ତୃତୀୟ ପରିଚ୍ଛେଦ
ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ
କୃଷିକର୍ମଣି
ବାସ, ତହୁଁ ଅଧେ କଲେ ଚାଷ । '
ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପରି କହନ୍ତେ
" ମଙ୍ଗରାଜଙ୍କ ନଅର ଦେଖ୍ କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍ . ପାଶୟା ଓକିଲ ଘର , ବାଷଠି ଘର, ଭଗ୍ନାଂଶର ସମଷ୍ଟି ମାନ୍ତ୍ର । କଥା କଣ ଜାଣନ୍ତି 'ଭାଗ୍ୟ ଫାଳତି ସର୍ବନ୍ତ୍ର । ' ଏହି ଯେ ଅଦାଲତର ଓଳିରେ ଗଣ୍ଡା ଗଣ୍ଡା ଶାଲପାଗିଆ, ବୁଲୁଛନ୍ତି ମଙ୍ଗରାଜଙ୍କ ପଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେ କଣ ମିଳିବେ ? ସାଆନ୍ତେ ଆପେ କହନ୍ତି ସେ କାହାରି ଗୋଟିଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି---ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ ---ମଙ୍ଗରାଜେ ପ୍ରଥମେ ଗାଁ ପ୍ରଧାନ ଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଶଜମି ଚବିଶ ଦସ୍ତି ପଦିକାରେ ଚାରିବାଟି ଛ'ମାଣ , ଏହା ଛାଡି ତିରିଶି ବାଟି ସତର ମାଣ ଭାଗରେ ଲାଗିଅଛି। ଜମିସବୁ ଲାଖରାଜ, କିଛି ନିଷ୍ପ ବାଜ୍ୟାପ୍ତି । ଅଧିକାଂଶ ଖରିଦା ବ୍ରହ୍ମାତ୍ତର ହଳିଆ ବାର ଜଣ, ଏମାନେ ବାର ମାସିଆ, ଜାତିରେ ବାଉରୀ -- ତିନି ଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଏମାନେ କର୍ମଠ ଓ ଉତ୍ସାହୀ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ୱାସ୍ଥ୍ୟ -ବିଧାନ ଶାସ୍ତ୍ରର ବିଧ୍ । ଖରା ହେଉ, ସାଆନ୍ତଙ୍କ ଘର ଠିକ କଥା । ସେହିପରି ସ୍ତ୍ରୀ ଦାସ -ଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଉଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ଦାସ -ଦାସୀ ମାନଙ୍କୁ ଦେଖୁ ଏହି ଶିକ୍ଷା ଲାଭ କରିଅଛୁ । ମଙ୍ଗରାଜ ବ୍ରାହ୍ମମୁହୁର୍ତ୍ତରେ ଉଠି ଦାନ୍ତ ଘଷି ପକାନ୍ତି । କଲିକତା ସହରରେ ଦୁଇ ଥର ତୋପ ପଡେ। ପ୍ରାତଃ କାଳ ତୋପ ରାତ୍ରି ଶେଷଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଠିଆହୋଇ ହଳିଆକୁ ଡାକିଦେଲେ ଗ୍ରାମର ଲୋକେ ଆଖବୁଜି ମଧ୍ୟ ଜାଣିପାରନ୍ତି ରାତିପାହିଲାଣି ବୋହୂ ଭୁଆଶୁଣିଏ ବାସିପାଇଟିରେ ଲାଗିଯାନ୍ତି । ମଫସଲରେ ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବଳଦ କାନ୍ଧରେ ଯୁଆଳି ବାହାରେ । ଆଖ ପାଖ ଚାଷିମାନେ ଦୂରରୁ ଅନାଇ ଦେଖନ୍ତି ମଙ୍ଗରାଜଙ୍କ ବଡ ତାଳ ପତ୍ର ଛତା ହିଡ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆ ମାନଙ୍କୁ ପୁଅ ପରି ପାଳିଛନ୍ତି । ମା- ବାପ ପିଲାମାନଙ୍କ ଖୁଆ ପିଆ ନିଜେ ନଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡିହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକ ଦିଅନ୍ତି , ଆରେ ତୋରାଣି ଆଣ , ଏମାନଙ୍କ ତଣ୍ଟି ଶୁଖୁଯାଉଛି । ରାନ୍ଧୁଣିଆ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ । ହଳିଆ ଏତେଗୁଡାଏ ତୋରାଣୀ ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିପ୍ଟ ମମ୍ବନ୍ଧରେ ଖୁବ୍ ବକ୍ତୃତା କରି ତାହା ପିଆଇ ଦେଇ ତହିଁ ଉତ୍ତରେ ଭତରବ୍ଯବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ। ସଜନାଶାଗ ' ସାଆନ୍ତଙ୍କ ସଜନାଶାଗ କେରାଏ ମଧ୍ଯ ହଜମୀ ବଳକାରକ, ରୋଗନାଶକ, ମୁଖରୋଚକ , ରୋଗୀର ପଥ୍ୟ । ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମ୍ଭେମାନେ ଜାଣୁ ନାହିଁ କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ ; କିନ୍ତୁ ମୁଖରୁ 'ଯଥା ଶ୍ରୁତଂ ତଥା ଲିଖ୍ । ' ସେଥ୍ ସକାଶେ ବଗିଚାର ହାଟକୁ ଯାଏ ନାହିଁ, ହଳିଆ ମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗି କୃତ । ଏହି ଯେ ଫୁଲ ଦେଖୁ ଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ | ପୁଞ୍ଜାଏ ରାଇ ଯଦି ସେଥ୍ରେ ମିଶେ , ତା କଥା ଛାଡ । ପରମେଶ୍ଵରଙ୍କ ସୃଷ୍ଟିରେ କେତେ ଭଲ ଅଛି-ସେଥିରେ ଭଲମନ୍ଦ ମିଶାମିଶି । ଦେଖ ପଣସ ଖୋସା ଗୁଡିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡାକ ବଦହଜମୀ । କିନ୍ତୁ ଲୋକଙ୍କଠାରେ କିଛି ଅଖଞ୍ଜ ରହେ ନାହିଁ, ଭଲକୁ ଭଲ, ମନ୍ଦକୁ ମନ୍ଦ , ବାଛିଦିଅନ୍ତି । ସଜନାର ସବୁ ଭଲ , କେବଳ ଛୁଇଁଗୁଡାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁଯାଏ ।