ତ୍ରୟୋବିଂଶ ପରିଚ୍ଛେଦ
କର୍ମଫଳ :
ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବାଲି । ସେହିପରି ଟାଣୁଆ ବଢିହେଲେ ତୋଠଯାଏ ପାଣିଯାଏ । ଦଶ ବାର ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା, ଗଲା ପରଦିନ ଓପର ଓତିଠାରୁ ଅଳ୍ପ ଅଳ୍ପ ପାଣି ପଡ଼ୁଅଛି, ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସିଯାଉଛି । କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇଯାଉଛି । କାଠିକୁଟା କେତେ ଭାସିଯାଉଅଛି ଠିକଣା ନାହିଁ । ଗଣ୍ଡଜାଗା ଥିବାରୁ ଏଠାରୁ ଗୋମୁଁହା କୁମ୍ଭୀରର ଉପଦ୍ରବ ଭାରି, ଦଢିଆଣି, ପଣ ଘଡ଼ିଆଳ ତ ପଣ । ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ କେହି ବେଶି ପାଣିକି ଯାଇପାରେ ନାହିଁ । ପୁଣି ନୂଆ ପାଣି ପଡ଼ିଲେ କୁମ୍ଭୀର ଗୁଡ଼ିକ ଭାରି ମାତନ୍ତି । ନୂଆ ବଢିକି ପରତେ ନାହିଁ, ଫେଣରେ କୁମ୍ଭୀର ଖାଏ । ତୋଠରେ ଦିନରାତି ଖଣ୍ଡିଏ ଡ଼ଙ୍ଗା ବନ୍ଧା ହୋଇଥାଏ; ଗାଉଁଲୀ ଲୋକେ, ହାଟୁଆ ଲୋକେ ପାରିହୁଅନ୍ତି । ସରକାରୀ ଡ଼ାକ ପାରିକରିବା ସକାଶେ ନାଉରୀ ଦିନରାତି ପଲାମାରି ଜଗିଥାଏ, ସରକାରରୁ ମାସକୁ ଦୁଇଟଙ୍କା ଦରମା ପାଏ । ଗାଉଁଲୀ ଲୋକେ ନଗଦ କିଛି ଦିଅନ୍ତି ନାହିଁ, ପୁଷମାସ ଧାନକଟା ସମୟରେ ନାଉରୀ ବିଲ ବିଲ ବୁଲି ପ୍ରତି ଘରୁ ଗୋଟିଏ ଗୋଟିଏ ହଳା ଅସୁଲ କରେ । ହାଟପାଳି ଦିନ ବାଟୁଆମାନେ କେହି ପିତାଶୁଖୁଆ ପୁଞ୍ଜାଏ, କେହି ବାଇଗଣ ଯୋଡ଼ାଏ, କେହି ଲୁଣ ଚିମୁଟେ, କେହି ତେଲ ଦିଟୋପା ଦେଇଯାଏ । କୌଣସି କୌଣସି ଦିନ ବଡ଼ ବଡ଼ ମହାଜନ ଅଚିହ୍ନା ବାଟୋଇ ପହଞ୍ଚିଗଲେ ପଇସାଏ ଅଧଲାଏ ଖଜାଖୁଆ ଦେଇଯା'ନ୍ତି । ଦେଶ କାଳ ପାତ୍ର ଘେନି ଏହି ଲାଭ ଊଣା ଅଧିକ ହୁଏ; ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ମୁନିସି, କାନଗୋଇ ପାର ହେବାଦିନ କାନମୋଡ଼ାଟା, ଚାପୁଡ଼ାଟା, ଗାଳିଟା କେଭେ ଉଣା ହୁଏ ନାହିଁ । କେଉଟ ଚାନ୍ଦିଆ ବେହେରା କହେ, ଏହି ଘାଟ ବହି ତା ଦିହକ ଥାନାଦାରୋଗା,ପାହିଲାଣି, ତା' ପରି ଜଣେ ଆଣ୍ଠୁଆ ନାଉରୀ ଏ ଖଣ୍ଡମଣ୍ ଡଳରେ ଦେଖାନାହିଁ ।
