shabd-logo

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023

1 ଦର୍ଶନ 1

ଷଷ୍ଠ ପରିଚ୍ଛେଦ

ଚମ୍ପା : 

ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ ସମସ୍ତେ ଅନଭିଜ୍ଞ । ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାରଦ୍ଵାରା ବୁଝିବାର କାହାରି ଶକ୍ତି ନାହିଁ । କେବଳ ଏତିକି ମାତ୍ର କହିପାରୁ ଯେ, ମଙ୍ଗରାଜଙ୍କ ଉଆସ ମଧ୍ଯରେ ଚମ୍ପାର କ୍ଷମତା ସୀମାତୀତ । ଅଧିକ କ'ଣ ସାଆନ୍ତାଣୀଙ୍କ କ୍ଷମତାଠାରୁ ଢେର ବେଶୀ । ବାହାରେ ହଳିଆ ମୂଲିଆ , କଚେରୀ କରଣଯାଏ ତାହା ଠାରେ ହାତ ଯୋଡିଥାନ୍ତି । ଚମ୍ପାର ଗୋଟିଏ ନାମ ହରକଳା । ସତ କଥା କହିବାକୁ ଗଲେ ଏହିନାମ ଧରି ତାହାକୁ କେହି ଡାକିବାର ଶୁଣିନାହୁଁ । ହରକଳା ଶବ୍ଦର ବ୍ୟସ୍‌ କ'ଶ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ । ଏହା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ ; ମାତ୍ର ଚମ୍ପାର କାନରେ ଦିନେ କିଏ ପକାଇଲା ଲୋକମାନେ ତାହାକୁ 'ହରକଳା' ବୋଲନ୍ତି । ସେ ଶୁଣି ଭାରି ଖପା ହେଲା, କାନ୍ଦି କାନ୍ଦି ଗୁହାରି କଲା, ଖୁବ୍‌ ଧରପଗଡ ହେଲା, ଦୁଇଦିନ ପର୍ଯ୍ୟନ୍ତ ଖୋଜା ତଲାସ ହେଲା; ମାତ୍ର ହରକଳା ନାମର ଉତ୍ପତ୍ତି କେତେ ଦୂର ବିସ୍ତୃତ କିଛି ଠିକଣା ମିଳିଲା ନାହିଁ । ଅବଶେଷରେ ସାଆନ୍ତ କହିଲେ, ''ହେଉ ହେଉଦେଖାଯିବ । ଖବରଦାର ! ଚମ୍ପାକୁ କେହି ହରକଳା କହିବ ନାହିଁ । '' ସେ ଦିନ ଗ୍ରାମର ଏ ମୁଣ୍ଡଠାରୁ ସେ ମୁଣ୍ଡଯାଏ ଆଖପାଖ ଦୁଇ ଚାରି ଗ୍ରାମରେ ସମସ୍ତଙ୍କୁ ସମସ୍ତେ ସାବଧାନ କରାଇଦେଲେ--- 'ଖବରଦାର୍ ! ଚମ୍ପାକୁ କେହି ହରକଳା କହିବ ନାହିଁ । ମାସେ, ଦୁଇମାସ, ଚାରିମାସ, ଛ'ମାସ ଟୋକୀଠାରୁ ବୁଢୀ, ଟୋକାଠାରୁ ବୁଢାଯାଏ ସାଙ୍ଗ ମନମିଳାପ ଲୋକ ଦେଖ‌ିଲେ ଚାରିଆଡକୁ ଅନାଇ ମୁରୁକି ହସି ପରସ୍ପରକୁ ସାବଧାନ କରିଦିଅନ୍ତି ''ଖବରଦାର୍' ! ଚମ୍ପାକୁ କେହି ହରକଳା କହିବ ନାହିଁ | '' କ୍ରମଶଃ ସେହିକଥା ସଂକ୍ଷିପ୍ତ ସାରରୂପ ଧାରଣ ସମ୍ବନ୍ଧ ସମସ୍ତ ରୂପ ଗୁଣ ବର୍ଣ୍ଣନା 'ଖବରଦାର ! ଗୋବରା ଜେନା ଚଉକିଦାର । ' ପିଲାଗୁଡିକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କ'ଣ ଧରିବେ ?ଯାଉ, ସେ ବାଜେ କଥାରୁ କ'ଣ ହେବ? ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ଥ‌ିବାରୁ ପାଠକମାନେ ତାହାର ନାମ ଅନେକଥର ଶୁଣିବାକୁ ପାଇବେ | ଏଥର ତାହାର ରୂପ-ଗୁଣ ସମ୍ବନ୍ଧରେ କଥା ଫେଡି କହିଦେବା ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ କର୍ତ୍ତବ୍ୟ ହେଉଅଛି । ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କ କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ । ସୁତରାଂ, ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମ୍ଭମାନଙ୍କର ଆପତ୍ତି ନାହିଁ । ପୁଣି ଗ୍ରନ୍ଥମାନଙ୍କରେ ଖସଲତ ଅଛି, ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ ପାଇଲା ପରି ସବୁକଥା ପାସୋରିଯାଇ ତାହାର ରୂପ ବର୍ଣ୍ଣନା କରିବାକୁ ତରବରହୋଇ ବସିଯାନ୍ତି । ଆମ୍ଭେମାନେ ଯେ ରୂପ ବର୍ଣ୍ଣନା କରିବା ବିଷୟରେ ଅକ୍ଷମ , ତାହା ନୁହେଁ | ଏହି ଦେଖ କଦଳୀ, ପଣସ, ରମ୍ଭା ଆମ୍ବ ଡାଳିମ୍ବ, ଟଭା ଏହିପରି ଯେ ସବୁ ଗଛ, ପତ୍ର , ଫଳ, ଫୁଲ ଅଛି, ଚମ୍ପାର ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇଦେଲେ ତ ରୂପବର୍ଣ୍ଣନା ଛିଡିଲା । ମାତ୍ର , ଆଜିକାଲି ସେପରି ମରହଟ୍ଟା ବର୍ଣ୍ଣନା ଚଳିବ ନାହିଁ । ଇଂରାଜୀ ପଢୁଆ ପାଠକମାନଙ୍କ ମନୋରଞ୍ଜନ ସକାସେ ଇଂରାଜୀ ଧରଣର ରୂପ ବର୍ଣ୍ଣନା ଭାରତର କବିମାନେ ସୁନ୍ଦର ସ୍ତ୍ରୀ ମାନଙ୍କୁ କହନ୍ତି ଗଜେନ୍ଦ୍ରଗାମିନୀ '; ଇଂରାଜ କହିବେ, ''ଛି ଛି ! ତାହା ତ ନୁହେଁ, ଘୋଡାପରି ସେ 'ଗେଲପ ଚାଲିପାରେ, ସେହି ସିନା ପରମ ସୁନ୍ଦରୀ ଦେଖୁଅଛୁ ଆଜିକାଲି ପହିଲି ଆଷାଢର ମହାନଦୀର ବଢିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲିଆସୁଅଛି, ସେଥ୍ରେ ଖୁବ୍ ସମ୍ଭବ ନବ୍ୟ ସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ 'ଗେଲପ୍' ଚାଲି ଶିଖାଇବା ନିମନ୍ତେ ଚାବୁକ ସବାର ନିଯୁକ୍ତ କରିବାକୁ ପସ୍ତାବ କରିବସିବେ । ସେ କଥା ଯାହା ହେଉ ଚମ୍ପାର ଅକ୍ଷମ ଆମ୍ଭେମାନେ କହୁଁ, ସୁନ୍ଦରୀମାନଙ୍କ ଚାଲିରୁ ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ କରିପାରି ନାହାନ୍ତି । ବିଚାର କରନ୍ତି ଘୋଡା ଆଉ ହାତୀମାନେ ଚାରି ଗୋଡରେ ଚାଲନ୍ତି ; ମାତ୍ର ଆମ୍ଭମାନଙ୍କର ଦୁଇଗୋଟି ଗୋଡରୁ ବେଶି ନାହିଁ । ସୁତରାଂ ତାହାକୁ ଗଜେନ୍ଦ୍ରଗାମିନୀ ବା ଅଶ୍ଵବରଗାମିନୀ ବୋଲିବା ନିତାନ୍ତ ଅସଙ୍ଗତ ଅଟେ । ତେବେ କମ୍ପା ହାମୁଡି ଚାଲିଲେ କିପରି ଦିଶନ୍ତା , ସେ କଥା ଅନୁମାନ କରି କହିବାକୁ ଆମ୍ଭେମାନେ ସମ୍ପ୍ରତି । ପୁଣି ପଦସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାର ମରାଳଗାମିନୀ ବୋଲିବା ଅସଙ୍ଗତ ନୁହେଁ । ଅଳଙ୍କାର ଶାସ୍ତ୍ରର ମର୍ଯ୍ୟାଦା ରକ୍ଷାପାଇଁ ଉପମାନ ଉପମେୟ ଠିକ ରଖ୍ କହିବାକୁ ଗଲେ, ମରାଳ କେତେବେଳେ ଖାଲି ଗୋଡରେ କେତେବେଳେ ଡେଣା ମେଲାଇ ଖଣ୍ଡିଭଡା ଦେଲାପରି ଚାଲେ । ଆମ୍ଭମାନଙ୍କ ଚମ୍ପା ଗୋହିରୀ ମଝିରେ ମାଣିଆବନ୍ଧୀ ପଣତକାନୀ ଉଡାଇ, ଦୁଇଡେଣା ଦୋହଲାଇ ଚାଲିବାବେଳେ ଠିକ୍ ତାହାକୁ ମରାଳଗାମିନୀ ବୋଲାଯାଇପାରେ । ଚମ୍ପାର ବୟସ ଆମ୍ଭେମାନେ ଅନୁମାନ କରୁ ତିରିଶ ଲଗାଲଗି; ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସାଆନ୍ତାଣିଙ୍କ ମଙ୍ଗଳକୃତ୍ୟ ଦିନ ତାହାର ଏକୋଇଶା ହୋଇଥିଲା । ଏହି ହିସାବରେ ଚମ୍ପାର ବୟସ ଢେର କମ । ଏଠାରେ ଯୁବତୀର କରିବାକୁ ହେଲେ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ । ବିଲାତି ଜିନିସାତ୍ ସହିତ ରୁଚିନାମଧେୟ ପଦାର୍ଥବିଶେଷ ଦେଶକୁ ନୂଆ ଆମଦାନୀ ହୋଇଅଛି । ତାହା ପ୍ରତି ନଜର ରଖ୍ ନ ଚଳିଲେ ତୁମର ପାଠ ସରିଲା । ତୁମେ ମୂର୍ଖ ଅସଭ୍ୟ ତଳେ ଗଲ । ସେଦିନ ଉପେନ୍ଦ୍ରଭଞ୍ଜଙ୍କ ଦୁର୍ଦ୍ଦଶାରୁ ଆମ୍ଭେମାନେ ଏହି ଶିକ୍ଷା ପାଇଅଛୁ । ବାପା ମା ପୂଣ୍ୟବଳରୁ ସେ ବିଚରା ଖସି ଯାଇଛି, ନୋହିଲେ ଇସ୍ତକ ମହାପାତ୍ରଠାରୁ ମହାରାଜା ଯାଏ ଯେପରି ପିଛା ଧରିଥିଲେ, ତାହା କପାଳରେ ଯେ କ'ଣ ଘଟିଥାନ୍ତା , ଠାକୁରଙ୍କୁ ଜଣା । ଏପରି ମହାରଥୀର ତ ଏହି ଦଶା, ବା କେତେ କଡାରେ ଗଣ୍ଡାର । 'ଗୁରୁ-ବିପ୍ରସାଦେନ ଆମ୍ଭେମାନେ ସୁରୁଚି କବିତା କଛି କଛି ରଚନା କରିବାକୁ କ୍ଷମ। ରୂପ ବର୍ଣ୍ଣନା ଆମ୍ଭେମାନେ ଆପଣମାନେ  କହିବେ, ଏଇଡା ମିଛୁଆ, କିଛି ଜାଣେ ନାହିଁ । ଆଛା, ନମୁନା ଦେଖନ୍ତୁ ''ଅର୍ଜ ବକ୍ଷ ଉତ୍ସଙ୍ଗିନୀ ମୁରୁକିହାସିନୀ ବସ୍ତ୍ରଶୂନ୍ୟା ରିକ୍ତହସ୍ତା ତୁରଙ୍ଗଗାମିନୀ ମାର୍ଜାରନୟନା ତାମ୍ରକେଶା , ଅଣ୍ଟାଭିଡା ସ୍ଵାଧୀନକର୍ତ୍ତୃକା ଆଗେ ଛିଡା, ପରପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ , ଆହା ଆହା ଅପରୂପ ସ୍ଵର୍ଗବିଦ୍ୟାଧରୀ ! ''ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ରଭଞ୍ଜ ଶୁଣିବେ? ' ଓଲଟ କଦଳୀ ପ୍ରାୟ ଜାନୁ ନିତମ୍ବ ଯୁଗଳ ଜିଣି ସାନୁ ।'' ଆଉ ଲେଖିବାକୁ ସାହାସ ଅଣ୍ଟିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ । ଆମ୍ଭେମାନେ ସୁରୁଚି କବିତା ଲେଖିବାକୁ ଜାଣୁ ସତ୍ୟ, ହେଲେ ଦିନ ଦୁଇ ପ୍ରହରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ । ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ ଶ୍ରୀମତୀ ଚେମୀ ବେହେରା ଠାରୁ ବେଥୁନ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍.ଏମ୍.ରେ ଓରେଫ କୁମାରୀ ଶଶିମୁଖୀ ରାୟ ପର୍ଯ୍ୟନ୍ତ ଦେଖୁ । କେହି ସୁରୁଚିସମ୍ପନ୍ନ ସୌନ୍ଦର୍ଯ୍ୟ ବଢାଇ ବିରାଡି ଆଖ୍ ପରି କରିପାରି ନାହାନ୍ତି । ଏଣେ ସତ ଲେଖୁଲେ ଅସଭ୍ୟ ତଳେ ଯିବୁ, ମିଛ କଥାତ କଲମରୁ ବାହାରିବ ନାହିଁ | ଉପାୟ କ'ଣ ? କାଳିଦାସେ ରଘୁବଂଶ ଲେଖିଲାବେଳେ କଲମ ଅଚଳ ହେବାରୁ କହିବସିଲେ ''ଅଥବା କୃତବାକ୍ସ୍ରେ ବଂଶେ ଽସ୍ମିନ୍ ପୂର୍ବସୁରିଭି

