shabd-logo

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023

0 ଦର୍ଶନ 0

ଚତୁର୍ଦ୍ଦଶ ପରିଚ୍ଛେଦ : 

ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍ର ଗ୍ରାମରେ ମିଉନିସିପାଲିଟି କମିଶନର ନାହାନ୍ତି । ଗ୍ରାମରୁ ମଲା କୁକୁରଟି, ମଲାମୂଷାଟି, ମଲା ବିରାଡିଟି, ଆଉ ଆଉ ମଇଳା ଦ୍ରବ୍ୟ ଉଠାଇବା କାର୍ଯ୍ୟ ଜିମା। ଅଧ ରାତି ଗୋବିନ୍ଦପୁର ଗ୍ରାମ ନିସ୍ତବଧ , ଚେଁ ମେଁ ଶବ୍ଦଟି ନାହିଁ । ତେଲିସାହିରେ ଗୋଟିଏ ଶେଜପିଲା କୁଆଁ କୁଉଁଆ କରି କାନ୍ଦୁଥିଲା , ତାହାର ମା ନିଦ ଅଳସରେ ପିଲାକୁ ଥାପୁଡାଥାପୁଡି କରି ଭାରି ଭାରି ମୂଲ୍ୟବାନ ଏବଂ ଦୁଷ୍ପାପ୍ଯ ଜିନିଷମାନ ଯାଚି ଏବଂ ଚୋର, ଚୌକିଆ, ବାଘ ପ୍ରଭୃତି ଭୟଙ୍କର ପ୍ରାଣୀମାନେ ଆସୁଥ‌ିବାର ଭୟ ଦେଖାଇ ଏବଂ ପିଲାଟି ଯେ ଖୁବ୍ ଭଲ, ସେ କାନ୍ଦିବ ନାହିଁ, ତୁନି ହୋଇ ଶୋଇପଡିବ ଇତ୍ୟାଦି ପ୍ରଶଂସାବାଦ କରି ଶୁଆଇ ପକାଇଲାଣି । ମଙ୍ଗରାଜଙ୍କ କଚେରି ଅଗଣାରେ ଆମ୍ଭମାନ ଙ୍କ ଗୋବରା ଜେନା ଆଉ ସଉତୁଣିଆ ମୌଜାର ଚୌକିଆ ଦାସ ଜେନା ଦୁଇଜଣ ଚିତାଏ ଲେଖାଏଁ ଲମ୍ବ ବାଉଁଶବାଡି ଦୁଇ ଖଣ୍ଡ ବିଏଁ ବିଏଁ ଲମ୍ବ ଦୁଇଟା ନିଆଁ ବରିଆ ପାଖରେ ପକାଇ ନିଶ୍ଚିନ୍ତଭାବରେ ଶୋଇଛନ୍ତି, ବାହାରର ଲୋକେ ମନରେ କରିବେ, ମଙ୍ଗରାଜଙ୍କ କଚେରିରେ ଦୁଇଟା ଘୁଷୁରି ଚରୁଛନ୍ତି ଅବା । ସର୍ବ ଦା ସବୁ ବିଷୟରେ ସାବଧାନ ଥାଉଁ, ସବୁ ବିଷୟ ଅନୁସନ୍ଧାନ କରି ବୁଝୁ, ତଥାପି ପ୍ରଥମେ ଆମ୍ଭମାନଙ୍କର ମଧ୍ୟ ଭ୍ରମ ହୋଇଥିଲା, ମାତ୍ର ଭଲକରି କାନ ଡେରି ଶୁଣିବାରୁ ଶୁଣାଗଲା, ଚୌକିଦାର ଦୁଇ ଜଣଙ୍କ ନାକର ଘୁଙ୍ଗୁଡି ଡାକ ଭ୍ରମ ପ୍ରମାଦର କାରଣ ଅଟେ । କଚେରି ବାହାର ପିଣ୍ଡାରେ ତିନିଜଣ ପ୍ରଜା ପଟାପଟ୍ ପଟାପଟ୍ ଚାପୁଡା ବାଡେଇ ହୋଇ ଗଡୁଥାନ୍ତି । କ୍ଷୁଧା ଚିନ୍ତା , ମଶା ଏମାନଙ୍କ ସହିତ ନିଦ୍ରାର ସଉତୁଣୀ ସମ୍ବନ୍ଧ ନାହିଁ, ତାହା ଥିଲାପରି ଜଣାଯାଏ । ପ୍ରଜା ତିନିଜଣ କରଜା ଧାନ ସକାଶେ ଅଟକ ଅଛନ୍ତି । ଦିନଯାକ ଦକ୍ଷିଣ ହସ୍ତର କାର୍ଯ୍ୟ ସଙ୍ଗେ ସମ୍ପର୍କ ଉପରେ ମଶା, ଏ ଉତ୍ତାରେ ଚିନ୍ତା ଆଉ ନିଦ କଥା କିଆଁ ପଚାର ?

କଚେରି ପ୍ରସ୍ତ ମଙ୍ଗରାଜଙ୍କ ମଧ୍ଯ ଟପି ଭିତରକୁ ଯିବାର ପ୍ରଥମ ପ୍ରସ୍ତରେ ପହଡ ଘର । ପ୍ରୟୋଜନବେଳେ ଲୋକେ ତାହାକୁ ଗନ୍ତାଘର ମଧ୍ୟ କହନ୍ତି । ଉଆସର ସବୁ ଘରଠାରୁ ଏ ଘରଟି ଶ୍ରେଷ୍ଠ ହେବାର ଉଚିତ, ସେ ବିଷୟରେ ତ୍ରୁଟି ହୋଇନାହିଁ । ଘରଟି ଆଟୁ, ପାଞ୍ଚଶେଣିଆ ପୂର୍ବଦୁଆରୀ ସମ୍ମୁଖରେ ଚୌଡାପିଣ୍ଡା । ଦୁଆରେ ପଣସ କାଠର ଯାଉଁଳି କବାଟ ଲାଗିଛି । କବାଟରେ ଚାରିକୋଣିଆ ଛକ ପଡି ବତା, ଛକରେ ଛତିବାଲା ଲୁହାମେଖ ବାଡିଆ । ବାହାରକୁ କଡା ଆଉ ଶିକୁଳି ଦୁଇଟା ଲାଗିଅଛି । ଦୁଇଟା ବଡ ବଡ ନଳୀ କୋଲପ ପଡେ । ଘର ପଶ୍ଚିମପଟ କାନ୍ଥର ପେଟେ ଉଞ୍ଚରେ ଦେଢ ଚାଖଣ୍ଡେ ଓସାର ଗୋଟାଏ ଗଜଲଗା ଝରକା ଲାଗିଅଛି । ମଗୁଶିର ମାସ ଗୁରୁବାରକୁ ଘର ଲିପାପୋଛା ହେଲେ କଦାଚିତ୍ ସେ ଝରକା ଫିଟେ । ଘର ଚାରିକଣ ଘିଟିଘିଟିଆ ଅନ୍ଧାର, ତୁମ୍ଭ ଆମ୍ଭ ପକ୍ଷରେ ଦିନବେଳେ ଆଲୁଅ ଲୋଡା । ଘର କୋଣମାନଙ୍କରେ ଅସରପା ବୋଲେ-ମୁହିଁ, ମୂଷା ବୋଲେ-ମୁହିଁ | ବର୍ଷସାଦୃଶ୍ଯ ହେତୁରୁ ହେଉ ବା ନାମ ସାମଞ୍ଜସ୍ୟ ହେତୁରୁ ହେଉ, ଚମ୍ପା କହେ ଅସରପା ଲକ୍ଷ୍ମୀ , ଘରେ ଅସରପା ଥିଲେ ଅସର୍ପି ଆସେ; ସୁତରାଂ ଅସରପା ବଂଶ କାହାରି ବିନା ବାଧା ବଳତ୍କାରରେ ପୁତ୍ର ପୌତ୍ରାଦି କ୍ରମେ ଘରକୋଣମାନ ଅଧିକାର କରି ରହିଅଛନ୍ତି । ଘରର ଉତ୍ତରପଟ କାନ୍ଥକୁ ଲଗାଇ ଗୋଟାଏ ଲମ୍ବା ବାଉଁଶଘୁଡୁଞ୍ଚି ଉପରେ ତିନିଟା ବଡ ବଡ ପୁରୁଣା ବେତା ଆଡଖୁର ଥୁଆ । ଘୁଡୁଞ୍ଚି ତଳେ, ଘରକୋଣରେ ଗୁଡମାଠିଆ ଆମ୍ବୁଲ ହାଣ୍ଡି କରଞ୍ଜତେଲ ଡିବା ପୁଞ୍ଜା ତିନି କି ଚାରି । ଆଉ ମୌଜାମାନଙ୍କରେ ଥିବା ତୋଟାରୁ କରଞ୍ଜସବୁ ବାଡିଆ ହୋଇ ଆସେ । ତେଲି ବେଠିରେ ପେଡିଦିଏ, ସେହି ତେଲ ସବୁ ଗନ୍ତାଘରେ ସାଇତା ଥାଏ । ବରଷକ ତେଲକିଣାରୁ ଖଲାସ-ବରଞ୍ଚ ବଳିପଡେ । ଦକ୍ଷିଣପଟ କାନ୍ଥ ପାଖକୁ ଦୁଇଟା ବଡ ବଡ ଆମ୍ବକାଠର ସିନ୍ଦୁକ ଆଉ ତାକୁ ଲଗାଇ ଗୋଟାଏ ଶାଳକାଠର ସିନ୍ଦୁକ । ଏଟା ଲକ୍ଷ୍ମୀ ସିନ୍ଦୁକ ,ଓରାମାନଙ୍କରେ ମଙ୍ଗରାଜଙ୍କ ଆମ୍ଭେମାନେ ପ୍ରତିଦିନ ଚମ୍ପା ସଞ୍ଜ ଦିଏ, ଗୁରୁବାରକୁ ଗୁରୁବାର ସବୁର ଚନ୍ଦନ ଦେଇ ପୂଜା ହୁଏ, ଅରୁଆ ଚାଉଳ ଗୁଡ ଭୋଗ ଲାଗେ । ଓରାରେ ତିନି ଚାରିଟା ଶିକାରେ ଘିଅ ମାଠିଆ ଝୁଲୁଅଛି । ଗୋଠରୁ କାଟଘିଅ ଆସି ସେଥ୍ରେ ଜମାହୁଏ । ସିକା ଆଉ କଳା କଳା ପାଲିକି ଥୁପନାପରି ବୁଢ଼ିଆଣୀ ବସା ମେଞ୍ଚା ମେଞ୍ଚା ଝୁଲୁଅଛି । ପଶ୍ଚିମ ପଟ କାନ୍ଥ ପାଖକୁ ଉତ୍ତର ଦକ୍ଷିଣ ହୋଇ ବଡ ତକ୍ତପୋଷ । ଦକ୍ଷିଣ ଦିଗ ମୁଣ୍ଡ ପାଖକୁ ଭାରି ଗୋଟାଏ ବଡ ମଣ୍ଡି ହେଁସ ଉପରେ ମୋଟା ଦେଶିଆ ଲୁଗାର ଦୋହର ବିଛଣା । ଚାଦରକୁ ଦେଖ‌ିଲେ ହଠାତ୍ ବୁଟାଦାର ଛିଟଲୁଗା ବୋଲି ଭ୍ରମ ଜନ୍ମିପାରେ ମାତ୍ର ଭଲକରି ଦେଖୁଅଛୁ, ରକ୍ତକୃଷ୍ଣାଭ ଚିହ୍ନଚାଡିକ ମୃତ ଓଡଶ ଶରୀରନିସୃତ ଶୁଷ୍କ ଶୋଣିତ ବିନ୍ଦୁ ଅଟେ ।

