shabd-logo

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023

0 ଦର୍ଶନ 0

ପରିଚ୍ଛେଦ - ୧୦ 

ଭଗିଆ ଆଉ ସାରିଆ

ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦରକାର ନାହିଁ; ମାତ୍ର ଆଉ ନବ୍ୟ ବାବୁମାନଙ୍କୁ ବୁଝାଇଦେବା ଦରକାର । କାରଣ ସେମାନେ ବିଦ୍ଧାନ୍ , ବଡ଼ ବଡ଼ କଥା ପଢ଼ିଅଛନ୍ତି , ବଡ଼ ବଡ଼ କଥା ଜାଣନ୍ତି । ଆପଣା ଜେଜେବାପାର ବାପା ନାମ ପଚାର, ଅଣ୍ଡାଳି ହେବେ; କିନ୍ତୁ ଇଂଲଣ୍ଡର ତୃତୀୟ ଚାର୍ଲସ୍‌ର ପଞ୍ଚଦଶ ପୁରୁଷଙ୍କ ନାମ ସେମାନଙ୍କର କଣ୍ଠସ୍ଥ ଇଂରେଜ ସମାଜ ବା ଫରାସୀସମାଜର କଥାଗୁଡ଼ାକ ପଢ଼ିଲେ ଲୋକେ ବିଦ୍ଧାନ୍ କହିବେ । ଆପଣାର ବା ପ୍ରତିବାସୀ ଜାତି ଓ ସମାଜର କଥା ଜାଣିବାର ଦରକାର କ'ଣ ? ଯାଉ, ସେଥ୍ରେ କ'ଣ ଅଛି ? ବାବୁମାନେ ଏକଥା ଶୁଣିଲେ ଖପା ହୋଇଯିବେ, ଆମ୍ଭମାନଙ୍କର କହିବା ଦରକାର କ'ଣ ?

ଜାତିଆଣ ଟଙ୍କାର ଅର୍ଥ ଏହି ଯେ, ଜାତି ମଧ୍ୟରେ କେହି ଭଲ ମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି କିମ୍ବା କେହି ଗରିବ ଜାତିଭାଇ ଦେଇ ନ ପାରିଲେ ପଞ୍ଚଗୋସେଇଁ କିଛି ମାନ୍ୟନେଇ ତାହାକୁ ଉଠାଇ ନିଅନ୍ତି । ଟଙ୍କା ପରମାଣିକ ଜିମାରେ ଥାଏ । ସେହି ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଏହି ନିୟମ ସବୁ ହାଟୁଆ ଜାତିରେ ଚଳେ । ଆହା ! ଏହି ସୁନ୍ଦର ପ୍ରଥାଟି ଦିନକୁ ଦିନ ଲୋପ ପାଉଅଛି । ଆଜିକାଲି ଅଦାଲତ ଦୁଆର ମେଲା, ଲୋକମାନେ ଜ୍ଞାନୀ ଅର୍ଥାତ୍ ସଭ୍ୟ ହେଲେଣି, ପାଞ୍ଚଶାସନ କିଏ ମାନୁଛି ? ଇଂରେଜୀ ଆଇନ କହେ, 'ଦେଖ ବାବା ସାବଧାନ ! ତୁମ୍ଭେ ଯଦି କିଛି ଅପରାଧକର ଆଉ ସଣ୍ଡ୍‌ରେ ଯଦି ଆଇନସଙ୍ଗତ ପ୍ରମାଣ ପାଉଁ ଦଣ୍ଡ ଦେବୁ।'

ଚଲାକ୍ ଲୋକ କହିଲା, 'ଆଜ୍ଞା ଯେମନ୍ତ ପ୍ରମାଣ ନ ପାଇବେ ସେଥ୍ର ଫିକର ମୋତେ ଜଣା । ' ଆଉ ଓକିଲ ତାହା ପିଠି ଥାପୁଡ଼ାଇ କହିଲେ, 'କୁଛ ପରିବା ନେହିଁ, ଟଙ୍କା ଆଣ, ମୁଁ କଳାକୁ ଧଳା ଧଳାକୁ କଳା କରିଦେବି । ' ଏଥରେ ଏହି ଫଳ ହେଉଅଛି ଯେ, ଅନେକ ଚଲାକ୍ ଓ ଧନ୍‌ବାନ ଲୋକ ଶତ ଅପରାଧ କରି ମଧ୍ଯ ଦେହ ଝାଡ଼ି ଚାଲିଯାଉଅଛନ୍ତି, ନିରୀହ ନିର୍ଜନ ଲୋକଙ୍କୁ ହରବରରେ ପଡ଼ିବାକୁ ହେଉଅଛି । ଆଉ ଦୁଇ ପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କାଙ୍ଗାଳ । ସେହି ଟଙ୍କା ବାର ଭୂତ ଗୋଟାଇ ଖାଉଅଛନ୍ତି । ଆଉ ପଞ୍ଚୁଆତିଙ୍କ ଆଗ୍‌ରେ ଧୂଳି ପକାଇବାର ବାଟ ନାହିଁ । ପୁଣି ପ୍ରକୃତ ଅପରାଧୀ ଠାରୁ ଜରିମାନା ଅସୁଲ ଟଙ୍କା ସତ୍‌କାର୍ଯ୍ୟରେ ଲାଗୁଥିଲା | ନିର୍ବୁଦ୍ଧିପ୍ଟର ସହିତ ତନ୍ତୀଜାତିର ଥ‌ିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖ‌ିଲେ ଲୋକେ ବୋଲନ୍ତି , ଆରେ ତୁଟା ତନ୍ତୀ ନା କ'ଣ ରେ ?' ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ଡାଇ । ଆପଣ ସଭ୍ୟତା ଶିଖୁଲେ ତନ୍ତୀମାନଙ୍କର ଦଧ୍ଵବାମନ ମନ୍ଦିର ତୟାର କଥା ଶୁଣି ସେହି ପ୍ରବାଦକୁ ଅକାଟ୍ୟ ସତ୍ୟ ବୋଲି ବିଶ୍ଵାସ କରିବେ । ଆପଣ କହିବେ, ସାଧାରଣ ଟଙ୍କା ଗୁଡ଼ିକ ଏପରି ଅପବ୍ୟୟ କିମ୍ପା ? କିଲିଟର ସାହେବଙ୍କ ନାମରେ ହାସପାତାଳ ବସାଅ, ମନ୍ଦିରଟା କ'ଣ ? ଗୋଟାଏ ସମ୍ବନ୍ଧ

ଆପଣଙ୍କ । ଯେମନ୍ତ ପଙ୍କଜ ବୋଇଲେ ଆପଣଙ୍କ ମନ ଯୋଗଇ କଥା କହିବା ଆମ୍ଭମାନଙ୍କର କାର୍ଯ୍ୟ ; ମାତ୍ର କଥାଟା ଆମ୍ଭମାନଙ୍କ ମନକୁ କିପରି ଲାଗୁଅଛି । ଆପଣଙ୍କୁ କୁହାଯାଉ ନାହିଁ ଏ କଥା ଠିକ୍, କିନ୍ତୁ ତନ୍ତୀ ବୁଦ୍ଧି ଅର୍ଥ କ'ଣ ଜାଣନ୍ତି, ଏହା ଭୋଟାଏ ଯୋଗରୂଢ଼ ଶବ୍ଦ ପଦ୍ମ , ତେବେ ପଙ୍କରୁ ଯେ ଜାତ ହେବ ଅର୍ଥାତ୍ ଘୋଡ଼ାଦଳ, ଶିଉଳି, ଶାମୁକା, ଗେଣ୍ଡା ସମସ୍ତେ କି ପଦ୍ମ ? ତାହା ନୁହେଁ । ସେହିପରି ତନ୍ତି ଅର୍ଥ ନିର୍ବୁଦ୍ଧିଆ ନିର୍ବୁଦ୍ଧିଆ ଅର୍ଥ ତ ନୁହେଁ । ସେଦିନ ମାଞ୍ଚେଷ୍ଟରର ତନ୍ତମାନେ ପାର୍ଲିଆମେଣ୍ଟ କମ୍ପାଇଦେଲେ ତାହା କି ଜାଣନ୍ତି ନାହିଁ ? ଆପଣ ଯେ ବାବୁ ସାଜିଅଛନ୍ତି, ତାହା ତ କେବଳ ତନ୍ତୀ -ପ୍ରସାଦାତ୍ ପ୍ରକାର ତନ୍ତୀଙ୍କ ବୁଦ୍ଧି ପ୍ରତି ଦୋଷାରୋପ କରିବା ଏକପ୍ରକାର ବୈମାନି । ହିସାବ ଧରିଲେ ଆମ୍ଭମାନଙ୍କ ପୂର୍ବପୁରୁଷ ସମସ୍ତେ ତନ୍ତୀ ଥିଲେ । ଏଥର ପ୍ରମାଣ ସଂଗ୍ରହ ନିମନ୍ତ ପ୍ରତ୍ନତତ୍ତ୍ଵ ବିଦ୍ୟାର ଅନୁଶୀଳନ କରିବାର ନାହିଁ ଲୋକମାନଙ୍କ । ଗ୍ରାମ ଗ୍ରାମକେ ଠାକୁର ମନ୍ଦିରଗୁଡ଼ିକ ସେଥ‌ିରେ ପ୍ରତ୍ୟକ୍ଷ ସାଖ୍ | କୌଣସି ବିଷୟରେ ଦୁଇପଟ ନଦେଖ୍ ହଠାତ୍ ସିଦ୍ଧାନ୍ତରେ ଉପନୀତ ହେବା ତନ୍ତୀନ୍ମର ଚିହ୍ନ ବୋଲି ଆମ୍ଭେମାନେ ବିଶ୍ଵାସ କରୁ । ଦେଖାଯାଉ, ଠାକୁର ମନ୍ଦିରଗୁ ଡ଼ାକ ବାସ୍ତବିକ ତନ୍ତୀଙ୍କ କାର୍ଯ୍ୟକି ନୁହେଁ । ଘୋର ମଫସଲିଆ କଥା ଆପଣଙ୍କୁ ଜଣାଥିବ । ସେମାନେ ଦିନଯାକ ଦୁଃଖଧନ୍ଦାରେ ଲାଗିଥାନ୍ତ , ସଞ୍ଜ ହେଲେ ମୁଠାଏ ମୁଠାଏ ଖାଇ ଶୋଇପଡ଼ନ୍ତି । ଗ୍ରାମରେ ଧର୍ମପ୍ରଚାରକ ନାହାନ୍ତି , ଲାଇବ୍ରେରୀ ନାହିଁ, ଧର୍ମକଥା କାହୁଁ ଶୁଣିବେ ? ଠାକୁର ମନ୍ଦିରରେ ସଞ୍ଜ ସକାଳେ ଶଙ୍ଖ ଘଣ୍ଟାବାଜେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଶବ୍ଦ ଜଣାଇ ଦିଏ ଜଗତରେ ପ୍ରଭୁ ଅଛନ୍ତି । ସେଠାରେ ଭାଗବତ ଗାଦି ଅଛି, ରାଧାଷ୍ଟମୀ, ଜନ୍ମାଷ୍ଟମୀ କାର୍ତ୍ତିକ ମାସ ପ୍ରଭୃତି ପର୍ବଦିନ ମନ୍ଦିରରେ ଭାଗବତ ପାଠହୁଏ, ଲୋକମାନେ ଯାଇ ଶୁଣନ୍ତି । ମନ୍ଦିର ନ ଥିଲେ ପ୍ରଭୁଙ୍କ ନାମ ବା ଧର୍ମଗ ାନ୍ତ ଶୁଣିବାର ଉପାୟ ନ ଥିଲା । ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜ ଅଖଞ୍ଜରେ ଭାତରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ । ପଞ୍ଚୁଆତି, ଗ୍ରାମଲୋକଙ୍କ ଦୋଷାଦୋଷର ବିଚାର ଠାକୁରମନ୍ଦିରରେ ହୁଏ | ଆମ୍ଭେମାନେ ସଂକ୍ଷେପରେ ଇଂରାଜୀ ତରଜମା କରିଦେଲେ ଆପଣ ସହଜରେ ବୁଝିପାରିବେ, ଠାକୁରମନ୍ଦିର ଗୁଡ଼ିକରେ ଗ୍ରାମ ଚର୍ଚ୍ଚ (ଭୋଜନାଳୟ), ପବ୍‌ଲିକ୍ ଲାଇବ୍ରେରୀ (ସାଧାରଣ ପୁସ୍ତକାଳୟ ), ହୋଟେଲ (ଭୋଜନାଳୟ), ଟାଉନ୍‌ହଲ୍ (ଭାଗବତ ଘର) ଏହି ଚାରି କାର୍ଯ୍ୟ ଚଳେ । ସେ କଥା ଯାଉ, ଆମ୍ଭମାନଙ୍କୁ ଆଉ କଥା ଲେଖିବାକୁ ହେବ । ମଧ୍ୟରେ

ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତୀମାନଙ୍କର ପରମାଣିକ ଅଛି, ସେ ଜାତି ମଧ୍ୟରେ ପ୍ରଧାନ । ପରମାଣିକକୁ ନ ଧରିଲେ ଜାତିଆଣ କର୍ମ କିଛି ଚଳେ ନାହିଁ । ବାହା, ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ । ସେଥ୍‌ସକାଶେ ମୂର୍ତ୍ତିଏ ଲୁଗା ଆଉ ଗୋଟିଏ ଗୁଆ ମାନ୍ୟ ପାଏ । ଜାତିର ହାରିଗୁହାରି ପରମାଣିକ ଠାରେ ହେଲେ ସେ ଗୁଆ ଦେଇ ପଞ୍ଚୁଆତ ମଧ୍ଯ ଜଣେ ମେମ୍ବର ସଙ୍କୁଳି ଆଣେ । ସଭାରେ ଫୁଲଚନ୍ଦନ ଆଗେ ପରମାଣିକକୁ ଦିଆଟାଏ । ଜାତିଭାତରେ ପରମାଣିକ ଆଗେ କୃଷ୍ଣ ନ କଲେ କାହାରି ହାତ ଚଳେ ନାହିଁ | ଏହି ପରମାଣିକ ପଦଟା ପୁରୁଷାନୁକ୍ରମିକ ଅର୍ଥାତ୍ ପରମାଣିକ ପୁଅ ପରମାଣିକ ହେବ କିମ୍ବା ତାହା ବଂଶରୁ କେହିଜଣେ ହେବ, ଯେ ସେ ଲୋକ ହୋଇପାରିବ ନାହିଁ । ବର୍ତ୍ତମାନ ପରମାଣିକର ନାମ ଭଗିଆ ଚନ୍ଦ । ଭଗିଆ ବିଚରା ବଡ଼ ସାଦାସିଧା ଲୋକ, ଛନ୍ଦ କପଟ ତା ମନକୁ ଛୁଇଁ ନାହିଁ । ତାକୁଶାଗ କହ-ହଁ, ମୁଗ କହ-ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ଡା ତନ୍ତୀ ବୋଲି ଡାକନ୍ତି ଆପଣଙ୍କ ମୁହଁ ଆକାରରୁ ସବୁକଥା ଜଣାପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ-ଏଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କ'ଣ ? ବାପା ପରମାଣିକ ଥିଲା ବୋଲି ହୁଣ୍ଡାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ , ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ବା ଇଉନାଇଟେଡ୍‌ ଷ୍ଟେଟ୍‌ର ପ୍ରେସିଡେଣ୍ଟ ବାଛିଲାପରି ପାଞ୍ଚଜଣର ଭୋଟ (ମତ) ନେଇ ଜଣେ ସିଆଣିଆ ଭଳିଆ ଲୋକକୁ ପରିମାଣିକ କର । ତାହା ନ କରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ | କଥାଟା ଏକା ସତ । ମନ ଲାଗିଗଲା ପରା । ହକ୍ କଥାରେ ଉଁ ଚୁ କରିବାକୁ କି ପଟ ଧରି ଚାଲିଲୁ, ଏଣିକି ଆଉ ବାଟ କାହିଁ ? ଆମ୍ଭେମାନେ ପ୍ରତିଜ୍ଞା କରିଛୁ ବା ବରିବୁ, ତନ୍ତୀ କଥାରେ ଆଉ ପାଖ ପଶିର୍ବୁ ନାହିଁ, ହେଲେ, ତନ୍ତୀମାନଙ୍କୁ ଚିହ୍ନି ରଖୁବାର ଉଚିତ୍ । ହେ ପାଠକ ଅବଧାନ! ଆମ୍ଭ ମାନଙ୍କର ଜ୍ଞାନ ଅତି ଅଳ୍ପ ; ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍‌ତୀ ଚିହ୍ନାଇ ଦେଉଁନ୍ତୁ । ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ

ହିନ୍ଦୁ ହୋଇଥିଲେ ବେଦ ବେଦାନ୍ତ ହିନ୍ଦୁଶାସ୍ତ୍ର ଅବଶ୍ୟ ମାନ୍ୟ କରିବେ ଅଛି 'ସମୋଦମସ୍ତପଃ ଶୌଚଂ ସନ୍ତୋଷ କ୍ଷାନ୍ତରାର୍ଜବଂ ମଦ୍‌ଭକ୍ତିଶ୍ଚ ଦୟା ସତ୍ୟ ବ୍ରହ୍ମପ୍ରକୃତମୟସ୍କମା ଏହି ସମସ୍ତ ଲକ୍ଷଣ

ସେହି ବ୍ରାହ୍ମଣଙ୍କ ମସ୍ତକରେ ଧାରଣ କରିବାକୁ ଶଏବାର ପ୍ରସ୍ତୁତ ; ମାତ୍ର

ବ୍ରହ୍ମହ୍ମର

ପଦଧୂଳି ଆମ୍ଭେମା ନେ

ଶୁଣ ପରୀକ୍ଷ

ନରନାଥ

। ତାମ୍ପଡ଼ା ଶୁଖୁଆ ପଖାଳ ଭାତ । ।

ସି-ଅକ୍ଷର ବିବର୍ଜିତ

। ଚିତା-ପଇତାଦି ଶୋଭିତ

ବିଲ ବାଛିବାକୁ ଆଗ । ଦହି ଚୂଡ଼ାକୁ ବାଘ

ସନ୍ଧ୍ୟା -ଗାୟତ୍ରୀହୀନ । ବିଳରୁ ଚିପନ୍ତୁ ମୀନ

ପୋଥ୍‌ରୁ ନ ଫିଟେ ଡୋରି । ଯଜମାନ ଚାଉଳ-ଚୋରି

ସଭାରେ ନ ଫିଟେ ପାଟି । ନାମଟି ସୁନ୍ଦର ତ୍ରିପାଠୀ

ସୁନ୍ଦର ତିହାଡ଼ିକୁ ଓଳଗି ହୁଏ, କାରଣ ସେ ବ୍ରାହ୍ମଣ ଔରସରୁ ଜାତ । ସୁନ୍ଦର ତିହାଡ଼ି ଆପଣଙ୍କ କୁଳପୁରୋହିତ, ଯେହେତୁ ତାହାଙ୍କ ବାପା ପୁରୋହିତ ଥିଲେ । ଆପଣଙ୍କୁ ବୋଲିବାକୁ ସାହସ ଅଣ୍ଟୁନାହିଁ, କିନ୍ତୁ ଆମେମାନେ ପାଞ୍ଜିରେ ନାମ ଲେଖୁସ୍‌ ।

ପୁଣି ଶାସ୍ତ୍ରରେ

ଲେଖାଅଛିଯ-

''ଆଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞନଶଳାକୟା ।

ଚକ୍ଷରୁନ୍ଥିଳିତଂ ଯେନ ତସ୍ମି ଶ୍ରୀ ଗୁରୁବେ ନମଃ ।'' ଅଜ୍ଞାନରୂପ ନେତ୍ର ରୋଗରେ ଅନ୍ଧ ବ୍ୟକ୍ତିର ଚକ୍ଷୁ ଜ୍ଞାନରୂପ ଅଞନଶଳାକାଦ୍ଵାରା ଯେ ଉନ୍ନୀଳିତ କରନ୍ତି ସେହି ଗୁରୁଙ୍କୁ ନମସ୍କାର କର ।

ସତ୍ୟ ବୋଲନ୍ତି ଏପରି ଲୋକକୁ ଗୁରୁ କରନ୍ତି, କି ଗୁରୁର ପୁତ୍ର ଆପଣଙ୍କ ଗୁରୁ ? ଯାଉ, ସେ କଥାଗୁଡ଼ାକ- କହିଲେ କ'ଣ ହେବ ? ମାତ୍ର ତନ୍ତୀ ଚିହ୍ନା ପଡ଼ିଗଲେ । ଗୋଦରୀ ଲୋ ଆପଣା ଗୋଡ଼କୁ ଅନା । ଖୋଜିବସିଲେ ଦରଦର 'କୁହୁଡ଼ି ପହଁରା' ଢେର ପାଇବା । ଧାନକୁଟୁଣା ଭାଗବତ ପଢ଼ିଲା ପରି ଆମ୍ଭେମାନେ ଗାଁ କଥା ଲେଖୁ ଲେଖୁ ଆପଣଙ୍କ ଭଳିଆ ଲୋକଙ୍କ କଥା କହି ବସିଅଛୁ । ତେବେ କ'ଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡ଼ୁ, ଢିପରେ ପଡ଼ୁ ସମସ୍ତେ ଦି'କଥା ମାରିଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ା ମଧ୍ଯ ଆଁ କରିଦିଏ ।

କେବଳ ଆମ୍ଭମାନଙ୍କ ଆମ୍ଭମାନଙ୍କ ସେସବୁ କଥା ଥାଉ, ଏବେ ଗାଁକଥା ଶୁଣନ୍ତୁ । ଆଟିକାମାପକୁ ପଲମ । ଭଗିଆ ଯେପରି ହୁଣ୍ଡା, ତ ଭାର୍ଯ୍ୟା ସେହିପରି ହୁଣ୍ଡୀ , ନାମଟି ଶାରିଆ । ବୟସ ଅନ୍ଦାଜ ପଚିଶ ହେବ । ସାରିଆର ଗୁଣ ତ ଶୁଣିଲେ, ରୂପ କଥା ଶୁଣିବେ କି? ଦେଖନ୍ତୁ ପରପ୍ରତ୍ୟାଶୀ ହେବା ଗୋଟାଏ ଭାରି ଖରାପ କଥା । ଆପଣ ବୁଦ୍ଧିବଳରେ ଅନୁମାନଦ୍ୱାରା କିଛି କିଛି ବୁଝିବାକୁ ଚେଷ୍ଟାକରନ୍ତୁ ହାତକୁ ଚାହିଁ ରହିବେ ନାହିଁ। ଅନୁମାନ ଦ୍ଵାରା ବୁଝିବାକୁ ହୁଏ ସେଥ‌ିର ମୂଳସୂତ୍ର ଶୁଣିଲେ ଆପଣଙ୍କ ବାଟ ଫିଟିଯିବ । ଯେବେ ଶୁଣିବେ ଯୁବତୀ ରାଜକନ୍ୟା, ତକ୍ଷଣେ ବୁଝିଯିବେ, ସେ କନ୍ୟାଟି ଭାରି ସୁନ୍ଦରୀ , ଭାରି ଗୁଣବତୀ, ''ନାହିଁ ନ ଥ‌ିବା ପଟାନ୍ତର, ରମା, ଉମା ସଙ୍ଗେ ତାକୁ ଧର । '' ହେଉ ପଛେ ଉଆଉଗାଲୀ, ପେଚାନାକୀ, ସେ କଥା ଧରିବେ ନାହିଁ । ଯେବେ ଶୁଣିବେ ଫଲଣା ଜମିଦିର ହାତରେ ଢେର ଟଙ୍କା ଅଛି, ତକ୍ଷଣେ ବୁଝିଯିବେ, ସେ ରୂପବାନ, ଗୁଣବାନ, ଦାତା, ଦୟାଳୁ ଇତ୍ୟାଦି । ସାରିଆ ଗାଁର ତନ୍ତୀଆଣିଟିଏ । ଏବେ ସକଳ କଥା ବୁଝିନିଅନ୍ତୁ । ଭଗିଚନ୍ଦ ଆଉ ସାରିଆ, ଘରକୁ ଦୁଇ ପରାଣୀ । ମାଈକିନିଆମାନେ କହନ୍ତି , ''ଦୁଇ ପରାଣିଆ ଭଲ, ବାନ୍ଧି କତରା ଚଲ । "' ଆମ୍ଭମାନଙ୍କ ହୁଣ୍ଡାହୁଣ୍ଡୀ କଥା ସେହିପରି | ନକଡ଼ ଛକଡ଼ ନାହିଁ । ଦୁଇଜଣଙ୍କର ନିମଷେ ଛାଡ଼ବାଡ଼ ଥାଏନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି ଭଗିଆ ତନ୍ତ ବୁଣିବାବେଳେ ସାରିଆ ନଳି ବଳେ, ନୁଣ୍ଡି କାଢ଼େ ଚଉଶିରେ ସୁଣଦିଏ ସାରିଆ ଭାତ ରାନ୍ଧିବା ବେଳେ ଭଗିଆ ଚୁଲି ଫୁଙ୍କେ ପାଣି ଆଣିଦିଏ । ଗାଁର ମସ୍କରା ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖ୍ ଢଗ ମେଲାନ୍ତି - ''ସାରିଆ ଭଗିଆକୁ ଦେଖ, ବଗଲା ବଗୁଲୀ ଲେଖ । " ଆହା! କି ଅପୂର୍ବ କବିତା ହେଲା; ମାତ୍ର ବୋଲୁ, ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି । କୌଣସି ଇଂରେଜ କବି କହିଅଛନ୍ତି । ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି, ସେମାନେ ସ୍ଵର୍ଗୀୟ ଜୀବ । ସେହି ପ୍ରେମରେ ଯାହାର କଳଙ୍କ, ସେ ନରକର ଯନ୍ତ୍ରଣା ଆମ୍ଭେମାନେ ଭୋଗ କରେ ।''

ଓହୋ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୁଲ କରିପକାଇଛୁ, ''ମୁନୀନା ଵ ମତିଭ୍ରମ '' ମୁନିମାନେ ଲେଖାପଢ଼ା କରିବାବେଲେ ବଡ଼ ଭୁଲ କରିପକାନ୍ତି ଅର୍ଥାତ୍ ଯେଉଁମାନେ ଲେଖୁବାବେଳେ ଭୁଲନ୍ତି ସେମାନେ ମୁନି । ସୁତରାଂ, ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡ଼ାକିବେ, ସେ ବିଷୟରେ କିଛିମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ ବରଷସାରା ସାହେବଙ୍କ ଦୁଆରେ ନେଉଳପରି ଲୁଙ୍ଗ ଲୁଙ୍ଗ ହେବାକୁ ନାହିଁ, କରଜଦାମ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍‌ସିସ୍ ଦେଇ ଫରାସୀମାନଙ୍କ ଗୋଡ଼ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡ଼େ ନାମଟାଏ ପାଇଗଲୁ ! ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ଵାର୍ଥତ୍ୟାଗ କରିବାକୁ ଆମ୍ଭେମାନେ କେବେହେଁ କାତର ନୋହୁଁ । 'ନ ମିଥ୍ୟା ପାତକଂ ପରଂ', ଅସ୍ୟାର୍ଥ -ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ, ଆପଣା ପାଖେ ଥାଏ । ଏଥିସକାଶେ ଆମ୍ଭେମାନଙ୍କୁ ସତ୍ୟକଥା ଲେଖିବାକୁ ହେଉଛି । ଭଗି ସାରୀ ଦୁଇପ୍ରାଣୀ ନୁହଁନ୍ତି । ଗୋଟିଏ ଗାଈ ଅଛି, ନାମ ନେତ, ତାକୁ ଲଗାଇ ତିନିପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁ, ସେଥ‌ିରେ କଥା ଅଛି । ନେତକୁ ସାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲା କରେ । ପରମେଶ୍ଵର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଦେଇଛନ୍ତି । ଭୋକବେଳେ ଭାତ ନ ପାଇଲେ ଲେକେ ଡ଼ାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା କିଛିନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷିବାକୁ ଭଲପାଏ । ସାରିଆ ଦିନରାତି ନେତ ସାଙ୍ଗରେ ଲାଗିଥାଏ । ପଘାରୁ ଫିଟି ମଧ୍ୟ ନେତ କାହିଁ ଯାଏ ନାହିଁ, ସାରିଆ ପାଖେ ପାଖେ ଥାଏ । ଟିକିଏ ଦାଣ୍ଡକୁ ଚାଲିଗଲେ ସାରିଆ ଡାକେ, 'ନେତଲୋ' । ନେତ କହେ, ହଂ ମାଁ । ଧାଇଁଆସି ସାରିଆକୁ ଚାଟେ, ସାରିଆ ତା' ଦେହରେ ହାତ ବୁଲାଇଦେଇ ଢ଼େର୍ ଦୁଃଖ ସୁଖ କଥା କହେ । ପଖାଳ ବେଲାରେ ନେତ ମୁହଁ ଡୁବାଇଦେଲେ ସାରିଆ ତାକୁ ଗୋଟିଏ ସାନ ପ୍ରେମ ଚାପୁଡ଼ା ମାରି ଡାଙ୍କୁଣୀଟା ବୋଲି ଗାଳିଦିଏ । ଆମ୍ଭେମାନେ ଜାଣୁ, ସେହି ଗାଳି ଭିତରେ ସାରିଆ ଆନନ୍ଦ ଓ ପ୍ରେମ ଓ ପ୍ରେମ ପୂର୍ଣ୍ଣ ଥାଏ । ଭଗିଆ, ସାରିଆ, ନେତ ଡିନି  "ପେଟେ ଉଞ୍ଚ ଗାଈ । ପଟେ କୁଣ୍ଡା ଖାଇ ଘାସ ଦେଖ୍ ବାଇ । ତା'ଠୁଁ ଦୁଧ ପାଇ ।'' କଥା କ'ଣ କି ଗାଈ ମୁହଁରେ ଦୁଧ । ତେବେ ଆପଣା କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିକ କାଗଜକଳପରି । କଳମୁହଁରେ ଛିଣ୍ଡାକନା, ଛିଣ୍ଡାଦଉଡି, ପଚା ପନସି, ପଚା ତୁଳାଗୁଡାଏ ପୂରାଇଦେଲେ ପଛବାଟେ ସଫା, ଧଳା, ସୁନ୍ଦର , ଚିକ୍‌କଣ କାଗଜ ବାହାରିପଡେ । ସେହିପରି ଗାଈ ମୁହଁରେ କୁଣ୍ଡା ପେଜ, ଘାସଗୁଡାକ ପୂରାଇଦିଅ, ପହ୍ନା ବାଟେ ଦୁଧ ବୋହିପଡିବ । ନେତର ଦୁଧର ପରିମାଣଟା ଆମମାନଙ୍କୁ ଜଣାନାହିଁ । ସେଦିନ ମଙ୍ଗରାଜଙ୍କ ନେତକଥା ପଡ଼ିଥିଲା । ସମସ୍ତେ ଅନୁମାନ କଲେ ଦୁଇଓଳି ପାଞ୍ଚ ସେରରୁ ଊଣା ନୁହେଁ । ମଙ୍ଗରାଜେ ଗୋଟାଏ ନିଃଶ୍ଵାସ ପକାଇ କହିଲେ, ''ଏଁ ! ତନ୍ତୀ ବାପୁଡ଼ାର ଏମନ୍ତ ଗାଈ ?" ଦରବାରରେ

ପ୍ରାଣୀ ଗୋଟିଏ ଘରେ ଶୁଅନ୍ତି । ସାରିଆ ନେତ ପଛରେ ତସୁ ଓ ଘଷି ଗୁଣ୍ଡାରେ ଗୋଟାଏ ଧୂଆଁ ଦିଏ । ନେତଟି ବଡ଼ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ ଲାଗିଛି । ନେତର ସର୍ବାଙ୍ଗ କଳା, ମୁଣ୍ଡରେ ଚାନ୍ଦ କାଳିଗାଈ ମୁଣ୍ଡରେ ଚାନ୍ଦ, ତାକୁ ଆଣି ଶ୍ରୀଘରେ ବାନ୍ଧି । ଶିଙ୍ଗ ପାତଳ, ଆଉ ଝାମ୍ପରା ; ଲାଞ୍ଜ ସରୁ, ଖୁବ୍ ଲମ୍ବା । ଲାଞ୍ଜ ଅଗରେ ଚଅଁରପରି ପେଣ୍ଡା ବାଳ ଭୁଇଁରେ ଲୋଟିଯାଉଛି । ପିଠିଟି ନୁଆଣ, ମୁଠୁଣିକରୁ ଊଣା ଚୌଡ଼ା, ପିଚାଟି ଚୌଡ଼ା, ହାକୁଡ଼ଟିଏ ସାନ ପାଣିକଖାରୁ ପରି ପିଠି ଆଡ଼କୁ ନଇଁପଡ଼ିଛି ବେକର ଥଳୀଟା, ଆଉ ଗାଈଠାରୁ କିଛି ବେଶି ଝୁଲୁଛି, ଦୁଧନାଡ଼ଟା ଗୋଟା ପାଳଦଉଡ଼ା ପରି ମୋଟା

ପହ୍ନା କଥା କ'ଣ କହିବୁ ? "ପୟୋଧରୀଭୂତ ଚତୁଃସମୁଦ୍ରା । ନେତ କଳିଙ୍ଗା ଗାଈ ପରି ଖୁବ୍ ଯେ ଗୋଟାଏ ଉଞ୍ଛା, ତାହା ନୁହେଁ, ମଧ୍ୟଭଳି । ଡାକଋଷୀ ବଚନ ଅଛି-

ଲୋକେ କହନ୍ତି , 'ପିତା ଗୁଣରେ ପୁତ୍ରୀ ''; ମାତ୍ର ଏ କଥା ମଧ୍ୟ ସତ- ''ବଂଶନାଶବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ ଭଗିର ବାପ ଗୋବିନ୍ଦ ଚନ୍ଦ୍ର ଗାଁରେ ଜଣେ ସେରନ୍ତା ଲୋକ ଥିଲା । ନିଜ ଗାଁ ଛାଡ଼ି ଆଖପାଖ ଦୁଇ ଚାରିଖଣ୍ଡ ଗାଁରେ ପଞ୍ଚୁଆତ ବସିଲା, ଗୋବିନ୍ଦ ଚନ୍ଦ୍ରକୁ ଡାକ । ଭାରୀ ଭାରୀ ମାମଲା ଝାଙ୍କିଲେ ଗୋବିନ୍ଦଙ୍କୁ ଖୋଜା ପଡ଼େ, ଅର୍ଥାତ୍ ପିଆଦା ସମନ ଆଣିଲେ କିମ୍ବା ଡାକରେ ବେରିଙ୍ଗ ଭାଷାଆସିଲେ, ଗୋବିନ୍ଦ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରୁ ନ ଥିଲେ । ଗୋବନ୍ଦ ନିଜେ ତନ୍ତୁ ବୁଣୁ ନ ଥିଲା, ତନ୍ତମାନଙ୍କ ବୁଣାଲୁଗା କିଣିନେଇ ହାଟରେ ବିକେ କିମ୍ବା ଉପୁରି ମହାଜନ ଆସିଲେ ମାଲ ପଠାଇଦିଏ । ଏଥରେ ତାହାର ଭଲ ପାଞ୍ଚପଇସା ହାତକୁ ଚଢୁଥିଲା । ଗୋବିନ୍ଦ ହାତରେ ହଜାର ହଜାର ଥିବାର ଲୋକ ଅନୁମାନ ବିଦ୍ୟାରେ ଗଣି ପକାଇଥିଲେ । ଲୋକମାନେ ଆପଣା ପରମାୟୁ ଓ ପରଧନକୁ ବେଶି ଦେଖନ୍ତି । ଯାହାହେଉ, ଗୋବିନ୍ଦ ଯେ ଦଶଟଙ୍କା ଅରଜିଥିଲା, ଏ କଥା ସତ । ଜମିଦାର ବାଘ ସିଂହ ବଂଶ ପଡ଼ି ଆସିବାବେଳେ ଖଣ୍ଡେ ଖଣ୍ଡେ ଜମି ବିକ୍ରି ହେଲା । ଗୋବିନ୍ଦପୁର ଗାଁତଳେ ଚକେ ଗହୀର ଜମି ଛମାଣ ଆଠଗୁଣ୍ଠ ବାହାଲି ନିଷ୍କର , ତାକୁ ଗୋବିନ୍ଦ କିଣିନେଇଥିଲା । ''ଗାଁ-ଧୋଉରାପାଣି ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ । " ଅସ୍ଵାର୍ଥ -ପଧ ନ ଗ୍ରାମର ସର୍ବୋତ୍କୃଷ୍ଟ ଜମିଖଣ୍ଡ ଚାଷ କରେ । ଜମିଖଣ୍ଡରେ ଗାଁ ଧୋଉରା ପାଣି ପଶେ, ଭାରି କଳିନ୍ଦ ପାଣିବହୁଳ ହେତୁରୁ ରାବଣା ଧାନ ହୁଏ । ''ଜମି ପାଇଲେ ସିଆଣା, ଧାନ ବୁଣିବ ରାବଣା । ହାତେ ଲମ୍ବ କାଢ଼ିବ ସଂସା ଝୁରି ମରିବେ ସାଇପଡ଼ିଶା । '' ଧୋଇ ନାହିଁ, ମରୁଡ଼ି ନାହିଁ ମାଣକୁ ଆଠଭରଣ ତ ଆଗେ ଥୋଇଦିଅ । ଭଗିଆ ତନ୍ତୀଲୋକ, ଚାଷ କରିବ କ'ଣ ? ବଖରା ଦେଇ ମାଣକୁ ପାଞ୍ଚ ନଉତି ଧାନ ପାଏ । ଭଗି ହୁଣ୍ଡା ହେଲେ କ'ଣ ହେବ, ତାହାର ଢ଼େର ସଦଗୁଣ ଥିଲା । ଶ୍ରାଦ୍ଧ ମହିଳା, ନାବାନ୍ତରେ ଜାତିଭାଇଙ୍କ ମୁହଁ ଧୁଆଏ, ଭାଟ ଭିକାରୀ ଦୁଆରୁ ଫେରନ୍ତି ନାହିଁ । 'ହାଉଡ଼ାର ଦୁଷ୍ମନ୍ନ ହୁଣ୍ଡୀ କଥା କହି ଜାଣନ୍ତି ନାହିଁ, ଗାଁରେ କଳିହେଲେ କବାଟ କିଳି ଦିଅନ୍ତି । ଗାଁରେ ସମସ୍ତେ ଏମାନଙ୍କୁ ଭଲ ପା'ନ୍ତି । ଅଭାବ ସମସ୍ତ ଦୁଃଖର ମୂଳ । ଧନ, ବିଦ୍ୟା, ଖ୍ୟାତି, ସ୍ୱାସ୍ଥ୍ୟ ପ୍ରଭୃତି କୌଣସି ବାଞ୍ଛନୀୟ ଲୋଭନୀୟ ଏବଂ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ହେଲେ ଲୋକେ କଷ୍ଟ ଅନୁଭବ କରନ୍ତି । ଆମ୍ଭମାନଙ୍କ ତନ୍ତୁବାୟ -ଦମ୍ପତିର କୌଣସି ପଦାର୍ଥର ଅଭାବ ନ ଥିଲା । ପବିତ୍ର ଦାମ୍ପତ୍ୟ ସ୍ନେହ ବିଶୁଦ୍ଧ ପ୍ରେମ ଅଖଣ୍ଡ ସନ୍ତୋଷ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ , ସରଳ ଧର୍ମଭାବ ପ୍ରଭୃତି ସ୍ଵର୍ଗୀୟ ଯଦି ଆପଣ ଏକ ସ୍ଥାନରେ ସମାବେଶ ଦେଖିବାକୁ ଇଚ୍ଛା କରନି, ତେବେ ଆମ୍ଭେମାନେ ଏହି ଗ୍ରାମ୍ୟ ତନ୍ତୁବାୟ ପରିବାର ନାମ ଉଲ୍ଲେଖ କରିପାରୁ । ଆମେମାନେ ଆଜନ୍ମକାଳ ଦେଖ୍, ଶୁଣି, ପଢ଼ି ବୁଝିଅଛୁ ନିରବଚ୍ଛିନ୍ନ ମନୁଷ୍ୟ ଲଲାଟରେ ଲେଖୁ ନାହାନ୍ତି । ତନ୍ତୁବାୟ ପରିବାର କି ଏହି ନୈସର୍ଗିକ ନିୟମର ବହିର୍ଭୂତ ? ମହାକବି କାଳିଦାସ ଲେଖୁଛନ୍ତି 'ପ୍ରାୟଣ ସାମାଗ୍ୟବିଧୌ ଗୁଣାନାଂ ପରାମୁଖ ବିଶ୍ଵସୃଜଃ ପ୍ରବୃତ୍ତି | ' ଏହି ମହାବଚନକୁ ବା ଅମର୍ଯ୍ୟାଦା କରିବୁ।

ହାସ୍ଯସ୍ପନ୍ଦନ ତେବେ ଏମାନେ କି ପୂର୍ଣ୍ଣ ସୁଖୀ ନୁହନ୍ତି ? କିଏ କହିବ; କିପରି ବା କହିପାରିବ ? ଶାଳଗ୍ରାମର ବସିବା ଶୋଇବା ସମାନ । ମନୁଷ୍ୟ ହୃଦୟଭାବ ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖ୍ ନାହିଁ, କାନ୍ଦିବାର କେହି ଶୁଣି ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବଣୁଆ ମାନେ ଖୋଜର ମଡ଼ା ଧରିଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭେମାନେ ଲୋକମାନଙ୍କ କାର୍ଯ୍ୟସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରିପକାଉଁ । ସେଦିନ ରାତିରେ ରୁକୁଣିମା ବୋହୂର ଷଠୀଘରକୁ ସାରିଆ ଯାଇଥିଲା, ପିଲାଟାକୁ ଚାହିଁଦେଇ ଚାଲିଆସିଲା, ବାଣ୍ଟଯାଏ ରହିଲା ନାହିଁ । ଘରକୁ ଆସି ପେଟ ଟାଣୁଛିବୋଲି କହିଲା, ଉପାସ ଶୋଇରହିଲା | ଆମ୍ଭେମାନେ ମଧ୍ୟଜାଣୁ ; ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା । ଭଗିଆ ଥରେ କହିଲା, ''ଦଇବତ ଦେଇନାହିଁ, ଦୁଃଖ କଲେକ'ଣ ହେବ ?'' କ'ଣ ଦେଇନାହିଁ କିଛି ତ ବୁଝାଗଲା ନାହିଁ ? ବାର ବରତରେ ସାରିଆର ଆଜିକାଲି ଭାରି ମନ | ବୁଢ଼ୀ ମଙ୍ଗଳାଙ୍କ ଠାରେ ବେଶି ବେଶି ଭକ୍ତି ଦେଖାଯାଉଅଛି । ଡ଼ାକ୍ତର ଆଉ ଓକିଳଙ୍କ ଦୁଆରେ କାହାକୁ ଦେଖ‌ିଲେ ବୁଝିନେବ, ସେହିଲୋକଟା ଉପରେ କିପରି ବିପଦ ପଡ଼ିଛି । ଆମମାନଙ୍କ ବୁଢ଼ୀମଙ୍ଗଳାଙ୍କଦ୍ୱାରା ଡ଼ାକ୍ତର ଆଉ ଓକିଲ ଦୁଇ କାର୍ଯ୍ୟ ହୁଏ । ଗାଁରେ କାହାରିକିଛି ପୀଡ଼ାହେଲେ କିମ୍ବା ମାଲିମାମଲା ପଡ଼ିଲେ ମଙ୍ଗଳାଙ୍କର କିଛିଲାଭହୁଏ । ମଙ୍ଗଳାଙ୍କଠାରେ ସାରିଆର ଭକ୍ତି ଦେଖୁ ବୁଝୁଅଛି, ତାହା ମନରେ କଷ୍ଟ ଜାତହୋଇଅଛି ସାରିଆ ପିଣ୍ଡାରେ ବସି ନଟି ବୁଲାଉଥ‌ିବାବେଳେ ଦାଣ୍ଡରେ କୌଣସି ସାନପିଲା ଖେଳୁଥ‌ିବାର ଦେଖ‌ିଲେ ତାହା ହାତ ନଟେଇଟା ବୁଲେ ନାହିଁ । ଉଆଁସ ପୁନାଇରେ ଘରେ ପିଠାଟିଏ, ଛେନାଟିକିଏ ହେଲେ ସାରିଆ ନିଃଶ୍ୱାସ ପକାଏ । ଭଗି ରାଣ ନିୟମ ପକାଇ ନ ଖୁଆଇଲେ ଖାଏ ନାହିଁ । ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ ଦେଇ ଭଗି ପାଖରୁ ବୁଣାଇ ନେଲା । ଯୋଡ଼ଟି ବୁଣା ଗଲା ବାଦ୍ ସାରିଆ ତାକୁ ଓଳିଏ ଯାଏ ଚଉତିବାବେଳେ ତା ଆଖରେ ପାଣି ଢ଼ଳଢ଼ଳ ହେଉଥ‌ିବାର ଭଗି ଦେଖୁ ଗୋଟାଏ ଲମ୍ବନିଃଶ୍ବାସ ପକାଇଲା ।

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