shabd-logo

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023

0 ଦର୍ଶନ 0

ଦ୍ୱାବିଂଶ ପରିଚ୍ଛେଦ

ଗୋପୀସାହୁର ଦୋକାନଘର :

ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି । ଗ୍ରାମ ଗଲାଣି, ନାମ ଯାଇ ନାହିଁ । ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ । ଗଛମୂଳରେ ଗୋପୀସାହୁର ଦୋକାନଘର, ଘରଟି ସାତପାଞ୍ଚ । ସେଥ‌ିମଧ୍ୟରୁ ଅଧକରେ ଗୋଟିଏ କେଠରୀ, ଅଧେ ମେଲା । ଆଗରେ ଦୁଇହାତ ଲମ୍ବ ପିଣ୍ଡା । ଦୈବ ଦୁର୍ବଳେ କେହି ବାଟୋଇ ରହିଗଲେ ମେଲାରେ ରୋଷେଇ କରନ୍ତି । ଗୋପୀ ବୁଢା ହୋଇଗଲାଣି, ବିଲବାଡ଼ିକି ଆଉ ପାରେ ନାହିଁ । ଗଲା ଅଙ୍କରେ ବୁଢୀ ଚାଲିଗଲା ଦିନରୁ ତା ଅଣ୍ଟା ବସିଗଲାଣି । ପୁଅମାନେ ମଧ୍ୟ ବୁଢାକୁ ଧନ୍ଦାରେ ପକାନ୍ତି ନାହିଁ । ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ, ବସିବାଠାରୁ କାଷିବା ଭଲ, ବରଷେ ହେଲା ଫନ୍ଦାଟାଏ ଫାନ୍ଦିଛି । ଦିନ ପ୍ରହରକବେଳେ ଚାରିଟା ମୁହଁରେ ଦେଇ ଦୋକାନକୁ ଆସେ, ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳୀ କୋଲପଟାଏ ପକାଇ ଘରକୁ ଚାଲିଯାଏ । ଦୋକାନଠାରୁ ଅଧିକୋଶ ଛଡ଼ା । ଦୋକାନରେ ଚାଉଳ, ଡ଼ାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖୁଥାଏ । ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟୋକେଇରେ ଭରତି କରି ଘରକୁ ଘେନିଯାଏ । ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଜୀ ହୋଇପଡ଼ିଲାଣି । ସଞ୍ଜବେଳେ ସୋରିଷେ ସୋରିଷେ ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ । ଆପୁ ଖାଇସାରି ଚୂଡ଼ା ଗୁଣ୍ଡି ଦି'ଟା କିମ୍ବା ମୁଢିଗୁଣ୍ଡି ଦି'ଟା ପାଟିରେ ନ ପକାଇଲେ ନୁହେଁ । ଧୂଆଁ ଅଭ୍ୟାସ ତ ଅଛି । ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ । ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ଦେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥ‌ିରେ ଚଳିଯାଏ, ପାଣ୍ଠିରେ ହାତ ଲାଗେ ନାହିଁ ।

ଅଶିଣମାସିଆ ଦିନ, ଦିନଯାକ ମେଘଟା ଘୋଡ଼େଇଛି, ଦୁଇ ଦିନ ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର ଚପର, ବାଟୋଇ କେହି ନାହାନ୍ତି । ବେଳ ଆହୁରି ଦଣ୍ଡେ ଅଛି, ମାତ୍ର ମେଘ ଘୋଟିଥ‌ିବାରୁ ଅନ୍ଧାର ହୋଇ ଆସିଲା ପରି ଜଣାଯାଅଛି । ଗୋପୀ ଦୋକାନକୁ ଅନାଇ କହିଲା, ''ସକାଳୁ କାହା ମୁହଁ ଚାହିଁଥିଲି, ଅଧାଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ | '' ଗୋପୀ ଦୋକାନକୁ ଗୋଟିଏ ଟୋକେଇରେ ପୁରାଇ ଗାମୁଛା ମୁଣ୍ଡରେ ବାନ୍ଧି ପିଣ୍ଡାରେ ବସିଲା; ଆକାଶକୁ ଅନାଇ ଆପେ ଆପେ କହିଲା- ''ବେଳ ବୁଡ଼ିନାହିଁ । ନଦୀଘାଟକୁ ଅନାଇ ଅଛି; କେହି ବାଟୋଇ ପାରିହୋଇ ଆସିବ ପରା ! ନଦୀ ତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି –''

''ଦିନ ଗଲାଟିରେ ସରି

ବୃଥା କାଳ କାଟିଦେଲି ନ ଭଜି ଶ୍ରୀହରି । ଘୋଷା ।

ବହିଯାଇଅଛି ଆୟୁ ନଦୀସ୍ରୋତ ପରି ପଡ଼ିଲେ କାଳ ସାଗରେ ନ ଆସିବ ଫେରି ।

ବିଷୟରେ ମତ୍ତ ହୋଇ ଦିବସଶର୍ବରୀ, ଆପଣାର ନିଜ ଧାମ ରହିଛି ପାସୋରି । ଦୀନଜନେ ଦୟା କର ଦୟାମୟ ହରି ନିରନ୍ତର ତୁମ୍ଭ ନାମ ଧ୍ରୁବି ହୃଦେ ଧରି । ''

1 ''ଏ ଦୋକାନି -! ରହିବାକୁ ଜାଗା ମିଳିବ ?'' ଗୋପୀ ଚମକିପଡ଼ି ଅନାଇଲା ଦୋକାନ ଆଗରେ ଦୁଇଜଣ ବାଟୋଇ । ଜଥାଟି ପିନ୍ଧା , ମୁଣ୍ଡରେ ଗାମୁଛାଗୁଡ଼ିଆ ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ, ଜଣେ ପୁରୁଷ, ତା' ପଛଆଟେ ଗୋଟିଏ ସ୍ତ୍ରୀ ପାଟଶାଢୀ ଖଣ୍ଡିଏ ପିନ୍ଧା କୁମ୍ଭକର୍ଣ୍ଣ ଧଡ଼ି, ସୂତଶାଢୀ ଖଣ୍ଡିଏ ଚଉତା ହୋଇ ଉପରାଣ ପଡ଼ିଛି, ସର୍ବାଙ୍ଗ ଢଙ୍କା କେବଳ ନାକର ଫୁଲଗୁଣା ଆଉ ନାଟମୟୂର ଦିଶିଛି । ଲୋକେ କହନ୍ତି , 'ଭେକ ଥିଲେ ଭିକ । '' ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଠୁଆ ମହାଜନ । ଗୋପୀ ଚଞ୍ଚଳ ଦୋକାନ ପିଣ୍ଡାରୁ ଓହ୍ଲାଇପଡ଼ି ଦୁଇଜଣଙ୍କୁ ଦୁଇଟା ଦଣ୍ଡବତ ହୋଇ କହିଲା, 'ଆଜ୍ଞା ଆସନ୍ତୁ । ଦୋକାନ ଉପରକୁ ଆସନ୍ତୁ , ରୋଷେଇ କରନ୍ତୁ ସବୁ ସରଞ୍ଜାମ ଅଛି, ଘରେ ଛିଣ୍ଡା ପଟିଖଣ୍ଡ ମେଲାଇଦେଲା । ସ୍ତ୍ରୀ ଲୋକଟି ଆଗେ ଗୋଡ଼ଧୋଇ ଓଦାଲୁଗା ପାଲଟି ପାଟିରେ ଯାଇ ଚକାପାରି ବସିଲେ । ଦେହର ଅଳଙ୍କାର ଦେଖ୍ ଗୋପୀ 'ଆଜ୍ଞା ' 'ସାଆନ୍ତ ' 'ସାଆନ୍ତାଣୀ ' ଇତ୍ୟାଦି ସମ୍ବୋଧନ କଥାମାନ ପ୍ରତି କଥା ଆଗରେ ବୋଲି ଯାଉଅଛି । ଏଣେ ସ୍ତ୍ରୀ ଲୋକ ଗୋପର ଭକ୍ତି ଦେଖ୍ ଖୁସି ହୋଇଗଲେଣି, ପଣତକାନିରୁ ଚାରିଅଣାଟିଏ ଫିଟାଇ ଗୋପ ପାଖକୁ ଫୋପାଡ଼ିଦେଇ କହିଲେ, 'ଏ ବୁଢ଼ାପୁଅ ରୋଷେଇ ସରଞ୍ଜାମ ଦେ' । ଗୋପ ଲଣ୍ଡଭଣ୍ଡ ହୋଇ ସୁଉକିଟିଏ ଉଠାଇନେଇ ଦୁଇ ହାତରେ ଲେଉଟା ଲେଉଟି କରି ଦୁଇ ତିନି ଥର ଦେଖିଲା, ତାହା ବାଦ୍ ଦୁଇ ଥର ଚୁମା ଖାଇ ଦୁଇଥର ମରେ ମାରି କୁଞ୍ଚଳ ତଳ କାନିରେ ବାନ୍ଧି ନାହି ପାଖରେ ଖୋସି ଦେଲା । ଗୋପ ମୁଖ ଦେଖ୍ ଜଣାଯାଏ, ସେ ଆଉ ଥରେ ମନ ମଧ୍ୟରେ ବୋଲିଥବ, ''ଆଜି ସକାଳେ କାହା ମୁହଁ ଚାହିଥିଲି, ସଉଦା ନ ହେଉଣୁ ସୁଉକିଟାଏ । '' ଦୋକାନ ଆରମ୍ଭ ଦିନରୁ ଏଟା ନୂଆକଥା । ଗୋପୀ ରୋଷେଇ ସରଞ୍ଜାମ ସମସ୍ତ ଅର୍ଥାତ୍ ଚାଉଳ, ଚୋପାଳିଆ ବିରିଜାଈ; ଲୁଣ ଆଣି ଥୋଇ ଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲୀ ଲଗାଇ ଦେଲା । ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ , ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ । ସ୍ତ୍ରୀ ଲୋକଟି କହିଲେ, ''ଆରେ ବୁଢାପୁଅ, ଏଠି ଦୁଧ ଘିଅ ମିଳିବ ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ । '' ଗୋପୀ କହିଲା 'ଆଜ୍ଞା ସତକଥା, ସତକଥା ନ ମିଳିବାକୁ ସିନା, ଏସବୁ କଣ ଛାମୁଁ ଠା' ବସିବା ଜିନିଷ ? ଜଳଖୁଆ ପାଇଁ ଆଚ୍ଛା କାଣ୍ଡିଆ ସରୁଚୂଡ଼ା ହୁଅନ୍ତା, ନିରୂତା ଗାଈଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣୀ ନୂଆଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆମାଛ, ବନ୍ତଳକଦଳୀ, ମୁଗଜାଈ, ଦୁଧଘିଅ ହୁଅନ୍ତା । କଣ କରିବି ? ଅଜ୍ଞା ଏଇଟା ତ କାଙ୍ଗାଳି ଦେଶ, ଆପଣା ପଦାରବିନ୍ଦ ଧୂଳିରଜ କିପରି ମୋ କପାଳକୁ ପଡ଼ିଗଲା । ଆଜ୍ଞା ଗୋଟାକେତେ ପଇସା ଦିଅନ୍ତୁ , ଗାଁ ବୁଲି ଦେଖେ । ' ସ୍ତ୍ରୀଲୋକଟି ପୁନର୍ବାର ଗୋଟାଏ ସୁଉକି ଫୋପାଡ଼ି ଦେଲେ । ଗୋପ ପୂର୍ବପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା । ରାତି ଅଧଘଡ଼ି ସମୟରେ ଗୋପର ସାନ ପୁଅ ବୃନ୍ଦାବନ ଖଣ୍ଡେ କଦଳିପତ୍ର ଠୋଲାରେ ଦୁଇ ତିନି ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ ଅନ୍ଧକାର ଘୋର ଅନ୍ଧକାର ରାତ୍ର , ମଣିଷ ନିଜ ଦେହ ଦେଖପାରିବ ନାହିଁ । ସଁ ସଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଶବ୍ଦ କରୁଅଛି । ଗୁଡ଼ାଏ ବାଦୁଡ଼ି ସାନାସାନ ଅନ୍ଧକାର ଖଣ୍ଡପରି ଚାରିଆଡୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲିପଡ଼ିଛନ୍ତି ପୁଣି କେତେ ଖଣ୍ଡ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ିଯାଉଛନ୍ତି , କିଚ୍ କିଚ୍ କରି ବରଫଳ ଖାଉଅଛନ୍ତି, ଟପ୍ ଟପ୍ ବରଫଳ ତଳେ ପଡୁଛି, ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ , ଘର ମଧ୍ୟରେ ଚମ୍ପାର ଅନୁନାସିକ ଶବ୍ଦ ଆହୁରି ଭୟଙ୍କର ଶୁଭଅଛି । ସେହି ଅନ୍ଧକାର ଗଦାତଳେ ଦୁଇଟା ପଶୁର ଖଁ ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକିପଡ଼ି ଅନାଇଲା । ଘର ଜଳୁ ଥିବା ଦୀପର କେତୋଟି ମାତ୍ର ଲୋହିତ କିରଣରେଖା ନିସ୍ତେଜଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି । ଗୋବିନ୍ଦା ଭଲ କରି ଅନାଇ ଦେଖିଲା, ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳିଲାଗିଲା; ଗୋଟାଏ ବିଲୁଆ ଆରଟାକୁ ତଡ଼ିଦେଇ ଆପେ ସମସ୍ତ ଫଳ ଅଧିକାର କରି ବସିଲା । ଗୋବିନ୍ଦା ଦେଖ୍ କଣ ବୁଝିଲା, କଣ ମନରେ ପାଞ୍ଚିଲା, ଉଠିବସି ଚାରିଆଡ଼କୁ ସାବଧାନରେ ଅନାଇଲା । ଧୀରେ, ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ଡଯାଏ ଅନାଇଲା । ଠଣାରେ ମୁଠି ରଗ୍‌ଦେଇଥିଲା, ଧୀରେ ଆତଙ୍କଜନକ 3 ଶବ୍ଦ ମଧ୍ୟରେ ବିଲୁଆର କାର୍ଯ୍ୟ

ଜଣାଗଲା । ତାହା ବାଦ୍ ଚମ୍ପା ପଟି ଖଣ୍ଡିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇ ଦେଇ ଗଣ୍ଡିରାଟି ସାବଧାନରେ ବେକତଳେ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା । ଗୋବିନ୍ଦା ସେହି ପିଣ୍ଡାରେ ବସି ଭାବୁଛି । ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣୀ ମୁଣ୍ଡରୁ ମଣି ନେବା ସହଜ ନୁହେଁ । ଆମ୍ଭେମାନେ ଗୋବିନ୍ଦପୁର ଲୋକଙ୍କଠାରୁ ଯେପରି ଶୁଣିଛୁ, ସେଥୁରୁ ଅନୁମାନ କରୁଅଛୁ । ଗୋବିନ୍ଦାର ଆଉ ଅଧ‌ିକ କିଛି ପ୍ରତ୍ୟାଶା ଥିଲା । ସ୍ତ୍ରୀଠାରୁ ମର୍ଯ୍ୟାଦା ପ୍ରେମ ଭକ୍ତି ଆନୁଗତ୍ୟ ପ୍ରତାଶା କରିବା ପୁରୁଷଜାତିର ସ୍ଵଭାବ । ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏଁ; ହେଲେ ତୁ ଯେଉଁ ଭଣ୍ଡାରୀ , ସେହି ଭଣ୍ଡାରୀ । ଗୋବିନ୍ଦା ଏହି ଅବସ୍ଥାରେ କେତେବେଳ ଯାଏ ବସିଲାଣି, ସେ ଜାଣେ ନାହିଁ । ଏକ ଧାନରେ ଉପର ଦେଇ ଧୀରେ ଆଣି ସେଥୁରୁ କ'ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ି ଦେଇ ସେହି ପଦାର୍ଥଟା ଦୃଢ ରୂପେ ଧରିଲା, ଧୀରେ ଧୀରେ ଯାଇ ଚମ୍ପାକୁ ଅନାଇଲା । ଭୂମି ଉପରେ ପଡ଼ି ନିଦ୍ରିତା ଶୂକରୀକୁ ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏ, ସେହିପରି ଏକ ଧ୍ୟାନରେ ଚାହିଁଅଛି ତାହାର ଆଖ୍ ଦୁଇଟା ଜଳୁଅଛି, ଡାହାଣ ହାତରେ ଦୃଢ କରି କ'ଣ ଧରିଅଛି; ଏତେ ସାବଧାନ, ଏତେ ଧୀର ଯେ, ନିଃଶ୍ବାସଟା ମଧ୍ୟ ବଳରେ ପକାଉ ନାହିଁ । ଡ଼ାହାଣ ଗୋଡ଼କୁ ଆଗକୁ ପକାଇବା ମାତ୍ରେ ଗୋଟିଏ ଜ୍ୟୋତି ଚକ୍ ଚକ୍ କରି ଚମ୍ପା କନ୍ଥାରେ ବୁଲିଗଲା, ଗୋବିନ୍ଦା ଚମକିପଡ଼ି ଏକାବେଳକେ ପିଣ୍ଡାତଳକୁ ଓହ୍ଲାଇ ପଡ଼ିଲା । ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା, କାହିଁ କିଛି ନାହିଁ, କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ , ଗଛତଳ ଡ଼ାଳରୁ କେତେ ଖଣ୍ଡ ଅନ୍ଧାର ଫଡ଼ ଫଡ଼ ହୋଇ ଉଡ଼ି ପଳାଇଲେ, ବିଲୁଆଟା ଚରୁଥିଲା, ପଳାଇଗଲା । ତାହା ହସ୍ତରେ ଥ‌ିବା ପଦାର୍ଥ ବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା । ଗୋବିନ୍ଦା ସମସ୍ତ ବୁଝିପାରିଲା ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା । ଶୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା । ଠିକ୍ ସେ ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳିଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟ ଉତ୍କଟ ଗଁ ଗଁ ଶବ୍ଦ ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବ୍‌ଧ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାରଖଣ୍ଡ ବୁଣିଗଲା ପରି ବାଦୁଡ଼ିଗୁଡ଼ା କକର୍ଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡ଼ାଳମାନଙ୍କୁ ଦୋକାନ ଘରକୁ କଡ଼କରି ଦେହଲାଇଦେଲା । ମୁହୂର୍ଭକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲାପରି ଜଣାଗଲା ।

ଫକୀର ମୋହନ ସେନାପତି by ଦ୍ୱାରା ଅଧିକ ପୁସ୍ତକ

26
ପ୍ରବନ୍ଧଗୁଡିକ
ଛମାଣ ଆଠ ଗୁଣ୍ଠ
0.0
ଫତେପୁର ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଜଣେ ଅତି କୃପଣ ବ୍ୟକ୍ତି। କଳେ ବଳେ କୌଶଳେ ଅନ୍ୟର ସମ୍ପତି ହସ୍ତଗତ କରିବା ପାଇଁ ସେ ଜଣାଶୁଣା। ଗାଆଁର ତନ୍ତୀ ଦମ୍ପତି ଭଗିଆ ଓ ସାରିଆ ନିଜର ପୈତୃକ ସମ୍ପତି ଛ’ ମାଣ ଆଠ ଗୁଣ୍ଠ ଭୋଗ କରନ୍ତି, ଯାହାକୁ ରାମଚନ୍ଦ୍ର ଅକ୍ତିଆର କରିବାକୁ ଚାହାନ୍ତି। ଏଥିପାଇଁ ସେ ଚାକରାଣୀ ଚମ୍ପା, ଗୋବରା ଜେନା ଆଦିଙ୍କ ସହାଯ୍ୟ ନିଅନ୍ତି। ଏପଟେ ଭଗିଆ ଓ ସାରିଆ ନିଃସନ୍ତାନ ହୋଇଥିବାରୁ ଚମ୍ପା ସାରିଆକୁ ଗ୍ରାମଦେବତୀ ବୁଢ଼ୀ ମଙ୍ଗଳାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରବର୍ତ୍ତାଉଛି। ଠାକୁରାଣୀ ସନ୍ତୁଷ୍ଟ ହେଲେ ସେମାନଙ୍କୁ ସନ୍ତାନ ଦାନ କରି ପାରନ୍ତି। କିନ୍ତୁ ଏଥିପାଇଁ ପ୍ରଚୁର ଅର୍ଥ ଲୋଡ଼ା। ଚମ୍ପା ସାରିଆକୁ ଛ’ ମାଣ ଆଠ ଗୁଣ୍ଠ ଜମିଦାରଙ୍କ ପାଖରେ ବନ୍ଧା ରଖିବା ପାଇଁ କହୁଛି। ପରେ କିଛି ଆଳ ଦେଖାଇ ଜମିଦାର ସାରିଆର ଗାଈ ନେତୀକୁ ଜବତ କରୁଛନ୍ତି। ଘଟଣାକ୍ରମରେ ସାରିଆର ସନ୍ଦେହଜନକ ମୃତ୍ୟୁ ଜମିଦାରଙ୍କ ବାଡ଼ିରେ ହୁଏ। ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି। ଏ ଦୁଃଖରେ ସାଆନ୍ତାଣୀଙ୍କର ଅନାହାର ତଥା ସନ୍ନିପାତରେ ମୃତ୍ୟୁ ହେଉଛି। ଜମିଦାରଙ୍କ ଗିରଫ, ସାଆନ୍ତାଣୀଙ୍କ ମୃତ୍ୟୁ ଓ ପିଲାମାନଙ୍କ ଅଯୋଗ୍ୟତା ଦେଖି ଚମ୍ପା ଗୋବିନ୍ଦ ଚାକର ସହ ମିଶି ଜମିଦାରଙ୍କ ମୂଲ୍ୟବାନ ସମ୍ପତି କିଛି ଚୋରି କରି ଖସିଯିବାରେ ସକ୍ଷମ ହେଉଛି। କିନ୍ତୁ କଟକ ଯିବା ରାସ୍ତାରେ ଗୋବିନ୍ଦ ସହିତ ମତାନ୍ତର ହେବାରୁ ଗୋବିନ୍ଦ ଚମ୍ପାକୁ ହତ୍ୟା କରୁଛି। ପରେ ଗୋବିନ୍ଦ ପୁଲିସ ପାଖର ନିଜର ଅପରାଧ ସ୍ୱୀକାର କରୁଛି। ଜମିଦାର ଦଣ୍ଡରୁ ମୁକୁଳିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଏଥିପାଇଁ ପ୍ରବଳ ଅର୍ଥ ଓକିଲ ହସ୍ତଗତ କରୁଛି। କିନ୍ତୁ ଦୁଃଖଦ ଭାବେ ଜମିଦାରଙ୍କୁ ସଜା ହେଉଛି। ସଜା ଶେଷ ହେବା ପରେ ଜମିଦାର ନିଜ ଘରେ ପହଞ୍ଚି ଅସ୍ୱାସ୍ଥ୍ୟ ତଥା ମତିଭ୍ରମରେ ସାରିଆର ଦୂର୍ଗା ରୂପ ଦେଖି ଶେଷ ନିଶ୍ୱାସ ତ୍ୟାଗ କରୁଛନ୍ତି।
1

ପ୍ରଥମ ପରିଚ୍ଛେଦ : ରାମଚନ୍ଦ୍ର ମଙ୍ଗରାଜ

22 September 2023
0
0
0

ପ୍ରଥମ ପରିଚ୍ଛେଦ   ରାମଚନ୍ଦ୍ର ମଙ୍ଗରାଜ :  ମହାଜନ-ନଗଦ ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ଯ ଟଙ୍କା କାରବାର ଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ ଦୀର୍ଘ ଚାରି କୋଶ ମଧ୍ଯରେ ଆଉ କାହାରି କାରବାର ଚଳେନାହିଁ । ବଡ଼ ଧାର୍

2

ଦ୍ଵିତୀୟ ପରିଚ୍ଛେଦ : ସ୍ଵନାମ ପୁରୁଷ ଧନ୍ୟ

22 September 2023
0
0
0

ଦ୍ଵିତୀୟ ପରିଚ୍ଛେଦ  ସ୍ଵନାମ ପୁରୁଷ ଧନ୍ୟ :   ମଙ୍ଗରାଜେ ଗରିବ ପୁଅ ଥିଲେ। ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ ହୋଇ ବୁଲୁଥିଲେ। ପଇସା ଅଭାବକୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡା ନ ଉଠିବାରୁ କାନ୍ଥ ପଡିଯାଇଥିଲା। ଏହାଙ୍କ ବାଲ୍ୟଜୀବ

3

ତୃତୀୟ ପରିଚ୍ଛେଦ

22 September 2023
0
0
0

ତୃତୀୟ ପରିଚ୍ଛେଦ ବାଣିଜ୍ୟ ବସତେ ଲକ୍ଷ୍ମୀସ୍ତଦ ଅସ୍ୟାର୍ଥୀ 'ବାଣିଜ୍ୟ ଲକ୍ଷ୍ମୀଙ୍କ କୃଷିକର୍ମଣି ବାସ, ତହୁଁ ଅଧେ କଲେ ଚାଷ । ' ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟା କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ , ଏହିପ

4

ଚତୁର୍ଥ ପରିଛେଦ

22 September 2023
0
0
0

ଚତୁର୍ଥ ପରିଛେଦ:  ଅହଂ ନିଜଃ ପରୋବେଭି ଗଣନା ଲଘୁଚେତସାମ । ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ । ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଚାଷ ପ୍ରତି ଯେପରି ନଜର, ପର ଚାଷ ପ୍ରତି ମଧ୍ୟ ସେପରି ଦୃଷ୍ଟି । ଆମ୍ଭେମାନେ ଦିନକର କଥା କ

5

ପଞ୍ଚମ ପରିଚ୍ଛେଦ : ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ

22 September 2023
0
0
0

ପଞ୍ଚମ ପରିଚ୍ଛେଦ :   ମଙ୍ଗରାଜଙ୍କ ଆପଣ ତ ଆମ୍ଭମାନଙ୍କ କୁଟୁମ୍ବ  ରାମଚନ୍ଦ୍ର ମଙ୍ଗରାଜେ ଜଣେ ବହୁପୋଷୀ ଲୋକ । ଘରେ ଖାଇବାକୁ କୁଟୁମ୍ବ ଢେର । ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡି ତିନି ପୁଅ ହିସାବରେ ତିନି ବୋହୂ, ପୋଇଲୀ ପରିବାରୀ କୋଡିଏ

6

ଷଷ୍ଠ ପରିଚ୍ଛେଦ : ଚମ୍ପା

23 September 2023
0
0
0

ଷଷ୍ଠ ପରିଚ୍ଛେଦ ଚମ୍ପା :  ଉଆସ ମଧ୍ୟରେ କେତେ ଲୋକ ଅଛନ୍ତି, ସେଥୁମଧ୍ୟରୁ ଚମ୍ପା ଓରଫେ ଚମ୍ପା ସାଆନ୍ତାଣୀ ଓରଫେ ହରକଳା ସହିତ ମଙ୍ଗରାଜ -ବଂଶର କି ସମ୍ପର୍କ ଏ କଥା କାହାରିକି ଜଣା ନାହିଁ । ତାହାର ଜାତି, କୁଳ, ପିତୃ ବଂଶ ସମ୍ବନ୍ଧରେ ମଧ୍ୟ

7

ସପ୍ତମ ପରିଚ୍ଛେଦ :ବୁଢ଼ୀ ମଙ୍ଗଳା

23 September 2023
0
0
0

ସପ୍ତମ ପରିଚ୍ଛେଦ ବୁଢ଼ୀ ମଙ୍ଗଳା : ' ଯା ଦେବୀ ବୃକ୍ଷମୂଳେସୁ ଶିଳାରୂପେଣ ସଂସ୍ଥିତା ।    ନମସ୍ତସୈ ନମସ୍ତସ୍ୟ ନମସ୍ତସ୍ୟନମୋନମଃ ।   ମୁଭିକାଶ୍ମଗଜାରୂଢା ବନ୍ଧ୍ୟାୟଃ ପୁତ୍ରଦାୟିନୀ,  ବାଡିସଂହାରିଣୀ ଦେବି ନାରାୟଣି ନମୋଽସ୍ତୁତେ ।" ଅ

8

ଅଷ୍ଟମ ପରିଚ୍ଛେଦ : ଜମିଦାର ସେଖ୍ ଦିଲବାର୍ ମିଆଁ

23 September 2023
0
0
0

ଅଷ୍ଟମ ପରିଚ୍ଛେଦ ଜମିଦାର ସେଖ୍ ଦିଲବାର୍ ମିଆଁ:   ସମସ୍ତେ ସେଖ କେରାମତ୍ ଅଲିଙ୍କ ଘର ପ୍ରଥମେ ଆରା ଜିଲ୍ଲାରେ ଥ‌ିବା, ବର୍ତ୍ତମାନ ଜିଲ୍ଲା ମେଦୀନିପୁର । ସେଖ କେରାମତ୍ ଅଲିଙ୍କୁ ଆଲିମିଆଁ ବୋଲି ଡାକନ୍ତି , ଆମ୍ଭେମାନେ ସେହି ନାମ ଲେଖୁବୁ ।

9

ନବମ ପରିଚ୍ଛେଦ : ଗାଁ ହାଲଚାଲ

23 September 2023
0
0
0

ନବମ ପରିଚ୍ଛେଦ ଗାଁ ହାଲଚାଲ :  ତାଲୁକେ ଫତେପୁର ସରଷଣ୍ଢ ଗୋଟାଏ ଭାରି ବଡ ତାଲୁକା । ସଦରଜମା ପାଞ୍ଚ ହଜାର ଦୁଇଶହ ଆଠ ଟଙ୍କା ଛ ଅଣା; ମଫସଲ ଅସୁଲ ଅଢେଇ ପଟ । ଫାଉ ଫଉରାତ୍‌ ଛାଡିଦିଅ । ଏଥ‌ିରେ ପାଞ୍ଚଗୋଟି ମୌଜା --- ମୌଚା ରାମନଗ, ବାଲିଆ ହ

10

ପରିଚ୍ଛେଦ - ୧୦ : ଭଗିଆ ଆଉ ସାରିଆ

23 September 2023
0
0
0

ପରିଚ୍ଛେଦ - ୧୦  ଭଗିଆ ଆଉ ସାରିଆ ତନ୍ତୀସାଇ ଭଗିଆ ଆଉ ସାରିଆ ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ'ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦର

11

ଏକାଦଶ ପରିଛେଦ : ଗୋବରା ଜେନା

23 September 2023
0
0
0

ଏକାଦଶ ପରିଛେଦ ଗୋବରା ଜେନା :  ତନ୍ତୀସାହିକୁ ଚାରିଶ ପାଞ୍ଚାଶ କଦମ ଦୂର ବିଲ ମଝିରେ ଡ଼ମସାଇ । ଏଟା ଅଲଗା ମୌଜା ନୁହେଁ, ଗୋବିନ୍ଦ ସାମିଲ । ସେଠାରେ ଦଶଘର ଡ଼ମ ଆଉ ଗୋବରା ଜେନା ଚୌକିଦାର ଘର । ଗୋବରା ଜେନା ନିଜ ମୌଜାରେ ଚୌକିଦାର ; ତା'ର ଦ

