା ନଷ୍ଟ ପ୍ରକୃତି ଶୃଗାଳୀ, ଆଉ ଗୋଟିଏ ଠିକ୍

ବିପରୀତ-ନିତ୍ୟାନ୍ତ ନିରୀହ ମେଣ୍ଢି ଦୁହିଁଙ୍କ ମଧ୍ୟରୁ ଜଣେ ନାକବସାଣୀ ଟେକି, ସାପୁଣୀଫଣା ଟେକି ସାବଧାନତା ସହିତ ଅନାଇ ଅନର୍ଗଳ ବକ୍ତୃତା ଓଜାଡ଼ି ପକାଉଅଛି । ଦ୍ଵିତୀୟାର ପାଖରେ ପାଣି ମାଠିଆ ଥୁଆ, ଡାହାଣ ହାତରେ ଦାନ୍ତକାଠି ଖଣ୍ଡିଏ ମୁଠା, କପାଳଯାଏ ଓଢ଼ଣାଟଣା । ଗୋଟିଏ ଉତ୍କଟ ଶବ୍ଦ ଶୁଣିଲେ ମେଣ୍ଢା ଯେପରି ସେହି ଦିଗକୁ ତାଟକା ହୋଇ ଚାହିଁ ରହିଥାଏ, ସେହିପରି ସେହି ସ୍ତ୍ରୀଟି 'ସ୍ଥିର ମନ ଧୀର ବୁଦ୍ଧି ପଞ୍ଚଭୂତ ଆତ୍ମା ଦୋରସ୍ତ ନିର୍ମଳ ହୃଦୟ କମଳ'ରେ ଶୁକଦେବଙ୍କ ମୁଖରୁ ପରିକ୍ଷିତ ମୁଖରୁ ପରିକ୍ଷିତ ପୁରାଣ ଶୁଣିଲା ପରି ବାକ୍ୟାବଳୀ ଶ୍ରବଣ କରୁଅଛି; ମାତ୍ର ସେଗୁଡ଼ିକ ତାହା ମସ୍ତକଭଣ୍ଡାରରେ ସଞ୍ଚିତ ହେଉଅଛିକି ଆର କାନବାଟେ ସଳଖେ ବାହାରି ଯାଉଅଛି, ତାହାର

ସ୍ଥିରତା ବୋଲିବାକୁ ଆମେମାନେ ନିତ୍ୟାନ୍ତ ଅକ୍ଷମ । ଆପଣ ଅବଶ୍ୟ ସେମାନଙ୍କ କଥା ଶୁଣିବାକୁ ଇଚ୍ଛା କରିବେ, ସନ୍ଦେହ ନାସ୍ତି ।

ଜଣେ ମୁତୁଆଲା କହିଥିଲା-

''ସଂସାର ବିଷବୃକ୍ଷସ୍ୟ ମଦ୍ୟ, ମାଂସ ଏହି ଦିଓଟି ଅମୃତ ଫଳ ଫଳିଅଛି । ଏକଥା ଶୁଣି ବୃଦ୍ଧ ମନୁ ବୋଇଲେ-

"ନ ମାଂସଭକ୍ଷଣେ ଦୋଷ ନ ମଦ୍ୟ -ଆମ୍ଭେମାନେ କଣ ଲେଖିବାକୁ ଯାଇ କଣ ଲେଖୁ ପକାଉଅଛୁ । ଯେତେବେଳରେ ଆହୁଲା ଭିଡ଼, ପାଣିସୁଅଟା ନାଆକୁ ଲକ୍ଷ୍ୟସ୍ଥାନରୁ ଦୂରକୁ ଟାଣିନିଏ । ମାତ୍ର ଟାଣୁଆ ନାଉରି ମଙ୍ଗ ଛାଡ଼େ ନାହିଁ । ଆମ୍ଭମାନଙ୍କ ଏଣେ ତେଣେ ଯାଉଅଛି ସତ୍ୟ ; ମାତ୍ର ମୂଳ କଥାଟା ହଲଚଲ ହୋଇପାରିବ ନାହିଁ; କଥାଟା ଦାଣ୍ଡେ ଦାଣ୍ଡେ ଚାଲିଯିବ । କଲମ

