ଚତୁର୍ଥ ପରିଛେଦ:
ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସେଥୁରୁ ସବୁ ଜାଣିଯିବେ । ଭାତହାଣ୍ଡିରୁ ଗୋଟିଏ ଚିପିଲେ ସବୁ ଜଣାପଡେ । ସରଦାର ହଳିଆ ଗୋବିନ୍ଦ ପୁହାଣ ସକାଳେ ଆସି ଜଣାଇଲା ଆଜ୍ଞା, ଦେଢମାଣ ବିଲ ଅରୁଆ ରହିଲା, ତଳି ନିଅଣ୍ଟ । ସାଆନ୍ତେ ହୁଁ କହି ତୁନି ହେଲେ । ହଳିଆ ହାତଯୋଡି ଦୁଆରେ ଛିଡାହେଲା ।
ସାଆନ୍ତେ ବିଲ ବୁଲି ବାହାରିଛନ୍ତି । ପରିଧାନ ଖଣ୍ଡିଏ ତେଲ ଚିକିଟା ମଠାଲୁଗା ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛାଭିଡା, କାନ୍ଧରେ ବିଶାଳ ତାଳପତ୍ର ଛତା ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି ଚାଲୁଅଛି, ଆଉ ଜଣେ ହଳିଆ କାନ୍ଧରେ ଯୋଡାଏ ଯୁଆଳି ପକାଇ ଚାଲିଅଛି, ତାହାର ନାମ ପାଣ୍ଡିଆ । ଗାଁର ସବୁ ଲୋକ ଉଠି ନାହାଁନ୍ତି । ଶିବୁ ପଣ୍ଡିତଙ୍କ ଭେଟ ହେଲା । ସଙ୍ଗରେ
ପଣ୍ଡିତେ ନାଶ ସୁରିଂ ସୁଙ୍ଗି ବାଁ ହାତରେ ଢାଳଟିଏ ଧରି ପୋଖରୀପାଣି ବାହାରିଛନ୍ତି । ସାଆନ୍ତଙ୍କୁ ହଠାତ୍ ପଛରେ ଦେଖ୍ ତରବର ହୋଇ ସାଢେ ସାତହାତ ଆଡ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାରଧାରଣ ପୂର୍ବକ 'ଅଞ୍ଜଳିବଙ୍ଗୋ 'କୀର୍ତ୍ତିମାୟୁର୍ଯଶଃଶ୍ରିୟଂ ' କାମନା କଲେ । ସାଆନ୍ତଙ୍କର ନାହିଁ, ଏକମୁହାଁ ଚାଲିଛନ୍ତି । ସାଆନ୍ତେ ଖଣ୍ଡେ ବାଟ ଚାଲିଗଲା ବାଦ୍ ପଣ୍ଡିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢିଲେ, 'ଆଦ୍ୟ ପ୍ରାତରେବାନିଷ୍ଟ ଦର୍ଶନଂ ଜାତଂ ନ ଜାନେ କିମନଭିମତଂ ଦର୍ଶୟିଷ୍ୟତି । କ'ଣ ପଣ୍ଡିତମାନଙ୍କର ଶ୍ଳୋକ ପଢିବା ଅଭ୍ୟାସ, ସେଥୁରୁ ଆମ୍ଭେମାନେ ପାଇବୁ ?
ଶ୍ୟାମ ଓ ସାଆନ୍ତଙ୍କ ସାଆନ୍ତଙ୍କର ରୋଜ ରୋଜ ଶ୍ୟାମ ଗୋଚ୍ଛୁଇ ଜାତିରେ ବାଉରୀ । ବିଲ ଗାଁ ତଳେ । ବିଲଗୁଡିକ ଆଗ ରୁଆ, ଶୁଆପକ୍ଷଆ ବୁଲିଗଲାଣି । ଶ୍ୟାମ ନଇଁପଡି ହିଡ ବାନ୍ଧୁଅଛି । ସା'ନ୍ତେ ପାଖରେ ଛିଡାହୋଇ ଯାଇ କଅଁଳ ଭାଷାରେ କହିଲେ, 'କି ରେ ବାପ ଶ୍ୟାମ ', ଶ୍ୟାମ ହଠାତ୍ ସାଆନ୍ତଙ୍କୁ ଦେଖ୍ ଚମକି ପଡିଲା । ପାଞ୍ଚହାତ ଦୂରକୁ କୋଡିଟା ଫୋପାଡିଦେଇ ଲଟକରି କାଦୁଅରେ ଶୋଇପଡି ଓଳଗି ହେଲା । 'ଆରେ ଉଠ୍, ଆରେ ଉଠ, ଆରେ ଉଠ୍' ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ । ତହିଁ ଉତ୍ତାରେ ଶ୍ୟାମ ହାତ ଯୋଡି ଦଶହାତ ଦୂରରେ ଛିଡାହେଲା । ତାହା ବାଦ୍ ମଧ୍ୟରେ ଢେର ବେଳ ଯାଏ ଦୁଃଖସୁଖ କଥାବାର୍ତ୍ତା ହୋଲା । ସବୁ କଥାଗୁଡା ଲେଖୁଲେ ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥ୍ସକାସେ ସାରାଂଶ ମାତ୍ର ଲେଖୁଅଛୁ, ଅର୍ଥାତ୍ ଶ୍ୟାମ ବଂଶ ଉପରେ ଭାରି ନଜର । ଶ୍ୟାମ ବାପ ଅପର୍ଣିଆ ପାଖକୁ ଯାଇ ବିଲବାଡିର ହାଲଚାଲ ଜଣାଉଥିଲା ଏବଂକିପରି ଚାଷକଲେ ଧାନ ଖୁବ୍ ଫଳିବ, ଏସବୁକଥା ପଚାରୁଥିଲା ଇତ୍ୟାଦି । ମାତ୍ର ଶ୍ୟାମ ସେପରି କରେ ନାହିଁ । ଇତ୍ୟବସରରେ ବିଲ ନଜର ଅକସ୍ମାତ ପଡିଗଲା । ଚମକି ପଡିଲାପରି ମୁରବିପଣିଆ କରି କହିଲେ, 'ଆରେ ଶାମା, ତୁ କ'ଣ କରିଛୁ ? ତୁ ଟା ତ ନିହାତି ଓଲୁ । ଚାଷ କିଛି ଜାଣି ନାହୁଁ । ଆରେ , ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ? ଗଛ ନିଃଶ୍ଵାସ ମାରିବାକୁ ତ ବାଟ ରଖ୍ ନାହୁଁ । ଉପାଡ ଉପାଡ୍ ଅଧେ ଉପାଡିପକା । ଗୋବିନ୍ଦ ଭଲ କରି ଅନାଇ ସା'ନ୍ତଙ୍କର ପୋଷକତା କଲା । ଶ୍ୟାମ ଥରିଥରି ହାତଯୋଡି, 'ଆଜ୍ଞା, ମୁଁ ତ ସବୁ ବରଷ ଏହିପରି ରୁଏଁ, ସମସ୍ତେ ରୁଅନ୍ତି ।' ସା'ନ୍ତେ ବିରକ୍ତ ହୋଇ କହିଲେ, 'ଆରେ ଓଲୁ, ଭଲ କହିଲେ ଶୁଣୁନାହୁଁ ? ଗୋବିନ୍ଦ ଆଡକୁ ଚାହିଁ କହିଲେ, 'ଆରେ ଗୋବିନ୍ଦା ଦେଖାଇ ଦେ ତ । '' ଏହି କଥା ମୁହଁରୁ ନବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା ପଦା କରିପକାଇଲେ । ଶ୍ୟାମ ଡକାପଡି ସାଆନ୍ତଙ୍କ ଗୋଡତଳେ ଗଡୁଥାଏ । ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ଯାମର ଭାଇଲେଖା ସମ୍ବୋଧନ କରି କହିଲେ, " ତୁ ବିଲ କରି ଜାଣ ନ ଜାଣ, କରଜା ଧନର ମୂଳ ବିଶ୍ଵଏ ରଖୁ, ଜାଣିବୁ । ' ଶ୍ୟାମ ଭୟରେ କାଠ ପିତୁଳି ପରି ଛିଡା ହୋଇଥାଏ । ସାଆନ୍ତେ ଆରେ ଗୋବିନ୍ଦ ଥାଉ ଥାଉ, ସେ ଯାହା ଇଚ୍ଛା ' ଏହା କହି ଆପଣା ଅରୁଆ ବିଲ ଆଡକୁ ଦୁଇ ଭାର ତଳି ଧରି ବାହାରି ଗଲେ ।