ଆଜି ଏହି ଅଧରାତି ସମୟରେ ସେହି ତକ୍ତପୋଷ ଉପରେ ଗୋଟିଏ ପୁରୁଷ ଏବଂ ତଳେ ଗୋଟିଏ ସ୍ତ୍ରୀ ବସି ଭାରି କଥାବାର୍ତ୍ତାରେ ଲାଗି ଯାଇଅଛନ୍ତି । ପାଠକମାନଙ୍କୁ ଚିହ୍ନାଇଦେବାକୁ ହେବ ନାହିଁ । ଏହି ସ୍ତ୍ରୀ ପୁରୁଷ ଦୁଇ ଜଣ ଆମ୍ଭମାନଙ୍କର ଚମ୍ପା ଆଉ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜ । ଚମ୍ପା ତପ୍ତପୋଷ ଉପରେ ଦୁଇହାତ ପକାଇ ଭିଡି ବସିଅଛି; ତାହା ଆଡକୁ ଈଷତ୍ ଝୁଙ୍କି ପଡିଅଛନ୍ତି । ତକ୍ତପୋଷ ଠାରୁ ତିନିହାତ ଦୂରରେ ପିତ୍ତଳର ଗୋଟିଏ ଦୀପରୁଖା ଥୁଆ, ତାହା ଉପରେ ମାଟି ବଇଠାଟିଏ ମିଞ୍ଜି ମିଞ୍ଜି ଜଳୁଅଛି, ଦୀପରୁଖାଟି ସର୍ବାଙ୍ଗ ତେଲକାଣ୍ଟିରେ ଲିପ୍ତ । ରୁଖାତଳ ଥାଳିଆରେ ବଳିତା ଗୁଲମିଶାନୀଳିଆ ତେଲ ପଳେ ହେବ ଜମା ଅଛି । ମଙ୍ଗରାଜେ