ପ୍ରବୃତ୍ତିରେଷା ଭୂତାନା–''

ଅର୍ଥାତ୍ ଭୂତମାନେ ବା ଭୂତପରି ଲୋକମାନେ ଏପରି କଥା କହନ୍ତି । ଠିକ୍ କଥା, 'ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟ । ମାତ୍ର ସଂସାର ରୂପ ବିଷବୃକ୍ଷରେ ଯେ ଦୁଇଗୋଟି ଅମୃତ ଫଳ ଫଳିଅଛି, ଏକଥା ଠିକ ସତ୍ୟ । ଚିହ୍ନରା କିଏ ? କେବଳ ଆମ୍ଭମାନଙ୍କୁ ସେ ଫଳ ଦିଓଟି ଜଣା 'ପରୋପକାରଂ ସ୍ଵର୍ଗୀୟ ପରର ଉପକାର କରିବା ହେଉଛି ଆମମାନଙ୍କର ବ୍ରତ । ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରିଅଛୁ । ଗୋଟିଏ ଫଳର ନାମ ତୁନି କଥା ଶୁଣିବାକୁ ଇଚ୍ଛା , ଆଉ ଗୋଟିକର ନାମ ପରନିନ୍ଦା । ତୁମେ କାହାରି ଘରର ଗୁପ୍ତ ଛିଦ୍ର କଥା କହ କି କାହାର ନିନ୍ଦା କର, ଦେଖ‌ିବ, ଲୋକମାନେ ଭାରି ଆନନ୍ଦରେ ମନ ଦେଇ ଶୁଣିବେ । ବୁଝିବା ହେଲେଟି କି ? ଫଳର ମାହାତ୍ମ୍ୟ ନଥିଲେ କି ତାହାର ଏଡ଼େ ଆନନ୍ଦ ହୁଅନ୍ତା ?

ସେକଥା ଯାଉ, ଆପଣଙ୍କୁ ପକାଇ ରଖୁବା ଉଚିତନୁହେଁ । ଏ ଦିଓଟି ସ୍ତ୍ରୀଲୋକ କିଏ, କି କି କଥା କହୁଅଛନ୍ତି, ସବୁ ଖୋଲାସା କରି କହିଦେବା ଉଚିତ । କୌଣସି କୌଣସି ଲୋକ ଅନେକ କଥା କହିବା ଆଗରୁ ଅନେକ ମୁଖବନ୍ଧ ଅନେକ ବକ୍ତୃତା କରିବସନ୍ତି ; ମାତ୍ର ସ୍ଵଭାବ ଏହାର ସମ୍ପୂର୍ଣ୍ଣ ବିପରୀତ । ଯା ବୋଲିବାର ପରିଷ୍କାର କରି ଝଟପଟ କହି ପକାଉଁ ଆଉ ଅନେକ ଲୋକ ଭୟରେ ଅନେକ କଥା ଲୁଚାନ୍ତି କିମ୍ବା କହୁ କହୁ କଣ କହିପକାନ୍ତି । ଏହିଦେଖ ନ୍ତୁ ନା ଦରବୁଢ଼ୀ ମାଈକିନିଆ ଦିଓଟି ଇଶାରାରେ କଣ କହୁ କହୁ ତୁନି ହୋଇଗଲେ । ମାତ୍ର ତନ୍ତୀଆଣୀ ମାଈକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି । ବୀର ପରି ସବୁକଥା କହିଯିବୁ । ଆଉ ଗୋଟିଏ କଥା କଣ ଜାଣନ୍ତି ? ଆମ୍ଭ ଆଉ ସନ୍ଦେହରେ ଆମ୍ଭମାନଙ୍କର ଦିଓଟି ଗ୍ରାମରେ ମନ୍ଦହେଉ ଭଳିଆ ଲୋକ ଡକାପାଡ଼ିଲେ ମଧ୍ୟ କେହି ଶୁଣିବାକୁ ନାହିଁ; କିନ୍ତୁ କେହି ପ୍ରଧାନ ଲୋକ ଆଁ କରିଦେଲେ ଦେଖୁବେ ଦୁଇଶ ଲୋକ ତାଙ୍କ ପାଟିକୁ ଅନାଇ ରହିବେ । ବିଲାତର ଲୋକେ ପ୍ରଧାନ ପ୍ରଧାନ ଲୋକଙ୍କ କଥା ଶୁଣିବାପାଇଁ ଅଣ୍ଟାରେ ପଇସା ଖୋସି ଦଉଡ଼ନ୍ତି । ଗଛମୁଳିଆ ସ୍ତ୍ରୀଲୋକ ସୁବିଖ୍ୟାତ । ଆପଣମାନେ ମଧ୍ୟ ସେମାନଙ୍କୁ ଭଲକରି ଚିହ୍ନନ୍ତି ମନୁଷ୍ୟମାନେ ରୂପରେ ନୁହେଁ, ଗୁଣରେ ସିନା ଚିହ୍ନାଯାନ୍ତି ! ଭଲ ହେଉ ବା ସାଧାରଣ କଣ୍ଟରୁ ଯାହାର ଗୁଣ ଯେତେ ବେଶି, ସେ ସେତେ ବିଖ୍ୟାତ । ଗୋବିନ୍ଦପୁର ଗ୍ରାମରେ ଊଣା ଅଧି