ଥିଲା, ବର୍ତ୍ତମାନ ରାତି ଶେଷ ହୋଇଆସିଲାଣି । ରାତିରେ ଭାରି ବର୍ଷା ; ଭାରି ତୋଫାନ ପାଣି କିମ୍ବା ପବନ ନାହିଁ, ମେଘଟା ସେହିପରି ଘୋଡ଼ାଇଛି, ଅକାରଣ କେଉଁଠି କିପରି ଫାଙ୍କରେ ସାନ ସାନ ତରାଟିମାନ କୂଳୁ କୂଳୁ କରି ଅନାଇ ଲୁଚିଯାଉଛନ୍ତି । ଠିକ୍ ଏହି ସମୟରେ ଜଣେ ବାଟୋଇ ସାନ ଗଣ୍ଡିରା ଟିଏ ପିଠିରେ ବୋକଚା କରି ତୋଠ ପାଖରେ ନଦୀ କୂଳେ କୂଳେ ବୁଲୁଅଛି, ନଦୀ କୂଳେ କୂଳେ ଚାରି ପାଞ୍ଚଶ ହାତ ଚାଲିଯାଇ ପୁନର୍ବାର ତୋଠ ଠାକୁ ଫେରିଆସୁଅଛି | ଜଣାଯାଏ ପହଁରି ନଦୀପାର ହେବାର ଲୋକଟାର ଇଚ୍ଛା , ହେଲେ ବଳ ଖଟୁ ନାହିଁ । ତୋ ଠାରେ ଠିଆ ହୋଇ ଡ଼ାକିଲା, ''ଏ ନାଉରି ଭାଇ, ଏ ନାଉରି ଭାଇ !'' ଚାନ୍ଦିଆ ବେହେରା, ବାଲିରେ କାତଟା ପୋତି ଖଣ୍ଡେ ଲମ୍ବା ଦଉଡ଼ିରେ ଡ଼ଙ୍ଗାଟା ଖଟାଇ ଦେଇ ତୁଠ ପାଖରେ ଭୂଇଁପଲାରେ ଶୋଇଅଛି । ବାଟୋଇ ପୁନର୍ବାର ଥରେ ଅତି ସାବଧାନରେ ଡ଼ାକିଲା, ''ଏ ନାଉରି ଭାଇ, ଏ ନାଉରି ଭାଇ !'' ବାଟୋଇ ଡ଼ାକିସାରି ଚମକି ପଡ଼ିଲାପରି ଥରେ ପଛକୁ ଅନାଇଲା । ନାଉରି କି ଶୋଇ ଯାଇଛି ? ଏତେ ଡ଼ାକର ଜବାବ ନାହିଁକି ? ମାତ୍ର ଆମ୍ଭମାନେ ନିଶ୍ଚୟ ଜାଣୁ, ନାଉରି ରାତି ଘଡ଼ିଏ ଥାଉଁ ଉଠି ବସିଥାଏ । ବୋଲି ଅଛନ୍ତି , ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବ । ଶାସ୍ତ୍ରବିଧ୍ ପାଳିବା ସକାଶେ ଯେ ଚାନ୍ଦିଆ ଉଠିଥାଏ, ଏହା ନୁହେଁ । ଦିନେ ଦିନେ ରାତି ପିଛିଲା ପହରରେ ଡ଼ାକ ଆସି ପଡ଼ିଯାଏ, ସେଥ୍ସକାଶେ ସେ ଜାଗ୍ରତ ତାଏ । ଆଉ ଗୋଟିଏ କଥା, ସଞ୍ଜ ବେଳକୁ ଘାଟ ବନ୍ଦ ହୋଇଯାଏ, ଅଳେ ସଅଳେ ଚାରିଟା ଖାଇଦେଇ ଶୋଇପଡ଼ିଥାଏ । ରାତିଟାଯାକ କେତେ ଶୋଇବ ? ଚାନ୍ଦିଆ ପଲା ମଧ୍ୟରେ ଦୁଇ ଆଣ୍ଠୁ ଉପରେ ମୁଣ୍ଡଟି ଦେଇ ଠୁଙ୍ଗା ହୋଇ ବସିଛି, ଆଗରେ ନିଆଁ ଉହ୍ନେଇ ଚକ୍ଷୁ ନିଆଁକୁ ଦୁଇହାତ ବଢାଇ ଦେଇଅଛି । ବୋଧହୁଏ ସେ ମନ ମଧ୍ୟରେ ଭାଳୁଛି, ଅବେଳରେ ଏ ବାଟୋଇବା କିଏ ? ସରକାରୀ ଲୋକ ତ ନିଶ୍ଚୟ ନୁହେଁ, ଏ ଲୋକଟା 'ଭାଇ ଭାଇ ' ଡାକୁଛି, ସରକାରୀ ଲୋକ ହୋଇଥିଲେ ତା ଘରଆଡ଼ ଭାଇ ଲେଖା କରି ଡ଼ାକନ୍ତା । ଯିଏ ହେଉ ଡ଼ାକୁଥାଉ, ରାତି ପାହୁ ଦେଖୁ । ପୁନର୍ବାର ଡ଼ାକ ''ଏ ନାଉରି ଭାଇ, ଆ ବାହାରି ଆ, ଖଜଖୁ ଦେବି । ଶାସ୍ତ୍ରକାରମାନେ ମାତା', କହି ନାଆରେ ଉଠିବସିଲା । ଉପର ପାଣି ତୋଡ଼ ପଡ଼ିଛି, ସମ୍ଭାଳି ହେଉ ନାହିଁ, ଆଉଲା ବାହୁ ବାହୁ ଡ଼ଙ୍ଗାଟା ଢେର ତଳକୁ ଭାସିଗଲା । ସମ୍ଭାଳି ଟେକୁ ଟେକୁ ନଦୀ ଛ'ପଣି ଦଶପଣି ହୋଇଅଛି, ରାତି ପ୍ରାୟ ପାହିଆସିଲାଣି । ଗୋପାଳପୁର ତୋଠପାଖରୁ ଗୋଟାଏ ଗୀତ ଶୁଭିଲା -
'ଏ-ଏ-ଏ- ରାମ ଯେ ଲଇକ୍ଷଣ ହେ ଗଲେ ମୃଗ ମାରି
କୁଡ଼ିଆ ଦୁଆରେ ଆସି ଉଭା ବ୍ରହ୍ମଚାରୀ
ବୋଇଲେ ସୀତୟା ଗୋ ଭିକ୍ଷା ଦିଅ ଆମ୍ଭଙ୍କୁ
ନୋହିଲେ ଅଭିଶାପ ଗୋ ଦେବୁ ରାମ ଲଇକ୍ଷଣକୁ ।' ବାଟୋଇ ଡ଼ଙ୍ଗାରେ ବସି ବାରମ୍ବାର ଗୋପାଳପୁର ତୋଠଆଡ଼କୁ ଚାହିଁଛି | ଗୀତର ଶବ୍ଦ ଅବିରଳ ଅନ୍ଧକାରରାଶି ଭେଦ କର କାନରେ ପଡ଼ିବାରୁ ବାଟୋଇ ଚଙ୍ଗ ଚଙ୍ଗ ହୋଇ ଠିଆ ହୋଇ ସେ ଦିଗକୁ ଅନାଇଲା । ନାଉରି କାନକୁ ଶବ୍ଦ ଯାଇ ନାହିଁ, ଏକମନରେ ଡ଼ଙ୍ଗା ବାହୁଥିଲା, ଡ଼ଙ୍ଗା ଟଳ ଟଳ ହେବାରୁ ଡ଼ାକି ଦେଲା, 'ଆରେ ବସିପଡ଼ ।' ବାଟୋଇର ଭାବ ଦେଖ୍ ନାଉରି ମଧ୍ଯ ତୋଠଆଡ଼କୁ
ରକ୍ତ , ବୋକଚାରେ ରକ୍ତ ଚାହିଁ କହିଲା ଓହୋ ; ଟପାଟା ହାବୁଡ଼ିଲା ଯେ । ' ଏହା କହି ଡ଼ଙ୍ଗା ମଙ୍ଗ ଫେରାଇଦେଲା । ବାଟୋଇ ବ୍ୟାକୁଳ ହୋଇ କହିଲା, 'ଏ ନାଉରୀ ଭାଈ, ଡଙ୍ଗା ଫେରା ନା, ଫେରା ନା, ମୋତେ ଆଗ ପାରି କରିଦେ । ''ନାଉରୀ କହିଲା, ''ମଲା ଯା, ସରକାରୀ କଥା, ମୁଁ କଣ ଜେଲ ଯିବି ?''ରାତ୍ର ଶେଷ, ଅଳ୍ପ ଅଳ୍ପ ଆଲୁଅ ପଡ଼ିଲାଣି ନାଉରୀ ଦେଖୁଲା ବାଟୋଇର ସର୍ବାଙ୍ଗ ରକ୍ତମୟ ଲୁଗାରେ । ଦୋଳରେ ଫଗୁ ଖେଳିଲାପରି ଲାଲ ଟହ ଟହ ଦିଶୁଅଛି | ନାଉରୀ ଚମକିପଡ଼ି କହିଲା, 'କଣ ହେ ! ରକ୍ତ କାହୁଁ ଅଇଲା ? ତୁମେ କ'ଣ କାହାକୁ ମାରିଛ ? ବାଟୋଇ ଚଞ୍ଚଳ ଗଣ୍ଠିରାଟି ଧରି, ନାଉରୀ ହାଁ ହାଁ କହୁଁ କହୁଁ ନଦୀକୁ ଡେଇଁ ପଡ଼ିଲା । ପନ୍ଦର କୋଡିଏ ହାତ ପହଁରି ଯାଉଁ ଯାଉଁ କାହୁଁ ଗୋର ଗୋମୁହଁ । କୁମ୍ଭୀର ଆସି ଟପ୍କରି ଧରିପକାଇଲା, ଗଣ୍ଠିରାଟି ଅଳ୍ପ ଦୂର ଭାସିଯାଇ ବୁଡ଼ିଗଲା । ଚାନ୍ଦିଆ ଚାହିଁଥାଏ । ଏ ଲୋକଟା କିଏ, କେଉଁଠାରୁ ଅଇଲା, କାହିଁ ଯାଉଁଥିଲା ? ବୁଝିବା ହେଲେ ପାଠକ ଅବଧାନ ! ଆମ୍ଭେମାନେ ହେଲୁ ଗ୍ରନ୍ଥକାର । ଏହି ସେ ଘେନିଗଲା, କପାଇଁ ଘେନିଗଲା, କାହିଁ ଘେନି ଗଲା, ତାହା ସହିତ ସଦ୍ ବ୍ୟବହାର କଲାକି ଅସଦ୍ ବ୍ୟବହାର କଲା, ଏ ସମସ୍ତ ଗୁପ୍ତ ବିଷୟ ଆମ୍ଭ ମାନଙ୍କୁ ଭଲ ଜଣା । ହେଲେ, ଚାନ୍ଦିଆ ବେହେରା କୌଣସି କାରଣରୁ ଏ କଥା ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇଥିବାରୁ ଆମ୍ଭେମାନେ ପ୍ରକାଶ କରିବାକୁ ନାରାଜ । ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହା ଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପିଲା ମଧ୍ଧରେ ଲୁଚାଇ ରଖୁଥାଏ । କିଛିଦିନ ଉତ୍ତାରେ ଜଣେ ପଝାରି ଅବଧାନକୁ ପଢ଼ାଇବାରେ ସେ ଖଣ୍ଡେ ପତ୍ରରୁ ଏହିପରି ପଢ଼ିଲେ -
ଶ୍ରୀ ଶ୍ରୀ ମୁକୁନ୍ଦଦେବଙ୍କ ସାତ ଅଙ୍କ କୁମ୍ଭମାସ କୃଷ୍ଣପକ୍ଷ ଦ୍ଵିତୀୟା ଦିନ ବେଳ ଦୁଇ ଘଡ଼ି ସମୟରେ ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନଙ୍କ ସୁସାକ୍ଷାତକୁ ଏହି ଗ୍ରାମର ରହିବା ଲୋକ ତେଲିପୁଅ ଶ୍ୟାମସାହୁର ଦେଲି ଗୁଜା, ଏନିମନ୍ତେ ଗୁଜା ଲେଖିଦେଲେ କି ମୋ ପୁଅ ଭୀମା ବିଭାଘରକୁ ଆପଣଙ୍କଠାରୁ ଦଶଟଙ୍କା କରଜ ନେଲି ; ଆସନ୍ତା ଧନୁ ମାସରେ ମୋ ଖଳା ଉପରୁ ଆପଣଙ୍କ ଖମାର ଗଉଣୀରେ ଦାଣ୍ଡ ଭାଉ ପ୍ରମାଣେ ମାପିନେଇ ତହିଁ କଳନ୍ତରକୁ ଅଧା କି ମୂଳ ନଉତିକେ ଆଠ ବିଶ୍ୱା ପରିମାଣରେ ମାପିନେବେ । ଏ ପ୍ରମାଣ ଏଥକୁ ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ ଦଶ ଦିଗପାଳ । ଚାନ୍ଦିଆ ବେହେରା ଡଙ୍ଗା ବାହିନେଲାବେଳେ ଢେର୍ ଦିନପର୍ଯ୍ୟନ୍ତ ଠିକ୍ ସେହି ସ୍ଥାନରେ ଥରେ ଅନାଏ ।