ଚମ୍ପା ଅନେକ ରାତ୍ରି ପର୍ଯ୍ୟନ୍ତ କଥାବାର୍ତ୍ତା କି ମନ୍ତ୍ରଣା କଲେ ସବୁ କଥାଗୁଡିକ ଶୁଣିବାକୁ ଆପଣ ସୁଖ ପାଇବେ ନାହିଁ । ଆମ୍ଭମାନଙ୍କର ମଧ୍ୟ ଅଧିକ ଲେଖୁବା ଅଭ୍ୟାସର ବିରୁଦ୍ଧ ; ଅଥଚ ଏହି କଥାଗୁଡିକ ସତ୍ୟ ଘଟଣା ବୋଲ, ଗାଲୁଗଳ୍ପ ବୋଲା, ଉପନ୍ୟାସ ବୋଲ ଏଣ୍ଡ୍‌ର ପ୍ରଧାନ ନାୟକ ନାୟିକାମାନଙ୍କର କଥା ଛାଡିଲେ କର୍ମ ଅଚଳ । ସୁତରାଂ ଚାରିଆଡକୁ ଚାହିଁ ପାଠ ଲଗାଇବା ସକାଶେ ' ଘଡିର ତେଲ ନ ସରୁ; ଆଉ ମଙ୍ଗରାଜେ ତ ହାତରେ ! ପୁଅମୁଣ୍ଡ ନୁଖୁରା ନ ରହୁ' ଭଳିଆ କହିଦେବାକୁ ହେଲା । ଚମ୍ପା କହିଲା, '' ବାପାର ଠିକ ନାହିଁ, ମା'ର ଠିକ୍ ନାହିଁ, ଦଗାବାଜି କରି ପଠାଣ ଟୋକାଠାରୁ ଜମିଦାରୀ ଆଣି ଗାଁରେ ବୋଲାଉଛି କି ନା ଜମିଦାରି । ହେଲୁ ହେଲୁ ଜମିଦାର ତୋ ଘରକୁ । ଗୋରୁ ଛାଡିଦେଇ ଫନ୍ଦା ଉଜାଡ, ଫେର କିନା - କହିଲେ ଗାଳି ? ପଳାଇଯାଇ ମାଈକିନିଆ ଭିତରେ ଲୁଚିଲା, ପଡିଥାଆନ୍ତା ସାଆନ୍ତେ ଜଣେ ନୁହେଁ ଦୁଇଜଣ ନୁହେଁ, ଗାଁ ଲୋକଗୁଡାକ ଜମା ହୋଇଥାଆନ୍ତି ଦୋକାନ ପିଣ୍ଡାରେ ବସି ଗାଳି ଦେଉଥାଏ, ମୁଁ ପାନ କିଣିବି କ'ଣ ଦୋକାନ ଦୁଆର ପାଖରୁ ପଳାଇ ଆସିଲି । ଅଳପାଇସିଆ; ଖଣ୍ଡିଆ ନଈଶୁଆ ! ସାଆନ୍ତେ ମୁଁ କି ଛାଡିବା ଲୋକ ? ଆଉ କେହି ହୋଇଥିଲେ ତା ନାକ କାମୁଡି ପକାଇଥାନ୍ତି ପରା ? ମାତ୍ର ମଣିଷଟା ଅସୁର ପରି ଭେଣ୍ଡିଆ । ତା ବାଉଁଶଠେଙ୍ଗା ଦେଖୁ ମୋ ପିଳେହି ପାଣି ହୋଇଗଲା । ତୁମ୍ଭେ ଏହାର ବାଟ କର, ନୋହିଲେ ମୁଣ୍ଡ ଫଟେଇ ଦେବି, ବିଷ ଖାଇ ମରିବି, ପାଣିରେ ଡୁବି ମରିବି । '' ଚମ୍ପା ଏହା କହି ଧକେଇ କାନ୍ଦିବାକୁ ଲାଗିଲା ।

ମଙ୍ଗରାଜେ ତୁନି ହ ଚମ୍ପା ତୁନି ହ ! ସେହି ଠେଙ୍ଗାକୁ ତ ମୋର ଡର । ଚାରିଟାକୁ ଚାରିଟା ଅସୁର ପରି ନିହାତି ମୂର୍ଖ । କଥା ପଦକେ ଠେଙ୍ଗା କାଢ଼ି ବସିବେ । ଆଉ ସେ କଥା ତ କେତେଦିନୁ କରାଇ ଦେଇ ସାରନ୍ତିଣି । ଆମର ଗୋଟିଏ ବିଲେଇ ପିଲା ସେ ଗାଁକୁ ଗଲେ ପଛକୁ ଚାହିଁଥ‌ିବେ । ଗୋବରା ଏତେ ଚାଲାଖ, ଏତେ ହୁସିଆର, ତା ହାତରେ ତ କିଛି ହେଲା ନାହିଁ । ସେ କ'ଣ କରିବ ? ଦିନ ରାତି ଲୋକ ଜଗୁଆଳି |

ଚମ୍ପା - ନା ନା ସିଆନ୍ତେ , ସେ କଥା ହେବ ନାହିଁ । ତୁମେ ଏହାର ବାଟ କର, ନୋହିଲେ ମୁଁ ତ ଗାଁ ମାଈକିନିଆଙ୍କ ଆଗରେ ମୁହଁ ଦେଖାଇପାରିବି ନାହିଁ ! ସେମାନେ କି ଏଡେ ପାରୁଆ ହେଲେ, ତୁମକୁ ଜିଣିଲେ ?

ମଙ୍ଗରାଜେ - ଦେଖ ଚମ୍ପା, ଶାସ୍ତ୍ରରେ ଅଛି, ''ଛଳେ ବଳେ କଉଶଳେ, ଶତ୍ରୁକୁ ସାଧବ ହେଳେ ।'' ମୁଁ ତ ପାରିଲି ନାହିଁ ତୁ ଏଥର କିଛି ଫିକର କାଢ଼, ତୁ ବିଚାରିଲେ ସବୁ ହେବ ! ଦେଖ, ମୁଁ ତିନିବରଷ କାଳ ଲାଗି ଲାଗି ସେ ତନ୍ତୀକୁ ପାରି ନ ଥୁଲି, ତୁ ଯେପରି ହାତ ଦେଲୁ, କାମ ଫତେ । ଚମ୍ପା ବଇଠା ତେଜି ଦେଇ ଖୁବ୍ ଗୋଟାଏ ହସିଲା, କହିଲା, ''ଦେଖ ସାଆନ୍ତେ ପ୍ରଥମେ ମନରେ କରିଥିଲି ପାରିବି ନାହିଁ, ବୁଦ୍ଧି ଖରଚ କଲେ କ'ଣ ନ ହୁଏ ? ସେ ଛମାଣ ଆଠଗୁଣ୍ଠ ଚକକୁ କାଲି ହଳ ଯିବ ତ ?"

ମଙ୍ଗରାଜେ - ମୁଁ ହଳିଆମାନଙ୍କୁ କହିଦେଇଛି, କାଲି ସକାଳେ ହଳ ନେବେ, କଢ଼ାଣ ଦୋହଡ ସବୁ ସାରିବେ । ମୁଁ ମଧ୍ୟ ବିଲକୁ ଯିବି ।

ଚମ୍ପା : ସେମାନଙ୍କ ଘର ଭାଙ୍ଗିଦେଇ ଭଲ କଲ । ଘର ଥିଲେ କେତେବେଳେ ଜମି ସକାଶେ ଲଗାନ୍ତେ ।

ମଙ୍ଗରାଜେ ଜମି ଛମାସ ମିଆଦରେ କଟବନ୍ଧକ ଥିଲା, ମିଆଦ ଗଲାରୁ ଜମି ପାଇଲୁ, ମକଦ୍ଦମା ସକାଶେ ଘର ହେଲା, ମୁଁ କିଣିନେଇ ଭାଙ୍ଗିଦେଇଛି ।

ଚମ୍ପା : ଜମି ହେଉ, ଘର ହେଉ ଯାହା ହେଉ ସେଇ ଗାଈଟି ଲାଗି ମୁଁ ଏତେକଥା କଲି । ଗାଈ ତ ନୁହେଁ, ଗୋଟିଏ ଗୁଣ୍ଠୁଣୀ ହାତୀ । ଆଜି କଚେରୀ ପିଣ୍ଡାରେ ବାନ୍ଧି ଆସିଅଛି, କାଲିଠାରୁ ଉଆସ ଭିତରେ ବାନ୍ଧିବି । ସେ ଦୁଇଟା କୁଆଡେ ଗଲେ ?

ମଙ୍ଗରାଜେ କେଉଁ ଦୁଇଟା ? ଭଗିଆ ସାରିଆ ? ବାବନାଭୂତ ପରି ୟା ଓଳି ତା ଓଳିରେ ପଶୁଛନ୍ତି ।

ଚମ୍ପା : ସେଦିନ ସକାଳେ ସାରିଆ ମଙ୍ଗଳା କାନ୍ଦିକାନ୍ଦି ମୁଣ୍ଡ କୋଡି ହେଉଥାଏ, ମତେ ଦେଖ୍ ଆହୁରି କାନ୍ଦିଲା , କ'ଣ କହିବ ବୋଲି ମୋ ପାଖକୁ ଆସୁଥିଲା ମୁଁ ମୁହଁ ବୁଲାଇଦେଇ ଚାଲିଆସିଲି । ତାହାବାଦ୍ ଚମ୍ପା ଅନେକ ରାତି ପର୍ଯ୍ୟନ୍ତ କଥାବାର୍ତ୍ତା ହେଲା । ଶେଷରେ ଏମନ୍ତ ସାବଧାନ, ଏମନ୍ତ ଗୁପ୍ତ ଭାବରେ ବସି ମନ୍ତ୍ରଣା କଲେ ଯେ, ଆମ୍ଭେମାନେ କୌଣସିକ୍ରମେ ସେଥ୍ର ସନ୍ଧାନ ପାଇପାରିଲୁ ନାହିଁ । ପରସ୍ପର ମୁହଁକୁ ଚାହିଁବସିଛନ୍ତି । ଦୁହେଁ କଥାରେ ମଗ୍ନ । ଏମନ୍ତ ସମୟରେ ସେହି ଦୁହିଁଙ୍କ ମଧ୍ୟରେ ଗୋଟିଏ ସ୍ତ୍ରୀ ମୂର୍ତ୍ତିର ଛାୟା ପଡିଲା । ଦୁହେଁ ଚମକି ପଡିଲାପରି ସେହି ମୂର୍ତ୍ତିକୁ ଅନାଇ ରହିଲେ । ହଠାତ୍ କଥାବାର୍ତ୍ତା ପାଖରେ ଓ ମଙ୍ଗରାଜଙ୍କ ମଧ୍ୟରେ ବନ୍ଦ । ଆଗନ୍ତୁକ ଫି କରି ଗୋଟିଏ ନିଶ୍ଵାସ ପକାଇଲେ । ମନରେ ଦାରୁଣ କଷ୍ଟ ଜାତ ହେଲେ ଯେଉଁ ନିଶ୍ଵାସ ପଡେ, ଏହା ସେହିପରି ତତଲା ନିଶ୍ଵାସ । ସମସ୍ତ ନୀରବ ନିଶ୍ଚଳ କାଷ୍ଠ ପ୍ରତିମା ପରି ସ୍ପନ୍ଦନହୀନ ଘର ନିସ୍ତବ୍ଧ କିଛିକ୍ଷଣ ଉତ୍ତାରେ ମଙ୍ଗରାଜେ ସେହି ସ୍ତ୍ରୀ ମୂର୍ତ୍ତିଟିକୁ

ଅନାଇ ପଚାରିଲେ, ''କ'ଣ ?"

ସମସ୍ତେ ନିରୁତ୍ତର ।

ପୁନର୍ବାର ମଙ୍ଗରାଜେ ପଚାରିଲେ- ''କ'ଣ ?'

କିଛି ଉତ୍ତର ନାହିଁ, ପୁନର୍ବାର ପୂର୍ବବତ୍ ଦୀର୍ଘ ନିଶ୍ଵାସ । ମଙ୍ଗରାଜେ କିଞ୍ଚିତ୍ ବିରକ୍ତ ହୋଇ ପୂର୍ବଠାରୁ ଉଚ୍ଚ ସ୍ୱରରେ ପଚାରିଲେ, ''କ'ଣ କିଛି କହୁନାହଁ କ୍ୟା ?''

ସାଆନ୍ତାଣୀ : (ଆଗନ୍ତୁକା ମଙ୍ଗରାଜଙ୍କ ଭାର୍ଯ୍ୟା ଅତି ଧୀର ଅତି ବିନୟରେ କହିଲେ, ''ମୁଁ କହୁଛି ରାତି ହେଲାଣି, ଶୋଇପଡ, ଆଉ ସେ

କଥାଗୁଡାକ ପାଞ୍ଚ ନାହିଁ । '' ଚମ୍ପା ଅବଜ୍ଞା କରି ଗମ୍ଭୀର ସ୍ୱରରେ କହିଲା, ''ହୁଁ''। ମଙ୍ଗରାଜେ ଆଚ୍ଛା ମୁଁ ଯାଉଛି, ତୁମ୍ଭେ ବାହାରକୁ ଯାଅ । ଚମ୍ପାର ଅବଜ୍ଞାସୂଚକ 'ହୁଁ' ଶବ୍ଦ ସାଆନ୍ତାଣିଙ୍କ କଲିଜାରେ ବର୍ଣ୍ଣାପରି ବାଜିଥିଲା; ତାହାବାଦ୍ 'ଆଚ୍ଛା ତୁମ୍ଭେ ବାହାରକୁ ଯାଅ' କଥାଟା ତାଳୁରେ ସହସ୍ର ବିଚ୍ଛା କାମୁଡିଲାପରି ଜଣାଗଲା । ଚମ୍ପା ରହିବ ଭିତରେ, ମୁଁ ଯିବି ବାହାରକୁ ! ଯେ ସବୁ ଘଟଣାରେ ପୁରୁଷଙ୍କ କଠିନ ମନ ଭାଙ୍ଗିପଡେ , କୋମଳାମନା ସହଜରେ ସହିଯାଆନ୍ତି । ସହିଷ୍ଣୁତା ଗୁଣ ସ୍ତ୍ରୀମାନଙ୍କର ପୁରୁଷମାନଙ୍କ ଠାରୁ ଢ଼େର ବେଶୀ, ସେମାନେ ଢ଼େର ସହିପାରନ୍ତି ; ମାତ୍ର ସ୍ଵାମୀର ଅନାଦର ଏବଂ ଅବିଶ୍ଵାସ ସତୀ ସ୍ତ୍ରୀମାନଙ୍କ ପକ୍ଷରେ ଅସହ୍ୟ । ପୁଣି ସ୍ଵାମୀ ସାକ୍ଷାତରେ ଦାସୀକୃତ ଅବଜ୍ଞା ମରଣାଧିକ କଷ୍ଟକର । ତେବେ ଉପସ୍ଥିତ ଘଟଣା ନୂତନ ନୁହେଁ ଚିରକାଳ ସହି ସହି ଅଭ୍ୟାସ ପଡିଯାଇଅଛି ତଥାପି; ସାଆନ୍ତାଣୀଙ୍କ କଣ୍ଠରୋଧ ହୋଇଗଲା, ମୁଣ୍ଡ ବୁଲାଇଲା, ସମସ୍ତ ସାଆନ୍ତାଣୀଙ୍କ ଚମ୍ପା ଧଡ଼କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି କହିଲା ''ମୋତେ କେହି ଗାଳିଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ; ମାତ୍ର ତୁମକୁ ପଦେ କେହି କହିଲେ ମୋ ହୃଦ ହାଣିହୋଇଯାଏ । କଥା ଶୁଣିଲେ ତ ? ଆଉ କେହି ହେଲେ ମୁହଁ ଚାହନ୍ତା ନାହିଁ ପରା ?'' ସାରିଆ କଥାବେଳେ ତ ସବୁ ବୁଝି ନେଇଅଛ ! ତୁମକୁ ଫେର କିଏ ବୁଝାଇଦେବ ? ବରଷକସାରା ଲାଗିଲା ମୁଠା ମୁଠା ଟଙ୍କା ଘରୁ ବାହାରିଗଲା, କଟକ ମାମଲା ଲାଗିଲା । ବଗିଚାର ଦଶ ଶଗଡ କି କୋଡିଏ ଶଗଡ ପଥର ମଙ୍ଗଳା ପାଖକୁ ବୋହିଦେଲ, ଶେଷରେ ସାଆନ୍ତାଣୀ କହନ୍ତି କି ନା, ସାରିଆର ଛମାଣ ଆଠଗୁଣ୍ଠ ଜମି ଛାଡିଦିଅ, କି ନା ତାହା ଘର ଭାଙ୍ଗ ନାହିଁ | '' ଏହା କହି ଚମ୍ପା ଠୋ ଠୋ କରି ହସିଲା |

ଅଙ୍ଗ ଅବଶପ୍ରାୟ ହୋଇଗଲା । କୌଣସି ରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ବାହାରି ଆସି ପିଣ୍ଡାରେ ବାଡକୁ ଆଉଜି ଲଠୁକରି ବସିଗଲେ । ଆମେମାନେ ସମ୍ବାଦ ପାଇଅଛୁ, ସେହି ରାତ୍ରିଠାରୁ ସାଆନ୍ତାଣୀଙ୍କ ମୁଖରୁ କେହି କିଛି କଥା ଶୁଣି ନାହିଁ । ମଧ୍ଯ ସେ ଲୁଚାଇବାକୁ ବିଶେଷ ଚେଷ୍ଟା କରୁଥିଲେ ସୁଦ୍ଧା ସର୍ବଦା ତାହାଙ୍କ ଆଖରୁ ପାଣି ବହୁଥ‌ିବାର ଦେଖାଯାଉଅଛି ।