ମଧ୍ୟରେ 1 କାହାଣେ ମାଈକିନିଆ ଅଛନ୍ତି, ସେମାନଙ୍କ ଏ ଦିଓଟି ବଛା । ଗୋଟିଏ ଚତୁରତା ଓ ଧୂର୍ଭତାରେ ଆଉ ଗୋଟିଏ ସରଳତା ଓ ନିର୍ବୋଧତାରେ । ଦିଓଟି ବିଖ୍ୟାତ ସ୍ତ୍ରୀଲୋକ ପୁଣି ଗୁପ୍ତକଥା ଆପଣ କି ନ ଶୁଣି ଛାଡ଼ିବେ ? ସେଥ୍‌ସକାଶେ ସିନା ଲେଖୁବାକୁ ବସିଅଛୁ । ଆମ୍ଭେମାନେ ବହୁ ପରିଶ୍ରମ ବହୁ ଯତ୍ନ କରି ସେମାନଙ୍କର କଥା ସଂଗ୍ରହ କରିଅଛୁ । ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା । କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ସାରମର୍ମ ଲେଖୁଅଛୁ । ଦେଖ, ସାରିଆ - ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କ ଆଜ୍ଞାରେ ପୃଥ୍ବୀ ଚଳୁଛି ସଂସାର ଆତଯାତ ହେଉଚି, ତାଙ୍କ ଆଜ୍ଞା କି ଅନାସ୍ତା ହବ ? କେତେ ବାର ବରତ କରି ଦେବୀଙ୍କ ଆଜ୍ଞା ପାଇଚ, ତୁମର ଖୁବ୍ ଭାଗ୍ୟ । ଏଡେ ଭାଗ୍ୟ କାହିଁ ଦେଖ‌ିବାର ନାହିଁ ପରା ! ଏକା ସାଆନ୍ତଙ୍କ ଘର ଉପରେ ଦୟା ଥିଲା, ଏବେ ତମ ଉପରେ ହେଲା । ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇଦିଅ ତ, ଦେଖ‌ିବ ତମ ଘର ଲକ୍ଷ୍ମୀ ଭଣ୍ଡାର ହୋଇଯିବ । ପଣ ପଣ, କାହାଣ କାହାଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡି ଧାଡି ଧାନ ମରେଇ ବସିଯିବ, ଭଗବାନ କି ଆଉ ତନ୍ତ ବୁଣିବ ? ତମ ପଛରେ ଦଶଜଣ ପୋଇଲୀ ଗୋଡେଇବେ, ତମେ ମଙ୍ଗଳାଙ୍କ ଆଜ୍ଞା ମାନ; ଯେପରି ହେଉ ମନ୍ଦିରଟା ବନାଇଦିଅ । ଟଙ୍କା ସକାଶେ ଭାବନା କ'ଣ ଅଛି ? ମଙ୍ଗଳାଙ୍କ ଶୁଣିଲେ ଟଙ୍କା କିଏ ନ ଦେବ ? ଆଉ କୁଆଡେ କ୍ୟା ଖୋଜିବ ? ମଙ୍ଗରାଜଙ୍କ ମଧ୍ଯ ଅନଭ୍ୟସ୍ତ ତାହାର କାନରେ ପଡିଲେ ରାତି ଅଧରେ ଟଙ୍କା ଗଣି ଦେବେ । ସେ କଥାରେ ମୁଁ ଲଗା ହେଲି, ମୁଁ ଟଙ୍କା ଆଣି ଦେବି, ତୁମକୁ କିଛି କରିବାକୁ ହେବନାହିଁ । ବେଶି ଟଙ୍କା ଲୋଡା ନାହିଁ, ଦେଢ଼ଶ ଟଙ୍କା ହେଲେ ଖୁବ୍ ଗୋଟାଏ ବଡ ମନ୍ଦିର ହୋଇଯିବ । କେନ୍ଦରାପଡାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡା ହେବ । ତମ ଛ'ମାଣ ଆଠଗୁଣ୍ଠ ଜମି କଣ୍ଠ ଲେଖୁଦେବ, ମୁଁ ଟଙ୍କା ଆଣି ଦେବି । ତମ ଜମି ତ କେହି ଘେନିଯିବ ନାହିଁ, ଯେଉଁଠା ଜମି ସେହିଠାରେ ରହିବ, କେବଳ ଗୁଜାରେ ଲେଖାଯିବ । ମନ୍ଦିର ବନାସରିଲେ ତ ତମେ କେତେ ଲୋକଙ୍କୁ ଟଙ୍କା ଦେବ । ମା ମଙ୍ଗଳା କିଛି ଶକୁନ ଦେଇଥ‌ିବେ, ନିଶ୍ଚେ ଦେଇଥ‌ିବେ । ସେ ପ୍ରଥମେ ଶକୁନ ପରି ଗୋଟିଏ ସୁନାଟଙ୍କା ଦିଅନ୍ତି, ସେ କିଛି ରୂପା-ଟଙ୍କା ଦେବେ ?