ମହୌ ବଜ୍ରସମୁଣ୍ଡେ ସୂତ୍ରଖ୍ଯବସ୍ତି ମେ ଗତିଃ । '' ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସ ଚମ୍ପାରୂପ -ବର୍ଣ୍ଣନାର ନମୁନା ରସ୍‌ଇଅଛନ୍ତି । ଦାସେ ବୋଇଲେ "ତନ୍ତ୍ରୀ ଶ୍ୟାମା ଶିଖୁରିଦଶନା ପକବବିମ୍ବାଧରୋଷ୍ଠୀ ---

ଅସ୍ୟାର୍ଥୀ --ତନୁ ବୋଲାନ୍ତେ ଶରୀର, ଚମ୍ପାର ତନୁ ଥ‌ିବାର ସେ ତନ୍ତ୍ରୀ । ଶ୍ୟାମ ବୋଲନ୍ତେ କାଳିଆ ନୁହେଁ, ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ । ଚମ୍ପା ଶ୍ୟାମଳ ବର୍ଣ୍ଣ । ଶିଖରିଦଶନା-- ଶିଖରୀ ବୋଲନ୍ତେ ପାହାଡ, ଦର୍ଶନ ବୋଲନ୍ତେ ଦାନ୍ତ ; ଚମ୍ପାର ଛାମୁଦାନ୍ତ ଦୁଇଗୋଟି; ବାହାଡା ହୋଇ ଗୋଟିକ ଉପରେ ଗୋଟିଏ ଚଢିଯାଇ ପର୍ବତଶୃଙ୍ଗପରି ଟେକି ରହୁଥ‌ିବାରୁ ସେ ଶିଖରିଦର୍ଶନା । ଆଉ ପକ୍ଵବିମ୍ବାଧରୋଷ୍ଠୀ ପଦ୍ମ ବୋଲନ୍ତି ପାଚିଲା, ବୋଲନ୍ତେ ତଳଉପର ଓଠ ବିମ୍ବ ବୋଲନ୍ତେ କୁଆମଇତା, ଅଧରଓଷ୍ଠ ଅର୍ଥାତ୍ ପାନବୋଳରେ ଚମ୍ପାର ଦୁଇ ଓଠି ଲାଲ ହୋଇଯିବାରୁ ସେ ପକ୍ଷିବିମ୍ବାଧରୋଷ୍ଠୀ ଇତ୍ୟାଦି । ପୁଣି ଦାସେ '' ମଧ୍ୟ କ୍ଷାମା --- ସ୍ତୋକନମ୍ରା -~-''ପ୍ରଭୃତି ଢେର କଥା କହିଅଛନ୍ତି, ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ ଅର୍ଥାତ ଆମ୍ଭେ ମାନେ ଯେ ସବୁ ଅଙ୍ଗ ଦେଖ୍ ନାହୁଁ, ସେ ଅଙ୍ଗ ବର୍ଣ୍ଣନା କରିବାକୁ ନିତାନ୍ତ ନାରାଜ । ଦାସେ ତ ଦେସେ ' ଯାହା ନ ଦେଖନ୍ତୁ ଦୁଇ ନୟନେ, ତାହା ନ ଲେଖୁ ଗୁରୁବଚନ ' ତେବେ ଦେଖା ସ୍ଥାନଗୁଡିକୁ ବର୍ଣ୍ଣନା କରିବାକୁ ଛାଡିବା ପାତ୍ର ଆମ୍ଭେମାନେ ନୋହୁଁ; ଯଥା--