12

ଦ୍ଵାଦଶ : ଅସୁର ଦୀଘି

24 September 2023
0
0
0

ଦ୍ଵାଦଶ ପରିଚ୍ଛେଦ ଅସୁର ଦୀଘି: ଆମ୍ଭେମାନେ ଏଡ଼େବଡ଼ ଜଳକୀର୍ତ୍ତି ସମ୍ବନ୍ଧରେ ଗୋବିନ୍ଦପୁର ମୌଜାର ଗୋଟିଏ ମାତ୍ର ପୋଖରୀ; ଗ୍ରାମର ସମସ୍ତଲୋକ ଏଥିରେ ଜଳ କାରବାର କରନ୍ତି । ପୁଷ୍କରିଣୀଟା ଖୁବ୍ ବଡ଼, ଆଡ଼ ଦୀର୍ଘ ନଳି ଦେଲେ ଦଶବାର ବାଟିରୁ ଊ

13

ତ୍ରୟୋଦଶ ପରିଚ୍ଛେଦ : ହିତୋପଦେଶ

24 September 2023
0
0
0

ତ୍ରୟୋଦଶ ପରିଚ୍ଛେଦ ହିତୋପଦେଶ  ପାଖଲୋକ ମଧ୍ଯ ସମସ୍ତଙ୍କ ତୁମ୍ଭେ ପାଟିକରି କଥା କହ, ସେଥ‌ିରେ କେହି ମନ ଦେବେନାହିଁ, ନିହାତି ନ ଶୁଣିଲା ପରି ରହିବେ; କିନ୍ତୁ ଦୁଇଜଣ ଫୁସ୍ ଫୁସ୍ ହେଉନ୍ତୁ ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ମ

14

ଚତୁର୍ଦ୍ଦଶ ପରିଚ୍ଛେଦ :

24 September 2023
0
0
0

ଚତୁର୍ଦ୍ଦଶ ପରିଚ୍ଛେଦ :  ଏମାନଙ୍କ ହୁକେ-ହୁକେ-ହୋ । ହୁକେ-ହୁକେ-ହୋ । ହୁକେ-ହୋ, ବିଲୁଆ ଡାକିଲେ ଠିକ୍ ଅଧରାତି । ମଫସଲର ଗାଁରେ ଘଡି ଘଣ୍ଟା ନାହିଁ, ବିଲୁଆ ଡାକ ଶୁଣି ରାତି ଠିକ୍ କଲୁ । ଏହି ପ୍ରାଣୀଗୁଡିକ ଗ୍ରାମର ଭାରି ଉପକାରୀ । କ୍ଷୁଦ୍

15

ପଞ୍ଚଦଶ ପରିଚ୍ଛେଦ : ବାଘସିଂହ ବଂଶ

24 September 2023
0
0
0

ପଞ୍ଚଦଶ ପରିଚ୍ଛେଦ ବାଘସିଂହ ବଂଶ : ସମସ୍ତ ବହୁ କାଳପର୍ଯ୍ୟନ୍ତ ପ୍ରସିଦ୍ଧ ଆଇନ ଆକବରୀ ଲେଖକ ଆବୁଲ୍ ଫାଜଲ ବୋଲନ୍ତି ''ଓଡିଶାରେ ପ୍ରକୃତ ଭୂମ୍ୟଧିକାରୀ ଖଣ୍ଡାଏତମାନେ ଥିଲେ । ' ପ୍ରକୃତରେ ଗଜପତି ଦରବାରରେ ଖଣ୍ଡାମୁଠିଠାରୁ ଲେଖନ ମୁନପର୍ଯ୍ୟନ

16

ଷୋଡଶ ପରିଚ୍ଛେଦ : ଟାଙ୍ଗୀ ମାଉସୀ

24 September 2023
0
0
0

ଷୋଡଶ ପରିଚ୍ଛେଦ ଟାଙ୍ଗୀ ମାଉସୀ : ଆଜି ସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠମାସିଆ ଦିନ, ଭାରୀ ଖରା, ମହାପ୍ରଭୁ ଅଣସରକୁ ଯାଇଛନ୍ତି, ଭାରୀ ଗୁଳୁଗୁଳି । ଆଜକୁ ଅଢ଼େଇ ମାସ ହେଲା ଟୋପାଏ ପାଣି ଦେଖୁବାକୁ, ନାହିଁ । ପବନ ଗୁମସୁମ କରି ରହିଅଛି, ଖୁଣ୍ଟା

17

ସପ୍ତଦଶ ପରିଚ୍ଛେଦ : କିପରିଘର ପୋଡ଼ିଲା

24 September 2023
0
0
0

ସପ୍ତଦଶ ପରିଚ୍ଛେଦ କିପରିଘର ପୋଡ଼ିଲା :  ଆଜି ଅନନ୍ତପୁର ଗ୍ରାମରେ ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳି ହୋଇ କାଳିଆ କାଳିଆ କାନ୍ଥଗୁ

18

ଅଷ୍ଟାଦଶ ପରିଚ୍ଛେଦ : ସାଆନ୍ତାଣି

24 September 2023
0
0
0

ଅଷ୍ଟାଦଶ ପରିଚ୍ଛେଦ ସାଆନ୍ତାଣି : ସର୍ବେ ଚଳିବେ କାଳବଳେ, କଥା ରହିବ ମହୀକତଳେ ।'' ଶ୍ରାବଣ ମାସ ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି ; ମାତ୍

19

ଊନବିଂଶ ପରିଚ୍ଛେଦ : ପୁଲିସ ତଦାରଖ

25 September 2023
0
0
0

ଊନବିଂଶ ପରିଚ୍ଛେଦ ପୁଲିସ ତଦାରଖ : ପ୍ରତିଦିନ ଗୋବିନ୍ଦପୁରରେ ଯେପରି ରାତି ପାହେ, ଆଜି ମଧ୍ୟ ଠିକ୍ ସେହିପରି ପାହିଅଛି; କିନ୍ତୁ ସୂର୍ଯ୍ୟ ସଙ୍ଗେ ଦେଖା ନାହିଁ । ମେଘଟା ଝରଝର ଫରଫର କରୁଥିଲା 'ସକାଳ ମେଘ ମେଘ ନୁହେଁ, ସକାଳ କୁଣିଆଁ କୁଣିଆଁ

20

ବିଂଶ ପରିଚ୍ଛେଦ : ଓକିଲ ରାମ ରାମ ଲାଲ

25 September 2023
0
0
0

ବିଂଶ ପରିଚ୍ଛେଦ 1 ଓକିଲ ରାମ ରାମ ଲାଲ :  କାଠ ରେଲିଂ ବେଢ଼ା ନାଜରଖାନା ଗାରଦଘରର ଗୋଟିଏ କୋଣରେ ବାଡକୁ ଆଖ୍ ବୁଜି ଗୋଟିଏ ଆସାମୀ ବସିଅଛି । ଚାରିଜଣ ବରକନ୍ଦାଜ ପହରା । ଆହା ! ଲୋକଟାକୁ ପଦେ କଥା କହିବାକୁ କେହି ନାହିଁ । ସମସ୍ତେ ସୁଖର ସାଥ

21

ଏକବିଂଶ ପରିଚ୍ଛେଦ : କଟକ ସେସନ୍ ଜଜକୋର୍ଟ

25 September 2023
0
0
0

ଏକବିଂଶ ପରିଚ୍ଛେଦ କଟକ ସେସନ୍ ଜଜକୋର୍ଟ ;  ଆଜି ଜଜ୍ କୋର୍ଟରେ ଭାରି ଭିଡ । କଚେରିଆ, ବଜାରୀ ହଟାରୀ ପର୍ଯ୍ୟନ୍ତ ଦେଖିବାକୁ ଧାଇଁଅଛନ୍ତି । କୌଣସି ସ୍ଥାନରେ ବାଦୀପାଲା ହେଲେ ଦେଖଣାହାରୀମାନେ ଯେପରି ଗାଆଣିଆମାନଙ୍କ ବେଶ ବାନ୍ଧିବା ଆଗରୁ ଜମି

22

ଦ୍ୱାବିଂଶ ପରିଚ୍ଛେଦ : ଗୋପୀସାହୁର ଦୋକାନଘର

25 September 2023
0
0
0

ଦ୍ୱାବିଂଶ ପରିଚ୍ଛେଦ ଗୋପୀସାହୁର ଦୋକାନଘର : ବିରୂପା ନଦୀକୂଳ-ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ ; ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢିରେ ଭାସିଯାଇଅଛି

23

ତ୍ରୟୋବିଂଶ ପରିଚ୍ଛେଦ : କର୍ମଫଳ

25 September 2023
0
0
0

ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ : ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା ନୁହେଁ, ଗଣ୍ଡଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟଠାରେ ତୁଚ୍ଛା ବା

24

ଚତୁର୍ବିଂଶ ପରିଚ୍ଛେଦ : ଖୁଣି ତଦାରଖ୍

25 September 2023
0
0
0

ଚତୁର୍ବିଂଶ ପରିଚ୍ଛେଦ ଖୁଣି ତଦାରଖ୍ :  ବେଳ ଅନୁମାନରେ ପହରେ କି ଛ ଘଡ଼ି , ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଡୁଳି କଳାକନା ପରି ଗାମୁଛା ଖଣ୍ଡିଏ ମୁଣ୍ଡରେ ପକାଇ ଦୋକାନ ଟୋକେଇ କାନ୍ଧରେ କାଞ୍ଚିଟା ହାତରେ ଧରି ଦୋକାନକୁ ଆସ

25

ପଞ୍ଚବିଂଶ ପରିଚ୍ଛେଦ : ମଙ୍ଗରାଜ ଘରର ହାଲଚାଲ

25 September 2023
0
0
0

ପଞ୍ଚବିଂଶ ପରିଚ୍ଛେଦ ମଙ୍ଗରାଜ ଘରର ହାଲଚାଲ : ଛଅମାଣ ଆଠଗୁଣ୍ଠ କ'ର ? କଥ୍‌ତ ଅଛି, ପୃଥ‌ିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରିଦିଏ ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ଯଲ୍ୟମାନ ପ୍ରମାଣ

26

ଷଡ଼ବିଂଶ ପରିଚ୍ଛେଦ : ବାବାଜୀ ଲଳିତା ଦାସ

25 September 2023
0
0
0

ଷଡ଼ବିଂଶ ପରିଚ୍ଛେଦ ବାବାଜୀ ଲଳିତା ଦାସ :  ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲ

---

ବହି ପଢ଼ନ୍ତୁ