ବକ୍ତୃତାକାରିଣୀ କଥା ଯେ ସାରିଆ ହୃଦୟଙ୍ଗମ କରିପାରିଲା, ଏହା ଆମେମାନେ ବିଶ୍ଵାସ କରିପାରୁ ନାହୁଁ । ସେ ବଲବଲ କରି ଚାହିଁ ରହିଥାଏ । ପଣ ପଣ ଟଙ୍କା, ଦେଢ଼ଶହ ଟଙ୍କା । ଦେଢ଼ଶହ ଟଙ୍କାର ଅର୍ଥ ବୁଝିବା ତାହା ପକ୍ଷରେ କି ସହଜ କଥା ? ଟଙ୍କାକର ପଇସା ଗଣିବାକୁ ହେଲେ ସାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳିଦେଇ ଦୁଇ ତିନି ଘଣ୍ଟା ମଧ୍ୟରେ ଗଣିକରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚ ସୁକା କି ଅଠର ଅଣାର ଲୁଗା ବିକ୍ରି ହୁଏ, ସେଦିନ ତାହା ଭାଇ ଲୋକନାଥୁଆ ପାଖରୁ ଗଣାଇଆଣେ । ଛ ଜଣ ପୋଇଲୀ ପଶିବେ, ଏହା ବିପଦ କି ସମ୍ପଦ । ମହାମୁସ୍କିଲ ! ଭଗିଆ ପାଖରେ ନାହିଁ, କରେ କ'ଣ ? ପଳାଇପାରିଲେ ରକ୍ଷା । ସାରିଆ ଗୋଟିଏ ଦୀର୍‌ଘନିଃଶ୍ଵାସ ପକାଇ ଥରେ ପାଣିମାଠିଆକୁ ଅନାଇ - ଚମ୍ପା ସାଆନ୍ତାଣୀ ' ଏତିକି କହି ତୁନି ହେଲା, ଆଉ କିଛି କହିପାରିଲା ନାହିଁ; ମାତ୍ର ଧୂର୍ଭା ଚତୁର ଚମ୍ପାର କିଛି ବୁଝିବାକୁ ରହିଲା ନାହିଁ | ତାର ମନ୍ତ୍ର ଯେ କିଛି କାଟ କଲା ନାହିଁ, ତାହା ସେ ବେଶ୍ ବୁଝିନେଲା । ପୁଣି ଶିକାର ହାତରୁ ପଳାଇବା ସକାଶେ ଛଟପଟ ହେଲେଣି । ଢ଼େର ଦିନ ଖୋଜି ଖୋଜି ବିରାଡି ଇଲିଶି ଧରିଅଛି, ତାହା ଦାଢ଼ରୁ କି ସହଜରେ ପଳାଇବ ? ମନ୍ତ୍ର ବଦଳାଇବା ଦରକାର । ଆଉ ଘରେ ପାଞ୍ଚ 

ଚମ୍ପା 'ଦେଖ ସାରିଆ, ଟଙ୍କାରେ କ'ଣ ଅଛି ସୁନାରେ କ'ଣ ଅଛି? ଟଙ୍କାସୁନାରେ କେହି ସ୍ଵର୍ଗକୁ ଯାଏ ନାହିଁ । ମୂଳକଥା ପିଲାଝିଲା । ଯେଉଁ ଘରେ ପିଲା ନାହିଁ, ସେ ଘର ତ ଦିନ ଦିପହରରେ ଅନ୍ଧାର । ବାଞ୍ଝି ବରଡ ହେବା କି ଊଣା ପାପ ? ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ । ସେ ଦିନ ଗୋସେଇଁ ପୋଥ୍‌ରେ ଗାଇଲେ –

'' ଯାହାର ପିଲାଝିଲା ନାହିଁ, ସକାଳୁ ତା ମୁହଁ ଚାହିଁବି ନାହିଁ । ତିନିପୁଅ ତୀ ସୁଲକ୍ଷଣୀ ବାଞ୍ଛବରଡୀ ଗାଁ ନିଉଛୁଣୀ । ଯାହାର ଘରେ ପୁଅ ଝିଅ ନ ଥାଏ, ସେଇ ମାଇକିନିଆ ବଡ ଦୁଃଖ ପାଏ । ''

ଭାଗବତ ପାଠ କ'ଣ ମିଛ ? ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ଡିଆ ମାରୁଛନ୍ତି ? ଆଉ ତମେ ଦେଖୁବଟି, ବଡିସକାଳୁ ତମ ଦୁଆର ବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟା ଚାଲନ୍ତି ନାହିଁ ? ତମ ମୁହଁ ଦେଖୁବେ ନାହିଁ ବୋଲି । ତମେ ଶୁଣିଥ‌ିବ, ଆମ ସାଆନ୍ତାଣୀ ପ୍ରଥମେ ବାଞ୍ଝି ଥିଲେ, ଦିନ ଘଡିଏଯାଏ ଆମେମାନେ ତାଙ୍କ ମୁହଁ ଚାହୁଁ ନ ଥିଲୁ ପରା । ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା ଦେଲେ ଦେବୀଙ୍କର ତମ ଉପରେ ଯେପରି ଦୟା ହେଲା | ଏବେ ଦେଖ, ନାତିନାତୁଣୀ ଦେଖ‌ିବାକୁ ବସିଲେଣି । '