ଘୋର ନୈଶ ନସ୍ତବ୍ଧତା ଭେଦ କରି ସେହି ପୈଶାଚିକ ବିକଟ

ହାସ୍ୟ ସାଆନ୍ତାଣୀଙ୍କ କର୍ଣ୍ଣପଟହ ଭେଦ କରିଥବ; ମାତ୍ର ସେତେବେଳେ

ତାହାଙ୍କର ସେଥ‌ିରେ ଦାରୁଣ ଅନୁଭବ କରିବାର ଶକ୍ତି ନ ଥିଲା । ଚମ୍ପା ଯେଉଁ କଥା ଚଳିଲା, ଅନ୍ୟକୁ ଅଗୋଚର, କେବଳ ଚମ୍ପା ମୁଖର କଥା ଏତିକି ଶୁଣାଅଛି, 'ତୁମେ ତ ମୋତେ ଖଣ୍ଡେ ଡୋଲି ଚାରିଟା ଭାର ସଜାଡି ଦିଅ, ଦେଖ‌ିବ, ମୁଁ ଯଦି ନପାରେ ନାକ କାଟିଦେବ । '' ମଙ୍ଗରାଜ ମଧ୍ୟରେ ସାଆନ୍ତାଣୀଙ୍କ ଚମ୍ପା ଧଡ଼କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି କହିଲା ''ମୋତେ କେହି ଗାଳିଦେଇ ଛାଞ୍ଚୁଣି ମାରୁ ପଛକେ କାଟିବ ନାହିଁ; ମାତ୍ର ତୁମକୁ ପଦେ କେହି କହିଲେ ମୋ ହୃଦ ହାଣିହୋଇଯାଏ । କଥା ଶୁଣିଲେ ତ ? ଆଉ କେହି ହେଲେ ମୁହଁ ଚାହନ୍ତା ନାହିଁ ପରା ?'' ସାରିଆ କଥାବେଳେ ତ ସବୁ ବୁଝି ନେଇଅଛ ! ତୁମକୁ ଫେର କିଏ ବୁଝାଇଦେବ ? ବରଷକସାରା ଲାଗିଲା ମୁଠା ମୁଠା ଟଙ୍କା ଘରୁ ବାହାରିଗଲା, କଟକ ମାମଲା ଲାଗିଲା । ବଗିଚାର ଦଶ ଶଗଡ କି କୋଡିଏ ଶଗଡ ପଥର ମଙ୍ଗଳା ପାଖକୁ ବୋହିଦେଲ, ଶେଷରେ ସାଆନ୍ତାଣୀ କହନ୍ତି କି ନା, ସାରିଆର ଛମାଣ ଆଠଗୁଣ୍ଠ ଜମି ଛାଡିଦିଅ, କି ନା ତାହା ଘର ଭାଙ୍ଗ ନାହିଁ | '' ଏହା କହି ଚମ୍ପା ଠୋ ଠୋ କରି ହସିଲା |

ଅଙ୍ଗ ଅବଶପ୍ରାୟ ହୋଇଗଲା । କୌଣସି ରୂପେ ସମ୍ଭାଳି ହୋଇ ଧୀରେ ଧୀରେ ଘରୁ ବାହାରି ଆସି ପିଣ୍ଡାରେ ବାଡକୁ ଆଉଜି ଲଠୁକରି ବସିଗଲେ । ଆମେମାନେ ସମ୍ବାଦ ପାଇଅଛୁ, ସେହି ରାତ୍ରିଠାରୁ ସାଆନ୍ତାଣୀଙ୍କ ମୁଖରୁ କେହି କିଛି କଥା ଶୁଣି ନାହିଁ । ମଧ୍ଯ ସେ ଲୁଚାଇବାକୁ ବିଶେଷ ଚେଷ୍ଟା କରୁଥିଲେ ସୁଦ୍ଧା ସର୍ବଦା ତାହାଙ୍କ ଆଖରୁ ପାଣି ବହୁଥ‌ିବାର ଦେଖାଯାଉଅଛି ।

ଘୋର ନୈଶ ନସ୍ତବ୍ଧତା ଭେଦ କରି ସେହି ପୈଶାଚିକ ବିକଟ

ହାସ୍ୟ ସାଆନ୍ତାଣୀଙ୍କ କର୍ଣ୍ଣପଟହ ଭେଦ କରିଥବ; ମାତ୍ର ସେତେବେଳେ

ତାହାଙ୍କର ସେଥ‌ିରେ ଦାରୁଣ ଅନୁଭବ କରିବାର ଶକ୍ତି ନ ଥିଲା । ଚମ୍ପା ଯେଉଁ କଥା ଚଳିଲା, ଅନ୍ୟକୁ ଅଗୋଚର, କେବଳ ଚମ୍ପା ମୁଖର କଥା ଏତିକି ଶୁଣାଅଛି, 'ତୁମେ ତ ମୋତେ ଖଣ୍ଡେ ଡୋଲି ଚାରିଟା ଭାର ସଜାଡି ଦିଅ, ଦେଖ‌ିବ, ମୁଁ ଯଦି ନପାରେ ନାକ କାଟିଦେବ ।

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