shabd-logo

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023

0 ଦର୍ଶନ 0

ଷୋଡଶ ପରିଚ୍ଛେଦ

ଟାଙ୍ଗୀ ମାଉସୀ :

ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା ଗଛଗୁଡାକ ଜଗନ୍ନାଥ ମହାପ୍ରଭୁଙ୍କ ଆଗରେ ଗରୁଡଖମ୍ବ ପରି ଛିଡା ହୋଇଅଛନ୍ତି । ଆଉ ଗଛ ଥାଉ, ଅଶତ୍‌ଥପତ୍ର ଗୋଟିଏ ମଧ୍ୟ ଖସ କରିବାକୁ ନାହିଁ । ଦାଣ୍ଡ ବାଲିଗୁଡାକରେ ମୁଠାଏ ଧାନ ପକାଇ ଦେଲେ ଚଡଚଡ କରି ଖଇ ଫୁଟିଯିବ । ଗାଆଁର ବୁଲା କଳୀତିଳକୀ କୁତୀଟା ପୋଖରୀପଙ୍କରେ ପଡି ଲଟଲଟ ହେଉଅଛି, ଆଉ ଡେମ୍ଫ ଜିଭଟା କାଢ଼ିପକାଇ ଧକାଉ ଅଛି । ପାଣିକି ଯାଉ ନାହିଁ। ପାଣିଗୁଡାକ ତାତିଯାଇଛି ନା କ'ଣ ? ପଡିଆରେ ଗୋଟାଏ ମଧ୍ଯ ଗୋରୁ ବାଛୁରୀ ନାହାନ୍ତି ; ଗଛମୂଳରେ ଶୋଇପଡି ବୈଷ୍ଣବମାନେ ମାଳ ଝୁଲି ଧରି ହରିନାମ ଭଜିଲାପରି ଆଖୁ ବୁଜି ପାକୁଳି କରୁଅଛନ୍ତି । ଆକାଶରେ ଗୋଟିଏ କାଉ କୋଇଲି ଉଡିବାକୁ ନାହିଁ, ପତ୍ର ମଧ୍ୟରେ ଲୁଚି ଆଁ କରି ବସିଅଛନ୍ତି । ମୁଣ୍ଡଫଟା ଖରା; ଦିନ ତିନିପ୍ରହର ଗଡିଲାଣି; ତଥାପି ଆକାଶରୁ ନିଆଁ ଛିଡୁଛି |

ହୁଁ ମେରା ଭାଇରେ ହୁ ହୁଁ ..

ଖବରଦାରିରେ ହୁ ହୁଁ

ଜୋର କରି ରେ ହୁ ହୁଁ ;

ଡାହାଣେ ଧର ରେ ହୁ ହୁଁ ;

ବାଁକୁ ଛାଡି ରେ ହୁ ହୁଁ ;

ଖଡପା ଖଡପା ଖଡପା -

ରତନପୁର ମୌଜା ଗୋହିରୀରେ ଗଉଡ ଡାକ ଶୁଭିଲା । ଆଗରେ ଗୋଟାଏ ଡୋଲି, ପଛଲାଗି ପାଞ୍ଚଟା ଭାରି ଚାଲିଅଛି । ଡୋଲିଟା ଦଶିଆ ସମ୍ବନ୍ଧରେ ଲୁଗାରେ ସମ୍ପୂର୍ଣ୍ଣ ଢେଙ୍କା । ଗ୍ରାମରେ ପୁରୁଷ ଲୋକ ପ୍ରାୟ କେହି ନାହାନ୍ତି ବିଲବାଡି କାମ ନ ଥ‌ିବାରୁ ବାଘସିଂହ ଭାଇମାନଙ୍କ ସହିତ କେନ୍ଦ୍ରାପଡା ବଳଦେବଙ୍କ ସ୍ନାନଯାତ୍ରା ଦେଖିବାକୁ ଯାଇଅଛନ୍ତି । ଗାଁ ଏମୁଣ୍ଡ ସେମୁଣ୍ଡ ସେମୁଣ୍ଡ ଚହଳ ପଡିଗଲା, ସୁଆରି ଅଇଲା, ସୁଆରି ଅଇଲା ବୁଢ଼ୀ ଦରବୁଢ଼ୀ, ମାଇକିନିଆମାନେ ଧଡ଼ କରି କବାଟ ମେଲାଇଦେଇ ଗୋହିରୀକୁ ବାହାରିପଡିଲେ । ବୋହୂଗୁଡାକ କବାଟ ଦରିଆଉଜା କରି ଫାଙ୍କବାଟେ ମୁହଁ ଗଳାଇ ନାକବସଣି କାଢ଼ିଦେଲେ । ଗାଁ ମାଈକିନିଆ ମଧ୍ଯରେ ଡୋଲ୍ୟାରୋହୀ ନାନା ତର୍କ ଉପସ୍ଥିତ ହେଲା । ପ୍ରଥମେ ଲିଙ୍ଗବିଚାର ପରେ ବ୍ୟକ୍ତି ବିନିମୟ । କେହି କହିଲା; ନୂଆବୋହୂ କେହି କହିଲା ଜମାଦାର, କେହି କହିଲା ସାହାବ । ଜେମା ମା ଅକାଟ୍ୟ ଯୁକ୍ତି ଦେଖାଇ କହିଲା, ''ଆଜି ସ୍ନାନପୂର୍ଣ୍ଣମୀ , ଜମାଦାର ସାହାବ ଘରକୁ ପରିବା ଭାର ନେଇଯାଉଅଛନ୍ତି ।'' ଡୋଲି ବାଘସିଂହ ଚଉରା ପାଖରେ ମୁହଁ ବୁଲାଇ ନ ଥିଲେ ଜେମା ମା ଅନୁମାନ ସିଦ୍ଧାନ୍ତରେ ପରିଣତ ହେବାର ଖୁବ୍ ସମ୍ଭାବନା ଥିଲା । ବେହେରାମାନେ ବାଘସିଂହ ଦୁଆରେ ଡୋଲିଟା ଗୁମ୍ କରି ଥୋଇଦେଇ ଗାମୁଛାରେ ମୁହଁ ବିଞ୍ଚିହେଲେ , ଗମଗମ ଦେହରୁ ଝାଳ ବହିଯାଉଅଛି । ବାଁ ହାତ ପାପୁଲିରେ ମୁହଁରୁ ପୋଷ ପୋଷ ଝାଳ ପୋଛିପକାଉଅଛନ୍ତି । ଭିତରକୁ ଖବର ଗଲା, ନୂଆବୋହୂ ମାଉସୀ ଆସିଅଛନ୍ତି । ଗଲା ମକର ମାସରେ ବାଘସିଂହଙ୍କ ପୁଅ ଚନ୍ଦ୍ରମଣି ଡାଳିଯୋଡା ଫତେସିଂହଙ୍କ ଝିଅକୁ ବିଭା ହୋଇଅଛନ୍ତି । ଏହି ଡୋଲି ଯେ ସଳଖେ ଡାଳିଯୋଡାରୁ ଅଇଲା, ବିନା ବ୍ୟାଖ୍ୟାରେ ବୁଝିବାକୁ ଗ୍ରାମର ବୁଦ୍ଧିମତୀ ସ୍ତ୍ରୀମାନଙ୍କ ହେଲା ନାହିଁ । ମାଣିକ ଭଣ୍ଡାରୁଣୀ ସାଆନ୍ତାଣୀମାନଙ୍କୁ ଖବର ଦେବାସକାଶେ ଭିତରକୁ ଧାଇଁଲା । ପକ୍ଷରେ ଅଖଞ୍ଜ

ମାଣିକର ନାମ ଶୁଣିଥିବେ, ନଚେତ୍ ଶୁଣିବା ଆବଶ୍ୟକ । ଏହାକୁ ତୁଚ୍ଛା ଭଣ୍ଡାରୁଣୀଟିଏ ବୋଲି ଜାଣିବେ ନାହିଁ । ବୁଦ୍ଧିରେ ମାମଲତରେ, ଗୁଣରେ ଅନେକ ପୁରୁଷଙ୍କ କାନ କାଟି ଛାଡିଦେଇପାରେ। ଗ୍ରାମର ଲୋକେ ଏହାକୁ ଡରିଥାନ୍ତି । ବୁଢ଼ୀ ଭାରି ଭାରି କଥାରେ ଏହାଠାରୁ ପରାମର୍ଶ ଆମ୍ଭମାନଙ୍କ ସମସ୍ତ ଦରବୁଢ଼ୀ, ପର୍ଯ୍ୟନ୍ତ ନେଇ  ସ୍ତ୍ରୀଲୋକମାନେ କାର୍ଯ୍ୟ କରନ୍ତି । ଗୁଣବିଦ୍ୟାରେ ଏହା ଆଗରେ କେହି ଛିଡାହୋଇପାରିବ ନାହିଁ। ଗାଁର କଅଁଳା ପିଲାଙ୍କୁ ଦୃଷ୍ଟିହେଲେ ଫୁଙ୍କି ଉଡାଇଦିଏ । ଧାଇପଣରେ ଖୁବ୍ ଟାଣ-ବୋହୂଝିଅ ଦେହକୁ ଲାଗିଲେ ଉଠିଆରି ପର୍ଯ୍ୟନ୍ତ ପୁଆତି ପାଖଛଡା ହୁଏନାହିଁ । ମୂଳ ମୂଳିକା ମଧ୍ଯ ଢ଼େର୍ ଜଣା, ପର ଉପକାର କରିବାକୁ ଯେପରି ହୁମୟୁମ, ଉପରେ ପଡି କଜିଆ କରିବାକୁ ସେହିପରି ମଜବୁତ୍ । କଜିଆରେ ଲାଗିଅଛି ତ ସେଦିନ ଗାଧୁଆ ନ ହେଲା । କାହାରି ଦେହପା'କୁ ଲାଗିଲେ ତାହାକୁ ଯଦି ଦି'ପଦ କଅଁଳେଇ କହିଦେଇଅଛ, ନ ଖାଇ ନ ଶୋଇ ରାତିସାରା ବସି ଦେହରେ ହାତ ବୁଲାଉଥ‌ିବ । ବାହା-ପୁଆଣିରେ ଡାକ ନ ଡାକ ମାଣିକ ଉପସ୍ଥିତ କହ ନ କହ ସବୁ କାମ କରିପକାଇବ । ମାଣିକ ନ ଜାଣେ, ଏମନ୍ତ କଥା ନାହିଁ । କଟକ କଥା, ସାହେବ ଘର କଥା, ପୁରୀ ଜଗନ୍ନାଥ ମନ୍ଦିର କଥା ଇତ୍ୟାଦି କଥାମାନ ଗ୍ରାମର ମାଣିକ ମୁହଁରୁ କେବଳ ଶୁଣିବାକୁ ପାଆନ୍ତି । ମାଛ ବିନା ପୋଖରୀ ଥାଇପାରେ; ମାତ୍ର ନିନ୍ଦୁକ ଛଡା ଗାଁ ନାହିଁ । କେହି କେହି କହନ୍‌ତି, ମାଣିକଟା ଡବଡବୀ, ମିଛେଇ, ଆଗତକହୀ, ଏହାର ତିନିପୁରୁଷରେ କେହି ଗାଁ ଡେଇଁ ନାହାନ୍ତି, କଟକ କଥା, ସାହେବ ଘର କଥା କାହୁଁ ଜାଣିଲା । ବାଘସିଂହ ଉଆସରେ ମାଣିକର ଭାରି ଖାତର । ସହସ୍ର ଥର କଥ୍ତ, ଶଏ ଥର ଶ୍ରୁତ ରଜାପୁଅ, ମନ୍ତ୍ରୀପୁଅ ସାଧବପୁଅ, କଟୁଆଳପୁଅ, ଚାରିଜଣ ମିଶି ବିଦେଶ ଯିବାକଥା, କଲରେଇ ଦେଈ କଥା, ନଈ ସେପାରି ମଙ୍ଗଳା କଥା ଇତ୍ୟାଦି କାହାଣୀମାନ ଶୁଣିବା ସକାଶେ ପ୍ରତିଦିନ ଡାକରା ଆସେ । ରାମ ରାବଣ ଯୁଦ୍ଧ କଥା ମାଣିକ ମୁହେଁ ମୁହେଁ କହିଯାଏ । ଯେ କଥା ପଚାରି ସେଥୁର ଜବାବ ନିଶ୍ଚୟ ପାଇବ; ମାତ୍ର ଗୋଟିଏ କଥା, ସେ ଯାହା କହିବ, ତୁମ୍ଭେ ସେଥ‌ିରେ ହୁଁ ଦେଇ ଯାଉଥ‌ିବ । ଯଦବୋଲ ନୁହେଁ ପରା, ଆଉ ଯାଅ କାହିଁ । ସେ କଥା ଯାଉ, 'ସ୍ପନାମା ରମଣୀ ଧନ୍ୟ । ମାଣିକକୁ ଗ୍ରାମରେ ସମସ୍ତେ ଭଲ ଜାଣନ୍ତି, ଆମ୍ଭମାନଙ୍କର ଚିହ୍ନାଦେବା ଅନାବଶ୍ୟକ । ସନ୍ଧ୍ୟାବେଳେ ସାଆନ୍ତାଣୀମାନଙ୍କର

ଡୋଲି ମଝି ଦାଣ୍ଡରେ ଯାଉଥିବାବେଳେ ମାଣିକ ପଛରେ ଥ‌ିବା ଭଣ୍ଡାରୀ ସାଙ୍ଗରେ କଥାବାର୍ତ୍ତା କରି ଓଲଟା ବୁଝିଗଲା, ତାହା ବାଦ୍

ପକାଇ ମାଉସୀ ବସିପଡି କହିଲେ, 'ମୋ ଝିଆରୀ କାହିଁ ? ମୋ ଝିଆରୀ କାହିଁ? ମୋ ଝିଆରୀକୁ ଦେଖୁ । ଆହା! ମା ଛେଉଣ୍ଡିଟି ଶୁଖୁଯିବଣି !' ସାନ ଖୁଡୀ ଶାଶୁ ନୂଆ ବୋହୁଟିଏ ଘେନି ଆସିଲେ । ବୋହୂଟି ଦେଢହାତ ଓଢଣା ପକାଇ ଅଳ୍ପ ନଇଁ ନଇଁ ଆସି ମାଉସୀ ଗୋଡତଳେ ଲଠ କରି ମୁଣ୍ଡିଆଟିଏ ମାଇଲା। ମାଉସୀ ଝିଆରୀକୁ କୁଣ୍ଢାଇ ପକାଇ ବାହୁନି ବସିଲେ । 'ଆରେ ମୋଝିଅରେ, ତୋତେ ନଦେଖ୍ ଅନ୍ଧ ହୋଇଯାଇଥିଲି । ଆରେ ମୋ ଚନ୍ଦ୍ରଉଦିଆରେ , ମୋଘର ଅନ୍ଧାର କରି ଆସିଛୁ, ଆରେ ମୋ କଳାମାଣିକରେ । ' ମାଉସୀ ବାହୁନି ଅଥୟ ହୋଇ ଗଲେଣି, ଦୁଇ ଆଖୁରୁ ଝର ଝର କରି ପାଣି ବୋହି ପଡ଼ୁଛି । ବଡ ସମୁନ୍ଧୁଣୀ କୁଣ୍ଢାଇ ଆପଣା ପଣତ କାନିରେ ପୋଛିଦେଲେ ଏବଂ ଅନେକ ପ୍ରକାର ବୁଝାଇ ସୁଝାଇ ତୁନି କରାଇଲେ । ମାଉସୀ କହିଲେ ''କ'ଣ କହୁଛ ସମୁନ୍ଧୁଣୀ, ଝିଅ ଆସିଲା ଦିନୁ ଅନ୍ତଜଳ ପିତା କରିଦେଲାଣି । ଖାଲି ଦାଣ୍ଡକୁ ଚାହିଁ ବସିଥାଏ, ଏଣୁ ଲୋକଟିଏ ଗଲେ ପଚାରେ, ବାକଟିଏ ଗଲେ ପଚାରେ ।''

ଗୋଜିକାଠି ଖୋସା, କୁମ୍ଭକର୍ଣ୍ଣୀଧଡି ଷୋଳ ହାତି ବରମପୁରୀ ପାଟଶାଢୀ ପିନ୍ଧା ଗାଲରେ ଗାଲେ ପାନ ଡାଳିଯୋଡା ଫତେସିଂହ ଘର ବେଶ ଚଳ, ପୂର୍ବରୁ କାନରେ ଶୁଣାଥିଲା, ବର୍ତ୍ତମାନ ଆଖର ଅଳଙ୍କାର ବିଭବ ଦେଖୁ ଗାଁ ମାଈକିନିଆମାନେ ବୁଝିଗଲେ, ହଁ, ଘରପରି ଘରଟାଏ ।

ଝିଆରୀତ ନୂଆ ପାଟି ଶୁଣି ଏବଂ ବାହୁନା ଦେଖ୍ ତାଟକା ହୋଇଗଲାଣି । ମାଉସୀ ମୁହଁ ଦେଖ‌ିବାପାଇଁ ଟିକିଏ ଓଢଣା ଟେକୁଥିଲା । ଚତୁରୀ ମାଉସୀ ଝିଆରୀର ଅଭିପ୍ରାୟ ସହଜରେ ବୁଝିପାରି ଓଢଣା ଟାଣିଦେଇ କହିଲେ, ''ଆରେ ମୋ ଲାଜକୁଳୀ ବଦନରେ, ଆରେ ମୋ ଲାଜକୁଳି ଲତାରେ, ତୋତେ କିଏ ଲାଜ ଶିଖାଇବରେ, ସମୁନ୍ଧୁଣୀ କଣ କହିବି, ଏହା ମାର ଏହିପରି ଲାଜ ଥିଲା, ବୁଢୀହୋଇମଲା, ଶାଶୁମାନଙ୍କ ଆଗରେ ପ୍ରୁଫିଟାଇ ଚାହିଁନାହିଁ, ଓଢଣା ଟେକିନାହିଁ। ଶାଶୁ ସାଙ୍ଗରେ ଭଟ ଭଟ ଲଗାଇବ ପଛକେ, ଖୁଡୀଶାଶୁମାନଙ୍କୁ ଗାଳିଦେବ ପଛକେ ସେହି ଓଢଣା ଭିତରୁ । ଧାନ ପେଟରୁ କଣ ବାଳୁଙ୍ଗା ବାହାରିବ ? ତୁଳସୀ ମଞ୍ଜିରୁ କଣ ବିଛୁଆତି ହେବ ? ତିରିଲା ଝିଅ ହୋଇ ଯେବେ ଲାଜ ନ ହେଲା, ଧୂକ ତା ଜୀବନ, ଛାଡ ତା କଥା ।'' ଝିଆରୀ ତ ମାଉସୀ କଥା ଶୁଣି ଆହୁରି ଢାଙ୍କି ଢାଙ୍କି ହୋଇ ବେଙ୍ଗୁଲି ପରି ବସିଲା । ଟାଙ୍ଗୀରେ ତାହାର ଗୋଟାଏ ମାଉସୀ ଘର ଥିବାର ସେ ଥରେ ଶୁଣିଥିଲା । ସେ ତା ମାଆର ଖୁଡୁତା ଝିଅ ଭଉଣୀ । ମନରେ ବୁଝିଲା, ଏ ସେହି ମାଉସୀ ।

ତାହା ବାଦ୍ ବୋହୂମାଉସୀ ହସି ହସି ସମୁନ୍ଧୁଣୀମାନଙ୍କ ସହିତ କଥାବାର୍ତ୍ତା କଲେ, ସମୁନ୍ଧୁଣୀ ସମୁନ୍ଧୁଣୀ କଥା, ହସକୈତୁକ କଥା, ଟାପରା ଟାପୁରୀ କଥା ଢେର ହେଲା । ଆପଣଙ୍କର ସେ ସମସ୍ତ କଥା ଶୁଣିବାକୁ ଇଚ୍ଛା ଥାଇପାରେ; ମାତ୍ର ଭଲଲୋକଘର ବୋହୂ ଭୁଆସୁଣୀ କଥା ପ୍ରକାଶ କରିବାକୁ ଆମ୍ଭେମାନେ ନିତାନ୍ତ ନାରାଜ । ତେବେ ଆପଣ ଯଦି ଶୁଣିବାକୁ ନିତାନ୍ତ ଇଚ୍ଛା କରନ୍ତି ; ଆଉ ଯାହା କହିଲେ କୈାଣସି ଦୋଷ ନାହିଁ, ତେତିକି କଥା କହିପାରୁ । ବୋହୂମାଉସୀ କହିଲେ--

' ଏ ବରଷ ଭାରି ଯୋଗ ପଡିଛି, ସମସ୍ତେ ବଳଦେବ ଯାତ ଦେଖିବାକୁ ଧାଇଁଛନ୍ତି ଆମ ଗାଁ ତ ଶୂନଶାନ | ମୁଁ କହିବି, ଆଚ୍ଛା, ବେଳ ପଡିଲା, ଦିଅଁ ଦେଖା, ସମୁନ୍ଧୁଣୀ ଭେଟ ଏକ ସାଙ୍ଗରେ ହୋଇଯିବ । ଝିଆରିଟି କେମନ୍ତ ଅଛି ଦେଖିବି । ସମସ୍ତଙ୍କୁ ଦେଣ୍ଟରେଇ ହେଣ୍ଟରେଇ ଘରୁ କାଢିଲି । ଆମର ସେମାନେ ଆଉ ଭିଣୋଇ ସାଆନ୍ତ ଗୋଟାଏ ଗୋଟାଏ ଘୋଡାରେ ଚଢି ଦାଣ୍ଡେ ଦାଣ୍ଡେ ଆଗରେ ଯାଇ ତୋଟାରେ ବସିଛନ୍ତି । ଭଣ୍ଡାରୀ ସେମାନଙ୍କ ସାଙ୍ଗରେ । ମୁଁ କହିଲି ଝିଅଟିକୁ ନ ଦେଖ୍ ଯିବି ନାହି । ଏକାବାହାରି ଆସିଲି । କାଲି ଦର୍ଶନସାରି ସମସ୍ତେ ଏହିବାଟେ ବାହୁଡିବା । ବାଟରେ ଶୁଣିଲି ସମୁନ୍ଧିମାନେ ଯାତ ଦେଖ୍ ଯାଇଉନ୍ତି, ଭଲ ହେଲା, ସମସ୍ତେ ସାଙ୍ଗ ହୋଇ ଆସିବା । ଦେଖ ସମୁନ୍ଧୁଣୀ ତୁମ୍ଭମାନଙ୍କ ସଙ୍ଗରେ ଦୁଃଖ ସୁଖ କଥା, ହସକୌତୁକ କଥା କିଛି ହୋଇପାରିଲା ନାହିଁ । ଫେରିବାବେଳେ ଏହିଠାରେ ଚାରିଦିନ ରହିଯିବି । ଭିଣୋଇ ସାଆନ୍ତେ କହୁଥିଲେ, କେବଳ ଦିନେ ରହିବେ । ଦେଖୁବଟି ଭଲା, କିପରି ଚାରିଦିନ ନ ରହିବେ, ଅଣ୍ଟିରେ ହାତ ପୁରାଇଦେବିପରା । ଝିଆରୀ ମୁଣ୍ଡରେ ହାତ ବୁଲାଇ କହିଲେ, ''ମା'ରେ, ଝିଅରେ, ଆହା ! ପିଲାଲୋକ, କେଜାଣି ଚିହ୍ନିପାରିବୁ ନାହିଁ, ଢେର ଦିନ ହେଲା ଦେଖୁନାହୁଁ, ମୁଁ ଫେରି ଆସେ ଗଉଡ଼ ସମସ୍ତେ

ନିରୋଳାରେ ବସି ଢେର କଥା କହିବି । '' କାନରେ ତୁନି ତୁନି କହିଲେ, 'ତୋ ଲାଗି ଯାତ୍ରାରୁ ଢେର ଜିନିଷ ଆଣିବି ।''

ସାଙ୍ଗ ବୋହୂମାଉସୀ ବାଡି ଆଡକୁ ଯିବାକୁ ଇଚ୍ଛାକରି ଠିଆ ହୋଇ କହିଲେ, ''ଦେଖ ସମୁନ୍ଧୁଣୀ ମୁଁ ପଦା ଆଡେ ଗଲେ ସ୍ନାନ କରେ, ଚାରିଥର ଯିବି ପଛେ ଚାରିଥର ସ୍ନାନ । ଘର ପଛକୁ ଗଲେ ଲୋଟାଏ ପାଣି । ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ ।'' ଏହା କହି ଦାଣ୍ଡ ଦୁଆର ଡୋଲି ପାଖକୁ ଗୁମ୍ ଗୁମ୍ କରି ବାହାରିଗଲେ । ଭଣ୍ଡାରୀ ପୂର୍ବରୁ ଢାଳଟିଏ ଧରି ଛିଡାହୋଇଥିଲା । ବୋହୂମାଉସୀ ପାଣି ପଡିଯିବା ଭୟରେ ଲୋଟା ମୁହଁରେ ହାତ ଘୋଡାଇ ବାଡି ଦୁଆରକୁ ବାହାରିଗଲେ । ବାଘସିଂହ ଘର ପୋଇଲୀ ମୃତୁରୀମା ଓଳିତଳ ଦେଖାଇଦେଇ ବାଡ଼ିଦୁଆରେ ଛିଡାହେଲା । ବୋହୂମାଉସୀ ତାକୁ ଅନାଇ କହିଲେ, '' ଦେଖ ସକାଳୁ ମୋତେ ପୀଡା ହେଲାଣି , କଣ କରିବି, ଚାରିଆଡେ ଲୋକ । ପୁରୁଷ ହେଉ ସ୍ତ୍ରୀ ହେଉ, କେହି ଅନାଇଲେ ମୁଁ ବସିପାରେ ନାହିଁ | '' ମୁତୁରୀମା କହିଲା, '' ନାହିଁ ନାହିଁ, ଏଠାରେ କେହି ନାହାନ୍ତି ଆପଣ ଯାଆନ୍ତୁ ।

ଆପଣ ଯାଆନ୍ତୁ '' ଏହା କହି ଘର ମଧ୍ୟକୁ ଆସି ବାଡି ଦୁଆର ଆଉଜାଇ ଦେଲା । ହୋଇଆସିଲାଣି, ବୋହୂମାଉସୀ କହିଲେ, 'ମୁଁ ଆଉ ରହିପାରିବି ନାହିଁ, ସେମାନେ ବାଟ ଚାହିଁ ବସିଥ‌ିବେ । '' ସମୁନ୍ଧୁଣୀମାନେ କିଛି ଖାଇବାକୁ କହିଲେ । ବୋହୂ ମାଉସୀ ଝିଭ କାମୁଡି ପକାଇ କହିଲେ '' ରାମ-- ରାମ--ରାମ! କଣ କହିଲ ସମୁନ୍ଧୁଣୀ, କ'ଣ କହିଲ? ଏ ଘରେ ଝିଅ ଦେଇଛି, ପାଣି ଛୁଇଁବି? ବିଦାବେଳେ ବୋହୂମାଉସୀ ସମୁନ୍ଧୁଣୀମାନଙ୍କୁ କୁଣ୍ଢାଇ ପକାଇ କହିଲେ-- ଅନ୍ଧାର

ଦେଉନ୍ତୁ ମେଲାଣି ଯାଉଛି ସଙ୍ଗାତ , ମନଟି ରଖୁଲ ବାନ୍ଧି ଦିନ ରାତି ସିନା ସରିବ ନାହିଁଟି, ସକେଇ ସକେଇ କାନ୍ଦି ।" ଡୋଲି ଗାଁରୁ ବାହାରି ବିଲବାଟ ଅନ୍ଧାରରେ ମିଶିଗଲା । ଏଣେ ସାମନ୍ତ ମାନଙ୍କୁ ଦେଖାଇବା ସକାଶେ ଭାରସବୁ ରଖାଇ ଦିଆଗଲା । ବୋହୂମାଉସୀ ବିଦାୟ ହୋଇଗଲା ବାଦ ତାଙ୍କ ରୂପ ଗୁଣ ବିଷୟରେ ଢେର ସମାଲୋଚନା ହେଲା । ସମସ୍ତେ ପ୍ରଶଂସା କଲେ, କେହି ରୂପର, କେହି ଗୁଣର, କେହି ଅଳଙ୍କାରର , କେହି ପାଚିଲା କଦଳୀର, ; ମାତ୍ର ମାଣିକ କହିଲା, ' ହେଲା ହଁ, ବଡଲୋକ ଘର, ରୂପଟା ଏକା ସେ ରୂପ ନୁହେଁ, ଛାମୁଦାନ୍ତ ଦିଟା ବାହାଡା, ଗାଲ ଦୁଇଟା ଉଆଉ ଫଡାପରି | '' ହଗୁରା ମା କହିଲା, କଥାଟାରେ ତାର ମିଠା ନାହିଁ, ଠୋସ୍ ଠୋସ୍ । ''ମୁତୁରୀମା କହିଲା, ଚାଲିଟା ଧସ୍ ଧସ୍ । '' ଶଂକ୍ରୀ କହିଲା, '' ହଁ ହଁ ହସସା ଫସ୍ ଫିସ୍ । ' ଶୁକ୍ରୀ କହିଲା, ଚାହାଣିଟା କସ୍ ମିସ୍ । ' ମୁହୂର୍ଭ ମଧ୍ୟରେ ' ଏକୋହି ଗୁଣରେ ଦୋଷ ସନ୍ନିପାତ ହୋଇଗଲା । ନୂଆବୋହୂକୁ ମାଉସୀ ସମ୍ବନ୍ଧରେ ଅନେକ ପ୍ରଶ୍ନ କରାଗଲା, ମାତ୍ର ସେ ଏତିକି କହିଲା --''ଟାଙ୍ଗୀ ମାଉସୀ । ''

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