ସାରିଆ ଚାହିଁ ସ୍ଵପ୍ନ ଦେଖୁଅଛି, କଥା ସବୁ ଶୁଣି ତା କାନ ଭାଁ ଭାଁ ଡାକିଲାଣଟି, ପଳାଇବାକୁ ଇଚ୍ଛା , ବାଟ ନାହିଁ ? ବିରାଡି ମୂଷା ବେକ ମାଡି ବସିଅଛି। ଦୁଇ ଆଜ୍‌ରେ ପାଣି ଢ଼ଳ ଢ଼ଳ କରୁଅଛି । କଥା କହିବାକୁ ଇଚ୍ଛା , ପାଟି ଫିଟୁନାହିଁ । ବହୁତ କଷ୍ଟରେ ପାଟି ଫିଟିଲା । ସାରିଆ - ମୁଁ କ'ଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଗ୍‌ନେଲେ ଫେରାଇ ଦିଅନ୍ତି ନାହିଁ । ସାରିଆ - ମୁଁ କଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଲ୍ଡେନେଲେ ଫେରାଇ ଦିଅନ୍ତି ନାହିଁ ।

ଚମ୍ପାରାମ ! ରାମ ! ରାମ ! ଏ କି କଥା କହିଲ ! ମଙ୍ଗଳା କାମକୁ ଟଙ୍କା ଦେବେ; ତମ ଜମି ନେବେ ? ସେ ଗାଁଲୋକଙ୍କ କଥା ଶୁଣୁଛ କ୍ୟା ? ଏ ଗୋବିନ୍ଦପୁର ଗାଁଟା ପୃଥୀର ନିଉଁଛଣା । ଏ ଗାଁ ମାଈକିନିଆଏ ଦିନ ଦିପହରେ ବୁଡାଇମାରିବେ ପରା । ତମ ସୁଖ ଦେଖୁ ସେମାନେ ହାଇଁପାଇଁ ହେଉଛନ୍ତି । ଏ ଗାଁର ଶାଗଖ୍କୁ ପେଜ ଦେଖିପାରେ ନାହିଁ । ତମେ କାହାରି ପାଖରେ କିଛି କହିବ ନାହିଁ । ଆହୁରି ଦେଖ; ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖ୍ ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରର ତିନିଜଣ ମାଈକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ଡ ହୋଇଗଲେ, ତମେ କଣ ଏ କଥା ଶୁଣିନାହଁ ? ସାରିଆ ନିଶ୍ଚଳ କାଠ ପିତୁଳାଟି ପରି ସବୁକଥା ଶୁଣୁଥିଲା, ଶେଷ କଥାଟା ଶୁଣି ଆଉ ସମ୍ଭାଳିପାରିଲା ନାହିଁ, କାନ୍ଦି ପକାଇଲା । କଇଁ କଇଁ ହେଇ କହିଲା, ମୁଁ କଣ କରିବି ? ଚମ୍ପା ସାଆନ୍‌ତାଣି, ମୁଁ କଣ କରିବି ? ଚତୁରୀ ଚମ୍ପା ଏତେବେଳେ ସାରିଆର ମନକଥା ବେଶ୍ ବୁଝିନେଲା, ମନ୍ତ୍ର କାଟୁ କରୁଥିବାର ଜାଣି ମନ ମଧ୍ୟରେ ଖୁବ୍ ଖୁସିଟାଏ ହୋଇ କହିଲା, '' ଦେଖ ସାରିଆ ! ତମେ କିଛି ଡର ନାହିଁ | ତମକୁ କିଛି କରିବାକୁ ହବ ନାହିଁ, ମୁଁ ସବୁ କରିଦେବି ।''