 ''କଜ୍ଜଳପୂରିତ ଲୋଚନ ଭାଲେ,

 ଗୁଣ୍ଡିମିଶା ଖୁଲୀ ଗୁଞ୍ଜିତ ଗାଲେ | ୧ | 

ତୈଳ-ହରିଦ୍ରାବୋଳିତ ଦେହେ,

 କୁକ୍‌କୁରୀବ ଶୀଘ୍ର ଧାବତି ଗେହେ | ୨ | 

ଷୋଳହାତୀ ଶାଢୀ ବିସ୍ତୃତ କଚ୍ଛେ ,

 ଥୋପଭିଡା ଜୁଡା ଶୋଭିତ ଉଚ୍ଚ |୩ |  

ଦୁମୁ ଦୁମୁ ଗୁମୁ ଗୁମୁ ଚଳନ ତସ୍ୟା, 

ଚଳତି ବା ଧାବତି ବିଷମ ସମସ୍ୟା । ୪ ।

 କଙ୍କଣ ଚୁଡି ହସ୍ତେ ବିରାଜେ, 

ଝିମ ଝିମ ଝିମ ଝୁଣ୍ଟିଆ ବାଜେ  | ୫ | 

ସା ଯଦା ଗଚ୍ଛତି ଗୋହିରୀଦାଣ୍ଡେ , 

ହସ୍ତ  ହଲାଇ ଚାଣ୍ଡେ ଚାଣ୍ଡେ | ୬ | 

 ଦେଖ୍ ଶଙ୍କି ଯାନ୍ତି ଗ୍ରାମ୍ୟ ଲୋକେ

, ଡରି ମରି ପଳାଇଯାନ୍ତି ଥୋକେ । ୭ ।

 ଇତି ରୂପବର୍ଣ୍ଣନଂ ପକ୍‌ଝଟୀ ଛନ୍ଦେ ,

 ଅତଃ ଗୁଣ ବର୍ଣ୍ଣତେ ବିବିଧପ୍ରବନ୍ଧେ  | ୮ |

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