ସାରିଆ - ନାହିଁ ନାହିଁ, ମୋର କିଛି ଲୋଡା ନାହିଁ, ସେ ଭଲ ଥାଆନ୍ତୁ ।

ଚମ୍ପା - କିଛି ଡର ନାହିଁ, ଭଗବାନ ଗୋଡରେ କଣ୍ଟା ବାଜିବ ନାହିଁ । (ଚମ୍ପା ଦଧ୍ଵବାମନ ଧଣ୍ଡା ଓ ମୂର୍ତ୍ତିଏ ରସକୋରା ମହାରଦ ସାରିଆ ହାତରେ ଦେଇ କହିଲା) ଦେଖ ସାରିଆ, ଏହି ଧଣ୍ଡା , ଏହି ମହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରିଦେବି, ତମର ତିନି ପୁଅ ହେବ, ଆଉ ଭଗବାନର କୋଟିଏ ଆୟୁ ହେବ, କିଛି ଚିନ୍ତା ନାହିଁ ।

ସାରିଆ - ମୁଁ କଣ କରିବି ? ଚମ୍ପା ସାଆନ୍ତାଣୀ, ମୁଁ କଣ କରିବି । ଚମ୍ପା - ତମକୁ କିଛି କରିବାକୁ ହବ ନାହିଁ, ଆଜି ସନ୍ଧ୍ୟାବେଳେ ତମେ ଦୁଇଜଣ ଏଠିକି ଆସିବ, ଯାହା କରିବାକୁ ହେବ, ମୁଁ କରିଦେବି । ଆଉ ଭଗବାନ ଓ ମଙ୍ଗଳା । ବରତ ଧଇଲେ ଯେତେବେଳ ଯାଏ ମଙ୍ଗଳାଙ୍କ କାମ ନ ହେଇଚି, ଦୁଇଜଣସିନା କରି ଓପାସ ରହିଥ‌ିବ, ଖାଲି ଅଳ୍ପ ଚୁଡା ଖାଇବ। ତମେମାନେ ବରତ କଥା ଜାଣି ନାହଁ; ସେଥ୍ପାଇଁ କହୁଛି ।

ତାହାବାଦ୍ ସାରିଆ ଧୀରେ ଧୀରେ ଦୀଘି ମଧ୍ଯକୁ ଗାଧୋଇବାକୁ ଗଲା । ଚମ୍ପା କେତେବେଳଯାଏ ଗଛମୂଳରେ ଠିଆହୋଇ ଚାରିଆଡକୁ ଅନାଇ ସନ୍ତୁଷ୍ଟ ଚିତ୍ତରେ ସାଆନ୍ତଙ୍କ ଉଆସ ଆଡକୁ ଚାଲିଗଲା ।

ଆମ୍ଭେମାନେ ଗୁପ୍ତଭାବରେ ଅନୁସନ୍ଧାନ କରି ସମ୍ବାଦ ପାଇଅଛୁ, ସେଦିନ ଅଧରାତିଯାଏ ସାରିଆ ଉଆସ ମଧ୍ଯରେ ଥିଲା, ଭଗବାନ କଚେରୀରେ ଥିଲା । ତହିଁଆର ଦିନଠାରୁ ଚାରିଦିନଯାଏ ଭଗବାନକୁ ଗାଁମଧ୍ୟରେ କେହି ଦେଖୁନାହିଁ । ତାହାକୁ କଟକ ବାଟରେ ଲୋକେ ଦେଖିଥ‌ିବାର କେହି କେହି କହନ୍ତି ।

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